Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା, ଗୋଟିଏ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ଘୋଷଣା କରିଛନ୍ତି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ବିଜେଡିର ବଳକା ଥିବା ତିନି ଆସନର ପ୍ରାର୍ଥୀ ହେଲେ

ଖଣ୍ଡପଡା- ସାବିତ୍ରୀ ପ୍ରଧାନ

ନୀଳଗିରି- ସୁକାନ୍ତ ନାୟକ

କୋରେଇ- ସଂଧ୍ୟାରାଣୀ ଦାସ

ସେହିପରି ଦେବଗଡର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ବିଜେଡି। ସେଠାରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପରିବର୍ତ୍ତନ କରି ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ପ୍ରକାଶ କଲା ତିନିଜଣିଆ ପ୍ରାର୍ଥୀ ତାଲିକା, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ

ଭୁବନେଶ୍ବର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ

ଭୋଗରାଇ- ଗୌତମବୁଦ୍ଧ ଦାସ

ଖୋର୍ଦ୍ଧା-  ରାଜେନ୍ଦ୍ର ସାହୁ

ବେଗୁନିଆ- ପ୍ରଦୀପ ସାହୁ

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଆଉ ମାତ୍ର ଛଅଟି ଆସନ ରହିଲା। ଶେଷ ଘୋଷଣାରେ ନବୀନ ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ହେଲେ ଏହା ପୂର୍ବରୁ ସେ ତିନିଥର ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତେବେ ନବୀନ କଣ ପାଇଁ ୯ ପରି ଏକ ଅଛିଣ୍ଡା ଅଙ୍କର ତାଲିକା ଘୋଷଣା କଲେ। ପ୍ରଶ୍ନ ଉଠିଛି ଯେ, କଣ ନବୀନଙ୍କ ପାଇଁ ୯ ଅଙ୍କ ଶୁଭକର କି ?

ଶୁଣାଯାଏ ଯେ, ନବୀନ ପଟ୍ଟନାୟକଙ୍କୁ କୁଆଡେ ଏହି ନିର୍ବାଚନ ୯ ଅଙ୍କ ଶୁଭକର। ସେଥିପାଇଁ ସେ ୯  କିମ୍ବା ଅଛିଣ୍ଡା ଅଙ୍କର ପ୍ରାର୍ଥୀ ଘୋଷଣା କରୁଛନ୍ତି। କୌଣସି ଜ୍ୟୋତିଷ କିମ୍ବା ସଂଖ୍ୟା ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି ତାହା ଜଣାପଡି ନାହିଁ। ହେଲେ ନବୀନ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପ୍ରାର୍ଥୀ ତାଲିକା ଦେଖିଲେ ଜଣାପଡେ ଯେ ସେ କେବଳ ୯ ଜଣପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ନବୀନ ପ୍ରଥମ ପର୍ଯ୍ୟାୟରେ ଯେଉଁ ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ତାହା ମଧ୍ୟ ୯ କୁ ସୂଚାଉଛି । କାରଣ ୭+୨ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ମଧ୍ୟ ୨+ ୭ ମିଶିଲେ ୯। ତେଣୁ ଏହି ୯ ଅଙ୍କକୁ ନେଇ ବର୍ତ୍ତମାନ ବିଜେଡିରେ ବେଶ ଚର୍ଚ୍ଚା ଚାଲିଛି।

କେବଳ ୯ ଅଙ୍କ ନୁହେଁ ନବୀନ ଦେବାଦେବୀଙ୍କ ନାମ ସହ ଜଡିତ ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରଥମେ ଘୋଷଣା କରୁଥିବାର ଦେଖାଯାଇଛି। ନବୀନ ସପ୍ତମ ପର୍ଯ୍ୟାୟ ତାଲିକା ଘୋଷଣା ବେଳେ ପ୍ରଥମେ ମହେଶ ସାହୁଙ୍କ ନାମ ଘୋଷଣା କରିଥିଲେ। ମହେଶ ଯାହା ଦେବତାଙ୍କ ନାମକୁ ସୂଚାଇଥାଏ। ସେହିପରି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପ୍ରଥମେ ଯେ ଥିଲେ ସେ ହେଲେ  ଚିଲିକାରୁ ‘ରଘୁନାଥ’ ସାହୁ।

ସେହିପରି ଗତ ରାମ ନବମୀ ଦିନ ମଧ୍ୟ ନବୀନ ଦଳର ପଞ୍ଚମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲେ। ସେଥିରେ ସେ ନିଜେ କଣ୍ଟାବାଞ୍ଜିରେ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ନାମ ଆଗରେ ନ ରଖି  ଚିତ୍ରକୁଣ୍ଡାର ‘ଲକ୍ଷ୍ମୀପ୍ରିୟା’ ନାୟକଙ୍କ ନାମ ଆଗେ ଘୋଷଣା କରିଥିଲେ। ଦ୍ବିତୀୟ ନମ୍ବରରେ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ବୋଲି କହିଥିଲେ।  ସେହିପରି ଚତୁର୍ଥ ପ୍ରାର୍ଥୀ ତାଲିକାରେ ନବୀନ ପ୍ରଥମେ ଲକ୍ଷ୍ମୀପୁର ବିଧାନସଭା ପାଇଁ ‘ପ୍ରଭୃ’ ଜାନୀ  ବୋଲି ଘୋଷଣା କରିଥିଲେ।

ନବୀନ ଯେତେବେଳେ ବିଜେଡିର ପ୍ରଥମ ତାଲିକା ଘୋଷଣା କରିଥିଲେ ସେତେବେଳେ ମଧ୍ୟ ସେ ବିଷମକଟକରୁ ‘ଜଗନ୍ନାଥ’ ସାରକାଙ୍କ ନାମ ଘୋଷଣା କରିଥିଲେ। ଫଳରେ ଏଥିରୁ ସ୍ପଷ୍ଟ ଯେ, ନବୀନ ନିଜେ ଧର୍ମ ବିଶ୍ବାସୀ ହୋଇଥିବାରୁ ତାହାକୁ ଆଧାର କରି ତାଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଜେଡିର ନେତୃବୃନ୍ଦଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା, କାକଟପୁରରୁ ତୁଷାର, ହିନ୍ଦୋଳରୁ ମହେଶ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ସପ୍ତମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ନବୀନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଭରସା କରି କାକଟପୁରରୁ ପ୍ରାର୍ଥୀ କରିଛନ୍ତିଯ ଏଥର ମାତ୍ର ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ

ହିନ୍ଦୋଳ- ମହେଶ ସାହୁ

ରଘୁନାଥପଲ୍ଲୀ- ଅର୍ଚ୍ଚନା ବେହେରା

ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା

କାକଟପୁର- ତୁଷାରକାନ୍ତି ବେହେରା

ବାଙ୍ଗିରପୋଷି- ରଂଜିତା ମାରାଣ୍ଡି

ବରୀ- ବିଶ୍ବରଂଜନ ମଲ୍ଲିକ

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି।

ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କର ମଧ୍ୟ ଟିକେଟ କଟିଛି। ସେ ଏଥର ଟିକେଟ ପାଇବେ କି ନାହିଁ ଦ୍ବନ୍ଦରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଭରସା ନ କରି ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି। ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଦଳ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଟିକେଟ ଦେଇଛି। ଆନନ୍ଦପୁରର ବିଧାୟକ ଭାଗୀରଥି ସେଠୀଙ୍କର ମଧ୍ୟ ଟିକେଟ କଟିଛି। ସେଠାରେ ଦଶ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି।

ଏଥର ନଅ ଜଣିଆ ତାଲିକାରେ ଦଳ ମହିଳାଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି। ଏହି ନଅ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେମାନେ ହେଲେ ବାସନ୍ତି ହେମ୍ବ୍ରମ, ବିଦୂସ୍ମିତା ମହାଲିକ, ସୁଭାଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ। ମହିଳା ସଂରକ୍ଷଣ ନେଇ ଦଳ ଯେଉଁ ଆଭିମୁଖ୍ୟ ରଖିଛି ତାହା କାର୍ଯ୍ୟକାରୀ କରିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ପ୍ରାର୍ଥୀ ତାଲିକା, ଚିଲିକାରୁ ରଘୁନାଥ, କେନ୍ଦ୍ରାପଡାରୁ ଗଣେଶ୍ବର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନେ ହେଲ

ଚିଲିକା- ରଘୁନାଥ ସାହୁ

ଆନନ୍ଦପୁର- ଅଭିମନ୍ୟୁ ସେଠୀ

ସାରସକଣା- ଦେବାଶୀଷ ମାରାଣ୍ଡି

କରଞ୍ଜିଆ- ବାସନ୍ତି ହେମ୍ବ୍ରମ

ରେମୁଣା- ବିଦୁସ୍ମିତା ମହାଲିକ

ସିମୁଳିଆ- ସୁଭାଶିନୀ ସାହୁ

ବଡଚଣା- ବର୍ଷା ପ୍ରିୟଦର୍ଶିନୀ

କେନ୍ଦ୍ରାପଡା-ଗଣେଶ୍ବର ବେହେରା

ଚମ୍ପୁଆ- ସନାତନ ମାହାକୁଡ

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା, କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, ସମ୍ବଲପୁର ପ୍ରାର୍ଥୀ ପରିବର୍ତ୍ତନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି।

ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏଥିରେ ରେଢାଖୋଲରେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁର ଆସନରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।

 

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ବିଜେଡିର ବାକିଥିବା ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା ୩୯ ଆସନ ମଧ୍ୟରୁ ୨୦ ରୁ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେଡିର ବାକିଥିବା ବିଧାନସଭା ଟିକେଟ, ଶେଷ ପର୍ଯ୍ୟାୟକୁ ରହିବ ଏହି ଆସନ

ଭୁବନେଶ୍ବର: ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା 39 ଆସନ ମଧ୍ୟରୁ 20 ରୁ 25 ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।

ତେବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ମଧ୍ୟ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ପରବର୍ତ୍ତି ସମୟରେ ଘୋଷଣା ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କୁ ରିପିଟ୍, 4 ନୂଆ ମୁହଁ

ଭୁବନେଶ୍ବର: ବିଜେଡି ତାହାର ତୃତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଚାରି ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା, ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ ବାଲେଶ୍ୱରରୁ ସ୍ୱରୂପ ଦାସ।

ସେହିପରି ନୂଆ ମୁହଁ ଭାବେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ୍ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ବିଜେଡି ଟିକେଟ୍ ଦେଇଛି।

ବିଜେଡି ଏହି ତାଲିକାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେ ହେଉଛନ୍ତି କେଉଁଝରରୁ ମିନା ମାଝି। ତୃତୀୟ ପର୍ଯ୍ୟାୟ ତାଲିକାକୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା କଲା ବିଜେଡିର 3ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଲା ଟିକେଟ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେଗୁଡିକ ହେଲା

ରେଙ୍ଗାଲି-ସୁଦର୍ଶନ ହରିପାଲ

ରାଉରକେଲା- ସାରଦା ନାୟକ

ରାଇରଙ୍ଗପୁର- ରାଇସି ମୁର୍ମୁ

ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କି

କେଉଁଝର-ମୀନା ମାଝି

ବାରବାଟୀ କଟକ- ପ୍ରକାଶ ବେହେରା

ବାଲେଶ୍ବର- ସ୍ବରୂପ ଦାସ

ସାଲେପୁର- ପ୍ରଶାନ୍ତ ବେହେରା

ଜୟଦେବ- ନବକିଶୋର ମଲ୍ଲିକ

ଆଜି ବିଜେଡି ମାତ୍ର 9ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

 

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରାର୍ଥୀ ତାଲିକା, ପୁରୁଣାଙ୍କୁ କରାଯାଇନି ଅଣଦେଖା, ନୂଆ ପ୍ରାର୍ଥୀଙ୍କୁ ଦିଆଯାଇଛି ଗୁରୁତ୍ବ

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି।

ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ

ଲୋକସଭା

ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ

ବରଗଡ- ପରିଣିତା ମିଶ୍ର

ବ୍ରହ୍ମପୁର- ଭୃଗୁବକ୍ସି ପାତ୍ର

ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ

କେନ୍ଦୁଝରରୁ- ଧନୁର୍ଜୟ ସିନ୍ଧୁ

ବିଧାନସଭା

ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ ।

ସେମାନେ ହେଲେ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ରାଜଗାଙ୍ଗପୁର- ଅନୀଲ ବରୁଆ

ଯଶିପୁର- ଚକ୍ରଧର ହେମ୍ବ୍ରମ

ତଳସରା- ଅନୂସୟା ପାତ୍ର

ମୋରଡା- ପ୍ରତିନିନ୍ଦନା କାନୁନଗୋ

ସୋର- ମାଧବ ଧଡ଼ା