ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡା ନିଜ ବହୁ ସରପଂଚ, ନେତା ଓ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଧଡାଙ୍କ ସମେତ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଉପାଧ୍ୟକ୍ଷ ବାସନ୍ତୀ ପତି, କୋଚିଆକୋଇଲି ଗ୍ରାମ ପଂଚାୟତ ସରପଂଚ ଯଶୋଦା ଶିଅଳ, ପଣ୍ଡାସୁଣୀ ଗ୍ରାମ ପଂଚାୟତ ସରପଂଚ ପରକ୍ଷୀତ ମାଝୀ, କୁରୁଡା ସରପଂଚ ମିନତୀ ସେଠୀ, ଚିତଳ ସରପଂଚ ଗଜେନ୍ଦ୍ର ମହାଳିକ, ବାହାନଗା ସମିତିସଭ୍ୟ ସରୋଜ କୁମାର ରାଉତ, କୋଚିଆକୋଇଲି ସମିତିସଭ୍ୟ ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ।
Author: Samikhsya Bureau
ଭୁୁବନେଶ୍ୱର: ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି। ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଆଜି ବିଜେପି ତରଫରୁ ପୂର୍ବତନ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଛିଡା ହେବାର କାରଣ ହେଲା ଯେ, ଜିତିବା ପରେ ଗୋଟିଏ ଆସନ ପାଣ୍ଡିଆନଙ୍କୁ ଲଢେଇ କରିବା ପାଇଁ ଦେବେ। ବର୍ତ୍ତମାନ ବିଜେଡିର ଦ୍ବିତୀୟ ନମ୍ବର ନେତା ହେଇଛନ୍ତି ପାଣ୍ଡିଆନ। ସେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାର ଦ୍ବିତୀୟ ନମ୍ବରରେ ଅଛନ୍ତି। ଭବିଷ୍ୟତରେ ପାଣ୍ଡିଆନ ବିଜେଡି ମଙ୍ଗ ସମ୍ଭାଳିବା ପାଇଁ ନବୀନ ଏପରି କରିଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏହାର ଜବାବ ଦେବାକୁ ଯାଇ ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ…
ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କରିଛନ୍ତି ନିର୍ବାଚନ ଅଧିକାରୀ। ଆଜି ପାଣ୍ଡିଆନ ଉମରକୋଟ ଗସ୍ତ ବେଳେ ଏହି ଯାଞ୍ଚ କରାଯାଇଥିବାର ଜଣାପଡିଛି। ତେବେ ସେତେବେଳେ ପାଣ୍ଡିଆନ ସେହି ହେଲିକାପ୍ଟରରୁ ଓହ୍ଲାଇ ସଭା ମଞ୍ଚକୁ ଚାଲିଯାଇଥିଲେ। ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ପହଞ୍ଚି ବହୁ ସମୟ ଧରି ଯାଞ୍ଚ କରିଥିଲେ। ହେଲିକାପ୍ଟରର ସିଟଠାରୁ ଆରମ୍ଭ କରି ଭିତରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ହେଲେ ସେମାନେ କୌଣସି ଜିନିଷ ପାଇ ନ ଥିବାର ଜଣାପଡିଛି।
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ…
ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବାହାରିବ। ତେବେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ର ଅନୁସାରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନରେ ମୋଟ ୩୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୭୫ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଓଡିଶାର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳି…
ଭୁବନେଶ୍ବର: କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ରାହୁଳ ଗାନ୍ଧୀ। ଆସନ୍ତା 28 ତାରିଖରେ ସେ ଦିନିକିଆ ପ୍ରଚାରରେ ଓଡିଶା ଆସୁଛନ୍ତି ବୋଲି କଂଗ୍ରେସ କହିଛି। ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ଯେ, ରାହୁଳ ଗାନ୍ଧୀ ଭୁବନେଶ୍ବର ପହଞ୍ଚିବା ପରେ ସାଲେପୁର ଯିବେ। ସାଲେପୁରରେ କଂଗ୍ରେସ ଏକ ବିରାଟ ଆୟୋଜନ କରିଛି। ସେଠାରେ ରାହୁଳ ଗାନ୍ଧୀ ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ। ଏହାପରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଲୋକଙ୍କ ଉତ୍ସାହ ଦେଖି, ସେମାନଙ୍କ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି। ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କମ୍ ମତଦାନ ଭାରତୀୟ ଜନତା ପାର୍ଟିକୁ ନିଜର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଏପର୍ଯ୍ୟନ୍ତ ନିରବ ଥିବା ପ୍ରସଙ୍ଗକୁ ନେଇ ଦଳର ଜାତୀୟ ଅଭିଯାନ ଅଧିକ ପ୍ରଭାବିତ ହେଉଛି। ଏପ୍ରିଲ ୧୯ରେ ଦେଶର ୧୦୨ଟି ଲୋକସଭା ଆସନରେ ମତଦାନ ହୋଇଛି। ଏହି ୧୦୨ଟି ଆସନରେ ୪ ପ୍ରତିଶତ ମତଦାନ କମ୍ ହୋଇଥିବାବେଳେ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି ମାମଲା ମୁଖର ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜସ୍ଥାନର ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୁରୁଣା ଶୈଳୀରେ ମୁଖ୍ୟ ପ୍ରସଙ୍ଗ ଉପରେ କହିବା ଆରମ୍ଭ କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୁସଲମାନ, ରାମନବମୀ ଏବଂ କଂଗ୍ରେସର ତୁଷ୍ଟୀକରଣ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବିଜେପିର ଶୀର୍ଷ ନେତାମାନେ ବିଗତ ୫ ବର୍ଷ ଧରି ‘ବିକଶିତ ଭାରତ’, ‘୪୦୦ ପାର୍’ ଏବଂ ‘ତୃତୀୟ ବୃହତ୍ତମ ଅର୍ଥନୀତି’ ସ୍ଲୋଗାନରେ ଲୁଚି…
ଭୁବନେଶ୍ବର: ଚଳିତ ଗ୍ରୀଷ୍ମ ଋତୁ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ। ଏହି ଶିବିରରେ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର…
ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବିହିତ ପଦକ୍ଷେପ। ସେହି ଅନୁସାରେ ଆଜି ରାଜ୍ୟ ସରକାର ଜାରୀ କରିଛନ୍ତି ଏକ ବିଜ୍ଞପ୍ତି। ଏତିରେ ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ Z ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ Y ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର Z ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯିବ।
ଭୁବନେଶ୍ବର: ଆଜି ବଲାଙ୍ଗିର ଲୋକସଭା କ୍ଷେତ୍ର ସୋନପୁରରେ ଗର୍ଜନ କରିଛନ୍ତି ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ସେ ଭରପୁର ଜନସମାବେଶରେ ଏଥର ଓଡିଶାରେ ବିଜେପି ସରକାର ଆସିବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଓଡିଶାରୁ 20 ରୁ ଅଧିକ ବିଜେପି ଲୋକସଭା ପ୍ରାର୍ଥୀ ଜିତିକି ଯିବେ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ଶାହ ଭାଷଣରେ ସେ ନବୀନ ପଟ୍ଟନାୟକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡିଶାରୁ ନବୀନ ସରକାରକୁ ଉପାଡି ଦେଇ ବିଜେପି ସରକାର ଆଣ ଦେଖିବ ରାଜ୍ୟର କିପରି ବିକାଶ ହେଉଛି। ସେହିପରି ଓଡିଶାର ବିକାଶ ଦିଗରେ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଓଡିଶାର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ଏଠାରେ କଳକାରଖାନା ହେବ। ଓଡିଶାର ଲୋକେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ। ସେହିପରି…
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅର୍ଥାତ ଆକାଶରୁ ଖସିବ ଅଗ୍ନି ବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ରଚଣ୍ଡ ତାତି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ତେବେ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରିକରିଛି। ସେଗୁଡିକ ହେଲା ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲା। ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ରହିଛି। ୨୮ ଓ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ପ୍ରବଳ ତାତି ପ୍ରବାହିତ ହୋଇଛି। ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ବର।…
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁର ରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଉଭୟ ସଭାରେ ଅନେକ କଂଗ୍ରେସ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏପରିକି ମା ମାନଙ୍କୁ ଆମେ ଦୁବାଇ ପଠାଉଛୁ। ତାକୁ ବି ସେମାନେ ସହିପାରୁ ନାହାନ୍ତି। ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। ଜନତା ତାଙ୍କୁ…
ସମ୍ବଲପୁର: ଗତକାଲି ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ବିନୋଦ ପଶାୟତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଆଜି ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ” ସମ୍ବଲପୁର ମାଟିର ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ବିନୋଦ କୁମାର ପଶାୟତଙ୍କୁ ଭେଟି ସମ୍ବର୍ଦ୍ଧିତ କରିବାର ସୌଭାଗ୍ୟ ମିଳିଲା। ଶ୍ରୀ ପଶାୟତଙ୍କ ଓଜସ୍ବୀ ସାହିତ୍ୟ ସର୍ଜନା ସାରା ଦେଶରେ ଆମ ମାଟିର ଯଶକୁ ବଢ଼ାଇଛି। ସେ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ତାଙ୍କ ରଚନା ଆମ ସମାଜକୁ ଆହୁରି ପ୍ରେରଣା ଯୋଗାଉ, ମା’ ସମଲେଶ୍ୱରୀଙ୍କ ନିକଟରେ ଏତିକି ପ୍ରାର୍ଥନା।’
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା 16 ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଲେଉଟିବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଅଟୋଟି ଚଣ୍ଡେଶ୍ୱର ଅଞ୍ଚଳରୁ ବାହାରି ଗଞ୍ଜାମ ପଥରା ଅଞ୍ଚଳକୁ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଅଟୋ ମଧ୍ୟରେ ଥିବା ୩ ଜଣ ପୁରୁଷ ଓ ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଉଥିବାର ଜଣାପଡିଛି।
ବାଲୁଗାଁ( ସୀତାରାମ ଅଗ୍ରୱାଲ): ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସରକାର ତଥା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଆଜି ଯାତ୍ରୀ ମାନଙ୍କ ନିମନ୍ତେ ରେଳ ସୁରକ୍ଷା ବଳ(ଆରପିଏଫ) ପକ୍ଷରୁ ଜଳଛତ୍ର ଉଦଘାଟନ ହୋଇଛି। ଏହାକୁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ୟ ଉଦଘାଟିତ କରିଥିଲେ। ଏହି ଅବସରରେ ଆଜି ପ୍ରଥମ ଦିନରରେ ବିଭିନ୍ନ ଟ୍ରେନର ପାଖାପାଖି 1500 ଯାତ୍ରୀଙ୍କୁ ଆରପିଏଫ ପକ୍ଷରୁ ଥଣ୍ଡା ପାଣି, ଘୋଳ ଦହି ଏବଂ ସର୍ବତ ବିତରଣ କରାଯାଇଛି। ଉକ୍ତ କାର୍ଯ୍ୟରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମାନେ ମଧ୍ୟ ସାହାଯ୍ୟ କରିଛନ୍ତି। ତେବେ ଏହାଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ମ ଦାଉରୁ ସାମୟିକ ଆଶ୍ବସ୍ତି ପାଉଛନ୍ତି। ବାଲୁଗାଁ ଆରପିଏଫର ଉକ୍ତ ସେବା କାର୍ଯ୍ୟକୁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି।
ଭୁବନେଶ୍ବର: ପାଖେଇଲା ଓଡିଶା ନିର୍ବାଚନ। ଆସନ୍ତା ମେ ୧୩ ତାରିଖରେ ହେବ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ରାଜ୍ୟର ଚାରିଟି ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭାର ନିର୍ବାଚନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ଏହାପରେ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଏପ୍ରିଲ ୨୯ ତାରିଖ ସୁଦ୍ଧା କରିବା ପାଇଁ କୁହାଯାଇଛି। ଏହାପରେ ମେ ୧୩ ତାରିଖରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଚାରିଟି ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ହେବ। ସେଗୁଡିକ ହେଲା କଳାହାଣ୍ଡି, କୋରାପୁଟ, ନବରଂଗପୁର ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୋଟ ହେବ। ତେବେ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଗତକାଲି ପର୍ଯ୍ୟନ୍ତ ଲୋକସଭା ପାଇଁ ୨୩ ଜଣ ଏବଂ ବିଧାନସଭା ପାଇଁ ୫୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଆଜି ଅପରାହ୍ନରେ ସେ ସୋନପୁରରେ ଏକ ସଭାରେ ଯୋଗ ଦେବେ। ତଥ୍ୟ ଅନୁସାରେ ସେ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ। ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ।ଏହାପରେ ଅପରାହ୍ନ ସାଢେ ୫ଟାରେ ସେ ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚି ଭୁବନେଶ୍ବର ଅଭିମୁଖେ ଆସିବେ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଁଚି ସେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ପାଇଁ ଅମିତ ଶାହ ନିର୍ବାଚନ ପ୍ରଚାରର ପ୍ରଥମ ବିଗୁଲ ବଜାଇବେ। କାରଣ ଏ ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ନେତା ଓଡିଶାକୁ ପ୍ରଚାର ପାଇଁ ଆସି ନାହାଁନ୍ତି। ଖୋଦ ଗୃହମନ୍ତ୍ରୀ ପ୍ରଚାରରେ ଆସୁଥିବାରୁ ଓଡିଶା…
ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କର୍ପୋରେଟର ମିହିର କୁମାର ରାଉତ, ନିର୍ମଳ ରାଉତ, ସନ୍ତୋଷ ନାଥ, ଜୟନ୍ତୀ ସାହୁ ଓ ସରପଞ୍ଚ ହେମନ୍ତ ପରିଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଶ୍ରୀ ରାଉତ, ଶ୍ରୀମତୀ ଦାସ, ଡକ୍ଟର ପାତ୍ର, ଶ୍ରୀ ମିହିର ରାଉତ, ଶ୍ରୀ ନିର୍ମଳ ରାଉତ, ଶ୍ରୀ ନାଥ, ଶ୍ରୀମତୀ ସାହୁ ଓ ଶ୍ରୀ ପରିଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ରାଉତ, ଶ୍ରୀମତୀ ଦାସ, ଡକ୍ଟର ପାତ୍ର, ଶ୍ରୀ…
ଭୁବନେଶ୍ୱର: ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର ଅଭ୍ୟାସ। ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡିଶା ବିଜେପି ପକ୍ଷରୁ ଅଣାଯାଇଥିଲା, ଯେତେବେଳେ ସେମାନେ ବୁଝିଯାଇଥିଲେ ଯେ, ଅତି ଦୟନୀୟ ଭାବେ ସେମାନେ ହାରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର। ଡକ୍ଟର ସାମନ୍ତସିଂହାର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ଆଉ ସେଥିପାଇଁ ସେମାନେ ବିନା କୈାଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ମାନ ଆଣିଛନ୍ତି। କିଛି ଉଦାହରଣ ଉପରେ ନଜର ପକାନ୍ତୁ, କିଭଳି ଚାର୍ଜଶିଟ୍ ନାଁରେ ଭିତିହୀନ ଏବଂ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଛି। କେନ୍ଦ୍ରୀୟ…
ଭୁବନେଶ୍ବର: ସାରା ଓଡିଶା ଏକ ପରିବାର। ବିଜୁ ଜନତା ଦଳ ଏକ ପରିବାର। ଏ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକ ସବୁବେଳେ ଆମ ସାଥିରେ ଅଛନ୍ତି। ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି। ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏ ଅଞ୍ଚଳର ସ୍ୱର ଶାଣିତ କରିବି। ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦକୁ ଆପଣମାନେ ନିର୍ବାଚିତ କରି ପଠାଇଲେ। ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି। ବିଜୁ ଜନତା ଦଳ ଉପରେ ଭରସା ରଖନ୍ତୁ। ଏଥର ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ମାରାଥନ ପ୍ରଚାର ସମୟରେ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଆଜି ତାଳଚେରରେ ମା ହିଙ୍ଗୁଳାଙ୍କ…

