Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର
ଜାତୀୟ ଖବର

ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର

April 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଆଉ ମାତ୍ର ଛଅଟି ଆସନ ରହିଲା। ଶେଷ ଘୋଷଣାରେ ନବୀନ ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ହେଲେ ଏହା ପୂର୍ବରୁ ସେ ତିନିଥର ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତେବେ ନବୀନ କଣ ପାଇଁ ୯ ପରି ଏକ ଅଛିଣ୍ଡା ଅଙ୍କର ତାଲିକା ଘୋଷଣା କଲେ। ପ୍ରଶ୍ନ ଉଠିଛି ଯେ, କଣ ନବୀନଙ୍କ ପାଇଁ ୯ ଅଙ୍କ ଶୁଭକର କି ?

ଶୁଣାଯାଏ ଯେ, ନବୀନ ପଟ୍ଟନାୟକଙ୍କୁ କୁଆଡେ ଏହି ନିର୍ବାଚନ ୯ ଅଙ୍କ ଶୁଭକର। ସେଥିପାଇଁ ସେ ୯  କିମ୍ବା ଅଛିଣ୍ଡା ଅଙ୍କର ପ୍ରାର୍ଥୀ ଘୋଷଣା କରୁଛନ୍ତି। କୌଣସି ଜ୍ୟୋତିଷ କିମ୍ବା ସଂଖ୍ୟା ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି ତାହା ଜଣାପଡି ନାହିଁ। ହେଲେ ନବୀନ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପ୍ରାର୍ଥୀ ତାଲିକା ଦେଖିଲେ ଜଣାପଡେ ଯେ ସେ କେବଳ ୯ ଜଣପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ନବୀନ ପ୍ରଥମ ପର୍ଯ୍ୟାୟରେ ଯେଉଁ ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ତାହା ମଧ୍ୟ ୯ କୁ ସୂଚାଉଛି । କାରଣ ୭+୨ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ମଧ୍ୟ ୨+ ୭ ମିଶିଲେ ୯। ତେଣୁ ଏହି ୯ ଅଙ୍କକୁ ନେଇ ବର୍ତ୍ତମାନ ବିଜେଡିରେ ବେଶ ଚର୍ଚ୍ଚା ଚାଲିଛି।

କେବଳ ୯ ଅଙ୍କ ନୁହେଁ ନବୀନ ଦେବାଦେବୀଙ୍କ ନାମ ସହ ଜଡିତ ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରଥମେ ଘୋଷଣା କରୁଥିବାର ଦେଖାଯାଇଛି। ନବୀନ ସପ୍ତମ ପର୍ଯ୍ୟାୟ ତାଲିକା ଘୋଷଣା ବେଳେ ପ୍ରଥମେ ମହେଶ ସାହୁଙ୍କ ନାମ ଘୋଷଣା କରିଥିଲେ। ମହେଶ ଯାହା ଦେବତାଙ୍କ ନାମକୁ ସୂଚାଇଥାଏ। ସେହିପରି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପ୍ରଥମେ ଯେ ଥିଲେ ସେ ହେଲେ  ଚିଲିକାରୁ ‘ରଘୁନାଥ’ ସାହୁ।

ସେହିପରି ଗତ ରାମ ନବମୀ ଦିନ ମଧ୍ୟ ନବୀନ ଦଳର ପଞ୍ଚମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲେ। ସେଥିରେ ସେ ନିଜେ କଣ୍ଟାବାଞ୍ଜିରେ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ନାମ ଆଗରେ ନ ରଖି  ଚିତ୍ରକୁଣ୍ଡାର ‘ଲକ୍ଷ୍ମୀପ୍ରିୟା’ ନାୟକଙ୍କ ନାମ ଆଗେ ଘୋଷଣା କରିଥିଲେ। ଦ୍ବିତୀୟ ନମ୍ବରରେ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ବୋଲି କହିଥିଲେ।  ସେହିପରି ଚତୁର୍ଥ ପ୍ରାର୍ଥୀ ତାଲିକାରେ ନବୀନ ପ୍ରଥମେ ଲକ୍ଷ୍ମୀପୁର ବିଧାନସଭା ପାଇଁ ‘ପ୍ରଭୃ’ ଜାନୀ  ବୋଲି ଘୋଷଣା କରିଥିଲେ।

ନବୀନ ଯେତେବେଳେ ବିଜେଡିର ପ୍ରଥମ ତାଲିକା ଘୋଷଣା କରିଥିଲେ ସେତେବେଳେ ମଧ୍ୟ ସେ ବିଷମକଟକରୁ ‘ଜଗନ୍ନାଥ’ ସାରକାଙ୍କ ନାମ ଘୋଷଣା କରିଥିଲେ। ଫଳରେ ଏଥିରୁ ସ୍ପଷ୍ଟ ଯେ, ନବୀନ ନିଜେ ଧର୍ମ ବିଶ୍ବାସୀ ହୋଇଥିବାରୁ ତାହାକୁ ଆଧାର କରି ତାଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଜେଡିର ନେତୃବୃନ୍ଦଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଚାଲିଛି।

odishaelection2024 ଓଡିଶାନିର୍ବାଚନ2024 ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.