ଭୁବନେଶ୍ବର: କଟକ ବାରବାଟୀ ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଧୋସ। ଏ ନେଇ କଟକରେ ଚାଲିଛି ଗୁପ୍ତ ବୈଠକ। ତେବେ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନ ଥିବାରୁ ଏହି ଚର୍ଚ୍ଚା ବଢିଛି। ସେ କଟକ ପାଇଁ ଏକ ଯୁବ ଚେହେରା ଭାବେ ଭଲ ଭୋଟ ହାସଲ କରିବେ ବୋଲି ଅନେକ ଆଶା କରିଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ, ଏହି ସୋଫିଆ ଫିର୍ଦ୍ଦୋସ କିଏ? ସେ ହେଉଛନ୍ତି କଟକ ବାରବାଟୀର ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଯିଏ ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି। ମୋକିମ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇପଡିବା ପରେ ତାଙ୍କର ନିର୍ବାଚନ ଲଢିବା ଆଶା ମଉଳି ଯାଇଛି। ଫଳରେ ତାଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି। ଏ ନେଇ ମହମ୍ମଦ ମୋକିମ ତାଙ୍କର କଟକ ବାସଭବନରେ ଏକ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳର ବିଜୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୋଡି ଶଙ୍ଖ ହେଉଛି ଓଡିଶାର ପରିଚୟ। ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ ବୋଲି ମତଦେଇ ସେ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ। ସେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହିଆସିଛି। ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର…
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଆଉ ମାତ୍ର ଛଅଟି ଆସନ ରହିଲା। ଶେଷ ଘୋଷଣାରେ ନବୀନ ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ହେଲେ ଏହା ପୂର୍ବରୁ ସେ ତିନିଥର ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତେବେ ନବୀନ କଣ ପାଇଁ ୯ ପରି ଏକ ଅଛିଣ୍ଡା ଅଙ୍କର ତାଲିକା ଘୋଷଣା କଲେ। ପ୍ରଶ୍ନ ଉଠିଛି ଯେ, କଣ ନବୀନଙ୍କ ପାଇଁ ୯ ଅଙ୍କ ଶୁଭକର କି ? ଶୁଣାଯାଏ ଯେ, ନବୀନ ପଟ୍ଟନାୟକଙ୍କୁ କୁଆଡେ ଏହି ନିର୍ବାଚନ ୯ ଅଙ୍କ ଶୁଭକର। ସେଥିପାଇଁ ସେ ୯ କିମ୍ବା ଅଛିଣ୍ଡା ଅଙ୍କର ପ୍ରାର୍ଥୀ ଘୋଷଣା କରୁଛନ୍ତି। କୌଣସି ଜ୍ୟୋତିଷ କିମ୍ବା ସଂଖ୍ୟା ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି ତାହା ଜଣାପଡି ନାହିଁ। ହେଲେ ନବୀନ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପ୍ରାର୍ଥୀ ତାଲିକା ଦେଖିଲେ…
ଭୁବନେଶ୍ବର: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ। ସେଥିପାଇଁ ବିଜୁ ଜନତା ଦଳ ତରଫରୁ ଜୋରଜାର ପ୍ରସ୍ତୁତି କରିଛି। ଏହି ପ୍ରଚାର ବେଳେ ନବୀନ ଆସ୍କା ଓ ବ୍ରହ୍ମପୁର ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ ଆସନ୍ତାକାଲି ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ।
ଭୁବନେଶ୍ୱର: ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲା ବାସିନ୍ଦା ଯୁବ ସଂଗଠକ ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ବାଇଁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି। ଚିଲିକାର ଅନ୍ୟତମ କଂଗ୍ରେସ ନେତ୍ରୀ ମିନାକ୍ଷୀଙ୍କ ସମର୍ଥକମାନେ ଆସି କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। ସେମାନେ ଦାବୀ କରିଛନ୍ତି ଯେ, ପ୍ରଦୀପ ବହୁ ବର୍ଷ ଧରି ସଂଗଠନ ସହ ନାହିଁ। ଏପରି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରଦୀପଙ୍କୁ ଟିକେଟ ଦେଇଥିଲା। ହେଲେ ସେତେବେଳେ ସେ ପୋଷ୍ଟରଟିଏ ମଧ୍ୟ ମାରି ନ ଥିଲେ। ଏପରିକି ବୁଥରେ ଏଜେଣ୍ଟ ମଧ୍ୟ ଦେଇ ନ ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଳ ଶିଘ୍ର ପରିବର୍ତ୍ତନ କରୁ ବୋଲି ମିନାକ୍ଷୀ ପ୍ରଧାନଙ୍କ ସମର୍ଥକ କହିଛନ୍ତି। ଯଦି ତାହା ନ ହୁଏ ତେବେ ଆମେ ବିରଳ୍ପ ରାସ୍ତା ଦେଖୁ ବୋଲି ସେମାନେ ଧମକ ଦେଇଛନ୍ତି।
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ସବୁଦିନିଆ ପରି ନ ଥିଲା। କାରଣ ଉଭୟ ନେତା ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିଥିଲେ। ଯାହାକୁ ଦେଖି ସେଠାରେ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଘଟଣାଟି ହେଲା ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏକ ନୀଳ ଲୁଙ୍ଗି ପିନ୍ଧି ହାତରେ ଯୋଡି ଶଙ୍ଖ ଧରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ପ୍ରଚାର କରୁଛନ୍ତି ବୋଲି କଟାକ୍ଷ କରିିଥିଲେ। ଏହାର ଜବାବ ଦେବା ପାଇଁ ଆଜି ସସ୍ମିତ ଏବଂ ସ୍ବୟଂ ପ୍ରକାଶ ଲୁଙ୍ଗି ପିନ୍ଧି…
ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ ଚାଲିଶ ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରର 13 ଜଣ ନେତା ଥିବା ବେଳେ ଅନ୍ୟ ସମସ୍ତେ ରାଜ୍ୟ ନେତା ଅଛନ୍ତି। ତେବେ ଏହି ତାଲିକା ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ରାଜନାଥ ସିଂହ ଏବଂ ଅମିତ ସାହା ଅଛନ୍ତି। ସେହିପରି ଓଡିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ। ଚଳଚିତ୍ର ତାରକା ମଧ୍ୟରେ ଦଳ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସଙ୍କୁ ଷ୍ଟାର ପ୍ରଚାରକ କରିଛି।
ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ ବ୍ୟବସାୟ କୌଶଳ ସମ୍ପର୍କରେ ଅଧ୍ୟୟନ ସହ ଓଡ଼ିଶାରେ ନିଜ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଏହାକୁ କାର୍ଯ୍ୟକାରୀ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରିବା, ଏଚଏଚଜିଗୁଡିକୁ ଏମ୍ଏସ୍ଏମ୍ଇରେ ପରିଣତ କରିବା ପାଇଁ ତୃଣମୂଳସ୍ତରର ମିଶନଶକ୍ତି ମହିଳାଙ୍କ ନେତୃତ୍ୱର ଅନେକ ପ୍ରତିନିଧିଙ୍କୁ ଦୁବାଇ ପଠାଯାଇଥିଲା। ତେବେ ମିଶନ ଶକ୍ତିର…
ଭୁବନେଶ୍ବର: ବଡଚଣା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ଚିନ୍ତାରେ ବିଜେଡି। କାରଣ ବର୍ଷା ସେହି ଅଞ୍ଚଳର ହୋଇ ନ ଥିବା ବେଳେ ଅମର ଶତପଥୀଙ୍କ ପରି ଟାଣୁଆ ନେତାଙ୍କ ଟିକେଟ କଟିଛି। ଯାହାକୁ ନେଇ ଅମରଙ୍କ ସମର୍ଥକମାନେ ବେଶ ଅସନ୍ତୁଷ୍ଠ ହୋଇପଡିଛନ୍ତି। ତେବେ ସେଥିରେ ତାଳି ପକାଇବା ପାଇଁ ଆଜି ବିଜେଡି ଶଙ୍ଖ ଭବନରେ ଏକ ରୁଦ୍ଧ ଦ୍ବାର ବୈଠକ କରିଛି। ସେଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ବଡଚଣାର ଅନ୍ୟତମ ଆଶାୟୀ ରାଜନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଏଥିରେ ବର୍ଷା କିପରି ଅଧିକ ଭୋଟରେ ବିଜୟ ଲାଭ କରିବେ ସେ ନେଇ ଆଲୋଚନା ହୋଇଥିଲା।
ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ। ସେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ସହିତ ସମସ୍ତ ପଦପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ରାସେଶ୍ବରୀ ସମ୍ବଲପୁରର ଏଥର ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହାକୁ ଦଳ ଗ୍ରହଣ କଲା ନାହିଁ। ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟା ଏବଂ ପରବର୍ତ୍ତି ସମୟରେ ପ୍ରାର୍ଥୀ ବଦଳାଇ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଯାହାକୁ ନେଇ ସେ ଅସନ୍ତୁଷ୍ଠ ବୋଲି ଜଣାପଡିଛି। ରାସେଶ୍ବରୀ 2014 ରୁ 2019 ପର୍ଯ୍ୟନ୍ତ ସମ୍ବଲପୁରର ବିଜେଡି ବିଧାୟିକା ଥିଲେ। ହେଲେ 2019 ରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କଠାରୁ ହାରିଯାଇଥିଲେ। ଏଥର ସେ ଜୟନାରାୟଣଙ୍କୁ ପୁଣି ଟକ୍କର ଦେଇଥାଆନ୍ତେ ବୋଲି ଭାବି ଥିଲେ। ହେଲେ ବିଜେଡି ତାଙ୍କୁ ଟିକେଟ ନ ଦେଇ ରୋହିତଙ୍କୁ ପ୍ରାର୍ଥୀ…
ଭୁବନେଶ୍ବର: ଦୀର୍ଘ ପଚିଶ ବର୍ଷ ଧରି ରାଜ୍ୟସରକାର କେବଳ ଏଲୋପାଠୀକ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉର୍ଣ୍ଣତି ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟରେ ଥିବା ଚାରୋଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ଏବଂ ଏହାର ଅଭାବ ଯୋଗୁଁ ରାଜ୍ୟରେ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ରେ ଅଧପତନ ସହିତ ବାରମ୍ବାର ସ୍ନାତକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି । ରାଜ୍ୟରେ ପ୍ରତିବର୍ଷ ଦୁଇଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ହୋମିଓପ୍ୟାଥିକ ସ୍ନାତକ ଡିଗ୍ରୀ ହାସଲ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ରାଜ୍ୟରେ ପିଜି ପଢିବା ପାଇଁ ରାଜ୍ୟ ରେ ସୁଯୋଗ ସୃଷ୍ଟି କରାଯାଇନାହିଁ।ଅନ୍ୟାନ୍ୟ ରାଜ୍ୟରେ ଆୟୁଷସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ର ଉର୍ଣ୍ଣତି ପରିଲକ୍ଷିତ ହେଉଥିବା ବେଳେ ଆମ ରାଜ୍ୟ ସରକାର ପ୍ରଚେଷ୍ଟା କରୁନଥିବା ଅଭିଯୋଗ କରି ଓଡ଼ିଶା ଆୟୁଷ ବିକାଶ ପରିଷଦ…
ଭୁବନେଶ୍ବର: ଏଥର ଯୋଡି ଶଙ୍ଖ। ଗୋଟିଏ ଏମପି ପାଇଁ ଗୋଟିଏ ଏମଏଲଏ ପାଇଁ। ଆପଣମାନେ ଆର୍ଶିବାଦ କରନ୍ତୁ। ଧନ୍ୟବାଦ। ଏହା କହି ହାତରେ ଧରିଥିବା ଦୁଇଟି ଶଙ୍ଖ ଚିତ୍ରକୁ ଉପରକୁ ଟେକି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସିବା ଏବଂ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ ନବୀନ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଲେଣି। ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ବର ସହିତ ସ୍ବର ମିଳାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ପ୍ରଥମେ ଜୟ ଜଗନ୍ନାଥ କହିଛନ୍ତି। ଏହାପରେ ସେ କହୁଛନ୍ତି ଯେ, ଆସନ୍ତା 24 ତାରିଖରେ ନବୀନବାବୁ ପ୍ରଚାରରେ ହିଞ୍ଜିଳି ଆସୁଛନ୍ତି। ଏଥର ଯୋଡି ଶଙ୍ଖ, ଥରେ ଏମପି ପାଇଁ ଥରେ ଏମଏଲଏ ପାଇଁ, ଆର୍ଶିବାଦ କରନ୍ତୁ। ଆସନ୍ତାକାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକୁ ପ୍ରଚାର କରିବାକୁ ଯିବେ। ସେଠାରେ ସେ ଏକ ବଡ ଜନସମାବେଶକୁ ସମ୍ବୋଧନ କରିବେ।…
ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୪ ଜଣ ବିଧାୟକଙ୍କ ଟିକେଟ କାଟିବା ସହିତ ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଏହି ସପ୍ତମ ତାଲିକାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ଏକମାତ୍ର ବିଧାୟକ ଯାହାର ଟିକେଟ କଟି ନାହିଁ। ତାଙ୍କୁ ଛାଡିଦେଲେ ଏଥର ବିଜେଡି ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଯେଉଁମାନଙ୍କର ଟିକେଟ କଟିଛି ସେମାନେ ହେଲେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୂଦା ଏରସମାର ରଘୁନନ୍ଦନ ଦାସ, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରଣ୍ଡି। ତେବେ ସୁଦାମ ମାରାଣ୍ଡିଙ୍କୁ ଦଳ ଏଥର ଟିକେଟ ନ ଦେଇ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ହେଲେ ଅନ୍ୟମାନଙ୍କ ସଂପୂର୍ଣ୍ଣ ରୂପେ ନିର୍ବାଚନ ମଇଦାନରୁ ଦୂରେଇ ଦିଆଯାଇଛି। ତେବେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ସପ୍ତମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ନବୀନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଭରସା କରି କାକଟପୁରରୁ ପ୍ରାର୍ଥୀ କରିଛନ୍ତିଯ ଏଥର ମାତ୍ର ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ ହିନ୍ଦୋଳ- ମହେଶ ସାହୁ ରଘୁନାଥପଲ୍ଲୀ- ଅର୍ଚ୍ଚନା ବେହେରା ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା କାକଟପୁର- ତୁଷାରକାନ୍ତି ବେହେରା ବାଙ୍ଗିରପୋଷି- ରଂଜିତା ମାରାଣ୍ଡି ବରୀ- ବିଶ୍ବରଂଜନ ମଲ୍ଲିକ
ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେବ ପ୍ରଚାର। ସେଥିପାଇଁ ସବୁ ଦଳ ବର୍ତ୍ତମାନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେଥିପାଇଁ ବିଜୁ ଜନତା ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବେ ମଇଦାନକୁ। ଆସନ୍ତା 24 ତାରିଖରେ ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ। ଏହି ପ୍ରଚାର ବେଳେ ନବୀନ ଆସ୍କା ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ। ଏଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି।
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ…
ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ। ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମାତା ଶ୍ରୀମତୀ ନଳିନୀ ପ୍ରଭା ଷଡଙ୍ଗୀଙ୍କ ଗତକାଲି ରାତ୍ରିରେ ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀ ଜଣେ ସରଳ, ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ କ୍ୟାପିଟାଲ ହସ୍ପିଟାଲ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ବର୍ଗତ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଶବରୀ ସାଂସ୍କୃତିକ ସଂସଦର ହୃଦୟ ରଞ୍ଜନ ଶତପଥୀ, ଯୁଗ୍ମ ସମ୍ପାଦକ ଶ୍ରୀ ନୀଳମାଧଵ ଦାସ, କୋଷାଧ୍ୟକ୍ଷ ଶ୍ରୀ ଯଶୋବନ୍ତ ଜେନା, ଆଚାର୍ଯ୍ୟ…
ଭୁବନେଶ୍ବର: ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ କରିଛିନ୍ତି। ତାହା ହେଲା ଯେ, ସମ୍ବଲପୁର ବିଧାନସଭାର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ। ବିଜେଡି କହିଛି ଯେ, ଜୟନାରାୟଣ ତାଙ୍କ ନିର୍ବାଚନ ସଭାରେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଗତକାଲି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଜୟନାରାୟଣ ଏକ ବୈଠକ ଡାକିଥିଲେ। ସେଥିରେ ଲୋକ ନ ହେବାରୁ କେତେକ ପିଲାଙ୍କୁ ଡାକି ଚଉକି ଭର୍ତ୍ତି କରିଥିଲେ। ବର୍ତ୍ତମାନ ପ୍ରବଳ ତାତି ପ୍ରବାହିତ ହେଉଥିବା ବେଳେ ପିଲାମାନଙ୍କୁ ଜୟନାରାୟଣ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିବା ଆଚରଣ ବିଧି ଉଲ୍ଲଘଂନ ବୋଲି ଦଳ କହିଛି। ଏ ନେଇ ଦଳ ଏକ ଫଟୋ ମଧ୍ୟ ଅଭିଯୋଗ ପତ୍ର ସହିତ ଦାଖଲ କରିଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।

