Author: Samikhsya Bureau

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛି। ଦଳର ଏକ ପ୍ରତିନିଧୀ ମଣ୍ଡଳି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ପଣ୍ଡାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଦଳ ଦାବୀ କରିଛି। ବିଜେଡି କହିଛି ଯେ, ଗତକାଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ 15 ରୁ 20 ପିଲା ସେଥିରେ ସାମିଲ ହୋଇଥିଲେ। ସେହି ସମୟରେ ଖୋଦ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସେହି ଶୋଭାଯାତ୍ରାରେ ଥିଲେ। ଏହା ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି। ବିଜେଡି ଏ ନେଇ ଏକ ଫଟୋ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି।

Read More

ଭୁବନେଶ୍ବର: ପଶ୍ଚିମ ଓଡିଶା ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ବିଜୁ ଜନତା ଦଳ ଏଥର ନିଜର ସେନାପତିଙ୍କୁ ଅବତୀର୍ଣ୍ଣ କରିଛି। ସେଠାରେ ସେ କେବଳ ଗଡ ବିଜୟ କରିବେ ନାହିଁ, ନିଜେ ବିଜୟୀ ହେବା ସହିତ ବିଜେପି ଗଡକୁ ଧୂଳିସାତ କରିବାକୁ ବ୍ୟୁହ ରଚନା କରିବେ। ବିଜେଡିର ଏହି ସେନାପତି ହେଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ରାଜନୈତିକ ପରିବାରରୁ ଆସିଥିବା ବିଜେଡିର ଏହି ଚାଣକ୍ୟ ଯାଜପୁର ଆସନରୁ ବିଧାୟକଭାବେ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଦଳର ରଣନୀତି ନିର୍ଦ୍ଧାରଣ ଓ ପରିଚାଳନାଭାର ତାଙ୍କ କାନ୍ଧରେ। ତେବେ ଉପକୂଳ ଓଡିଶାର ଏହି ନେତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାର ଗଡ ସମ୍ଭାଳିବାକୁ ପଠାଇଛି । ସେ ଏଥର ସମ୍ବଲପୁର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେଇ ହେବ ବିଜେପିର ଜାତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ…

Read More

ଭୁବନେଶ୍ବର: ରାଉରକେଲା ରାଜନୀତି ଏବେ କଡ଼ ଲେଉଟାଇଛି। ଗୁମସୁମ ଥିବା ଦିଲ୍ଲୀପ ରାୟ ହଠାତ ଚଳଚଞ୍ଚଳ ହୋଇଯାଇଛନ୍ତି। ୨୦୧୯ ଭଳି ଚବିଶରେ ବି ନିର୍ବାଚନୀ କାଦୁଅରେ ଘାଣ୍ଟି ହେବାକୁ ଦିଲ୍ଲୀପ ଚାହୁଁ ନ ଥିଲେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁରୋଧକୁ ବି ଏଡ଼ାଇ ଦେଇଥିଲେ। ହେଲେ କେବଳ ଶାରଦା ପ୍ରସାଦ ନାୟକଙ୍କ ପାଇଁ ଏବେ ରାଉରକେଲା ଅଙ୍କ ବଦଳି ଯାଇଛି। ଇଚ୍ଛା ନ ଥିଲେବି କର୍ମୀଙ୍କ ଚାପରେ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ଦିଲ୍ଲୀପ। ଶାରଦା ବିରୋଧୀମାନେ ଏବେ ତାଙ୍କ ସହ ହାତ ମିଳାଇଥିବାବେଳେ ଏଥର ଜବରଦସ୍ତ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତ ହେବା ପରେ ଦିଲ୍ଲୀପଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିହୋଇଛି। ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ହାଇକୋର୍ଟଙ୍କୁ କହିଥିବାରୁ ସେ କେଉଁ ଦଳରୁ ଲଢ଼ିବେ ତାହାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଯାଇଛି। ଦିଲ୍ଲୀପ ପୂର୍ବରୁ…

Read More

ପୁରୀ: ପୁରୀ ସହରର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କରି ଓଡ଼ିଆଙ୍କ ପ୍ରିୟ ପର୍ବ ପବିତ୍ର ପଣା ସଂକ୍ରାନ୍ତି ପାଳନ କରିଛନ୍ତି ପୁରୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ସେ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଆରମ୍ଭ କରିଥିଲେ। ଏହି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଉଥିବାରୁ ସେ ପୁରୀ ନଗରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ହନୁମାନ ମନ୍ଦିର ଓ ଜାଗା ଆଖଡ଼ା ପରିଦର୍ଶନ କରିଥିଲେ ଡକ୍ଟର ସମ୍ବିତ ପାତ୍ର। ଏହି କ୍ରମରେ ସେ ମହାବୀର ହନୁମାନ ଜୟନ୍ତୀର ଶୁଭ ଅବସରରେ ପୁରୀ ସହର ସ୍ଥିତ ସୁଗ୍ରୀବ ମହାବୀରଙ୍କ ଦର୍ଶନ କରିଥିଲେ। ମହାବୀର ହନୁମାନଙ୍କ ନିକଟରେ ପୁରୀ ଲୋକସଭାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହିତ ସମସ୍ତ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ…

Read More

ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର 75ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ। ସେହିପରି ଆନନ୍ଦପୁରରୁ ଜୟଦେବ ଜେନା ଲଢେଇ କରିବେ। ସେହିପରି ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ପୂର୍ବରୁ କଂଗ୍ରେସ 47ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି 75ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି।

Read More

ଭୁବନେଶ୍ବର: ବର୍ତ୍ତମାନ ପୁଅ ମନ୍ମଥ ରାଉତରାୟଙ୍କ ପ୍ରଚାର ପାଇଁ ବାପା ସୁରେଶ ରାଉତରାୟ ପାଗଳ ପ୍ରାୟ ହୋଇଗଲେଣି। ସେ ପୁଅକୁ ସାଥୀରେ ନେଇ ଭୁବନେଶ୍ବରର ବିଭିନ୍ନ ପାର୍କରେ ପ୍ରଚାର କରିବାରେ ଲାଗିଛନ୍ତି। ପୁଅକୁ ଭୋଟ ଦେବା ପାଇଁ ସେ ନିବେଦନ କରିଛନ୍ତି। ଯାହାକୁ ନେଇ ଭୁବନେଶ୍ବରର ଅନେକ ଲୋକ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ନିଜେ କଂଗ୍ରେସରେ ଥାଇ ବିଜେଡିରେ ଛିଡା ହୋଇଥିବା ପୁଅକୁ ଭୋଟ ଦେବା ପାଇଁ ନିବେଦନ କରିବାରେ ଲାଗିଛନ୍ତି। ତେବେ ଏହାରେ ଭିତରେ ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସୁର ରାଉତରାୟ ଆଜି ଜୟଦେବ ନିର୍ବାଚନ ମଣ୍ଡଳି ପ୍ରଚାର ବେଳେ ସେ ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଜେଡି କର୍ମିଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ବେଶ ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇଯାଇଛି।

Read More

ଭୁବନେଶ୍ବର: ଧିରେଧିରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଯେପରି ତାତି ଅନୁଭୂକତ ହେଉଥିଲା ବର୍ତ୍ତମାନ ପୁଣି ସେହି ସ୍ଥିତିକୁ ଫେରିବାରେ ଲାଗିଛି। କିଛିଦିନର କାଳବୈଶାଖୀ ପରେ ଏବେ ଏହି ତାତି ଲେଉଟିବାରେ ଲାଗିଛି। ଆସନ୍ତାକାଲିଠାରୁ ଏହି ତାତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ଭୁବନେଶ୍ୱର: ୩୯.୬°C ଚାନ୍ଦବାଲି: ୩୯.୨°C ଝାରସୁଗୁଡା: ୩୮.୮°C ରାଉରକେଲା: ୩୭.୮°C କେନ୍ଦୁଝର: ୩୭.୪°C ସମ୍ବଲପୁର: ୩୭.୨°C ହୀରାକୁଦ: ୩୭.୨°C ବାଲେଶ୍ୱର: ୩୭°C ପାରାଦୀପ: ୩୫.୫°C ପୁରୀ: ୩୪.୬°C ଗୋପାଳପୁର: ୩୪.୫°C

Read More

ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବାରୁ ବିବାଦ ସୃଷ୍ଟି ହେଉଛି। ଏହିପରି ଅଘଟଣକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ସିଂହଦ୍ବାରରେ ଜଗି ରହିବେ ପ୍ରତିହାରୀ ସେବକ। ସେମାନେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ମନ୍ଦିର ଭିତରକୁ ପ୍ରବେଶ ବାରଣ କରିବେ। ଏଥିପାଇଁ ଦୁଇ ଜଣ ପ୍ରତିହାରି ସେବକଙ୍କୁ ପାଳି କରି ନିୟୋଜିତ କରିବାକୁ ପ୍ରଶାସନ ନିଷ୍ପତି ଗ୍ରହଣ କରିଛି। ମୁଖ୍ୟତଃ ମନ୍ଦିର ଦ୍ବାରରେ ମୁତୟନ ହୋଇଥିବା ପୋଲିସ କିଏ ହିନ୍ଦୁ କିଏ ଅଣହିନ୍ଦୁ ତାହା ଚିହ୍ନିବା କଷ୍ଟକର। ଅନ୍ୟପକ୍ଷରେ ସେମାନେ ସୁରକ୍ଷା ଦାୟିତ୍ବରେ ରହୁଥିବାରୁ ଏଥିପ୍ରତି ତାଙ୍କର ନଜର ରହିପାରୁ ନାହିଁ। ସେଥିପାଇଁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଆସନ୍ତା ପଣା ସଂକ୍ରାନ୍ତିରୁ ଆରମ୍ଭ କରାଯିବ ବୋଲି ନିଷ୍ପତି ହୋଇଛି।

Read More

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଆଉ ନିର୍ବାଚନ ଲଢିବେ ନାହିଁ। ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବାକୁ ଦଳକୁ କହିଥିଲେ, ହେଲେ ଦଳ ସେଠାରେ ତାଙ୍କୁ ପ୍ରାର୍ଥୀ କଲା ନାହିଁ। ସେଥିପାଇଁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଚର୍ଚ୍ଚା ବଢିଛି। ତେବେ ଜଗଦ୍ଦେବଙ୍କ ବଦଳରେ ବିଜେପି କୁଆଡେ ତାଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବଙ୍କୁ ଟିକେଟ ଦେବ ବୋଲି ଜଣାପଡିଛି। ମୁଖ୍ୟତଃ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ 10ଟି ମାମଲା ଚାଲିଥିବା ବେଳେ ସେ ବିଭିନ୍ନ ସମୟରେ ବିବାଦୀୟ ହୋଇପଡୁଛନ୍ତି। ସେଥିପାଇଁ ଦଳ ତାଙ୍କୁ ଟିକେଟ ନ ଦେଇ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ସେ ସୁପାରିଶ କରିଥିବା କୁହାଯାଉଛି। ତେବେ ସ୍ବାଗତିକା ଖୋର୍ଦ୍ଦା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Read More

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ। ସେ ନେଇ ବିଜେପି ଆଶାୟୀମାନେ ବହୁ ଚାପରେ ରହିଛନ୍ତି। ତେବେ ଏପରି ପରିସ୍ଥିତରେ ଏହି ପ୍ରାର୍ଥୀ ତାଲିକେ କେବେ ଆସିବ ସେ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଛନ୍ତି ଯେ, ଆଜି ବିଜେପିର ପ୍ରାର୍ଥି ତାଲିକା ଘୋଷଣା ହେବ। ତେବେ ଏହା ସଂପୂର୍ଣ୍ଣ ତାଲିକା ନୁହେଁ। ଏଥିରେ 20 ରୁ 25 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ଏହାପରେ 20 ତାରିଖରେ ପରବର୍ତ୍ତି ତାଲିକା ଆସିବ ବୋଲି ତୋମାର କହିଛନ୍ତି। ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ। ସେ ନେଇ ବିଜେପି ଆଶାୟୀମାନେ ବହୁ ଚାପରେ ରହିଛନ୍ତି। ତେବେ ଏପରି ପରିସ୍ଥିତରେ ଏହି ପ୍ରାର୍ଥୀ ତାଲିକେ କେବେ ଆସିବ ସେ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଛନ୍ତି ଯେ, ଆସନ୍ତାକାଲି ଶନିବାର ଦିନ ବିଜେପିର ପ୍ରାର୍ଥି ତାଲିକା ଘୋଷଣା ହେବ। ତେବେ ଏହା ସଂପୂର୍ଣ୍ଣ ତାଲିକା ନୁହେଁ। ଏଥିରେ 20 ରୁ 25 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ଏହାପରେ 20 ତାରିଖରେ ପରବର୍ତ୍ତି ତାଲିକା ଆସିବ ବୋଲି ତୋମାର କହିଛନ୍ତି। ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି। ତେବେ ଆଜି ଯେଉଁ ତାଲିକା ପ୍ରକାଶ ପାଇବ…

Read More

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେଡି ସମ୍ପାଦକ ପ୍ରଦୀପ ସାହୁ ଓ ବିଜେଡି ଜିଲ୍ଲା ଉପସଭାପତି ବିପିନ ଜୟସିଂହଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନ…

Read More

ଭୁବନେଶ୍ବର: ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ। ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି ବୋଲି କହିଛନ୍ତି। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଦାବୀ କରିଛି। ଘଟଣାରୁ ପ୍ରକାଶ ଯେ, ଜଙ୍କିଆ ଥାନ ଅଧିନସ୍ଥ ଛଣଗିରିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଚାର ସମୟରେ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କଲାବେଳେ ଏପରି କାହିକି ପ୍ରଶ୍ନ କରୁଛ ବୋଲି କହି ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଛନ୍ତି। ସେହିପରି ଜଙ୍କିଆ ଥାନା ଅଧିକାରୀଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି। ନିର୍ବାଚନ କମିଶନର…

Read More

ଭୁବନେଶ୍ବର: ଆଜି ନବୀନ ନିବାସ ଆଗରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଆଜି ନବୀନ ନିବାସରେ ନେତାଙ୍କ ବଦଳରେ ଅଭିନେତାଙ୍କୁ ବେଶୀ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଜଣେ କିମ୍ବା ଦୁଇ ଜଣ ଅଭିନେତା ଆସିଥିଲେ ଜଣାପଡିଥାଆନ୍ତା ଯେ ସେମାନେ ଦଳରେ ମିଶିବେ। ହେଲେ ବହୁ ତାରକାଙ୍କ ଉପସ୍ଥିତି ଦେଖି ଜଣାପଡିଥିଲା ଯେ, ବିଜେଡି ନିର୍ବାଚନ ପ୍ରଚାର ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି। ନବୀନ ନିବାସ ଭିତରକୁ ଯାଇଥିବା କଳାକାରଙ୍କ ମଧ୍ୟରେ ଥିଲେ ପପୁ ପମ୍‌ପମ୍‌, ବାବୁଶାନ୍‌, ଅମ୍ଳାନ୍‌ ଦାସ, ଶୈଳେନ୍ଦ୍ର, ଅଶ୍ୱିନୀ ତ୍ରିପାଠୀ, ପ୍ରଜ୍ଞା, ଭୂମିକା, ସୁପ୍ରିୟା, ପ୍ରେରଣା, ତାରିକ ଅଜିଜ ପ୍ରମୁଖ ରହିଛନ୍ତି। ସମସ୍ତେ ଦୀର୍ଘ ସମୟ ଧରି ନବୀନ ନିବାସରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। କୁହାଯାଉଛି, ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ…

Read More

ଭୁବନେଶ୍ବର: ପୁଣିଥରେ ରାଜ୍ୟକୁ ଫେରିବ ତାତି। କରିବ କଲବଲ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ବିଭାଗ କହିଛି ଯେ, ରାଜ୍ୟରେ ପୁଣି ଥରେ ତାତି ଅନୁଭୂତ ହେବ। ଆସନ୍ତା ୧୫ ତାରିଖରୁ ଏହି ତାତି ବୃଦ୍ଧି ପାଇବ। ତେବେ ଆସନ୍ତା ୧୭ ତାରିଖରୁ ୨୦ ତାରିଖରେ ଏହା ଅଧିକ ଅନୁଭୂତ ହେବ। ଯାହା ଜଣାପଡୁଛି ଦିନର ତାପମାତ୍ର ପ୍ରାୟ ୪୩ ରୁ ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ସେଥିପାଇଁ ବିଭାଗ ତିନିଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି। ତାହା ହେଲା ୧୪-୦୪-୨୦୨୪ ଜିଲ୍ଲାର ନାମ- ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ ୧୫-୦୪-୨୦୨୪ ଜିଲ୍ଲାର ନାମ- ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, କୋରାପୁଟ, ମାଲକାନାଗିରି ୧୬-୦୪-୨୦୨୪ ଜିଲ୍ଲାର ନାମ- ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, କୋରାପୁଟ, ମାଲକାନାଗିରି, କନ୍ଧମାଳ, ବୌଦ୍ଧ, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, କେଉଁଝର,…

Read More

ଭୁବନେଶ୍ୱର: ୭୬ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତାକାଲି ୧୩ ଅପ୍ରେଲ ୨୦୨୪ (ଶନିବାର) ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ପାଳନ କରାଯିବ। ଏହି ଅବସରରେ ସକାଳ ୭ ଟା ୩୦ ମିନିଟ୍ ରେ ମୁଖ୍ୟଅତିଥି ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନନୀୟ ଅତିଥି ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀ ସଂଜୀବ ପଣ୍ଡା, ପୋଲିସ କମିଶନର, ଶ୍ରୀ ରାଜେଶ ପ୍ରଭାକର ପାଟିଲ, କମିଶନର, ଭୁବନେଶ୍ୱର ମହାନଗର ନିଗମ, ଶ୍ରୀ ବଲୱନ୍ତ ସିଂ, ଉପାଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଶ୍ରୀ ଚଞ୍ଚଳ ରାଣା, ଜିଲ୍ଲାପାଳ ଖୋର୍ଦ୍ଧା, ଶ୍ରୀ ପ୍ରତୀକ ସିଂ, ଡିସିପି ଭୁବନେଶ୍ୱର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି…

Read More

ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି ଯେ, ଦିଲ୍ଲୀରେ ଶନିବାର ଦିନ ସ୍କ୍ରିନିଂ କମିଟ ବୈଠକ ବସିବ ଏବଂ ରବିବାର ଦିନ ସିଇସି ବୈଠକ ବସିବ। ଏଥିରେ ଓଡିଶାର ତାଲିକା ପ୍ରସ୍ତୁତ ହୋଇ ଘୋଷଣା ହେବ। ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆସନ୍ତା 15 ତାରିଖ ସୁଦ୍ଧା ଓଡିଶାର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେଡି ବିଜେପି ରାଜ୍ୟର ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁ।

Read More

ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ବିଜେପି ନେତା ଅରବିନ୍ଦ ଢାଲି ଏବଂ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଶ୍ରୀ କୁଲେସିକା ୨୦୧୪ ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ।ସେତେବେଳେ ସେ ହେମା ଗମାଙ୍ଗଙ୍କୁ ବହୁ ଭୋଟରେ ପରାଜିତ କରିଥିଲେ। ଏହାପରେ ସେ ୨୦୧୯ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢିଥିଲେ ମଧ୍ୟ ବିଜେଡିର ପ୍ରଭୁ ଜାନିଙ୍କଠାରୁ ମାତ୍ର ୨୨୯ଟି ଭୋଟରେ ହାରିଯାଇଥିଲା। ଏହାପରେ ସେ ବିଜେଡିରେ ୨୦୨୧ରେ ସାମିଲ ହୋଇଥିଲେ। ହେଲେ ବିଜେଡି ତାଙ୍କୁ ଏଥର ଟିକେଟ ନ ଦେଇ ସେହି ପ୍ରଭୃ ଜାନିଙ୍କୁ ପ୍ରାର୍ଥୀ କରିଛି। ସେହି ରାଗରେ…

Read More

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୧୯୯୦ ମସିହାରେ କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ।  ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ…

Read More

ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା ଲେଉଟିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ତାତି ବୃଦ୍ଧି ପାଇବ। ଦିନର ତାପମାତ୍ରା ପ୍ରାୟ 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ତାତି ପ୍ରାୟ 4 ଦିନ ଧରି ଲାଗିରହିବ। ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି। ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି। ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା। ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି।

Read More

ଭୁବନେଶ୍ବର: ଶେଷରେ ବିଜେଡି ତାହାର ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିଛି। ବିଜେଡି ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏକମାତ୍ର ବାଲେଶ୍ବର ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ସେହି ଆସନରେ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହେଲା। ବାଲେଶ୍ବର ଲୋକସଭା ପାଇଁ ଲେଖାଶ୍ରୀ ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତଥର ସେଠାରେ ବିଜେଡିର ଯେ ସାଂସଦ ପ୍ରାର୍ଥୀ ଥିଲେ ସେ ହେଉଛନ୍ତି ରବିନ୍ଦ୍ର ଜେନା। ହେଲେ ସେ ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ତେଣୁ ରବିନ୍ଦ୍ରଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା। ରବିନ୍ଦ୍ରଙ୍କୁ ଛାଡିଦେଲେ ବାଲେଶ୍ବର ଲୋକସଭା ପାଇଁ…

Read More