Author: Samikhsya Bureau

ବାସ୍ତୁଶାସ୍ତ୍ର: ହିନ୍ଦୁ ଧର୍ମରେ ସ୍ଵସ୍ତିକର ଗୁରୁତ୍ୱ ରହିଛି। ଏହା ଦୁଇଟି ଶବ୍ଦକୁ ନେଇ ଗଠିତ ଯେଉଁଥିରେ ‘ସୁ’ ଅର୍ଥ ଶୁଭ ଏବଂ ‘ଅସ୍ତି’ ର ଅର୍ଥ ତାତ୍ପର୍ଯ୍ୟ ହେବା। ତାହା ହେଉଛି ଶୁଭ ହେଉ, କଲ୍ୟାଣ ହେଉ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସ୍ଵସ୍ତିକା ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ଏହା ଗଣପତିଙ୍କ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଲୋକମାନେ ସ୍ଵସ୍ତିକକୁ ସମ୍ପୂର୍ଣ୍ଣ ବିଶ୍ଵାସ ଏବଂ ସମ୍ମାନର ସହିତ ନିଜ ଘରର ମୁଖ୍ୟ ଫାଟକରେ ରଖନ୍ତି। ସ୍ଵସ୍ତିକକୁ ସତ୍ୟ ବୋଲି ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ସଠିକ୍ ସମୟରେ ସଠିକ୍ ସ୍ଥାନରେ ନିର୍ମିତ ଏକ ସ୍ଵସ୍ତିକ ଅତ୍ୟନ୍ତ ଶୁଭ ଅଟେ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଵସ୍ତିକ ତିଆରି କରିବା ଭଲ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା, ମୁଖ୍ୟ ଫାଟକରେ ସ୍ଵସ୍ତିକ ତିଆରି କରିବାବେଳେ କ’ଣ ମନେ ରଖିବାକୁ ହେବ। – ସର୍ବଦା ମୁଖ୍ୟ ଦ୍ୱାରରେ…

Read More

ଭୁବନେଶ୍ବର : ପଞ୍ଚଙ୍ଗ ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ଅକ୍ଷୟ ତେଜ ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ଅର୍ଥାତ୍ ଯାହା କେବେ ବି କ୍ଷୟ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ବୈଶାଖ ମାସର ଶୁକ୍ଲ ପକ୍ଷ ତୃତୀୟାରେ ପାଳନ କରାଯାଉଥିବା ଏହି ପର୍ବର ଉଲ୍ଲେଖ ବିଭିନ୍ନ ପୁରାଣପୋଥୀରେ ଦେଖିବାକୁ ମିଳେ।  ବିଷ୍ଣୁ ଧର୍ମ ସୁତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ଏବଂ ଭବିଷ୍ୟ ପୁରାଣ ଇତ୍ୟାଦିରେ ବର୍ଣ୍ଣାନା ଦେଖିବାକୁ ମିଳେ। ଅକ୍ଷୟ ତୃତୀୟା ଏପରି ଏକ ମୁହୂର୍ତ୍ତ କିମ୍ବା ଏପରି ଏକ ତିଥି ଯେଉଁଥିରେ କି ସବୁ ପ୍ରକାରର ଶୁଭ କାର୍ଯ୍ୟ କରାଯାଇଥାଏ। ଏହିଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରିବ। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ଏବଂ ଗୁଣାତ୍ମକ କାର୍ଯ୍ୟର ଫଳ…

Read More

ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ। ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ…

Read More

Lok Sabha Elections 3rd Phase: ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ସଂସଦୀୟ କ୍ଷେତ୍ରରେ ରାତି ୮ଟା ସୁଦ୍ଧା ୬୧.୪୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। କେତେକ ଅଞ୍ଚଳରେ ଗରମ ପାଗ ଅନୁଭୂତ ହୋଇଥିଲେ ମଧ୍ୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତଦାତାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିବା ପାଇଁ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ଆୟୋଗ ଏହି ପର୍ଯ୍ୟାୟଠାରୁ ମତଦାତାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହାୟତାରେ ଜାତୀୟ ଓ ରାଜ୍ୟ ଆଇକନମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦ଟି ରାଜ୍ୟ ଓ…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡିର ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ଶତାଧିକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ କର୍ମକର୍ତ୍ତା ମାନେ ଯୋଡି ଶଙ୍ଖ ଜ଼ିନ୍ଦାବାଦ, ଜୟ ବିଜେଡି ନାରାରେ ବିଶାଳ ବାଇକ ଶୋଭାଯାତ୍ରା କରି ବାଲୁଗାଁ ରାମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହି ସମାବେଶରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇ ବିଜେଡି ଯୁବବର୍ଗ, ଛାତ୍ର ସମାଜ ଓ ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା,ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ଦିଗରେ ବିଜେଡି ସୁପ୍ରିମୋଙ୍କ ଉଦ୍ୟମ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ଉଭୟ ପ୍ରାର୍ଥୀ। ଯୁବପିଢ଼ିଙ୍କ ପାଇଁ ପ୍ରତି କଲେଜରେ ନୂଆ-ଓ…

Read More

ଭୁବନେଶ୍ବର: ଆସନ୍ତାକାଲି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓଡିଶା ଆସୁଛନ୍ତି। ରାଜନାଥ ସିଂ ବୁଧବାର ଦିନ ଭବାନୀପାଟଣା ଏବଂ ରାୟଗଡାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବୁଧବାର ଦିନ ନବରଂଗପୁରରେ ଉଦବୋଧନ ଦେବେ। ଏହାପରେ ଆସନ୍ତା 9 ତାରିଖରେ ଓଡିଶା ପ୍ରଚାରରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୁରୀ ଏବଂ କୃଷ୍ଣପ୍ରସାଦରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ସେହିଦିନ ମଧ୍ୟ ଓଡିଶା ପ୍ରଚାରରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପରବର୍ତ୍ତି ସମୟରେ ହେମାମାଳିନୀ ମଧ୍ୟ ପ୍ରଚାରରେ ଆସିବେ। ତେବେ 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।

Read More

ଭୁବନେଶ୍ବର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି। ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ। ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ। ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା। ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି…

Read More

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ (ଦେଶରେ ସାମୂହିକ ଭାବରେ ସପ୍ତମ ପର୍ଯ୍ୟାୟ) ମତଦାନ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଭାବରେ ତା. ୦୭/୦୫/୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର (ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସ୍‌.ସି.) ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ପ୍ରକ୍ରିୟା ହେବ। ଏସବୁ ପାଇଁ ୧୪ ମଇ ୨୦୨୪ (ମଙ୍ଗଳବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମଇ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଜୁନ୍‌ ୧ରେ ମତଦାନ ତାରିଖ ରହିଅଛି । ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଅଧିନରେ ଅନ୍ୟ ପର୍ଯ୍ୟାୟ ତୁଳନାରେ ସର୍ବାଧିକ ମତଦାତା, ଯୁବ ମତଦାତା ଓ ସର୍ବାଧିକ ମତଦାନ କେନ୍ଦ୍ର ରହିଅଛି । ଉକ୍ତ ପର୍ଯ୍ୟାୟରେ ସର୍ବମୋଟ ୯୯୫୫୫୫୬ (ପୁରୁଷ-୫୦୮୫୫୩୮, ମହିଳା-୪୮୬୯୩୩୧, ତୃତୀୟ…

Read More

HM Shah Votes in Gandhinagar: ଆଜି ଦେଶର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରୀ ରହିଛି। ଏଥିରେ ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଭୋଟ୍ ଚାଲିଛି। ସେହିପରି ଏହି ପର୍ଯ୍ୟାୟରେ ଗୁଜୁରାଟର ମଧ୍ୟ  ଲୋକସଭା ଆସନରେ ନିର୍ବାଚନ ଚାଲିଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ କରିଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପରିବାର ସହିତ ଆସି ଗାନ୍ଧୀନଗରରେ ମତଦାନ କରିଛନ୍ତି। ଶାହ ଧର୍ମପତ୍ନୀ ସୋନାଲ ଶାହ, ପୁତ୍ର ଜୟ ଶାହ ଏବଂ ଅନ୍ୟ ସଦସ୍ୟଙ୍କ ସହିତ ଆସି ମତଦାନ କରିଛନ୍ତି। ନିଜେ ଅମିତ ଶାହ ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ମତଦାନ କରି ସମସ୍ତଙ୍କୁ କାଳି ଲଗା ଆଙ୍ଗୁଠି ଦେଖାଇଥିଲେ। ଏଥିସହିତ ସେ ସମସ୍ତଙ୍କୁ ମତଦାନ କରିବା ପାଇଁ ନିବେଦନ କରିଥିଲେ।

Read More

ଭୁବନେଶ୍ବର: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର କରି ଫେରିଯାଇଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ଜନସଭା କରିଛନ୍ତି। ତେବେ ସେ ଭୁବନେଶ୍ବରରେ ପ୍ରଚାର କରି ନାହାଁନ୍ତି। ଭୁବନେଶ୍ବରରେ ମୋଦୀଙ୍କର ଏକ ବିରାଟ ରୋଡ ସୋ କରାଯିବାର ଆୟୋଜନ ଚାଲିଛି। ସେଥିପାଇଁ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବରରେ ରୋଡ ସୋ କରିବେ। ସେହିଦିନ ସନ୍ଧ୍ୟା ୬ ଟା ସମୟରେ ମୋଦୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବେ। ଉଭୟ ରାସ୍ତାରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଏହା ଅଧିନରେ ଥିବା ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ସାଥିରେ ରହିବେ।

Read More

ଭୁବନେଶ୍ବର: ଓଡିଶାରେ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ହେଉଥିବା ବେଳେ ଦେଶରେ ସାତଟି ପର୍ଯ୍ୟାୟ ରହିଛି। ତେବେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତାହା ହେଲା.. ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୦୭ ମେ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର ଭୋଟ ଗଣତି- ୪ ଜୁନ ୨୦୨୪ ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ସହିତ ଏହା ଅଧିନରେ ଥିବା ବିଧାନସଭାରେ ନିର୍ବାଚନ ହେବ।

Read More

ଭୁବନେଶ୍ବର: ଆଜି ବିଜେଡିର ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ ଆଣିଛି। ତାହା ହେଲା ଯେ, ବିଜେପିକୁ ଭୋଟ ଦେବା ପାଇଁ ଦଳୀୟ କର୍ମିମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ନ ନେଲେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତିରେ କେତେକ ବିଜେପି କର୍ମି ରାଉରକେଲା ନିର୍ବାଚନ ମଣ୍ଡଳୀର ବିଶ୍ବକର୍ମା ବସ୍ତିରେ ୪ ଜଣ ବିଜେପି କର୍ମି ଟଙ୍କା ବାଣ୍ଟୁଥିଲେ। ସେଠାରେ ଭୋଟରମାନଙ୍କୁ ଜଣଙ୍କ ପିଛା ୫ ଶହରୁ ୧ ହଜାର ଟଙ୍କା ବାଣ୍ଟୁଥିଲେ। ଯେଉଁମାନେ ନେଉ ନ ଥିଲେ ସେମାନଙ୍କୁ ଧମକ ଚମକ ଦେଉଥିଲେ। ଏପରିକି ଜଣେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରିଛନ୍ତି। ଏ ନେଇ ରାଉରକେଲା ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ…

Read More

ଭୁବନେଶ୍ବର: ଗତକାଲି ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ପରେ ଗଂଜାମରେ ବିଜେଡିର ପ୍ରଚାରକୁ ଯୋରଦାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ। ସେହିପରି ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍। ଆଜି ସକାଳୁ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ…

Read More

ଚାନ୍ଦପୁର: ଆଊ ଦିନ କେଇଟା ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ କରିବା ପାଇଁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଏଥିପାଇଁ ଚାନ୍ଦପୁର ପୋଲିସ ପକ୍ଷରୁ କେରଣ୍ଡା ଟାଙ୍ଗୀ ଛକ ରେ ଯାନ ବାହନ ତନଖି କରାଯାଉଥିଲା ବେଳେ ଯାତ୍ରୀ ଵାହୀ ଅଟୋ ରିକ୍ସା ରୁ 5 କେଜି ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ। ଏହି ଗଞ୍ଜେଇ କାରବାର ଅଭିଯୋଗ ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ର ନାମ ରମେଶ ବେହେରା ଏବଂ ତାଙ୍କର ବୟସ 35 ବର୍ଷ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗ୍ରାମରେ ବୋଲି ଜଣା ପଡିଛି। ଅଭିଯୁକ୍ତ ଜଣକ ନୟାଗଡ଼ ରୁ ଚାନ୍ଦପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ଜବତ ଗଞ୍ଜେଇ ର ମୂଲ୍ୟ 25 ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଗଞ୍ଜେଇ…

Read More

PM Modi Votes In Ahmedabad: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଏକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ସହରର ରାନିପ ଅଞ୍ଚଳରେ ଥିବା ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଦୀ ଭୋଟ ଦେଇଛନ୍ତି। ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ମତଦାନ ସମୟ ରହିଥିଲା। ପ୍ରଧାନମନ୍ତ୍ରୀ ଆଜି ସକାଳ 7:30 ରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁଇ ନେତା ଚାଲିଚାଲି ବୁଥକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।  ଜଣେ ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଆଙ୍କିଥିବା ଏକ ଚିତ୍ରରେ ନିଜେ ଅଟୋଗ୍ରାଫ୍ ଦେଇଥିଲେ। ସମସ୍ତେ ମତଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

Read More

Lok Sabha Election Phase 3 Voting: ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ 1 ଲକ୍ଷ 85 ହଜାର ବୁଥରେ ମତଦାନ କରାଯାଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ଏହି ପର୍ଯ୍ୟାୟରେ ବହୁ ହେଭି ୱେଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁପ୍ରିୟା ସୁଲେ ପ୍ରମୁଖ ଅଛନ୍ତି।

Read More

ଭୁବନେଶ୍ୱର: ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି । ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ…

Read More

ଭୁବନେଶ୍ୱର: ଓଡିଶାର ସମସ୍ତ ୩୦ ଗୋଟି ଜିଲ୍ଲାରୁ ଆସିଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ‘ଅଣ୍ଡରଷ୍ଟାଣ୍ଡିଂ ଜେଣ୍ଡର ଆଣ୍ଡ ଫାସିଲେଟେସନ ସ୍କିଲ୍‌’ ସମ୍ପର୍କିତ ଏକ ତିନି ଦିନିଆ ରାଜ୍ୟ ସ୍ତରୀୟ ରାଜ୍ୟ ସମ୍ବଳ ଦଳମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀମାନଙ୍କର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧି, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷାରେ କାର୍ଯ୍ୟରତ ଜେଣ୍ଡର କୋଅଡିନେଟର ତଥା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ସାମାଜିକ ବିଜ୍ଞାନ ଶିକ୍ଷା ଦାନ କରୁଥିବା ଶିକ୍ଷୟତ୍ରୀ/ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ। ଗୁରୁବାର ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବାବେଳେ, ପ୍ରଥମ ଦିବସର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପାରୁଲ ପଟୱାରୀ, (ଭା.ପ୍ର.ସେ) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶନ କରିବା ସହିତ ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା…

Read More

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ମାତା ଶ୍ରୀମତୀ ଶକୁନ୍ତଳା ଜେନାଙ୍କର ଗତକାଲି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧  ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପରିବାର ବର୍ଗ, ବନ୍ଧୁ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଦେହାନ୍ତ ସଂବାଦ ପାଇ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ  ଶାସନ ସଚିବ ଶ୍ରୀ ହେମନ୍ତ  ଶର୍ମା, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଶେଷ ଦର୍ଶନ କରିଥିଲେ। ସେହିପରି…

Read More

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରାଇବାରେ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇ ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକି୍ରୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖନ୍ତି। ଏହି କ୍ରମରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ପର୍ଯ୍ୟବେକ୍ଷକମାନଙ୍କ ନାମ, ଯୋଗାଯୋଗ ନମ୍ବର ଓ ଠିକଣା ତଥା ସେମାନେ ଦାୟିତ୍ୱରେ ଥିବା ନିର୍ବାଚନ ମଣ୍ଡଳୀର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ https://ceoodisha.nic.in/ ପ୍ରଦତ୍ତ କରାଯାଇଛି। ଏହା ବ୍ୟତୀତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଦାୟିତ୍ୱରେ ଥିବା ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କ ନାମ, ଠିକଣା ଓ ଯୋଗାଯୋଗ…

Read More

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ। ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନ କିପରି…

Read More