Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ
ଜାତୀୟ ଖବର

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳ ମନ୍ତ୍ରୀ
ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ଗୋପାଳପୁରରୁ ରାୟଗଡ଼ାକୁ ସିଧାସଳଖ ରେଳ ପଥ ଯୋଗେ ଯୋଡ଼ିବା ଲାଗି ୨୫୦ କିଲୋମିଟର ବିଶିଷ୍ଟ ରେଳ ଲାଇନକୁ ମଞ୍ଜୁରି ମିଳିଛି। ଏହି ରେଳ ଲାଇନର ଚୁଡ଼ାନ୍ତ କ୍ଷେତ୍ର ସର୍ବେକ୍ଷଣକୁ ମଞ୍ଜୁରି ଦିଆସରିଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ଲାଗି କ୍ଷେତ୍ର ସର୍ବେକ୍ଷଣ କାମ ଆରମ୍ଭ ହୋଇସାରିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଲୋକସଭାରେ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗୋପାଳପୁର ଏବଂ ରାୟଗଡ଼ା ମଧ୍ୟରେ ପୂର୍ବରୁ ବିଜୟନଗରମ୍‌ ଜଙ୍କସନ୍‌ ଜରିଆରେ ରେଳ ସଂଯୋଗ ସୁବିଧା ରହିଛି। ତେବେ ଏକ ସିଧାସଳଖ ବିକଳ୍ପ ରେଳ ମାର୍ଗ ଯୋଗାଇ ଦେବା ଲାଗି ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନକୁ ମଞ୍ଜୁର କରାଯାଇଛି। ଏଥିପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ସର୍ବେକ୍ଷଣରେ ବିଭିନ୍ନ ଦିଗକୁ ସାମିଲ କରାଯିବ। ଏଥିରେ ବିକଳ୍ପ ମାର୍ଗର ଅଧ୍ୟୟନ, ଆର୍ଥିକ କେନ୍ଦ୍ରଗୁଡ଼ିକୁ ସଂଯୋଗ, ରାଜ୍ୟ ସରକାର ଓ ବନ ବିଭାଗ, ଜିଲ୍ଲା ରାଜସ୍ୱ ଅଧିକାରୀ, ଉଦ୍ୟୋଗ, ଖଣି ଭଳି ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଆଧାରରେ ବୈଷୟିକ ତଥା ଆର୍ଥିକ ଭାବେ ସଠିକ୍‌ ମାର୍ଗ ବା ଆଲାଇନମେଣ୍ଟ ନିର୍ଦ୍ଧାରଣ କରାଯିବ।

ରେଳ ମନ୍ତ୍ରୀ କହିଛନ୍ତି, ଡିପିଆର ପ୍ରସ୍ତୁତ ହେବା ପରେ, ପ୍ରକଳ୍ପ ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରାଯିବ। ନୀତି ଆୟୋଗ ଏବଂ ଅର୍ଥ ମନ୍ତ୍ରଣାଳୟ ଆଦି କର୍ତ୍ତୃପକ୍ଷଙ୍କ ମୂଲ୍ୟାଙ୍କନ ଭଳି ଆବଶ୍ୟକ ଅନୁମୋଦନ ଲୋଡ଼ାଯିବ। ପ୍ରକଳ୍ପ ମଞ୍ଜୁରି ଏକ ନିରନ୍ତର ଏବଂ ଗତିଶୀଳ ପ୍ରକ୍ରିୟା ହୋଇଥିବାରୁ ଏହି ପ୍ରକଳ୍ପକୁ ସାରିବା ନେଇ ସଠିକ୍ ସମୟସୀମା ସ୍ଥିର କରାଯାଇପାରିବ ନାହିଁ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୦୯ରୁ ୨୦୧୪ ତୁଳନାରେ ୨୦୨୬-୨୭ରେ ଓଡ଼ିଶାକୁ ମିଳିଥିବା ରେଳ ବଜେଟ୍‌ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୨୩୬ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟରେ  ଗତ ଦଶ ବର୍ଷ ମଧ୍ୟରେ ନୂଆ ଟ୍ରାକ୍‌ କାର୍ଯ୍ୟକ୍ଷମ ହେବା ମଧ୍ୟ ହାରାହାରୀ ସାଢ଼େ ୩ଗୁଣ ବଢ଼ିଛି। ବର୍ତ୍ତମାନ ବାର୍ଷିକ ୧୮୬ କିମି ନୂଆ ଟ୍ରାକ୍‌ କାର୍ଯ୍ୟକ୍ଷମ ହେଉଥିବା ବେଳେ ୨୦୦୯ରୁ ୨୦୧୪ରେ ଏହା ବାର୍ଷିକ ମାତ୍ର ୫୩ କିମି ଥିଲା। ଚଳିତ ବର୍ଷ ଏପ୍ରିଲ ପହିଲା ସୁଦ୍ଧା ମୋଟ୍‌ ୮୧,୭୩୯ କୋଟି ଟଙ୍କାର ୫୫ଟି ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୬ଟି ରେଳ ଲାଇନର ଦୋହରୀକରଣ/ପ୍ରଶସ୍ତିକରଣ ସାମିଲ ରହିଛି।

ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରି, ବିଭିନ୍ନ ଭିତ୍ତିଭୂମିର ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ପ୍ରକଳ୍ପ କ୍ଷେତ୍ରରେ ଆଇନଶୃଙ୍ଖଳା ସ୍ଥିତି ଆଦି ଉପରେ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ସମୟ ଏବଂ ଖର୍ଚ୍ଚ ପ୍ରଭାବିତ ହୋଇଥାଏ।

ଅଶ୍ୱିନୀ ବୈଷ୍ଣବ ଗୋପାଳପୁର-ରାୟଗଡ଼ା ଡିପିଆର ପ୍ରସ୍ତୁତି ନୂଆ ରେଳ ଲାଇନ ଲୋକସଭା ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.