Author: Samikhsya Bureau

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ପ୍ରାୟ ସବୁସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ପ୍ରବାହିତ ହୋଇଛି।  ତେବେ ଆଜି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଭୁବନେଶ୍ୱରରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ର ଥିଲା। ଝାରସୁଗୁଡା ୪୨.୬ ଡିଗ୍ରୀ,ବାଲେଶ୍ୱର ୪୨.୨ ଡିଗ୍ରୀ,ସମ୍ବଲପୁର: ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ , ରାଉରକେଲା: ୪୦.୨ଡିଗ୍ରୀ , ପାରାଦ୍ୱୀପ ୩୬.୩ ଡିଗ୍ରୀ, ପୁରୀ : ୩୫ ଡିଗ୍ରୀ ଏବଂ ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ହୋଇଛି। ଏହି ତାତି ଆହୁରି ଦୁଇଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଯେହେତୁ ଆଜିଠୁ ବିଧିବଦ୍ଧ ଭାବରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥି ପାଇଁ ଆଜିର ଦିନକୁ…

Read More

ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରେସ୍‌ବାର୍ତ୍ତା ଦେଇଥିଲେ। ଏହି ଅବସରେ ସେ ଗଣମାଧ୍ୟମ ସମ୍ମୁଖରେ ନର୍ବାଚନର ସାମଗ୍ରିକ ପ୍ରସ୍ତୁତି, ନାମାଙ୍କନ ପ୍ରକ୍ରିୟା ଓ ତାରିଖ, ନିର୍ବାଚନ ତାରିଖ ଓ ସମୟ, ସୁରକ୍ଷା ବ୍ୟବସ୍ଥା, ଜବତ ହୋଇଥିବା ସାମଗ୍ରୀର ଆର୍ଥିକ ମୂଲ୍ୟ, ଭୋଟର ତାଲିକା, ମହିଳା ଭୋଟର, ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ପ୍ରତିଟି ବୁଥ୍‌ରେ କରାଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ତା’ର କ୍ରିୟାନ୍ୱୟନ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଉତ୍‌ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଶ୍ରୀ ଧଳ ପ୍ରଚଣ୍ଡ ରୌଦ୍ରତାପରେ ହତାହତଶୂନ୍ୟ ଓ ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳଲକ୍ଷ୍ୟ ବୋଲି ମତପ୍ରକାଶ କରିଥିଲେ। ଓଡିଶାର ପ୍ରଥମ ନିର୍ବାଚନ ମେ…

Read More

ଭୁବନେଶ୍ବର: ବର୍ତ୍ତମାନ ନିର୍ବାଚନ ପାଖେଇ ଆସିବାରେ ଲାଗିଲାଣି। ଆସନ୍ତାକାଲି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୧୩ ମେ ୨୦୨୪ ସୋମବାରରେ ଓଡିଶାର ପ୍ରଥମ ନିର୍ବାଚନ ହେବ। ସେ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ହୋଇସାରିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୫ ଏପ୍ରିଲ। ହେଲେ ଏ ପର୍ଯ୍ୟନ୍ତ କୌଣସି ଦଳ ବିଧାନ ସଭା ପାଇଁ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁନ୍ତି। ରାଜ୍ୟର ପ୍ରମୁଖ ଦଳର ଘୋଷଣା ବାକି ଥିବା ଆସନ ସଂଖ୍ୟା ହେଲା ବିଜେଡି- ୨୧ ଟି ଆସନ ବିଜେପି- ୧୬ ଟି ଆସନ କଂଗ୍ରେସ- ୩୧ ଆସନରେ ପ୍ରାର୍ଥୀ ଦେବ

Read More

ଭୁବନେଶ୍ବର: ନିମାପଡା ବିଧାନସଭା ଆସନରୁ ବିଜେଡି ଟିକେଟ କଟିବା ପରେ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାସ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗତକାଲି ବିଜେଡି ଘୋଷଣା କରିଥିବା ତାଲିକାରେ ନିମାପଡାରେ ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ନିଜେ ତଥା ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ଆଜି ନିମାପଡାରେ ସମୀରଙ୍କ ସମର୍ଥକମାନେ ଏକ ସଭା କରି ତାଙ୍କର ଅସନ୍ତୋଷ ଝାଡିଛନ୍ତି। ସେମାନେ ସମସ୍ତେ ସମୀରଙ୍କ ପଛରେ ରହିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସମୀର ଦାସ ଯୋଗ ଦେଇ ବିଜେଡି ସଭାପତି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବେ ବୋଲି ନିବେଦନ କରିଛନ୍ତି। ତେବେ ତାଙ୍କର ଶହଶହ ସମର୍ଥକ ଆସନ୍ତା ଶନିବାର ଦିନ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବୀ କରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି କଂଗ୍ରେସ ତରଫରୁ ଓଡିଶାର 4ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏ ନେଇ ଏଆଇସିସି ତରଫରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ସେହି ତାଲିକା ଅନୁସାରେ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ସତ୍ୟବାଦୀ- ମନୋଜ ରଥ ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ ଭୁବନେଶ୍ବର ମଧ୍ୟ- ପ୍ରକାଶ ଚନ୍ଦ୍ର ଜେନା ଭୁବନେଶ୍ବର ଉତ୍ତର- ଅଶୋକ ଦାସ

Read More

ଭୁବନେଶ୍ବର: ଶେଷରେ ବିଜେଡିରେ ମିଶିଲେ ଅଭିନେତ୍ରୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ଶଙ୍ଖ ଭବନ ଆସି ବିଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ। ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ବର୍ଷା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳରେ ସାମିଲ ହୋଇ ନ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ସେ କହିଲେ, ଆଜି ଏକ ଖୁସିର ଦିନ, ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ଵି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା। ଋତୁଶ୍ରାବ ନେଇ ଝିଅ ମାନଙ୍କ…

Read More

ଭୁବନେଶ୍ବର: ଆଜି ରାଜ୍ୟର ଜଣେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେବା ସହିତ ବହୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି କୁଳଚନ୍ଦ୍ରମା, ପରିବାର, ମେଘମୁକ୍ତି ପରି ଅନେକ ଚଳଚିତ୍ର। ତେବେ ସଚ୍ଚି ଦାସ ଓଡିଆ ନାଟ୍ୟ ଜଗତର ଜଣେ ଜଣାଶୁଣା ନାମ। ସେ ଓଡିଶାର ସୁପରହିଟ ନାଟକ ଶାଗୁଣା ବସିଛି ଡେଣା ମେଲାଇର ନିର୍ଦ୍ଦେଶକ ଥିଲେ। ଧେତେ…… ସଂଳାପ ସଚ୍ଚି ଦାସଙ୍କଠାରୁ ଉତ୍ପନ ହୋଇଥିଲା। ସେହିପରି ସେ ଶତାଧିକ ନାଟକର ନିର୍ଦ୍ଦେଶକ ଥିଲେ। ରବିନ୍ଦ୍ର ମଣ୍ଡପରେ ପେଶାଦାର ନାଟକ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଜଗତ ତଥା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦକ୍ଷତା…

Read More

ଚିଲିକା(ସୀତାରାମ ଅଗ୍ରୱାଲ): ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନିର୍ବାଚନ ବାତାବରଣ। କିଏ କେଉଁଠୁ, କେଉଁ ଦଳରୁ ଟିକେଟ ପାଇବ ସେ ନେଇ ଚାଲିଛି ଚର୍ଚ୍ଚା। ଟିକେଟ ପାଇଁ କିଏ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ନିଜ ନିର୍ବାଚନ ମଣ୍ଡଳିରେ ତୁମ୍ବି ତୋଫାନ କରିବାରେ ଲାଗିଛି। ସେହି ଆଶା ନିରାଶ ଭିତରେ ଏବେ ଚିଲିକା ଅଞ୍ଚଳର ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓ ଲମ୍ପ ପ୍ରଦାନ କରିଛନ୍ତି। ନିକଟରେ ସେ ପାରିକୁଦରେ ଥିବା ତାଙ୍କ ରାଜ ପରିବାରର ସହ ଜଡିତ ଲୋକମାନଙ୍କୁ ନେଇ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଈଙ୍କୁ ଦର୍ଶନ କରିଛନ୍ତି। ଉଦ୍ଦେଶ୍ୟ ହେଲା ଏଥର ନିର୍ବାଚନରେ ସେ ଛିଡା ହେବେ। ସନ୍ତୋଷ ଚନ୍ଦ୍ର ବିଜେଡିରୁ ଟିକେଟ ପାଇବା ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏଥର ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ଏବଂ ବିଜୟ ମଧ୍ୟ…

Read More

ଭୁବନେଶ୍ବର: ଏଥର ନିର୍ବାଚନରେ ସବୁ ଦଳ ନୂଆ ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟ ଦଳ ବିଜେଡି ଏବଂ ବିଜେପି ମଧ୍ୟ ନୂଆ ପ୍ରାର୍ଥୀଙ୍କୁ ଏଥର ରଣାଙ୍ଗନରେ ଛିଡା କରାଇଛି। ସେହି ଅନୁସାରେ ପ୍ରାର୍ଥୀ ଖୋଜୁଥିବା କଂଗ୍ରେସ ମଧ୍ୟ ଏଥରେ ବିଭିନ୍ନ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଛି। ସେହି ପରିପ୍ରେକ୍ଷୀରେ ଏଥର କଂଗ୍ରେସ ଢେଙ୍କାନାଳ ବିଧାନସଭା ପାଇଁ ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଆର୍ବିଭାବ କରାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। କାରଣ ଢେଙ୍କାନାଳ ପରି ମର୍ଯ୍ୟଦା ସଂପର୍ଣ୍ଣ ନିର୍ବାଚନ ମଣ୍ଡଳିରେ ଏହି ନୂଆ ପ୍ରାର୍ଥୀ ଯୁଦ୍ଧ କରିବା ପାଇଁ କେତେ ସମର୍ଥ ତାହାର ହିସାବ ନିକାଶ କରୁଛନ୍ତି ଭୋଟର। କଂଗ୍ରେସ ଦଳ ଏଥର ଢେଙ୍କାନାଳ ବିଧାନସଭା ଆସନରେ ଛିଡା କରିଛି ସୁସ୍ମିତା ସିଂହଦେଓ। ସୁସ୍ମିତା ହେଉଛନ୍ତି ରାଜନୀତିରେ ସଂପୂର୍ଣ୍ଣ ନୂଆ। ତାଙ୍କ ପରିବାର ରାଜନୀତିରେ ଅଛନ୍ତି, ହେଲେ ସେ ଏଥର…

Read More

ନାଚୁଣୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗୋ ମାଂସ ଚାଲାଣ ସନ୍ଦେହରେ ଏକ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଏକ ଟ୍ରକ ଯାଉଥିବା ବେଳେ ସେଥିରେ ଗୋ ମାଂସ ଥିବା ସନ୍ଦେହ କରାଯାଉଛି। ଏ ନେଇ ବଜରଙ୍ଗ ଦଳ କାର୍ଯ୍ୟକର୍ତା ସୂଚନା ପାଇବା ପରେ ଟ୍ରକକୁ ପିଛା କରିଥିଲେ ଏବଂ ନାଚୁଣୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ବର୍ତ୍ତମାନ ଉକ୍ତ ଟ୍ରକକୁ ଅଟକାଇ ତଦନ୍ତ ଜାରି ରଖିଛି। ତେବେ ଟ୍ରକ ମଧ୍ୟରେ ମାଂସ ଥିବା ଖବର ହସ୍ତଗତ ହୋଇଛି। ତେବେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ନାଚୁଣୀ ପୋଲିସ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୩ ଜଣ ବିଧାୟକଙ୍କ ଟିକେଟ କଟିଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଯେଉଁମାନେ ମହିଳା ଅଛନ୍ତି ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ ଦେଓଗଡ- ଅରୁନ୍ଧତୀ ଦେବୀ ଅନୁଗୁଳ- ସଂଯୁକ୍ତା ସିଂ ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଜୟପୁର- ଇନ୍ଦିରା ନନ୍ଦ କେବଳ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, କୁଚିଣ୍ଡାରେ ରାଜେନ୍ଦ୍ର କୁମାର ଛତ୍ରିଆ ଏବଂ ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ଛାଡିଦେଲେ ଅନ୍ୟମାନ ମହିଳା। ସେହିପରି ଏହି ତାଲିକାରେ ନବୀନ ତିନି ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି। ସେମାନେ ହେଲେ ଟିକେଟ କଟିଥିବା ବିଧାୟକ ନିମାପଡା- ସମୀର ରଂଜନ ଦାସ କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା ଏଥର ନବୀନ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।…

Read More

ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ…

Read More

ଭୁବନେଶ୍ବର: ଆଜି ରାମନବମୀରେ ବିଜେଡି ୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ କଣ୍ଟାବାଞ୍ଜୀ- ନବୀନ ପଟ୍ଟନାୟକ କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ ଦେଓଗଡ- ଅରୁନ୍ଧତୀ ଦେବୀ ଅନୁଗୁଳ- ସଂଯୁକ୍ତା ସିଂ ନିମାପଡା- ଦିଲ୍ଲୀପ ନାୟକ ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଜୟପୁର- ଇନ୍ଦିରା ନନ୍ଦ ଏହା ମଧ୍ୟ ପଢନ୍ତୁ- ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବେ, ସମ୍ବଲପୁର ପ୍ରାର୍ଥୀ ବଦଳିଲେ

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏଥିରେ ରେଢାଖୋଲରେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁର ଆସନରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।

Read More

ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି।…

Read More

ଭୁବନେଶ୍ବର: ପୁରୀ ପରି ମର୍ଯ୍ୟଦା ସଂପର୍ଣ୍ଣ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଯାହାକୁ କରିଛି ସେ ହେଉଛନ୍ତି ସୁଚରିତା ମହାନ୍ତି। 2014 ମସିହାରେ ମଧ୍ୟ ସେହି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ ଭୋଟରେ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ହାରିଥିଲେ। ଏହାପରେ 2019 ରେ କଂଗ୍ରେସ ତାଙ୍କୁ ଟିକେଟ ନ ଦେଇ ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ହାରିଥିଲେ। ତେବେ ପ୍ରଶ୍ନ ଉଠିଛି ଯେ, କଂଗ୍ରେସ ପରି ଏକ ପୁରୁଣା ଦଳ ଆଉ ପୁରୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ଆସନରେ କାହିଁକି ଏକ ଉପଯୁକ୍ତ ପ୍ରାର୍ଥୀ ଦେଉ ନାହିଁ। କାରଣ ସୁଚରିତା ମହାନ୍ତି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବ୍ରଜମୋହନ ମହାନ୍ତିଙ୍କ ଝିଅ। ହେଲେ ସେ ପରିବାର ସହିତ ଦିଲ୍ଲୀରେ ରୁହନ୍ତି। କେବଳ ଏହି ନିର୍ବାଚନ ବେଳେ ପୁରୀ ଆସି ବୁଲନ୍ତି, ନିର୍ବାଚନ ସରିଲେ ଦିଲ୍ଲୀ ଚାଲିଯାଆନ୍ତି। ତେବେ…

Read More

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର…

Read More

ଭୁବନେଶ୍ବର: ବର୍ତ୍ତମାନ ରାଜନୀତି ଖବରକୁ ପଛରେ ପକାଇ ଓଡିଶାର ଅନିମେଶ ପ୍ରଧାନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ଆଜି ପ୍ରକାଶ ପାଇଥିବା UPSC ର ସିଭିଲି ସର୍ଭିସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସେ ଦ୍ବିତୀୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ। ତେବେ ଓଡିଶାର ଅନିମେଶ ପ୍ରଧାନ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଅନିମେଶ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଲଚେରର ଭାଲୁଗାଡିଆ ଗ୍ରାମରେ ଯୁବକ। ବାପାଙ୍କ ନାମ ହେଉଛି ପ୍ରଭାକର ପ୍ରଧାନ। ସେ ହିଙ୍ଗୁଳା କଲେଜର ଅଧ୍ୟକ୍ଷ ଥିଲେ। 2017 ମସିହାରେ ତାଙ୍କର ପରଲୋକ ଘଟିଛି। ସେହିପରି ତାଙ୍କର ମାତଙ୍କ ନାମ ହେଉଛି ଅରୁଣା ପ୍ରଧାନ। ତାଙ୍କର ମଧ୍ୟ ଗତ ଜାନୁୟାରୀ ମାସରେ ପରଲୋକ ଘଟିଛି। ବାପାମା ଛେଉଣ୍ଡ ହୋଇଥିଲେ ମଧ୍ୟ ଅନିମେଶଙ୍କ ପ୍ରବଳ ପରିଶ୍ରମ ଆଜି ସାରା ଭାରତ ବର୍ଷରେ ତାଙ୍କର ପରିଚୟ ସୃଷ୍ଟି କରିପାରିଛି।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟରେ ପରିଲକ୍ଷିତ ହୋଇଛି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ର। ଆଜି ରାଜ୍ୟର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଛି। ଯାହା ଏ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ସର୍ବାଧିକ ତାପମାତ୍ର। ଆଜି ବାରିପଦାରେ ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ହୋଇ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଆଜି ରାଜ୍ୟର ୨୯ ସହର ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ୧୮ଟି ସହରରେ ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ତାତି ଆହୁରି ଲାଗି ରହିବ। ଏପରିକି ଦିନର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି କୁହାଯାଉଛି।

Read More

ଭୁବନେଶ୍ୱର: ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ। ଏଥି ସହିତ ବିଏସ୍‍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି…

Read More