Author: Samikhsya Bureau

ଭୁବନେଶ୍ବର: ବିଜେଡି ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୂରନ୍ଦର। କେତେବେଳେ କଣ ନିଷ୍ପତି ନେବେ ତାହା ଜାଣିବା ସହଜ ନୁହେଁ। ସେହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତି କରି ସମସ୍ତଙ୍କୁ ଚକିତ କରିଦେଇଛି। ଯେପରି ଅଭିନେତ୍ରୀ ବର୍ଷାଙ୍କୁ ବଡଚଣାରେ ପ୍ରାର୍ଥୀ କରିବା ହେଉ କିମ୍ବା ବହୁ ବିଧାୟକଙ୍କ ଟିକେଟ କାଟିବା ହେଉ। ଏ ସବୁ ଦଳ ବେଶ ଗୋଟି ଚାଳନା କରି ସଫଳ ହୋଇପାରିଛି। ସେହିପରି ଦଳ ଗତକାଲି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଜଣେ ସାମ୍ବାଦିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି। ସେ ହେଉଛନ୍ତି ଭୋଗରେଇ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ। ସେ ହେଉଛନ୍ତି ସମ୍ବାଦ ର ଜଣେ ସାମ୍ବାଦିକ। ବହୁ ବର୍ଷ ଧରି ସେ ସାମ୍ବାଦିକତା କରିବା ପରେ ଦୁଇ ବର୍ଷ ତଳେ ବିଜେଡିରେ ଯୋଗ ଦେଇଛନ୍ତି। ଏହାପରେ ବିଜେଡି ତାଙ୍କୁ ମୁଖପାତ୍ର ଭାବେ…

Read More

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ମଇଦାନ କମ୍ପମାନ ହେବ। କାରଣ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଚାର କରିବା। ଉଭୟ ଗୋଟିଏ ଦିନରେ ଆସୁଥିବାରୁ ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବଢିବାରେ ଲାଗିଛି ରାଜନୈତିକ ପାଣିପାଗ। ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆଜି ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ। ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର…

Read More

ଭୁବନେଶ୍ବର: ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିଜୁ ଜନତା ଦଳ ତାହାର ସଂଗଠନ ସୁଦୃଢ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ନେତାମାନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିବାରେ ଲାଗିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି ତାହା ହେଲା ଦୁଷ୍ମନ୍ତ ଗଡନାୟକ- ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ ଦୀନେଶ ପ୍ରଧାନ- ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ କାଳନ୍ଦୀ ଚରଣ ପ୍ରଧାନ- ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ

Read More

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ। କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀ ରେ ଥିଲେ ପ୍ରଚାର କଭରେଜ କରିବାକୁ ଆସିଥିବା India Today TV ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ। ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ। କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହି ର ମଜ୍ଜା ନେଇ ଥିଲେ ଉଭୟ ପାଣ୍ଡିଆନ ଏବଂ କନୱାଲ। ସମ୍ପୂର୍ଣ ନିରାମିଷ ଖାଦ୍ୟ। ଓଡ଼ିଆଙ୍କ…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଅସନ୍ତୁଷ୍ଠ ନେତାଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ। ତାଙ୍କ ନାମ ଘୋଷଣା ହେବା ପରେ ସେ ନିଜର ଶକ୍ତି ବଢାଇବା ପାଇଁ ଲାଗିପଡିଛନ୍ତି। ଇତି ମଧ୍ୟରେ ତାଙ୍କୁ ଦୃଢ ବିରୋଧ କରୁଥିବା ବିଜେଡି ନେତାଙ୍କ ମାନଭଂଜନ କରିଛନ୍ତି। ବର୍ତ୍ତମାନ ଚିଲିକାର ପ୍ରାୟ ବିଜେଡି ନେତା ରଘୁନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ରଘୁନାଥ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ନ ଥିଲେ। ଫଳରେ ସବୁ ନେତା ସେବେଠାରୁ ରଘୁନାଥଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ହେଲେ ବର୍ତ୍ତମାନ ଦଳର ଚାପ ତଥା ରଘୁନାଥଙ୍କ କ୍ଷମା ପ୍ରାର୍ଥନା ପରେ ସମସ୍ତଙ୍କ ମାନଭଂଜନ କରିବାରେ ରଘୁନାଥ ସକ୍ଷମ ହୋଇପାରିଛନ୍ତି। ଗତ ଶୁକ୍ରବାର ଦିନ ରଘୁନାଥ ବାଲୁଗାଁ ଏନଏସି ର ଦୃଢ ସଂଗଠକ ଶଙ୍କର ପାଇକରାୟଙ୍କୁ ନିଜ ସପକ୍ଷରେ ଆଣିପାରିଛନ୍ତି। ରଘୁନାଥ ତାଙ୍କ ବାସଭବନକୁ…

Read More

ଭୁବନେଶ୍ବର: ଧିରେଧିରେ ସବୁଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲେଣି। ବର୍ତ୍ତମାନ ସୁଦ୍ଧା ବିଜେଡି 144 ବିଜେପି 140 ଏବଂ କଂଗ୍ରେସ 139 ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଫଳରେ ଆଉ ଯାହା ବାକି ରହିଲା ତାହା ହେଲା ବିଜେଡି- 3 ଆସନ ( ଖଣ୍ଡପଡା, ନୀଳଗିରି, କୋରେଇ) ବିଜେପି- 7 ଆସନ ( ବୋଲଗଡ଼ – ବେଗୁନିଆ, କଟକ – ବାରବାଟୀ, ଭଣ୍ଡାରିପୋଖରୀ, ବରୀ, ଭୋଗରାଇ, ନୀଳଗିରି, ଘଷିପୁରା) କଂଗ୍ରେସ- 8 ଆସନ

Read More

ଭୁବନେଶ୍ବର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ ଭୋଗରାଇ- ଗୌତମବୁଦ୍ଧ ଦାସ ଖୋର୍ଦ୍ଧା-  ରାଜେନ୍ଦ୍ର ସାହୁ ବେଗୁନିଆ- ପ୍ରଦୀପ ସାହୁ

Read More

ଭୁବନେଶ୍ବର: ବହୁ ହିସାବ ନିକାସ ପରେ ଆଜି ବିଜେପି ଘୋଷଣା କରିଛି ତାହାର ପ୍ରାର୍ଥୀ ତାଲିକା। ଆଜି ଦଳ ଆଠ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟ। ଜାଣନ୍ତୁ ପୁରା ତାଲିକା ତେଲକୋଇ- ଫକୀରମୋହନ ନାଏକ ଚମ୍ପୁଆ- ମୁରଲି ମନୋହର ଶର୍ମା ବସ୍ତା- ରବିନ୍ଦ୍ର ଅଣ୍ଡିଆ ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି ହିନ୍ଦୋଳ- ସୀମାରାଣୀ ନାୟକ ସାଲେପୁର-ଅରିନ୍ଦମ ରାୟ କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ

Read More

ଭୁବନେଶ୍ବର: ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ। ରାସ୍ତାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ମାନ ଦେଇଥିଲେ। ସଭାରେ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କ ଏପରି ଜୋସ୍‌ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି। ସେମାନେ ଆତ୍ମବିଶ୍ବାସ ହରାଉଛନ୍ତି। ସେମାନେ ବାରମ୍ବାର ଡବଲ ଇଞ୍ଜିନ…

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶାବାସୀ ତାତିରୁ ତ୍ରାହି ପାଇବାର ସମ୍ବାବନା ନାହିଁ। କାରଣ ଲଗାତର ଦୀର୍ଘଦିନ ଧରି ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ଆହୁରି 4 ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳୁ ମଧ୍ୟ ପୂର୍ବଦିନ ପରେ ତାତି ବଢିବାରେ ଲାଗିଛି। ଆଜି ସକାଳ ତାପମାତ୍ରା ଯଦି ବୃଦ୍ଧି ପାଇଛି ତେବେ ଦିନର ତାପମାତ୍ରା ମଧ୍ୟ ଆହୁରି ବଢିବ ବୋଲି ଅନୁମାନ କରାଯାଇସାରିଲାଣି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା.. ତାଳଚେର- ୩୬.୮ ଡିଗ୍ରୀ ବାରିପଦା- ୩୬ ଡିଗ୍ରୀ କେନ୍ଦୁଝର- ୩୪.୮ ଡିଗ୍ରୀ ରାଉରକେଲା- ୩୪.୮ ଡିଗ୍ରୀ ବଲାଙ୍ଗୀର- ୩୪.୮ ଡିଗ୍ରୀ ଭବାନୀପାଟଣା- ୩୪ ଡିଗ୍ରୀ ବାଲେଶ୍ୱର- ୩୪ ଡିଗ୍ରୀ ବୌଦ୍ଧ- ୩୪ ଡିଗ୍ରୀ ଅନୁଗୁଳ- ୩୩.୬ ଡିଗ୍ରୀ ଭୁବନେଶ୍ୱର- ୩୩.୪ ଡିଗ୍ରୀ ଜଗତସିଂହପୁର- ୩୩.୪…

Read More

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି। ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ। ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ…

Read More

ଭୁବନେଶ୍ବର: ଗତକାଲି ଶୁକ୍ରବାରରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଛି। ସେହି ଅନୁସାରେ ରାଜ୍ୟରେ ପ୍ରଥମେ ହେବାକୁ ଥିବା ୪ ଟି ଲୋକସଭା ପାଇଁ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ହେଲା ୩୮। ମୋଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୩୯ ଜଣ। ସେମାନଙ୍କ ମଧ୍ୟରୁ କେବଳ କୋରାପୁଟରେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନେ ୪ ଟି ଲୋକସଭା ମଧ୍ୟରୁ ସର୍ବାଧିକ ପ୍ରାର୍ଥୀ ପତ୍ର ଦାଖଲହୋଇଥିବା ଆସନ ହେଉଛି କୋରାପୁଟ ସଂରକ୍ଷିତ ଆସନ। ଏହି ଆସନରେ ମୋଟ ୧୨ ଜଣ ବୈଧ ପ୍ରାର୍ଥୀ ଅଛନ୍ତି। ସେହିପରି ଅନ୍ୟ ଆସନଗୁଡିକର ସଂଖ୍ୟା ହେଲା ବ୍ରହ୍ମପୁର ୧୧ ଜଣ, ନବରଂଗପୁରରେ ୪ ଜଣ ଏବଂ କଳାହାଣ୍ଡିରେ ୧୧ ଜଣ ବୈଧ ପ୍ରାର୍ଥୀ ରହିଛନ୍ତି। ତେବେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ରହିଛି। ଏହାପରେ ୪ ଟି…

Read More

ଭୁବନେଶ୍ବର: ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳର ଏକ ପ୍ରତିନିଧୀ ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ତୁରନ୍ତ ନିର୍ବାଚନ ଅଧିକାରୀ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି। ବିଜେଡି କହିଛି ଯେ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ତାଙ୍କ ପ୍ରଚାରରେ ସେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଯାହା ନିୟମ ବିରୋଧ। ଧର୍ମେନ୍ଦ୍ର ଗତ 24 ତାରିଖରେ ଆଠମଲିକ ଏନଏସିରେ ପ୍ରଚାର କରୁଥିବା ବେଳେ ତାଙ୍କ ଶୋଭାଯାତ୍ରାରେ ପିଲାମାନେ ଜିନ୍ଦାବାଦ କରିଯାଉଥିଲେ। ନିର୍ବାଚନ ଅଧିକାରୀ ଏହା ଉପରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Read More

ଭୁବନେଶ୍ୱର: ସମ୍ବଲପୁର ମ୍ୟୁନିସିପାଲିଟିର ୪ଜଣ ପୂର୍ବତନ ବିଜେପି କାଉନସିଲର ରତନ ସୁନା, ଗଙ୍ଗାଧର ଷଣ୍ଢ, ବିରେନ୍ଦ୍ର ରାୟ ଓ ଜୟକିଷୋର ଜାଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ୪ଜଣ ବିଜେପି କାଉନସିଲରଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଏହି ବିଜେପି ନେତାଙ୍କ ଯୋଗଦାନ ଫଳରେ ବିଶେଷକରି ସମ୍ବଲପୁରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ୪ଜଣ କାଉନସିଲର ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର…

Read More

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ସ୍ୱାଇଁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ସୋରଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ଶ୍ରୀ ସ୍ୱାଇଁ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର…

Read More

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ ପତ୍ରୀ ଏବଂ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଯାଜ୍ଞସେନୀ ଜେନାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏ ନେଇ ଦଳ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ତେବେ ଏହି ଦୁଇ ନେତା ବିଜେପିରୁ ବହିସ୍କୃତ ହେବା ପରେ ସେମାନେ ଅନ୍ୟ ଦଳରେ ମିଶିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି। ୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି। ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ…

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ନିମିକ୍ଷେତା ପଞ୍ଚାୟତର ତିନି ଥରର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଅଞ୍ଜଳି ସ୍ବାଇଁଙ୍କ ସମେତ ଚାଷଙ୍ଗରା, ନିମାଇଁମଲ୍ଲ, ଓସ୍ତାପଲ୍ଲି,ବୀରପାଟଣା, ବେଲପଡ଼ା, ପରିଛାପଦରର ବିଜେପିର ବହୁ ଆଗଧାଡିର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସମସ୍ତ କାର୍ଯ୍ୟକର୍ତାଙ୍କୁ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଦଳୀୟ ଉତ୍ତରୀୟ ଦେଇ ବିଜେଡି ପରିବାରକୁ ସ୍ୱାଗତ କରିଥିଲେ। ଉକ୍ତ ମିଶ୍ରଣ ପର୍ବରେ ବିଜେଡି ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ବ୍ଲକ ମହିଳା ସଭାପତି ଅମ୍ରିତା ବେହେରା, ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି…

Read More

ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟରୁ ତାପମାତ୍ରା ଖସିବାର ନାଁ ଧରୁ ନାହିଁ। ଏପରି ଅବସ୍ଥା ହୋଇଛି ଯେ, ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ୪୪.୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ବୌଦ୍ଧ ରେ ୪୪.୫ ଡିଗ୍ରୀ ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୨ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ସେହିପରି ୩୨ ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ…

Read More

ଭୁବନେଶ୍ବର: ଆଜି ଓଡିଶା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ମେ ୨୦ ତାରିଖ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡିଶାର ପାଞ୍ଚଟି ଲୋକସଭା ଏବଂଏହା ଅଧିନରେ ଥିବା ବିଧାନସଭାଗୁଡିକରେ ନିର୍ବାଚନ ହେବ। ଯେଉଁ ଲୋକସଭାଗୁଡିକରେ ନିର୍ଗୁବାଚନ ହେବ ସେଗୁଡିକ ହେଲା ବରଗଡ, ସୁନ୍ଦରଗଡ, ବଲାଙ୍ଗୀରି, କନ୍ଧମାଳ ଏବଂ ଆସିକା। ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମେ 3 ତାରିଖ। ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ 4 ତାରିଖରେ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ 6 ତାରିଖ। ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବ।

Read More

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ଗୋରୁ ଟ୍ରକକୁ ଜବତ କରାଯାଇଛି। ଏଥିରେ ୫୬ଟି ଗାଈ ଗୋରୁ ଓ ବାଛୁରୀ ଥିବାର ଜଣାପଡିଛି। ଏସବୁ ହାଇଦ୍ରାବାଦ ଚାଲଣ କରାଯାଉଥିବା ବୋଲି ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ଟ୍ରକକୁ ଜବତ କରିଛି। ଘଟଣାରୁ ପ୍ରକାଶ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଇଗୋରୁ ରାତିରେ ବିଶ୍ରାମ ନେଉଥିବା ବେଳେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଚୋରାଇ ନେଇ ବାହାର ରାଜ୍ୟକୁ ଚାଲଣ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ, ସଦସ୍ୟ, ବଜରଙ୍ଗ ଦଳ, ଗୋ ସୁରକ୍ଷା ବାହିନୀ ର କର୍ମକର୍ତ୍ତା ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଏହି ଗାଈଗୋରୁ ଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ…

Read More