Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କଲେ ନବୀନ, ୨୫ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ କେବେ ଏମିତି କହି ନ ଥିଲେ
ନିର୍ବାଚନ ଖବର

ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କଲେ ନବୀନ, ୨୫ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ କେବେ ଏମିତି କହି ନ ଥିଲେ

May 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କଲେ ନବୀନ, ୨୫ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ କେବେ ଏମିତି କହି ନ ଥିଲେ

ଭୁବନେଶ୍ବର: ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନା କରିଛନ୍ତି। କେଉଁଠି ବିଜେଡିର ଏକ୍ସପାୟାର ଡେଟ ଜୁନ ୪ ବୋଲି କହିଛନ୍ତି। ଆଉ କେଉଁଠି ନବୀନ ଓଡିଶାର ଜିଲ୍ଲାର ନାମ କହିପାରିବେ ନାହିଁ ବୋଲି କହି କଟାକ୍ଷ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଧାନମନ୍ତ୍ରୀ ପରି ପଦରେ ଥିବା ବ୍ୟକ୍ତି ଏପରି କହିବା ଠିକ ନୁହେଁ ବୋଲି କୁହାଯାଉଛି।

ହେଲେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସମାଲୋଚନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରୀ କରି ତାହାକ କଡା ହିସାବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୫ ବର୍ଷ ଧରି ଜାଣିଛନ୍ତି। ପ୍ରଧାନମନ୍ତ୍ରୀ ତାହା ଜଣାଇବା କିଛି ଆବଶ୍ୟକ ନାହିଁ। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ। ହେଲେ ତାହାର ବିକାଶ ପାଇଁ ଆପଣ କେତେ ଟଙ୍କା ଦେଇଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ ହେଲେ ଓଡିଆକୁ ଶୂନ ମିଳିଲା।

ସେହିପରି ନବୀନ କହିଛନ୍ତି ଯେ, ଆପଣ ଓଡିଶୀ ସଂଗୀତକୁ ଭୁଲିଗଲେ। ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଁ ଦୁଇଥର ଚିଠି ଲେଖିଛି। ହେଲେ ଆପଣ ତାହାକୁ ରିଜେକ୍ଟ କରିଦେଲେ। ସେହିପରି ନବୀନ କହିଥିଲେ ଯେ, ଓଡିଶାରେ ବହୁ ବୀରପୁତ୍ର ଅଛନ୍ତି। ସେମାନଙ୍କ ନାମ ଆପଣ ନେଉଛନ୍ତି। ହେଲେ ସେମାନେ କଣ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ହେଲେ ନାହିଁ କି ବୋଲି ନବୀନ କହିଛନ୍ତି। ଏପରିକି ଆପଣ ଭାରତ ରତ୍ନ ବାଣ୍ଟିଲା ବେଳେ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ମଧ୍ୟ ଆପଣ ଭୁଲିଗଲେ।

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗୋଟିଏ କଟାକ୍ଷକୁ ନବୀନ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାର ଚାଷୀଙ୍କ ଧାନର ସହାୟକ ମୂଲ୍ୟ ଦୁଇଗୁଣ କରିବେ ବୋଲି କହିଥିଲେ। ତାହା ଆପଣ କଲେ କି। ଓଡିଶାରେ କୋଷ୍ଟାଲ ହାଇଏ ୱେ ମଧ୍ୟ କରିବାକୁ କହିଥିଲେ ତାହା କଲେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି କୋଇଲା ରାୟାଲିଟ ମଧ୍ୟ ଆପଣ ୧୦ ବର୍ଷ ହେଲା ଭୁଲିଗଲେ କି। କେବଳ ନିର୍ବାଚନ ସମୟରେ ଆପଣ ଓଡିଶା କଥା ମନେପକାଇଲେ କିଛି ଲାଭ ନାହିଁ ବୋଲି ନବୀନ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି ନବୀନ କହିଥିଲେ ଯେ ଆପଣ ୨୦୧୪ ଏବଂ ୨୦୧୯ ରେ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିପାରିଲେ କି, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଲା କି ବୋଲି କହିଛନ୍ତି। ଓଡିଶାବାସୀ ଜିଏସଟି ଛାଡ କରିବା, ନିଯୁକ୍ତି ଦେବା ପରି ସମସ୍ତ କଥାକୁ ମନେ ରଖିଛନ୍ତି ବୋଲି ନବୀନ କହିଥିଲେ।

ତେବେ ଶେଷରେ ନବୀନ ଯାହା କହିଥିଲେ ତାହା ହେଲା ଯେ, ଜୁନ ୧୦ ତାରିଖରେ କଣ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବେ ନାହିଁ। ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦ ଏବଂ ଓଡିଶାବାସୀଙ୍କ ଭଲପାଇବା ଯୋଗୁଁ ବିଜେଡି ଷଷ୍ଠ ଥର ପାଇଁ ସରକାର ଗଠନ କରିବ। ତେବେ ନବୀନ ତାଙ୍କ ୨୫ ବର୍ଷ ଶାସନ କାଳରେ ସେ କେବେ ଏପରି ଶାଣିତ ଭାବେ ସମାଲୋଚନା କରିଥିଲେ। ବର୍ତ୍ତମାନ ନବୀନ ଏପରି ଆକ୍ରମଣ କରିବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ନବୀନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଉଚିତ ଜବାବ ବୋଲି କୁହାଯାଉଛି।

odishaelection2024 ଓଡିଶା ନିର୍ବାଚନ 2024
Share. Facebook Twitter LinkedIn Email WhatsApp Copy Link

Related Posts

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

August 20, 2026
Latest News

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.