Author: Samikhsya Bureau

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚ଼ନ ମଣ୍ଡଳୀର କୁମାରଙ୍ଗ, ବିଷ୍ଣୁଡ଼ିହ, ମାନସିଂହପୁର, କୁମାଣ୍ଡଳ,ଭବାନୀପୁର ଗ୍ରାମ ପଞ୍ଚାୟତର‌ ୧୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ସେମାନେ ଦଳର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ବିଜେପିରେ ଯୋଗଦେଇଛନ୍ତି। ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଲରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ। ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର…

Read More

ଉପେନ୍ଦ୍ର ବଳିୟାରସିଂହ ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ। କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ…

Read More

ଚାଣକ୍ୟ ନୀତି: ଜୀବନରେ ସୁଖ ଏବଂ ସୁବିଧା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅନୁଗ୍ରହ ବିନା ଜୀବନ ଯନ୍ତ୍ରଣାଦାୟକ ରହିଥାଏ। ଯାହା ଉପରେ ମା ଲକ୍ଷ୍ମୀଙ୍କ ଦୟା ଥାଏ, ତାଙ୍କର କେବେବି ଧନ ଅଭାବ ହୁଏ ନାହିଁ। ଚାଣକ୍ୟ ନୀତିରେ ମଧ୍ୟ ଧନ ବିଷୟରେ ଅନେକ କଥା କୁହାଯାଇଛି। ଚାଣକ୍ୟ କହିଛନ୍ତି ଯେ ଜାଣିଶୁଣି କିମ୍ବା ଅଜାଣତରେ ଜଣେ ବ୍ୟକ୍ତି ଏପରି ଭୁଲ୍ କରନ୍ତି, ଯାହା ଧନର ଦେବୀଙ୍କୁ କ୍ରୋଧିତ କରେ। କଠିନ ପରିଶ୍ରମ ପରେ ମଧ୍ୟ ସକରାତ୍ମକ ଫଳାଫଳ ମିଳେନାହିଁ, ଧିରେ ଧିରେ ଧନୀମାନେ ମଧ୍ୟ ଦାରିଦ୍ର୍ୟର ସୀମାକୁ ଆସିଥାନ୍ତେ। କେଉଁ ଭୁଲ ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଆସନ୍ତୁ ଜାଣିବା… ଅର୍ଥ ବ୍ୟୟ: ଯେଉଁଠାରେ ଲକ୍ଷ୍ମୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ଦାରିଦ୍ର୍ୟ ବାସ କରେ। ଚାଣକ୍ୟ କହିଛନ୍ତି ଯେ ମାତା ଧନଦାତ୍ରୀ ଲକ୍ଷ୍ମୀ ବହୁତ ଚତୁର ଅଟନ୍ତି। ଯେଉଁମାନେ ନିଜର…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିବ ଏବଂ ମାନସିକ ରୋଗ ମଧ୍ୟ ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି। ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଅନ୍ତୁ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ କୁହାଯାଇପାରେ। ଏକ ନୂତନ ସମ୍ପର୍କକୁ ଆସିବା ପାଇଁ ଏହା ଏକ ଭଲ ସମୟ। ଆଜି ଏକ ଭଲ ଦିନ ହେବ। ବ୍ୟବସାୟ ଭଲ କରିବ ଏବଂ ଲାଭଜନକ ପରିସ୍ଥିତି ସୃଷ୍ଟି ହେବ, କିନ୍ତୁ ସେଠାରେ ଅଧିକ କାର୍ଯ୍ୟ ଭାର ରହିବ ଏବଂ ପଳାୟନରେ ଦିନ…

Read More

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ଭୁବନେଶ୍ବରରେ ତାଣ୍ଡବ ରଚି ଦେଇଛି। ଯେପରି ଭାବେ ପବନ ପ୍ରବାହିତ ହେଲା ସେଥିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ କରିଦେଇଛି। ବିଶେଷ କରି ଏୟାରପୋର୍ଟ ଅଞ୍ଚଳରେ ଏହି ତାଣ୍ଡବ ବେଶୀ ପରିଲକ୍ଷିତ ହୋଇଛି। ଫଳରେେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଝଡବର୍ଷା ଛାଡିବା ପରେ ଅଗ୍ନିଶମ କର୍ମଚାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି। ବିଶେଷ କରି ରାଜଭବନ ନିକଟସ୍ଥ ଅଞ୍ଚଳ, ଖଣ୍ଡଗିରି ବସ ଷ୍ଟାଣ୍ଡ, ଆମ୍ରି ହସପିଟାଲ ଅଞ୍ଚଳ, କୋଲଥିଆ, ଓୟୁଏଟି ଅଞ୍ଚଳ, ରାଜମହଲ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ପରି ବହୁସ୍ଥାନରେ ଗଛ ଡାଳ ଭାଙ୍ଗି ପଡିବା କିମ୍ବା ଗଛ ଉପୁଡି ପଡିଛି। ଆଜି ରାତି ତମାମ ଅଗ୍ନିଶମ ବାହିନୀ ଏହି କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ) :-ସୋମବାର ପୂର୍ବାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତାବକ ଓ ସମର୍ଥକଙ୍କ ଦସ୍ତଖତ ପରେ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଚଳିତ ନିର୍ବାଚନରେ ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶ ଦିଗରେ ଉଦ୍ୟମ ଜାରି ରଖିବାସହ ସୁଖଦୁଃଖରେ ଲୋକଙ୍କ ଅତି ନିକଟତର ହୋଇ ସହାୟତାର ହାତ ବଢ଼ାଇବା ପାଇଁ ସଂକଳ୍ପ ନେଇଥିବା ସେକ କୌଶର ଜିତିବେ ବୋଲି ଆଶା କରିଛନ୍ତି।

Read More

ଭୁବନେଶ୍ବର: ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ କେଉଁଝର ଘଷିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ସେ ତାଙ୍କ ସମର୍ଥକଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ସେ ଘଟଗାଁ ମା ତାରିଣୀଙ୍କ ଆର୍ଶିବାଦ ନେଇ ସେଠାରୁ ଏକ ବଡ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇଥିଲେ। ନାମଙ୍କନ ଦାଖଲ ପରେ ସେ କହିଛନ୍ତି ଯେ, ଏଥର କୌଣସି ଦଳୀୟ ବନ୍ଧନ ନୁହେଁ ସ୍ବାଧୀନ ଚେତାରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କଲି ବୋଲି ସୌମ୍ୟ କହିଛନ୍ତି। ବର୍ତ୍ତମାନ ଘଷିପୁରା ବାସୀ ପରିବର୍ତ୍ତନ ଚାହୁଁଥିବାରୁ ମୁଁ ଏହି ନିର୍ବାଚନ ରଣାଙ୍ଗନାରେ ପ୍ରାର୍ଥୀ ହେଲି। ଗତଥର ସେ ବିଜେଡି ଟିକେଟରେ ଖଣ୍ଡପଡା ଆସନରୁ ଜିତି ବିଧାୟକ ଅଛନ୍ତି। ହେଲେ ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ। ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବ ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Read More

ଖୋର୍ଦ୍ଧା: ଆଜି ନାମାଙ୍କନ ଦାଖଲର ଶେଷ ଦିବସରେ ଖୋର୍ଦ୍ଧା ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି କାଳୁଚରଣ ଖଣ୍ଡାୟତରାୟ। ନିକଟରେ ଭାଜପାରୁ ଟିକଟ କଟିବା ପରେ ସେ ସ୍ବାଧୀନ ଭାବେ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଟିଏଲସି ରୋଡ ରୁ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ, ପାଇକ ଆଖଡା,ନାମ ସଂକୀର୍ତ୍ତନ ସହ ପାଖପାଖି 5 ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ନୂଆ ବସଷ୍ଟାଣ୍ଡ ବ୍ୟାଙ୍କ ଛକ ଦେଇ ଉପ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଖୋର୍ଦ୍ଧାରେ ପାଇକ ମାଟିର ସ୍ବାଭିମାନ ପାଇଁ ଲଢେଇ ଜୋରଦାର ହେବ ଏବଂ ସେ ନିଶ୍ଚିତ ବିଜୟୀ ହେବା ନେଇ ଆଶାବାଦୀ ଥିବା ଗଣମାଧ୍ୟମକୁ କହିଛନ୍ତି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି। ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ। ଫଳରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ବର୍ତ୍ତମାନ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁରକ୍ଷିତ ଥିବାର ବିଜେଡି ଅଫିସରୁ କୁହାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଖଡିଆଳ ପ୍ରଚାର ସାରି ଭୁବନେଶ୍ବର ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି। ସେଠାରେ ହେଲିକାପ୍ଟର ଯାଞ୍ଚ ପରେ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏ ନେଇ ପାଣିପାଗ ବିଭାଗ ପୂର୍ବରୁ ସୂଚନା ପ୍ରଦାନ କରିଥିଲା। ଆଜି ଅପରାହ୍ନରେ ଭୁବନେଶ୍ବରରେ ଘୋର ଅନ୍ଧକାର ଘୋଟି ପ୍ରବଳ ପବନ ପ୍ରବାହିତ ହୋଇଥିଲା। ଏହାପରେ ଘଡଘଡି ସହିତ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏହାଦ୍ବାରା ଅନେକ ସ୍ଥାନରେ ଗଛ ଉପୁଡିବା ସହିତ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୂସାରେ ଆଜି ରାଜ୍ୟର କେତେକ ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ଥିଲା। ସେହିପରି ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରେ ଏହି କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡିଛି। କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ଘଣ୍ଟା ପ୍ରତି ୮୦କିମି ବେଗରେ ପବନ ଦିନ ୩ ଟା ୩୧ ରୁ ୩ ଟା ୩୪ ମଧ୍ୟରେ…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ପ୍ରଚାରରେ ଆସି ବିଜେଡି ସରକାର ଉପରେ ବେଶ ବର୍ଷିଛନ୍ତି। ସେ ବ୍ରହ୍ମପୁରରେ ଓଡିଶାରେ ଡବଲ ଇଂଜିନି ହେବ ବୋଲି କହିଥିଲେ। ଏପରିକି ବିଜେପି ଆସନ୍ତା ଜୁନ 10 ତାରିଖରେ ଓଡିଶାରେ ସରକାର ପାଇଁ ଶପଥ ନେବ ବୋଲି ଘୋଷଣା ମଧ୍ୟ କରିଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସେହିପରି ନବରଙ୍ଗପୁରରେ ମୋଦି ମଧ୍ୟ ଅନୁରୂପ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ବିଜେପିର ଜଣେ ଓଡିଆ ଓଡିଶାର ମୁଖ୍ୟମନ୍ତ୍ରୀ ହେବ। କୌଣସି ବାହାର ବ୍ୟକ୍ତି ନୁହେଁ। ସେ କହିଛନ୍ତି ଯେ, ଓଡିଶା ଜଣେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଛନ୍ତି। ସେହିପରି ଓଡିଶାର ଜଣେ ଓଡିଆ ପୁଅ ହେଉ କିମ୍ବା ଝିଅ. ସେ ଆପଣଙ୍କର ମୁଖ୍ୟମନ୍ତ୍ରୀ ହେବ। ପ୍ରଧାନମନ୍ତ୍ରୀ ପରୋକ୍ଷରେ କାର୍ତ୍ତିର ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିଲେ ବୋଲି ସ୍ପଷ୍ଟ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ନିର୍ବାଚନ ପ୍ରଚାରରେ କହିଛନ୍ତି ଯେ ଏଥର ବିଜେପି ଓଡିଶାରେ ସରକାର ଗଠନ କରିବ। ସେତିକି ନୁହେଁ ସେ ବ୍ରହ୍ମପୁର ସଭାରେ କେଉଁଦିନ ବିଜେପି ଶପଥ ନେବ ତାହା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ତାହା ଘୋଷଣା ହେବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ବିଜେପିର ଏପରି ଦମ୍ଭୋକ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ବେଶ ମଜଦାର। ଆକାଶ ମାର୍ଗରେ ନବୀନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ପ୍ରଶ୍ନ କଲେ। ପଚାରିଲେ ସାରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ସେମାନେ କହୁଛନ୍ତି। ଏହାର ଉତ୍ତରେ ନବୀନ ପଟ୍ଟନାୟକ କହିଲେ ଯେ, ସେମାନେ ବହୁ ଦିନ ହେଲା ଦିନରେ ସ୍ବପ୍ନ ଦେଖୁଛନ୍ତି। ଏହି ଉତ୍ତରକୁ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 9 ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଶ୍ମାନ ଭାରତ…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରର କନିଷାଠାରେ ନିଜର ଦମ୍ଭ ଦେଖାଇଛନ୍ତି। ସେ ସେଠାରେ ଘୋଷଣା କରିଛନ୍ତି ଯେ, ଜୁନ୍ ୪ ତାରିଖ ହେଉଛି ବିଜେଡିର ଏକ୍ସପାୟର ତାରିଖ। ସେହିଦିନ ଭୋଟ ଗଣତି ପରେ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପସ୍ତ ହେବ। ସେ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ସେଥିପାଇଁ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ଘୋଷଣା କରାଯିବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ। ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବ୍ରହ୍ମପୁରରେ ମୋଦୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ କର୍ମିମାନଙ୍କୁ ବେଶ ଉତ୍ସାହିତ କରିଥିଲା। କାରଣ ପୂର୍ବରୁ ଓଡିଶା ନେତାମାନେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହୁଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନ ଥିଲେ। ହେଲେ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ କଳାହାଣ୍ଡି ଗସ୍ତ କରିବେ। ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଭବାନୀପାଟଣାରେ ପହଞ୍ଚିିବେ। ଏହାପରେ ଶ୍ରୀକ୍ରିଷ୍ଣାନଗର ପଡ଼ିଆରେ ଜନସଭା ସମ୍ବୋଧନ କରିବେ। ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ। ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ। ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ…

Read More

ଭୁବନେଶ୍ୱର: କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨୦୧୯ ସାଧାରଣ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ କଂଗ୍ରେସ ନେତା କୈଳାସ ମହନ୍ତ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ତେଲକୋଇ ଓ କେନ୍ଦୁଝର ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ଓ କୈଳାସ ମହନ୍ତଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମୋହନ ହେମ୍ବ୍ରମଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ୧୦ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର: ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ସେଠାରୁ ସେ ରାଜଭବନ ଆସିବା ରାସ୍ତାରେ ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ସେ ରବିବାରରେ ଭୁବନେଶ୍ବର ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆଜି ବ୍ରହ୍ମପୁର ଏବଂ ନବରଗଂପୁର ପ୍ରଚାରରେ ଯିବେ। ମୋଦୀ ଆଜି ରାଜଭବନରୁ ବାହାରି ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ବିମାନବନ୍ଦର ଯାଇ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ବ୍ରହ୍ମପୁର ପ୍ରଚାରରେ ଯିବେ। ସେଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳିର କନିଷା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେଠାରେ ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ଓ ଏହାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନବରଂଗପୁରରେ ଆୟୋଜିତ ପ୍ରଚାର କାର୍ଯ୍ୟରେ ମୋଦୀ ଯୋଗ ଦେଇ ଭୁବନେଶ୍ବର ଫେରିଆସି ଓଡିଶାରୁ…

Read More

ଭୁବନେଶ୍ୱର: କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ରବିବାର ଦିନ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀୟା ସମ୍ବେଦନାଙ୍କ ଯୋଗଦାନ ଫଳରେ ବିଶେଷକରି କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀୟା ସମ୍ବେଦନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ…

Read More

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Read More