ମେଷ: – ଆଜି ଜୀବନ-ସାଥୀଙ୍କ ସ୍ନେହପୂର୍ଣ୍ଣ ଆଚରଣ ଆପଣଙ୍କ ଦିନକୁ ଖୁସି କରିବ। ଅଦାଲତ କାର୍ଯ୍ୟଗୁଡିକ ବୁଲାଇବ। ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡକୁ ରହିବ। ଭାଇ ଓ ଭଉଣୀମାନେ ଅଲଗା ହୋଇପାରନ୍ତି। ଭାଗ୍ୟ ଆପଣଙ୍କ ସହିତ ଅଛି । ସେୟାର ବଜାରରେ ବିନିଯୋଗ ଶୁଭ ହୋଇପାରେ। ଶକ୍ତି ବଢିବ। ମାନସିକ ପରିସ୍ଥିତି ତିକ୍ତ ହୋଇଥିବାରୁ ପରିବାରରେ ବିବାଦ ହୋଇପାରେ। ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ବୃଷ: – ଆଜି ଆପଣ ଏକାକୀ ଅନୁଭବ କରିବେ। ଜମା ପୁଞ୍ଜି ବୃଦ୍ଧି କରିବା ସମ୍ଭବ ହେବ। ବ୍ୟକ୍ତିଗତ ସମ୍ପର୍କ ସହାୟକ ହେବ। ପ୍ରେମ ପାଇଁ ସମୟ ବହୁତ ଭଲ। ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ ରଖନ୍ତୁ। ଶୀଘ୍ର ସଫଳତାର ଦ୍ୱାର ଖୋଲିବ। ଉପଯୁକ୍ତ ପରାମର୍ଶ…
Author: Samikhsya Bureau
ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ସ୍ବତନ୍ତ୍ର ବିମାନରେ ଆଜି ଭୁବେନଶ୍ବରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଦଳ ତରଫରୁ ପାରଂପାରିତ ନୃତ୍ୟ ସଂଗୀତର ଆୟୋଜନ କରାଯାଇଥିଲା। ମୋଦୀ ବିମାନ ବନ୍ଦରରୁ କାର ଯୋଗେ ରାଜଭବନ ଆସିଥିଲେ। ରାସ୍ତାରେ ଆସିବା ବେଳେ ତାଙ୍କୁ ଦେଖିବା ପାଇଁ ଛିଡା ହୋଇଥିବା ଜନ ସାଧାରଣଙ୍କୁ ମୋଦୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଏପରିକି ସେ ହାତରେ ପଦ୍ମ ଚିହ୍ନକୁ ଧରି ହଲାଇ ହଲାଇ ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ରାତିରେ ରାଜଭବନରେ ରାତ୍ରୀ ଯାପନ କରିବେ। ଏହାପରେ ସେ ଆସନ୍ତାକାଲି ସକାଳୁ ବ୍ରହ୍ମପୁର ଏବଂ ପରେ ନବରଂଗପୁର ପ୍ରଚାରରେ ଯିବେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ପ୍ରଚାର।
ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ। ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା…
ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର ପୂର୍ବତନ ରାଜ୍ୟ ଯୁବ ସାଧାରଣ ସମ୍ପାଦକ, ଯୁବ ମହାସଂଘର ଉପସଭାପତି ଚିତରଞ୍ଜନ ଦାସ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଦାସଙ୍କ ସହ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଦୀପକ କୁମାର ସାମନ୍ତରାୟ, ରଙ୍ଗମାଠିଆର ବସନ୍ତ ପରିଡା, ନିହାଲ ଜେନା, ସମ୍ବିତ ପାତ୍ର, ଦେବାଶିଷ ସାମଲ, ରାଜ କିଶୋର ସ୍ୱାଇଁ, ରାହସ ବେହେରା, ବିଶ୍ୱଜିତ୍ ସ୍ୱାଇଁ, ଜ୍ୟୋତିରଞ୍ଜନ ନାୟକ, ଗୁଡୁ ମହାନ୍ତି, ସ୍ୱରୂପ ପ୍ରଧାନ, ସୁରେଶ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି…
ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପିର ବରିଷ୍ଠ ନେତା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମତ୍ସ୍ୟନିଗମ ଅଧ୍ୟକ୍ଷ ସୁବାସ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଛି। କେବଳ ଆସନ୍ତା 13 ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ସରିଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନ ସଭାରେ ନିର୍ବାଚନ ହେବ। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଲେଣି। ଆସନ୍ତାକାଲି ଶେଷ ତାରିଖ ଥିବାରୁ ବାକି ରହିଯାଇଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହି ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୋନାଲୀ ସାହୁ। ସେ ସକାଳ 10ଟାରୁ ଖୋର୍ଦ୍ଧାର ଜାନକୀ ବଲ୍ଲବ ପଟ୍ଟନାୟକ ପାର୍କରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଦାଖଲ…
ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି ଓଡିଶାର ତରଫରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉନମୋଚନ କରାଯାଇଛି ନିର୍ବାଚନ ଇସ୍ତାହାର। ଯାହାର ନାମ ରଖାଯାଇଛି ସଂକଳ୍ପ ପତ୍ର। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହି ସଂକଳ୍ପପତ୍ରକୁ ଉନମୋଜଚନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡିଶା ସଭାପତି ମନମୋହନ ସାମଲ ଏବଂ ବିଜେପି ସାଂସଦ ଜୁଏଲ ଓରାମ। ଏହି ସଂକଳ୍ପପତ୍ର ମୁଖ୍ୟତଃ ଓଡିଶାକୁ ନଜରରେ ରଖି କରାଯାଇଛି। ଏହାର ମୁଖ୍ୟ ପ୍ରସଂଗ ରହିଛି ଓଡିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି। ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ମୋଦୀଙ୍କ ପାଇଁ ସାରା ଦେଶରେ ରାଜନୈତିକ ସଂସ୍କୃତି ପରିବର୍ତ୍ତନ ହୋଇଛି। ନିର୍ବାଚନୀ ଇସ୍ତାହାରର ଗୁରୁତ୍ବ ବଢିଯାଇଛି। ନଡ୍ଡା କହିଛନ୍ତି ଯେ, ବିଜେପି ଯାହା କିଛି ଇସ୍ତାହାରରେ ପ୍ରତିଶୃତି ଦେଉଛି ତାହାକୁ ସେ ପାଳନ କରୁଛି। ଏଥିରେ ଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଲା…
ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର ବିଧାନସଭାର ପାଞ୍ଚଟି ଆସନରେ ପ୍ରାର୍ଥି ପରିବର୍ତ୍ତନ କରିଛି। ଏଥିସହିତ ଦଳ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ନୀଳଗିରିର ପ୍ରାର୍ଥୀ ଘୋଷଣା କରି ନ ଥିଲା। ସେହି ଅନୁସାରେ ନୀଳଗିରିର ପ୍ରାର୍ଥୀ ହୋଇଛନ୍ତି ଅକ୍ଷୟ ଆଚାର୍ଯ୍ୟ। ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁ ଆସନରେ ପ୍ରାର୍ଥୀ ବଦଳ ହୋଇଛି ତାହା ହେଲା ୧) ଜଳେଶ୍ୱର – ସୁଦର୍ଶନ ଦାସ ୨) ବରୀ – ଦେବାଶିଷ ନାୟକ ୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ ୪) ଆଠଗଡ଼- ସୁଦର୍ଶନ ସାହୁ ୫) ପୁରୀ – ଉମାବଲ୍ଲଭ ରଥ ୬) ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ ଗତକାଲି କଂଗ୍ରେସ ପୁରୀ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି। ସେହି ଅନୁସାରେ ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ହୋଇଛନ୍ତି ଜୟ ନାରାୟଣ ପଟ୍ଟନାୟକ।
ଭୁବନେଶ୍ବର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନଙ୍କୁ ଅବଗତ କରିଛି ଦଳ। ଯାହାର ଏକ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି। ବିଜେଡିର ଅଭିଯୋଗ ହେଲା ଯେ, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ 30 ରୁ ମେ 4 ମେ ପର୍ଯ୍ୟନ୍ତ ଭୁବନେଶ୍ବରରେ ଥିଲେ। ଏହା ଭିତରେ ସେ ନିଜ ଭୁବନେଶ୍ୱର ବାସଭବନରେ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିବା ସହ ଫୋନ ଯୋଗେ ମଧ୍ୟ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଯିଏ କି ବିଜେପିର ଚିଲିକା ପ୍ରାର୍ଥୀ ଅଛନ୍ତି ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ପରୋକ୍ଷରେ ନିବେଦନ କରିଛନ୍ତି। ଏକ ସାମ୍ବିଧାନିକ ପଦବୀରେ ରହି ଏପରି କରିବା ନିର୍ବାଚନ ଆଚରଣ ଵିଧିର ଉଲଂଘନ। ଏହାର ତଦନ୍ତ ପାଇଁ ଦାବି…
ଭୁବନେଶ୍ବର: ପୁରୀ ଲୋକସଭା ପାଇଁ କଂଗ୍ରେସ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଦଳ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଗତକାଲି ତାଙ୍କର ଟିକେଟ ଫେରାଇ ଦେଇଥିଲେ।ଏହାପରେ ଦଳ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ସୁଚରିତା ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ଦରକାର ତାହା ଦଳ ଦେବାକୁ ମନା କଲା। ଏଥିସହିତ ଏହି ଲୋକସଭା ଆସନ ଅଧିନରେ ଥିବା ବିଧାନସଭାରେ ଦୁର୍ବଳ ପ୍ରାର୍ଥୀ ପରିବର୍ତ୍ତି ପାଇଁ ମଧ୍ୟ ଅନୁରୋଧ କରିଥିଲି। ହେଲେ ଦଳ ତରଫରୁ ଏସବୁ କରିବା ପାଇଁ ମନା କରିଦିଆଯିବା ପରେ ଟିକେଟ ଫେରାଇଲି ବୋଲି ସୁଚରିତା କହିଛନ୍ତି।
ଭୁବନେଶ୍ବର: ବିଜୁ ଜନତା ଦଳ ଛଅ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେଥିରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେଡି ନୂଆ ନିଯୁକ୍ତି ପ୍ରଦାନ କରିଛି। ତାଙ୍କୁ ଦଳ ବାଙ୍ଗିରପୋଷୀ ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ଅନ୍ୟମାନେ ହେଲେ.. ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆଜି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ। ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାପରେ ପ୍ରଧାନମନ୍ତ୍ରୀ ଓଡିଶା ରାଜଭବନରେ ରାତ୍ରୀ ଯାପନ କରିବେ। ସେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ। ଏହାପରେ ପୁଣି ପ୍ରଧାନମନ୍ତ୍ରୀ 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ ଆସିବେ। 10 ତାରିଖରେ ମୋଦୀ ଭୁବନେଶ୍ବରରେ ଏକ ରୋଡ ସୋ କରିବେ। ଏହାପରେ ସେ ବଲାଙ୍ଗିରରେ ଏକ ଜନସମାବେଶକୁ ଉଦବୋଧନ ଦେବେ ବୋଲି ଜଣାପଡିଛି।…
ଭୁବନେଶ୍ବର: ପ୍ରଥମେ ବିଜେଡିରେ ଥିଲେ। ଟିକେଟ ମିଳିବାର ସମ୍ଭାବନା ନ ଥିବାରୁ ବିଜେପିରେ ମିଶିଲେ। ହେଲେ ବିଜେପିରେ ମଧ୍ୟ ସେଇ କଥା। ତାଙ୍କୁ ବରୀ ଆସନରେ ଟିକେଟ ମିଳିଲା ନାହିଁ। ଫଳରେ ହତାଶ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ। ମାତ୍ର କଂଗ୍ରେସରୁ ପ୍ରତିଶୃତି ମିଳିବା ପରେ ସେ ଆଜି କଂଗ୍ରେସରେ ହେଲେ ସାମିଲ। କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦେବାଶିଷ ହାତ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଶୀଷ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ଟିକିଏ ଭୁଲ ହୋଇଗଲା। ଏଠି ବିଜେଡି ବିଜେପି ଗୋଟିଏ। ଏବେ କଂଗ୍ରେସରେ ଯୋଗଦେଇ ମୁଁ ବେଶ ଖୁସି ବୋଲି ଦେବାଶୀଷ କହିଛନ୍ତି। ତେବେ କଂଗ୍ରେସ ବରୀରୁ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସର୍ବଦା ଓଡିଶା ରହିଆସିଛି। ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ପ୍ରତିଶୃତିବଦ୍ଧ । ବିଶେଷ ଭାବେ ଓଡିଆ ଭାଷା, ଐତିହ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ସ୍ୱତନ୍ତ୍ର ଭୁମିକା ଗ୍ରହଣ କରିଛନ୍ତି। ବିଶ୍ୱର ବିତଶୀଳ ରାଷ୍ଟ୍ରମାନଙ୍କୁ ନେଇ ନୂଆଦିଲ୍ଲୀଠାରେ ଆୟୋଜିତ “ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ ଓ ପ୍ରଦର୍ଶିତ କରାଇ ମୋଦିଜୀ ଓଡିଶାର ମାନ ଓ ସମ୍ମାନ ବୃଦ୍ଧି କରାଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ କରିଛନ୍ତି। ଗତ ୧୦ ବର୍ଷରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି । ମୋଦିଜୀଙ୍କ କାର୍ଯ୍ୟକାଳରେ ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୫୪ହଜାର କୋଟି ଟଙ୍କା ଓଡ଼ିଶାକୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ…
ଖୋର୍ଦ୍ଧା: ଆଜି ଆମ ଆଦମି ପାର୍ଟି ତରଫରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପରିଡା ଖୋର୍ଦ୍ଧାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସମର୍ଥକଙ୍କ ସହ ନିରାଡ଼ମ୍ବର ଭାବରେ ଆସି ଏଡିଏମଙ୍କ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସଂଗ୍ରାମ ଜଣେ ଉଚ୍ଚ ଶିକ୍ଷିତ ଏବଂ ଇଞ୍ଜିନିୟରିଂ ଚାକିରୀ ଛାଡି ରାଜନୀତିରେ ପାଦ ଦେଇଛନ୍ତି। ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ କେବଳ ଆମ ଆଦମୀ ପାର୍ଟି ହିଁ ସୁ ଶାସନ ଦେଇପାରିବ ବୋଲି ସଂଗ୍ରାମ କହିଛନ୍ତି। ଚିଲିକାର ଭୋଟର ବହୁ ସଚେତନ ଅଛନ୍ତି। ଚିଲିକା ପାଇଁ ମୋର ସ୍ୱତନ୍ତ୍ର ଭିଜନ ଅଛି। ଆଇଟି ସେକ୍ଟରରେ ମୁଁ ଏକଲକ୍ଷ୍ୟ ଟଙ୍କାର ଚାକିରୀ ଛାଡି ଅଂଚଳର ଦୁରାବସ୍ତାକୁ ସୁଧାରିବାକୁ ଚେଷ୍ଟିତ ହେବି ବୋଲି ସଂଗ୍ରାମ କହିଛନ୍ତି। ତେଣୁ ଆମ ଆଦମୀ ପାର୍ଟି ଯେଉଁଭଳି ଅନ୍ୟ ରାଜ୍ୟରେ ଶିକ୍ଷା, ସ୍ଵାସ୍ଥ୍ୟ, ପାଣି ଓ ବିଜୁଳି ଉପରେ ଗୁରୁତ୍ୱ ଦେଇ…
ଭୁବନେଶ୍ୱର: ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ପଢନ୍ତୁ-ରବିବାରେ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ବର: କିଛି ଜଣା ନ ଥିଲା ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଓଡିଶା ଆସିବେ ବୋଲି ଜଣାପଡିଛି।ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ। ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ରବିବାର ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଏକ ରୋଡ ସୋର ଯୋଜନା କରାଯାଉଛି ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରାତ୍ରୀରେ ଓଡିଶା ରାଜଭବନରେ ରହିବେ। ସେ ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ। ଏହାପରେ ସେ ପୁଣି 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ…
ଭୁବନେଶ୍ବର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ ଆକ୍ଷେପର ପ୍ରଶ୍ନ ଉଠୁ ନ ଥିଲା । ଏହା ହେଉଛି ନବୀନଙ୍କ USP. କଥା କମ୍, କାମ ବେଶି ହେଉଛି ତାଙ୍କର ନିଜସ୍ବ ଷ୍ଟାଇଲ। ଆଜି ସେହି ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ…
ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ଉପରେ ବଡ ବୟାନ ରଖିଛନ୍ତି ପ୍ରଭାରୀ ଅଜୟ କୁମାର। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ପୁରୀର ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ କରାଯିବ। ସେହି ସୂଚନା ସୁଚରିତା ଜାଣିବା ପରେ ସେ ଟିକେଟ ଫେରାଇ ଦେଲେ ବୋଲି ଅଜୟ କୁମାର କହିଛନ୍ତି। ଗଣମାଧ୍ୟମକୁ ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରି ଆଜି କିମ୍ବା ଆସନ୍ତାକାଲି ନୂଆ ନାମ ଘୋଷଣା କରାଯିବ। ତାହା ଜାଣିବା ପରେ ସେ ଟିକେଟ ଫେରାଇ ଦେଇଛନ୍ତି। ତାଙ୍କ ଚିଠିକୁ ସେ ଭାଇରାଲ କରିଛନ୍ତି। ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସର ଫଣ୍ଡର କିଛି ଅସୁବିଧା ନାହିଁ। ପାର୍ଟି ଫଣ୍ଡିଂ କରିଥାଆନ୍ତା ଏବଂ କରିବ ମଧ୍ୟ। ହେଲେ ପ୍ରାର୍ଥୀ ପରିବର୍ତ୍ତନ କରାଯିବା କଥା ଜାଣିବା ପରେ ସେ ତାଙ୍କ ଚିଠିକୁ ଭାଇରାଲ କରୁଛନ୍ତି।
ଭୁବନେଶ୍ବର: ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଗୌରାଙ୍ଗ ନାୟକଙ୍କ ୮୫ବର୍ଷ ବୟସରେ ଆଜି ପୂର୍ବାଂହ ରେ ବାଲୁଗାଁ ନିମିକ୍ଷେତା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଯଥା ଦଣ୍ଡା ବାଳୁଙ୍ଗା, ଏଇ ସଂଘର୍ଷ, ଜାଗା ହାତରେ ପଘା, କିରାତ ଅର୍ଜୁନ, ଦୁର୍ଗା ଆଦି ସାତଟି ଓଡ଼ିଆ ଚଳଚ୍ଚିତ୍ର ରେ ପାର୍ଶ୍ୱ ଅଭିନେତା ଓ ଭଲ ଅଭିନୟ କରି ବେଶ ପରିଚିତ ଥିଲେ। ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ସହିତ ବିଭିନ୍ନ ବର୍ଗରୁ ସମ୍ମାନିତ ହୋଇଥିଲେ ।ବିଭିନ୍ନ ମଞ୍ଚ ରେ ନାଟ୍ୟ ନିର୍ଦେଶନା, ସଙ୍ଗୀତ ପରିଚାଳନା, ନୃତ୍ୟ ନିର୍ଦେଶନା, ଅଭିନୟ କରି ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନ ଲାଭ କରିଥିଲେ। ଅର୍ଣ୍ଣପୂର୍ଣା ରଙ୍ଗମଞ୍ଚ ର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଭାବେ ପରିଚିତ ଥିଲେ।ଜଣେ ଆଦର୍ଶ ଶିକ୍ଷକ ଓ ମେଳାପୀ ସ୍ୱଭାବର…

