ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଗସ୍ତରେ ଯିବେ। ସେ ଗଜପତି ଷ୍ଟାଣ୍ଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧୀତ କରିବେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ 5ଟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବେ। ସେଠାରେ ଉଦବୋଧନ ଦେଇ ଅପରାହ୍ନ 5 ଟା 50 ରେ ଭୁବନେଶ୍ବର ଫେରି ଆସିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଜପତି ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ବଡ ପ୍ରସ୍ତୁତି କରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ।
Author: Samikhsya Bureau
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ। ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ନିର୍ବାଚନମଣ୍ଡଳୀର ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଓ ସିରିୟଲ ଅଭିନେତ୍ରୀ ଜିନା ସାମଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଜିନା ସାମଲଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଜିନା ସାମଲଙ୍କ ଯୋଗଦାନ ଫଳରେ ବିଶେଷକରି ଭୋଗରାଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଜିନା ସାମଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ…
ଲେଖକ-ସୂର୍ଯ୍ୟ ଦେଓ, ସିନେ ସମୀକ୍ଷକ ଆମ ସିନେମାରେ ଉଭା ଯେତିକି ପୋତା ତାହାଠାରୁ ଅଧିକ। ଅର୍ଥାତ ଆମ ଓଡ଼ିଆ ସିନେମାରେ ଅନେକ ଦିଗ ଅଛି, ଯାହା ଉପରେ ଜମାରୁ ଅଧିକାଂଶଙ୍କର ଧାରଣା ହିଁ ନାହିଁ। ଯେମିତିକି ଚୁଟିବନ୍ଧା ଅର୍ଥାତ ଓଡ଼ିଆ ଚଳଚ୍ଚିତ୍ର ନାୟିକାଙ୍କ କେଶ ବିନ୍ୟାସ ସମ୍ବନ୍ଧରେ ଛୋଟ ଲେଖାଟିଏ ବି ନାହିଁ। କିନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ନାୟିକା ବା ବଙ୍ଗୀୟ ଚଳଚ୍ଚିତ୍ରର ନାୟିକାଙ୍କ ଚୁଟିବନ୍ଧାକୁ ନେଇ କେତେକେତେ ଲେଖା ହୋଇଛି, କେତେ କେତେ ଗବେଷଣା ବି ହୋଇଛି। କେମିତି ଓ କାହିଁକି ନାୟିକାଙ୍କ କପାଳ ଉପରକୁ ଚୁଟି ଛାଟି ଦେଇ ସାଧନା କଟ୍ ହିନ୍ଦୀ ଚଳଚ୍ଚିତ୍ରରେ ଆରମ୍ଭ ହେଲା। ‘ଲୋ ପନିଟେଲ୍’ ଚୁଟିିବନ୍ଧା କେମିତି ଓ କାହିଁକି ସାୟରା ବାନୁ ବାନ୍ଧିଲେ। ବିହାଇଭ ଚୁଟି ବନ୍ଧା କେମିତି ବୈଜୟନ୍ତୀମାଲା, ଶର୍ମିଲା ଓ ହେମାଙ୍କ ପାଇଁ ଫିକ୍ସ ହେଲା। ତା’ପରେ ହିପି ଚୁଟି ବନ୍ଧା ବି ଅଛି। ଯେଉଁ ଚୁଟିବନ୍ଧା ଆମ…
ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନରେ ଚାଲିଛି କଡା ଟକ୍କର। ଉଭୟ ଦଳର ହେଭି ୱେଟ ନେତାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ। ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ। ଉଭୟଙ୍କର ଚାଲିଛି ଦମଦାର ପ୍ରଚାର। ତେବେ ଏହି ପ୍ରଚାର ଭିତରେ ସାମାଜିକ ଗଣମାଧ୍ୟମ ମଧ୍ୟ ବାଦପଡିନି। ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ କାହିକି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ ତାହାର ଏକ ସମାଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ କହିଛନ୍ତି ଯେ, ” ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ ରୁ ତଳକୁ ଖସି ଆସିବ।”…
ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଯେଉଁ କେତୋଟି ଲୋକସଭା ନିର୍ବାଚନ ଟକ୍କର ହେଉଛି ସେଥିମଧ୍ୟରୁ ଗୋଟିଏ ହେଉଛି କେନ୍ଦ୍ରାପଡା। ଏହି ନିର୍ବାଚନ ମଣ୍ଡଳିରେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କ ସହିତ ମୁକାବିଲା ହେଉଛି ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହିତ। ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଅସୁସ୍ଥ ହୋଇଛନ୍ତି। ପ୍ରଚାର ସମୟରେ ବୈଜୟନ୍ତ ହଠାତ ଆଖିରେ ଯନ୍ତ୍ରଣା ଅନୁଭବ କଲେ। ପରେ ଡାକ୍ତରଙ୍କୁ ଦେଖାଇବା ପରେ ତୁରନ୍ତ ଅପରେସନର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦିଆଗଲା। ସେହି ଅନୁସାରେ ଡାକ୍ତର ବୈଜୟନ୍ତ ପଣ୍ଡା ଆଖିରେ ଅପରେସନ କରିଛନ୍ତି। ସେଥିପାଇଁ ସେ କିଛିଦିନ ବିଶ୍ରାମ କରିବେ ବୋଲି ଡାକ୍ତର କହିଥିବାରୁ ସେ ପ୍ରଚାରରୁ ଦୂରେଇ ରହିବେ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦବଦଳ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ମିଶନଶକ୍ତି ସଚିବ ପଦରୁ ହଟିଛନ୍ତି ସୁଜାତା କାର୍ତ୍ତିକେୟନ। ତାଙ୍କୁ ଆଜି ସରକାର ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ କମିଶନର ସୁଜାତାଙ୍କୁ ଲୋକଙ୍କ ସହିତ ଜଡିତ ନ ଥିବା ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ମିସନଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ମଧ୍ୟ ସୁଜାତାଙ୍କ ପାଖରେ ଥିବା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ରହିବେ। ମିଶନଶକ୍ତିର ସଚିବ ଥିବା ସୁଜାତା କାର୍ତ୍ତିକେୟନ ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ ହୋଇଥିଲା।
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଇଁ ବିଦେଶରେ ଅବସ୍ଥାପିତ ଜଣେ ଆଇଏଫଏସ ଅଧିକାରୀ ପ୍ରଚାର ରଣନୀତି କରୁଛନ୍ତି। ସେ ଏକ ମାସ ଛୁଟି ଆଣି ସମ୍ବଲପୁରରେ ରହି ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ସସ୍ମିତ କହିଛନ୍ତି ଯେ, ନିୟୁର୍କରେ ଅବସ୍ଥାପିତ କନସୋଲଣ୍ଟିଂ ଜେନେରାଲ ଶ୍ରୀ ବିନୟ ପ୍ରଧାନ ଧର୍ମେନ୍ଦ୍ରଙ୍କ ପ୍ରଚାରରେ ଲାଗିଛନ୍ତି। ସେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ। ବିଦେଶରେ ଅବସ୍ଥାପିତ ଥିବା ବେଳେ ସେ ଧର୍ମେନ୍ଦ୍ରଙ୍କ ପାଇଁ କିପରି ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ତାଙ୍କ ପାଖରେ ସେ ଓଏସଡି ଭାବେ କାର୍ଯ୍ୟ…
ଭୁୁବନେଶ୍ୱର: ଓଡ଼ିଆ ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୁଏ, ଯିଏ କି କେବଳ ଦେବତା ନୁହଁନ୍ତି; ସେ ହେଉଛନ୍ତି ଓଡ଼ିଶାର ହୃଦସ୍ପନ୍ଦନ, ଆମ ପରିଚୟର ସାର। ଯେତେବେଳେ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହାତକୁ ନେବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଏହି କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ଦାୟିତ୍ୱ ଦେଇଥିଲେ। ଶ୍ରୀ ପାଣ୍ଡିଆନ୍ ଏହି ପ୍ରକଳ୍ପରେ ନିଜର ହୃଦୟ ଓ ଆତ୍ମା ଲଗାଇ ଦେଇଥିଲେ ଏବଂ ସବୁକିଛି ସୁରୁଖୁରୁରେ ଚାଲିବା ପାଇଁ ଅନେକ ଥର ପୁରୀ ଗସ୍ତ କରିଥିଲେ। ସକାଳ ୪ଟା କିମ୍ବା ରାତି ୧୦ଟା ଭଳି ଅସମୟରେ ନିରବରେ କାମ କରୁଥିବା ଦେଖି ପୁରୀବାସୀ ତାଙ୍କର ଅକ୍ଳାନ୍ତ ପ୍ରୟାସ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ପ୍ରତ୍ୟେକ ଓଡ଼ିଆଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ପ୍ରତି ତାଙ୍କର ସମର୍ପଣର ସାକ୍ଷୀ ହୋଇଛନ୍ତି, ଦିବ୍ୟ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି କହିଛନ୍ତି…
ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ଚାଳିଶ ଜଣ ନେତାଙ୍କୁ ନିଆଯାଇଛି। ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେହିପରି ତୃତୀୟରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ। ପୂର୍ବରୁ ଦଳ ଏକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ସେଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରେ ଥିବା ବେଳେ କାର୍ତ୍ତିକ ପାଣ୍ଡିଆନ ଦ୍ବିତୀୟରେ ରହିଥିଲେ। ପ୍ରଣବ ପ୍ରକାଶ ଦାସ ତୃତୀୟରେ ଥିଲେ।
ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ସୌମ୍ୟରଂଜନ ପଟ୍ଟନାୟକ ମା ତାରେଣୀଙ୍କୁ ଦର୍ଶନ କରି କହିଲେ ବିଜେପିରୁ ଟିକେଟ ଅଫର ଅଛି। ହେଲେ ତା ପରଦିନ ବିଜେପିର ତାଲିକା ବାହାରିଲା ବେଳକୁ ଘସିପୁରାରେ ପ୍ରାର୍ଥୀ ହେଲେ ଶମ୍ବୁନାଥ ରାଉତ। ଯାହାକୁ ନେଇ ଖୋଦ ସୌମ୍ୟରଂଜନ ପଟ୍ଟନାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବର୍ତ୍ତମାନ କୌଣସି ଦଳ ଟିକେଟ ନ ଦେବାରୁ ସୌମ୍ୟରଂଜନ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। କାରଣ ତାଙ୍କର ବଡ ଆଶା ଥିଲା ବିଜେପିରୁ ଟିକେଟ ନିଶ୍ଚିତ ମିଳିବ। ତାହା ନ ହେବାରୁ ସେ ବର୍ତ୍ତମାନ ସ୍ବାଧୀନ ପ୍ରାର୍ଥୀ ହେବେ।
ଭୁବନେଶ୍ବର: ଗତକାଲି ବିଜେପି ତରଫରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ବରୀରୁ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକଙ୍କ ନାମ ନାହିଁ। ତାଙ୍କ ବଦଳରେ ଦଳ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଦେବାଶୀଷ ନାୟକ। ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବରୀରୁ ଟିକେଟ ମିଳିବ ବୋଲି ବଡ ଆଶା ଥିଲା। ହେଲେ ତାହା ହେଲା ନାହିଁ। ବର୍ତ୍ତମାନ ବରୀରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ବୋଲି ଦେବାଶୀଷ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୋ ପାଇଁ ବରୀବାସୀ ହେଉଛନ୍ତି ବଡ, ଦଳ ବଡ ନୁହେଁ। ବରୀବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚନ ଲଢିବି। ଏହି ସୂଚନା ଦେଇଛନ୍ତି ଦେବାଶୀଷ ନାୟକ। ଫଳରେ ସେ ଏଥର ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ଗ୍ରହଣ କରିଛନ୍ତି।
ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଏହା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜଣାପଡିଛି। ତେବେ ଏହି ଖରା ସମୟରେ ଟ୍ରାଫିକ ଛକରେ ଅପେକ୍ଷା କରିବା ସବୁଠାରୁ କଷ୍ଟକର ବ୍ୟାପାର। ବିଶେଷ କରି ଦୁଇଚକିଆ ଯାନରେ ଯାଉଥିବା ଲୋକଙ୍କ ଅବସ୍ଥା ଆହୁରି ଖରାପ ହୋଇପଡେ। ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ବିଏମସି ରାଜଧାନୀର ବିଭିନ୍ନ ଛକ ପାଖରେ ଅସ୍ଥାୟୀ ଛପର କରିଛି। ଉପରେ ପଲଥିନ ଦେଇ ଏହି ଛପର କରାଯାଇଛି। ଫଳରେ ଟ୍ରାଫିକ ଲାଇଟକୁ ଅପେକ୍ଷା କରିଥିବା ଯାତ୍ରୀମାନେ ସାମୟିକ ଅସ୍ବସ୍ଥି ଅନୁଭବ କରିପାରିବେ। ବର୍ତ୍ତମାନ ଏହା ମୁଖ୍ୟ ଟ୍ରାଫିକଗୁଡିକରେ ନିର୍ମାଣ କରାଯାଇଛି। ପରବର୍ତ୍ତି ସମୟରେ ଏହି ସବୁ ଟ୍ରାଫିକ ଛକରେ କରାଯିବ ବୋଲି ନିଷ୍ପତି ହୋଇଛି।
ଭୁବନେଶ୍ବର: ଆଜି ପୁଣିଥରେ ପ୍ରଚାରରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ସେ ରାୟଗଡା ସମାବେଶରେ ଯୋଗ ଦେବେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାହୁଳ ରାୟଗଡାର ବାରିଝୋଲାସ୍ଥିତ ଜିଆଏସଆର ଇଂଜିନିୟରିଂ କଲେଜ ପଡିଆରେ ସେ ଉଦବୋଧନ ଦେବେ। ରାହୁଳ ଆଜି ସ୍ବତନ୍ତ୍ର ବିମାନରେ ମଧ୍ୟାହ୍ନ 12 ଟା ବେଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ରାହୁଳ ସେଠାରେ କୋରାପୁଟ ଏବଂ ନବରଂଗପୁରସ ବ୍ରହ୍ମପୁର ଏବଂ କଳାହାଣ୍ଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ। ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି…
ଭୁବନେଶ୍ବର: ଗତକାଲି ନବୀନ ପଟ୍ଟନାୟକ ବିଧାନସଭାରେ ଶେଷ ତାଲିକା ଘୋଷଣା କରିଛନ୍ତି। ଏଥିରେ ସେ କୋରେଇରୁ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ ନାୟକଙ୍କ ନାମ ଘୋଷଣା କରିଛନ୍ତି। ତେବେ ନବୀନ ସବୁଠାରୁ ଚମତ୍କାର ଦେଖାଇଛନ୍ତି କୋରେଇ ଆସନର ପ୍ରାର୍ଥୀ ଘୋଷଣା କରି। ଏହା ଆସନରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ ଦାସ। ସନ୍ଧ୍ୟାରାଣୀଙ୍କ ନାମ ଘୋଷଣା ପରେ ହଠାତ ସେ କିଏ ବୋଲି କେହି କିଛି ଜାଣିପାରିଲେ ନାହିଁ। ତେବେ କିଛି ସମୟ ପରେ ପରେ ଜଣାପଡିଲା ଯେ, କିଏ ଏହି ସନ୍ଧ୍ୟାରାଣୀ ଦାସ। ସେ ହେଉଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଓଡିଶାର ଜଣେ ଟାଣୁଆ ନେତା ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ। ତେବେ ତାଙ୍କର ଆଉ ଏକ ବଡ ପରିଚୟ ହେଉଛି ସେ ହେଉଛନ୍ତି ବିଜେଡିର ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବୋଉ। ପ୍ରଣବ ବର୍ତ୍ତମାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଅଛନ୍ତି। ସ୍ବର୍ଗତ…
ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ ମଣ୍ଡଳି ଯେଉଁଠି ଶେଷ ପର୍ଯ୍ୟନ୍ତ କୌଣସି ଦଳ ମଧ୍ୟ ପ୍ରାର୍ଥୀ ଦେଇ ନ ଥିଲେ। ବର୍ତ୍ତମାନ ବିଜେଡି ପ୍ରଥମେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ବିଧାୟକ ଥିବା ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ମିଶିବା ପରେ ସେ ବର୍ତ୍ତମାନ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି। ହେଲେ ପୂର୍ବରୁ ସଂଗଠନ କରିଥିବା ସନ୍ତୋଷ ଖଟୁଆ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ
ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ଏକ ନୂଆ ରେକର୍ଡ କରିଛି। ଏଥର ଦଳ ୩୫ ଜଣଙ୍କୁ ବିଧାୟକ ଟିକେଟ ଦେଇ ନ ଥିବା ବେଳେ ୪ ଜଣଙ୍କୁ ବହିଷ୍କାର କରିଛି। ସେହିପରି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ସେଠାରେ ଦଳ ନୂଆକରି ତାଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଫଳରେ ଦଳ ଏଥର ମୋଟ ୪୦ ଜଣଙ୍କୁ ନୂଆ କରି ବିଧାନସଭା ପ୍ରାର୍ଥୀ କରିଛି। ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି। ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ ଏବଂ ସୁଦାମ ମାରାଣ୍ଡି। ୧/ ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି ୨/ ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି ୩/ ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି ୪/ ଅମର ପ୍ରସାଦ ଶତପଥି-ବଡଚଣା ୫/ ଅଙ୍ଗଦ କହଁର-ଫୁଲବାଣି ୬/ ବିଜୟ ଶଙ୍କର ଦାସ-ତିର୍ତ୍ତୋଲ ୭/ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ ୮/ କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା ୯/ ପର୍ଶୁରାମ ଧଡା-ସୋର ୧୦/…
ଭୁବନେଶ୍ବର: ଆଜି ବିଜେପି ତାହାର ବାକିଥିବା ସାତଟି ବିଧାନସଭା ଆସନ ମଧ୍ୟରୁ କେବଳ ନୀଳଗିରି ଛାଡି ଅନ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ଘସିପୁରା- ଶମ୍ବୁନାଥ ରାଉତ ଭୋଗରାଇ- ଆଶୀଷ ପାତ୍ର ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ ବରୀ- ଉମେଶ ଚନ୍ଦ୍ର ଜେନା ବାରବାଟୀ କଟକ- ଡ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବେଗୁନିଆ- ପ୍ରକାଶ ଚନ୍ଦ୍ର ରଣାବିଜୁଳି
ଭୁବନେଶ୍ବର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଆଜି ବିଜେଡି ଖଣ୍ଡପଡାର ପ୍ରାର୍ଥୀ ଘୋଷଣା କରିଛି। ସେଠାରେ ଅନୁଭବ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ତାଙ୍କ ପରିବର୍ତ୍ତେ ନୂଆ ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଏହାର ପ୍ରତିବାଦରେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେଡିରୁ ଟିକେଟ ପାଇବା ପାଇଁ ଅନୁଭବ ବହୁଥର ନବୀନ ନିବାସ ଆସି ଶୀର୍ଷ ନେତୃତ୍ବଙ୍କ ସହିତ କଥା ହୋଇଛନ୍ତି। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କ ଉପରେ ଦଳ ଭରସା କରିପାରି ନାହିଁ। ଗତକାଲି ସେ ଏକ ସେଟ ନାମାଙ୍କନ ପତ୍ର ନେଇଥିବାର ଜଣାଯାଇଛି। ଯେତେଦୂର ଆଶା ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ ଖଣ୍ଡପଡା- ସାବିତ୍ରୀ ପ୍ରଧାନ ନୀଳଗିରି- ସୁକାନ୍ତ ନାୟକ କୋରେଇ- ସଂଧ୍ୟାରାଣୀ ଦାସ ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି।

