ଭୁବନେଶ୍ବର: ଆଜି ଓଡିଶା ପ୍ରଚାରରେ ଆସି ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବାଣପୁରର ପଲଟନ ପଡିଆରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଥିଲେ। ସେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଚିଲିକା ବିଧାନସଭା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ। ତାଙ୍କ ଅଭିଭାଷଣରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ନୌକରଶାହା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ବାବୁମାନେ ତାଙ୍କ ଚାରିପାଖେ ଘେରି ରହିଛନ୍ତି ବୋଲି ସେ କହିଥିଲେ। ଏହାଦ୍ବାରା ଓଡିଶାରେ ଖଣି, ଜମି ମାଫିଆ ଏବଂ ବାଲି ମାଫିଆଙ୍କ ରାଜ ଚାଲିଛି। ଉତ୍ତର ପ୍ରଦେଶ ପରି ଓଡିଶାରେ ମଧ୍ୟ ବୁଲଡୋଜର ମାଧ୍ୟମରେ ସେମାନଙ୍କୁ ସାବାଡ କରାଯିବ ବୋଲି ଯୋଗୀ କହିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପୁରୀ ବିନା ଦେଶରେ ସନାତନ ଧର୍ମର ବିଚାର…
Author: Samikhsya Bureau
ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା। ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା…
ଭୁବନେଶ୍ବର: ଆଜି ଶେଷ ହେଉଛି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ସେଥିପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାରକୁ ଜୋରଦାର କରିଛନ୍ତି। ସେ ଆଜି ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ଓ ନିମାପଡାରେ ପ୍ରଚାର କରିଛନ୍ତି। ନିଆଳିର ତାଙ୍କୁ ବିଶାଳ ଜନସମୁଦ୍ର ସ୍ୱାଗତ କରିଥିଲେ। ସେଠାରେ ସେ ଜନସମୁଦ୍ରକୁ ବିଜେଡିର ପ୍ରତିଶୃତିକୁ ପ୍ରଶ୍ନ ଆକାରରେ ପଚାରିଥିଲେ। ଯାହାର ଉତ୍ତର ନବୀନ ପଟ୍ଟନାୟକ ବୋଲି ଲୋକେ କହିଥିଲେ। • ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ • ସେହିପରି ନିଆଳିକୁ ଏନ୍.ଏ.ସି.…
ଭୁବନେଶ୍ବର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ଅସନ୍ତୁଷ୍ଠ ହୋଇଥିଲେ। ତେବେ ତତକାଳ ସେ କିଛି ନିଷ୍ପତି ନେଇ ନ ଥିଲେ। ହେଲେ ଗତକାଲି ସେ ଦଳରୁ ଇସ୍ତଫା ଦେଇଥିଲେ। ଆଜି ନବୀନ ନିବାସ ତରଫରୁ ତାଙ୍କୁ ଡକରା ହେବା ପରେ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ତାଙ୍କ ଇସ୍ତଫାକୁ ଆଗ୍ରାହ୍ୟ କରାଯାଇଛି। ନବୀନ ନିବାସରେ ଆଲୋଚନା ପରେ ଜ୍ୟୋତିଙ୍କୁ ଦଳ ବଡ ଦାୟିତ୍ବ ପ୍ରଦାନ କରିଛି। ତାଙ୍କୁ ଆଜି ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ବାଲେଶ୍ବର ଜିଲ୍ଲା ସଭାପତି ଥିବା ଅଶ୍ବନୀ ପାତ୍ରଙ୍କୁ ଦଳର ରାଜ୍ୟ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଭୁବନେଶ୍ବର: ଓଡିଶାର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଆସନ୍ତା 26 ତାରିଖ ଦିନ ଅପରାହ୍ନରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ। ଗୋଟିଏ ଦିନରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବ। ଏ ନେଇ ପରୀକ୍ଷାର୍ଥୀମାନେ ପରିଷଦର ୱେବସାଇଟକୁ ଯାଇ ସେମାନଙ୍କର ଫଳ ସଂପର୍କରେ ଜାଣିପାରିବେ। ୱେବସାଇଟ ହେଲା https://orissaresults.nic.in/CHSE
ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ କିଭଳି ଭାବେ ଗୁରୁତ୍ୱ ଦିଆଯାଇଛି, ତା ଉପରେ ବର୍ଣ୍ଣନା କରିଥିଲେ। ମଧ୍ୟବିତ୍ତମାନେ ସମାଜର ମେରୁଦଣ୍ଡ। ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବିଜେଡିର ଘୋଷଣା ପତ୍ରରେ ବିଭିନ୍ନ ପ୍ରତିଶ୍ରୁତି ରଖିଛନ୍ତି। ନବୀନ ସରକାରଙ୍କ ଦ୍ୱାରା ବିପିଏଲ ପରିବାର ପାଇଁ ପ୍ରଦାନ କରା ଯାଉଥିବା ଲୋକପ୍ରିୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଏସକେୱାଇ ନବିନ କାର୍ଡ ମାଧ୍ୟମରେ ସମାଜର ମଧ୍ୟବିତ୍ତ ବର୍ଗର ପରିବାର ପାଇଁ ଉପଲବ୍ଧ ହେବ। ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ନିଜର ଏକ ପକ୍କା ଘର ସ୍ବପ୍ନ ହୋଇଥିବାରୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କରୁ କୋଡିଏ ଲକ୍ଷ ଟଙ୍କା ଲୋନ କରି ପାରିବେ ଯାହାର…
ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଚିଲିକା ବିଧାନସଭା ମଣ୍ଡଳୀର ୨୦୧୯ର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି ।ରାଜ୍ୟ ମୁଖପାତ୍ର ତପନ ଚାନ୍ଦ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ।
ଭୁବନେଶ୍ୱର: ବିଜେପିର ପ୍ରଚାର ପାଇଁ ଆଜି ତିନି ପ୍ରମୁଖ ଜାତୀୟ ନେତା ଓଡିଶା ଆସୁଛନ୍ତି। ସେମାନେ ହେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା। ପୂର୍ବରୁ ଜେପି ନଡ୍ଡା ଏବଂ ହିମନ୍ତ ଶର୍ମା ଆସିଥିବା ବେଳେ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା କାଲି ୨୩ ତାରିଖ ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ଣ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ନ ୨ଟାରେ ବଡଚଣା ଏବଂ ଅପରାହ୍ଣ ୪.୪୫ରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଆସନ୍ତା ୨୩ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି। ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା…
ଭୁବନେଶ୍ୱର: ବଲିଉଡ ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଅଭିନେତ୍ରୀ ଓ ମଡେଲ ସ୍ୱପ୍ନା ପତି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସ୍ୱପ୍ନା ପତିଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ସ୍ୱପ୍ନା ପତିଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସ୍ୱପ୍ନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ…
ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି। ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜରେ ପୂରାପୃଷ୍ଠା ବିଜ୍ଞାପନ ପ୍ରସଙ୍ଗରେ ଅଭିଯୋଗ କରିଛି ବିଜେଡି। ଏହି ବିଜ୍ଞାପନରେ ସମ୍ବିତଙ୍କ ଫଟୋ ସହ ଜଗନ୍ନାଥ ମନ୍ଦିର ଫଟୋ ଓ ବିଜେପିର ଚିହ୍ନ ରହିଛି। ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ । ଅଗ୍ରଣୀ ଖବରକାଗଜରେ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ଅଢେଇ କୋଟି ଟଙ୍କା। ଏହି ଖର୍ଚ୍ଚକୁ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡି। କେବଳ ସେତିକି ନୁହେଁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ତାରକା ପ୍ରଚାରକ ତାଲିକାରେ ନଥିବା ନେତାମାନେ ରାଲିରେ ସାମିଲ ହୋଇଥିଲେ। ତାହା ବି ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବା ଲାଗି ଦାବି କରାଯାଇଛି।
ଭୁବନେଶ୍ବର: ଏକଦା ଓଡିଶାରେ ଚହଳ ସୃଷ୍ଟି କରିଥିବା ଫିଚର ପତ୍ରିକା ‘ସଚିତ୍ର ବିଜୟା’ର ପୂର୍ବତନ ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ଆଜି ଦେହାନ୍ତ ହୋଇଯାଇଛି। ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା। ସୁନୀଲ ପୃଷ୍ଟି ଓଡିଶାର ଲୋକପ୍ରିୟ ପତ୍ରିକା ସଚିତ୍ର ବିଜୟାରେ ସଂପାଦକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଜହ୍ନମାମୁଁ ର ଓଡିଆ ଅନୁବାଦ ମଧ୍ୟ କରୁଥିଲେ। ଏଥିସହିତ ସେ ସାହିତ୍ୟ ପୃଥିବୀ, ନବଲିପି ଏବଂ ଶିଶିର ପରି ସାହିତ୍ୟ ପତ୍ରିକାର ସଂପାଦକ ଥିଲେ। ସେହିପରି କବି ଭାବେ ସେ ମଧ୍ୟ ବେଶ ପରିଚିତ। ତାଙ୍କ ଲିଖିତ ତନୁଲତାର କବିତା ବେଶ ଆଦୃତ ହୋଇପାରିଛି। ସେହିପରି ଚିହ୍ନା ଚିହ୍ନା…
ଭୁବନେଶ୍ବର: ଆଜି ବିଜେଡି ତରଫରୁ ଖୋର୍ଦ୍ଧାର ହାବେଳି ପଡିଆରେ ଆୟୋଜିତ ହୋଇଥିଲା ବିରାଟ ଜନସମାବେଶ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନିବେଦନ କରିଥିଲେ। ତେବେ ଏହି ସମାବେଶରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମୁଖା ଖୋଲି ଦେଇଥିଲେ। ଏହି ଜନସମାବେଶରେ ପାଣ୍ଡିଆନ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ତୀବ୍ର ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ଆଜି ସାଂସଦ ବିଭିନ୍ନ ଖବର କାଗଜରେ ତାଙ୍କର ରିପୋର୍ଟ କାର୍ଡର ଲିଫଲେଟ ପ୍ରଦାନ କରିଛନ୍ତି। ତାହାକୁ ଦେଖିଲେ ବଡ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଏଥିରେ ପ୍ରଥମେ ଲେଖାଯାଇଛି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଆସିଛି। ତେବେ ଏଥିରେ ସାଂସଦଙ୍କ ଭୂମିକା କଣ ବୋଲି ହସିହସି ପାଣ୍ଡିଆନ ଲୋକଙ୍କୁ କହିଥିଲେ। ସେ କହିଥିଲେ ଯେ, ଜାତୀୟ ରାଜପଥ ପାଇଁ…
ନୂଆଦିଲ୍ଲୀ: ରତ୍ନ ଭଣ୍ଡାର ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ଦୃଢ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ କଣ ପାଇଁ ଚୋରୀ ହୋଇଥିବା ରତ୍ନ ଭଣ୍ଡାରର ଚାବି ତାମିଲନାଡୁରେ ଅଛି ବୋଲି କହିଲେ। ତାହା ହେଲେ ତାମିଲନାଡୁ ଲୋକେ କଣ ଚୋର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ। ଦୟାକରି ପ୍ରଧାନମନ୍ତ୍ରୀ ତାମିଲ ବିରୋଧୀ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ଏକ ନିର୍ବାଚନ ସଭାରେ କହିଛନ୍ତି ଯେ, ଚୋରୀ ହୋଇଥିବା ପ୍ରଭୃ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି। ଏହାର ଅର୍ଥ ସେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ସହିତ ତାମିଲନାଡୁ ଲୋକଙ୍କୁ ଆଘାତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ଭାବେ ଏପରି କହିବା ଠିକ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ବିଜେପି କର୍ମିଙ୍କୁ ଉତ୍ସାହିତ କରିବା ପାଇଁ ତାମିଲନାଡୁ ଲୋକଙ୍କୁ ଅପମାନିତ…
ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମାରାଥନ ପ୍ରଚାର କରିବେ। ସେ ଆଜି ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠାରୁ ସେ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରଚାର କରିବେ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି। ଦଳ ଅଭିଯୋଗ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆସନ୍ତା 24 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଏବଂ ଏସଡିପିଓ ଅଫିସ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ଧମକ ସେ ଖୋଲିଖୋଲି ପ୍ରେସମିଟ କରି କହିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖୋର୍ଦ୍ଧାରେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ରହିଛି। ତା ପୂର୍ବ ଦିନ ଅର୍ଥାତ 24 ତାରିଖରେ ସେ ଏପରି କାଣ୍ଡ କରିବେ ବୋଲି ସେ ଧମକ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେେ ପ୍ରଶାନ୍ତ କହିଛନ୍ତି ଯେ, ମୁଁ…
ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ…
ଭୁବନେଶ୍ବର: ଓଡିଶାର ଏକ ଲୋକସଭା ଆସନର ଦୁଇଟି ବୁଥରେ ହେବ ପୁନଃମତଦାନ। ଆସନ୍ତା 23 ତାରିଖ ସକାଳ 7ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଓଡିଶାର କନ୍ଧମାଳ ଲୋକସଭା ଅଧିନସ୍ଥ କଣ୍ଟାମାଳ ବିଧାନସଭା କ୍ଷେତ୍ରର ସାନକିରାଶିରାର ବୁଥ ନମ୍ବର 26 ଏବଂ ମହେଶ୍ବରପିଣ୍ଡା ବୁଥ ନମ୍ବର 28 ରେ ଏହି ନିର୍ବାଚନ ହେବ। ସେଥିପାଇଁ ଏହି ଦୁଇ ବୁଥର ସମସ୍ତ ଭୋଟରମାନେ ପୁଣି ଥରେ ଆସନ୍ତା 23 ତାରିଖ ଗୁରୁବାର ଦିନ ଭୋଟ ଦେବା ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ଅନୁରୋଧ କରାଯାଇଛି। ଗତ 20 ତାରିଖରେ କନ୍ଧମାଳ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ସେଦିନ ଏକ ରାଜନୈତିକ ଦଳର କର୍ମିମାନେ ବୁଥ ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ ବୁଥ କ୍ୟାପଚରିଂ କରାଯାଇଥିବାର ଅଭିଯୋଗ ଆସିଥିଲା।…
ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତକରି ଦଳ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେ ଆଜି କରଞ୍ଜିଆରେ ପ୍ରଚାର କରି ଲୋକସଭା ଏବଂ ବିଧାନସଭାରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ।ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି। ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀ ଭାଇଭଉଣୀମାନେ କୋର୍ଟ କଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା…
ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ସେହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୨ତାରିଖ ଦିନ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ। ଶ୍ରୀ ବିଶ୍ୱଶର୍ମା ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ । ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧.୩୦ରେ ଚଂପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଶ୍ରୀ ଅରୁଣ ଗୋଭିଲ ଆସନ୍ତା…
ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଏବଂ କଟକରେ ଦେଇଥିବା ତାଙ୍କ ଭାଷଣରେ ସିଧା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ନାମ ନ ନେଇ ସେ ଜଣେ ଖଣି ମାଫିଆ, ଜମି ମାଫିଆ ପ୍ରଭୃତି କହି ସମାଲୋଚନା କରିଛନ୍ତି। ଏପରିକି ଓଡିଶାରେ ବିଜେପି ସରକାର ଆସିଲେ ସେହି ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ ବୋଲି କଡା ଭାଷାରେ ଗାଳି କରିଛନ୍ତି। ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ସେ ନା ନ ନେଇ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ବର୍ତ୍ତମାନ ମିଳୁ ନାହିଁ। ଛଅ ବର୍ଷ ଧରି ସେ ଚାବି ହଜିଯାଇଛି। ବର୍ତ୍ତମାନ ସେ ଚାବି ତାମିଲନାଡୁରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥାତ ସେ ପରୋକ୍ଷାରେ ତାମିଲନାଡୁର ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ଭାଷଣର ଜବାବ ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ…
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଶେଷ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୦ ପ୍ରତିଶତରୁ ଅଧିକ ରହିଛି। ସମସ୍ତ ବୁଥ୍ରୁ ତଥ୍ୟ ହସ୍ତଗତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ। ରାଜ୍ୟରେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଗୋଷ୍ଠୀ ସାମିଲ ହୋଇ…

