Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ
ଆଜିର ଖବର

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Special Story on International Tiger Day 2026
Special Story on International Tiger Day 2026

ଭୁବନେଶ୍ଵର: ଜଙ୍ଗଲର ଅଧିପତି, ପ୍ରକୃତିର ପ୍ରହରୀ, ଜୈବ ବିବିଧତାର ଅନ୍ୟତମ ରକ୍ଷକ ମହାବଳ ବାଘ। ତା’ର ଗୋଟିଏ ଗର୍ଜନରେ କମ୍ପି ଉଠେ ସମଗ୍ର ଅରଣ୍ୟ, ଆଉ ତା’ର ଉପସ୍ଥିତି ହିଁ ଜଙ୍ଗଲର ସୁସ୍ଥ ପରିବେଶର ପରିଚୟ ବହନ କରେ। ଏହି ଅମୂଲ୍ୟ ବନ୍ୟପ୍ରାଣୀର ସୁରକ୍ଷା ଓ ସଂରକ୍ଷଣ ପ୍ରତି ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୨୯କୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ବିଲୁପ୍ତପ୍ରାୟ ବାଘଙ୍କ ସୁରକ୍ଷା, ସେମାନଙ୍କ ବାସସ୍ଥଳୀର ସଂରକ୍ଷଣ ଏବଂ ମଣିଷ ଓ ବନ୍ୟଜୀବ ମଧ୍ୟରେ ସହଅସ୍ତିତ୍ୱର ସନ୍ଦେଶ ପ୍ରସାର କରିବା। ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ଆଜି ବିଶ୍ୱ ପାଇଁ ଏକ ପ୍ରେରଣା। ୧୯୭୩ ମସିହାରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଟାଇଗର’ ବିଶ୍ୱର ସବୁଠୁ ସଫଳ ବନ୍ୟପ୍ରାଣୀ ସଂରକ୍ଷଣ ଅଭିଯାନ ମଧ୍ୟରୁ ଅନ୍ୟତମ। ଫଳରେ ବିଶ୍ୱର ମୋଟ ବାଘ ସଂଖ୍ୟାର ୭୫ ପ୍ରତିଶତରୁ ଅଧିକ ବାଘ ଆଜି ଭାରତର ଜଙ୍ଗଲରେ ସୁରକ୍ଷିତ ଭାବେ ବାସ କରୁଛନ୍ତି।

ବ୍ୟାଘ୍ର ସଂରକ୍ଷଣ ସଫଳତାରେ ଓଡ଼ିଶାର ଅବଦାନ ମଧ୍ୟ ଗର୍ବର ବିଷୟ। ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ହେଉଛି ପୃଥିବୀର ଏକମାତ୍ର ସ୍ଥାନ, ଯେଉଁଠାରେ ଦୁର୍ଲଭ ମେଲାନିଷ୍ଟିକ ବା ‘କଳା ବାଘ’ ଦେଖିବାକୁ ମିଳନ୍ତି। ଜିନଗତ ପରିବର୍ତ୍ତନ ଯୋଗୁଁ ଶରୀରରେ ଘନ କଳା ଡୋରା ଥିବା ଏହି ବିରଳ ମହାବଳମାନେ ଆଜି ଓଡ଼ିଶାର ବନ୍ୟସମ୍ପଦର ଅମୂଲ୍ୟ ପରିଚୟ। ସେହିପରି ସାତକୋଶିଆ ସମେତ ରାଜ୍ୟର ଅନ୍ୟାନ୍ୟ ବନାଞ୍ଚଳରେ ବାଘ ବଂଶ ବୃଦ୍ଧି ଏବଂ ସେମାନଙ୍କ ସୁରକ୍ଷିତ ବାସସ୍ଥଳୀ ଗଢ଼ି ତୋଳିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।

“ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ, ଜଙ୍ଗଲ ବଞ୍ଚିଲେ ପୃଥିବୀର ଜୀବନଧାରା ଓ ପରିବେଶ ସୁରକ୍ଷିତ ରହିବ”। ଏହି ବାର୍ତ୍ତାକୁ ନେଇ ଭୁବନେଶ୍ୱରର ଜୟଦେବ ଭବନରେ ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକପ୍ରିୟ ପାରମ୍ପରିକ ବାଘ ନାଚ ମଧ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେହିପରି ଚିତ୍ରକଳା ମାଧ୍ୟମରେ ବ୍ୟାଘ୍ର ସଂରକ୍ଷଣର ବାର୍ତ୍ତା ପହଞ୍ଚାଇବାକୁ ୧୫ ଜଣ ବିଶିଷ୍ଟ ଚିତ୍ରଶିଳ୍ପୀ ଅଙ୍କନ କରିଥିଲେ ଆକର୍ଷଣୀୟ ଓ ପ୍ରେରଣାଦାୟୀ ଚିତ୍ର।

International Tiger Day 2026 ଜୟଦେବ ଭବନ ବାଘ ପାଇଁ ଦିନଟିଏ ଭୁବନେଶ୍ୱର ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026
Latest News

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.