Author: Samikhsya Bureau

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ନବୀନ ଆଜି ସକାଳେ ଭୁବନେଶ୍ବରରୁ ବିମାନ ଯୋଗେ ବଲାଙ୍ଗିରର ତୁଷରା ଏୟାର ଷ୍ଟ୍ରିପରେ ଅବତରଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ନବୀନଙ୍କୁ ପାଛୋଟି ନେଉଥିଲେ। ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଘୁନାଥ ସାହୁ। ସେ ତାଙ୍କ ସମର୍ଥକଙ୍କ ଦସ୍ତଖତ ପରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେଥିପାଇଁ ରଘୁନାଥ ଏକ ବିରାଟ ପଟୁଆରରେ ଖୋର୍ଦ୍ଧା ସହରରୁ ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ। ରଘୁନାଥ ତାଙ୍କର ଶହଶହ ସମର୍ଥକ ଚିଲିକାରୁ ଖୋର୍ଦ୍ଧା ଆସି ଉପଜିଲ୍ଲାପାଳ ଅଫିସ ଅଭିମୁଖେ ଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସିର ନେତା ସହିତ ବହୁ ନିର୍ବାଚନତ ପ୍ରତିନିଧି ଯୋଗ ଦେଇଥିଲେ।

Read More

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ବି ଦୁଇଟି ଆସନରେ ଲଢେଇ କରୁଛନ୍ତି ନବୀନ। ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ। ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ । ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ।

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଏଥର ଆସ୍କା ଲୋକସଭା କ୍ଷେତ୍ରରେ ସର୍ବାଧିକ ମହିଳା ପ୍ରାର୍ଥୀ ଛିଡା କରିଛି। ଦଳର ଯେଉଁ ନାରା ରହିଛି ମହିଳା ଶସକ୍ତିକରଣ ଏବଂ ମହିଳା ସଂରକ୍ଷଣ, ସେ ନେଇ ଦଳ ମାପିଚୁପି କାର୍ଯ୍ୟ କରିଛି। ଯାହାର ପ୍ରମାଣ ମିଳିଛି ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡିର ମହିଳା ପ୍ରାର୍ଥୀ। ଏଥର ବିଜେଡି ଏହି ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିର ମହିଳାଙ୍କୁ ନିର୍ବାଚନ ମଇଦାନରେ ଛିଡା କରିଛି। ଆସ୍କା ଲୋକସଭାପ ସାତଟି ବିଧାନସଭା ମଧ୍ୟରେ କେବଳ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଏବଂ ଛତ୍ରପୁରରୁ ଶ୍ରୀକାନ୍ତ ସାହୁଙ୍କୁ ଛାଡିଦେଲେ ଅନ୍ୟ ଆସନରେ ମହିଳା ପ୍ରାର୍ଥୀ। କବିସୂର୍ଯ୍ୟ ନିଗରରେ ଲତିକା ପ୍ରଧାନ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ, ଆସ୍କାରୁ ମଂଜୁଳା ସ୍ବାଇଁ, ସୋରଡାରୁ ସଂଘମିତ୍ରା ସ୍ବାଇଁ, ସାନକ୍ଷେମୁଣ୍ଡିରୁ ଗୀତାଞ୍ଜଳି ସୁଲକ୍ଷଣା ଦେବୀ। ସେହିପରି ଆସ୍କା ଲୋକସଭା ପାଇଁ ବିଜେଡି ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ରଂଜିତା ସାହୁ। ଏହି ପ୍ରାର୍ଥୀଙ୍କୁ…

Read More

ସମ୍ବଲପୁର: ଧନୁ ସଂକ୍ରାନ୍ତି ପରେ ଏହି ମହିମଣ୍ଡଳରେ ପଦ୍ମ ପ୍ରସ୍ପୁଟିତ ହୁଏ ନାହିଁ। ଏହା ହେଉଛି କଂସ ମହାରାଜାଙ୍କ ଆଦେଶ.. ହାଃ..ହାଃ..। ଏହା ହେଉଛି ଧନୁଯାତ୍ରାରେ କଂସ ମହାରାଜ ଅଭିନୟ କରୁଥିବା ସୁଶୀଲ ମେହେରଙ୍କ ଡାଇଲଗ। ହେଲେ ସେ ଏହି ଡାଇଲଗ ଯେଉଁଠି କହିଲେ ତାହା ଯାତ୍ରା ପେଣ୍ଡାଲ ନ ଥିଲା। ତାହା ଥିଲା ଏକ ନେତ୍ରୀଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ବାସଭବନର ଦୃଶ୍ୟ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ୍ ତୁମ୍ବିତୋଫାନ ହେବାରେ ଲାଗିଛି। କାରଣ କଂସ ଅଭିନେତା କାହିଁକି ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟିବ ନାହିଁ ବୋଲି କହିଲେ। କାରଣ ବିଜେପି ବର୍ତ୍ତମାନ ସାରା ରାଜ୍ୟରେ ଏଥର ପଦ୍ମ ଫୁଟିବ ବୋଲି କହୁଥିବା ବେଳେ କଂସ କଳାକାରଙ୍କ ଏହି ଡାଇଲଗ ସିଧା ରାଜନୀତିକୁ ଯୋଡି ଦେଇଛି। ଗତକାଲି ବରଗଡ ଜିଲ୍ଲା ଅତାବିରା ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ।…

Read More

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରରେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା… ଝାରସୁଗୁଡା: ୪୧.୩ ଡିଗ୍ରୀ ଭୁବନେଶ୍ୱର: ୪୧.୨ ଡିଗ୍ରୀ ସମ୍ବଲପୁର: ୪୦.୬ ଡିଗ୍ରୀ ହୀରାକୁଦ: ୪୦.୪ ଡିଗ୍ରୀ କେନ୍ଦୁଝର: ୪୦ ଡିଗ୍ରୀ ରାଉରକେଲା: ୩୯.୬ ଡିଗ୍ରୀ ବାଲେଶ୍ୱର: ୩୯.୫ ଡିଗ୍ରୀ ପାରାଦୀପ: ୩୪.୭ ଡିଗ୍ରୀ ପୁରୀ: ୩୩.୮ ଡିଗ୍ରୀ ଗୋପାଳପୁର: ୩୨.୪ ଡିଗ୍ରୀ

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର ସଭ୍ୟ କୈଳାଶ ପରିଡା। ଏ ନେଇ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ କୈଳାଶ ପରିଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Read More

ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ। ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ…

Read More

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧ ହେବ। ତାଙ୍କୁ ଖୋର୍ଦ୍ଧା ମାଟିରୁ ବିଦାୟ ଦିଆଯିବ। ଏହିପରି ଏକ ଘୋଷଣା କରିଛନ୍ତି ଖୋର୍ଦ୍ଧା ନେତା କାଳୁ ଖଣ୍ଡାୟତରାୟ। ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମୋର ଟିକେଟ କାଟିଛନ୍ତି। ମୋର ବହୁତ କ୍ଷତି କରାଇଛନ୍ତି। ସେଥିପାଇଁ ମୁଁ ମଧ୍ୟ ତାଙ୍କର କ୍ଷତି କରାଇବି ବୋଲି କହିଛନ୍ତି କାଳୁ। ତେବେ ସେ ଆସନ୍ତା 3 ତାରିଖରେ ଖୋର୍ଦ୍ଧା ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। ଖୋର୍ଦ୍ଧାର ସ୍ବାଭିମାନ ପାଇଁ ଅପରାଜିତାଙ୍କୁ ହଟାଇବା ପାଇଁ ମୁଁ ଏହି ପଦକ୍ଷେପ ଗ୍ରହଣ କଲି ବୋଲି କହିଛନ୍ତି କାଳୁ ଖଣ୍ଡାୟତରାୟ। ତାଙ୍କର ଏପରି ନିଷ୍ପତି ଖୋର୍ଦ୍ଧାରେ ନିଶ୍ଚିତ ବିଜେପି ପାଇଁ ଘାତକ ହେବ ବୋଲି ସ୍ପଷ୍ଟ ହେଲାଣି।

Read More

ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଆସିଛି ବଡ ଖବର। ସେ ଖୁବ ଶିଘ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଆଉ ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରିବେ। ତେବେ ତା ପୂର୍ବରୁ ସେ ବହୁ ସମର୍ଥକଙ୍କ ଗହଣରେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ସମର୍ଥକଙ୍କ ସହିତ ମାଙ୍କ ଦର୍ଶନ କରିବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ଏଥର ସୌମ୍ୟରଂଜନ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। ତେବେ ଦର୍ଶନ ସାରି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ବର୍ତ୍ତମାନ କୌଣସି ଦଳରେ ନାହିଁ। ବିଜେଡି ମୋତେ ବହିସ୍କାର କରିଛି। ତେବେ ଇତି ମଧ୍ୟରେ ବିଜେପି ତରଫରୁ ମୋ ସହିତ ଯୋଗାଯୋଗ କରାଯାଇଛି। ମୋତେ ପ୍ରାର୍ଥୀ କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଘଷିପୁରାରୁ ପ୍ରାର୍ଥୀ ହେବା ପାଇଁ ଏଠାକାର ଲୋକେ ମୋ ଉପରେ ଚାପ ପକାଉଛନ୍ତି। ତେବେ ବିଜେପିର ନିଷ୍ପତିକୁ ଅପେକ୍ଷା…

Read More

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ଏକାମ୍ର ଭୁବନେଶ୍ବରର ବରିଷ୍ଠ ନେତା ଅମୀୟ ଦାଶ। ସେ ଆଜି ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅମୀୟ ୨୦୧୪ରେ ବିଜେପି ଟିକେଟରୁ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ଏହାପରେ ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ଆର୍ବିଭାବ ପରେ ତାଙ୍କର ପତିୟାରାକୁ ଅପରାଜିତା ଖସାଇ ଦେଇ ବାବୁ ସିଂଙ୍କୁ ଆଗକୁ ଆଣିଥିଲେ। ଅପରାଜିତା ୨୦୧୯ ରେ ବାବୁ ସିଂଙ୍କୁ ଟିକେଟ ଦେବା ପରେ ଅମୀୟ ଅସନ୍ତୁଷ୍ଠ ଥିଲେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିଥିଲେ। ହେଲେ ଏଥର ମଧ୍ୟ ଅମୀୟଙ୍କୁ ଟିକେଟ ମିଳିଲା ନାହିଁ। ଅମୀୟଙ୍କୁ ଦଳ ରାଜ୍ୟ ଉପସଭାପତି କରିବା ସହିତ ପୁରୀ ଲୋକସଭା ପାଇଁ ପ୍ରଭାରୀ ଅଛନ୍ତି। ଅନ୍ୟପକ୍ଷରେ ସେ ଦୀର୍ଘବର୍ଷ ଧରି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ହେଲେ ଦଳ ତାଙ୍କୁ ନ ପଚାରିବାରୁ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେଡିରେ…

Read More

ଭୁବନେଶ୍ବର: ପୂର୍ବରୁ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହାଠାରୁ ଆହୁରି ଅଧିକ ହେଲା। ପାଣିପାଗ ବିଭାଗ କହିଥିଲା ଯେ ଓଡିଶାର ତାପମାତ୍ରା ୪୫ ଡିଗ୍ରୀ ହେବ। ହେଲେ ଆଜି ଦିନ ୨ଟା ୩୦ ସୁଦ୍ଧା ଓଡିଶାର ତାପମାତ୍ରା ରେକର୍ଡ ଛୁଇଁ ୪୬ ଡ଼ିଗ୍ରୀ ହୋଇଛି। ଯାହା ଏକ ସର୍ବକାଳିନ ରେକର୍ଡ ବୋଲି କୁହାଯିବ। ଏହି ତାପମାତ୍ରା ବାଲେଶ୍ବର ସହରରେ ହୋଇଥିବାର ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଲା ବାଲେଶ୍ୱର: ୪୬ ଡ଼ିଗ୍ରୀ ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ ଝାରସୁଗୁଡା: ୪୪.୨ ଡ଼ିଗ୍ରୀ ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ ରାଉରକେଲା: ୪୩.୨ ଡ଼ିଗ୍ରୀ ସମ୍ବଲପୁର: ୪୩.୨ ଡ଼ିଗ୍ରୀ କେନ୍ଦୁଝର : ୪୩ ଡ଼ିଗ୍ରୀ ପୁରୀ: ୩୫.୧ ଡ଼ିଗ୍ରୀ ଗୋପାଳପୁର: ୩୩.୬ ଡ଼ିଗ୍ରୀ ପାରାଦୀପ: ୩୩.୬ ଡ଼ିଗ୍ରୀ

Read More

ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ହୋଇ କମ ଭୋଟରେ ହାରିଥିଲେ। ଏଥର ସେ ଟିକେଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଅପରାଜିତା ଷଡଙ୍ଗୀ ତାଙ୍କର ସବୁ ଗଣିତ ଓଲଟପାଲଟ କରିଦେଲେ। କାଳୁଙ୍କୁ ଟିକେଟ ନ ଦେଇ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା। ଯାହାକୁ ନେଇ କାଳୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଦଳ ଛାଡିଛନ୍ତି।

Read More

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସମ୍ବଲପୁର ଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। ସେ ଚାରିସେଟ ନାମାଙ୍କନ ଦାଖଲ କରିଥିବାର ଜଣାପଡିଛି। ତାଙ୍କ ସହିତ ସମ୍ବଲପୁର ଲୋକସଭା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଣବ ମା ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ କରି ପୂଜାପାଠ କରିଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରୀ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି। ସେ କହିଛନ୍ତି ଅଲ ଦ ବେଷ୍ଟ ବବି, ଆଇ ଆମ ସିଓର ୟୁ ଉଇଲ ୟୁଇନ୍।

Read More

ବ୍ରହ୍ନପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଅଫିସକୁ ଯାଇ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ପାଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏହି ଦୁଇ ଲୋକସଭା ଅଧିନରେ ଥିବା ବିଜେଡି ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଜି ହେଲିକାପ୍ଟରରେ ଭୁବନେଶ୍ବରରୁ ଗଂଜାମ ଯାଇଥିଲେ। ସେଠାରେ ସେ ପ୍ରଥମେ ମା ତାରାତାରିଣୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ କିଛି ସମୟ ବିଶ୍ରାମ କରି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Read More

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ହୁହୁ ହୋଇ ବଢୁଚି ତାତି। ଆଜି ସକାଳୁ ସକାଳୁ ଯେପରି ତାପମାତ୍ରା ଅନୁଭବ ହୋଇଥିଲା ତାହା ଅସହ୍ୟ। ସେହିପରି ଆଜିର ଦିନର ତାପମାତ୍ରା ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଆଜି ପାଣିପାଗ ବିଭାଗ ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ ଆଲର୍ଟ ଜାରୀ କରିଛି। ଏହିଦୁଇଟି ସହରରେ ଦିନର ତାପମାତ୍ରା ଶୀର୍ଷକୁ ଛୁଇଁବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା ହେଲାଟ ବାଲେଶ୍ୱର ୪୪.୧ ଡ଼ିଗ୍ରୀ ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ ଝାରସୁଗୁଡା ୪୨.୫ ଡ଼ିଗ୍ରୀ କେନ୍ଦୁଝର ୪୧.୪ ଡ଼ିଗ୍ରୀ ଚାନ୍ଦବାଲି ୪୧.୨ ଡ଼ିଗ୍ରୀ ରାଉରକେଲା ୪୦.୪ ଡ଼ିଗ୍ରୀ ହୀରାକୁଦ ୩୯.୯ ଡ଼ିଗ୍ରୀ ସମ୍ବଲପୁର ୩୯.୮ ଡ଼ିଗ୍ରୀ ପୁରୀ ୩୪.୪ ଡ଼ିଗ୍ରୀ ପାରାଦୀପ ୩୩.୬ ଡ଼ିଗ୍ରୀ ଗୋପାଳପୁର ୩୩.୬ ଡ଼ିଗ୍ରୀ

Read More

ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରୁ ଇସ୍ତଫା ଦେବେ ବିଜେପିର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ଏ ନେଇ ତାଙ୍କ ସମର୍ଥକମାନେ ଖୋଲମଖୁଲା କହିସାରିଲେଣି। ବିଜେପି ଏଥର ତାଙ୍କୁ ବ୍ରଜରାଜନଗରରୁ ଟିକେଟ ନ ଦେଇ ସାଂସଦ ସୁରେଶ ପୂଜାରୀଙ୍କୁ ଦେଇଛି। ଯାହାକୁ ନେଇ ରାଧାରାଣୀ ବେଶ ଉତକ୍ଷିପ୍ତ ହୋଇଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇପାରି ନାହାଁନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ରାଧାରାଣୀ। ସେ କହିଛନ୍ତି ଦଳ ପାଇଁ ମୁଁ ବେଶ ପରିଶ୍ରମ କରିଛି। ହେଲେ ଦଳ ତାହାର ମୂଲ୍ୟ ବୁଝିଲା ନାହିଁ। ବର୍ତ୍ତମାନ ବିଜେଡି ତରଫରୁ ଡକରା ଆସିଛି। କର୍ମୀମାନଙ୍କ ସହିତ ଆଲୋଚନା କରି ନିଷ୍ପତି ନେବି। ତେବେ ରାଧାରାଣୀ ଖୁବଶିଘ୍ର ବିଜେଡିରେ ମିଶିବେ ବୋଲି ଜଣାପଡିଛି। ରାଧାରାଣୀ ୨୦୧୪ ରେ ବ୍ରଜରାଜନଗରର ବିଧାୟିକା ଥିଲେ।

Read More

ଭୁବନେଶ୍ବର: ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କୁ ନେଇ ବର୍ତ୍ତମାନ ଦ୍ବନ୍ଦରେ ତାଙ୍କ କର୍ମି ତଥା ଓଡିଶା ରାଜନୀତି। କାରଣ ତାଙ୍କର ଟିକେଟ କଟିବା ପରେ ସେ ବର୍ତ୍ତମାନ କଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏପରି ଦ୍ବନ୍ଦ ଭିତରେ ଗତକାଲି ତାଙ୍କ ଫେସବୁକରେ କରାଯାଇଥିବା ପୋଷ୍ଟକୁ ନେଇ ହଲଚଲ ସୃଷ୍ଟି ହୋଇଛି। ନୀତେଶଙ୍କ ଫେସବୁକରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର ଦେହ ଅସୁସ୍ଥତା ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିବେ। ସେଥିପାଇଁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି। କିନ୍ତୁ କେଉଁଠି ଇସ୍ତଫା ଦେଲେ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ ସମସ୍ତେ ଭାବି ନେଲେ ଯେ ବିଜେପିରୁ ଇସ୍ତଫା ଦେଲେ। ସେହିପରି ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଆମର ବାମଣ୍ଡା ରାଜପରିବାର ର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ ଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବେ ବୋଲି ଆଶା ଏବଂ…

Read More

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି। କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି। ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି ବୋଲି ସେ ଜନସଭାକୁ କହିଥିଲେ।

Read More

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ସକାଳୁ ୱାର୍ଡ଼ ନଂ ୫୮ ଅଞ୍ଚଳରେ ବ୍ରହ୍ମେଶ୍ୱର ପାର୍କ ରେ ସେ ଲୋକଙ୍କ ଭେଟି ନିଜ ସପକ୍ଷରେ ପ୍ରଚାର କରିଥିଲେ। ପରେ ପାଣ୍ଡବନଗର ଓ ନାଥପୁର ଅଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରି  ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ଅନ୍ୟ ଦଳର ବହୁ ନେତା ବିଜେପିରେ ବାବୁ ସିଂ ଙ୍କ ନେତୃତ୍ୱରେ ମିଶିଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ଡୋର କ୍ୟାମ୍ପନ, ପଥପ୍ରାନ୍ତ ପ୍ରଚାର କରି ବିଜେପିକୁ ବିପୁଳ ଜନସମର୍ଥନ ଦେବା ପାଇଁ ସେ ନିବେଦନ କରିଥିଲେ।

Read More

ଭୁବନେଶ୍ବର: ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌  ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ  ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ  ଦଳ ମାନେ ପର୍ଯ୍ୟାପ୍ତ  ପରିମାଣରେ  ପାନୀୟ ଜଳ ଓ ଓଆରଏସ୍‌ର  ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ  ସୁନିଶ୍ଚିତ  କରିବା ପାଇଁ  ପରାମର୍ଶ ଦେଇଛନ୍ତି ।ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ  ଜିଲ୍ଲାପାଳମାନେ  ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ …

Read More