ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା ଲେଉଟିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ତାତି ବୃଦ୍ଧି ପାଇବ। ଦିନର ତାପମାତ୍ରା ପ୍ରାୟ 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ତାତି ପ୍ରାୟ 4 ଦିନ ଧରି ଲାଗିରହିବ। ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି। ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି। ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା। ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି।
Author: Samikhsya Bureau
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବହୁ ବିବାଦୀୟ ଥିବା କେତେକ ଆସନକୁ ସମାଧାନ କରି ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ଗୋଟିଏ ହେଲା ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ। ଏହି ଆସନର ବର୍ତ୍ତମାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନବୀନ ପୁଣି ଥରେ ଭରସା କରିଛନ୍ତି। ଏହି ଆସନରୁ କରର୍ପୋରେଟର ଅମରେଶ ଜେନା ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ହେଲେ ତାହା ହେଲା ନାହିଁ। ଏବେ ସେ କଣ କରିବେ ତାହାକୁ ନେଇ ଅପେକ୍ଷା। ଅନ୍ୟପଟେ ପାରାଦ୍ବୀପ ଆସନକୁ ନେଇ ମଧ୍ୟ ବଡ ବିବାଦ ଉପୁଜିଥିଲା। ଏହି ଆସନ ଉପରେ ଆଖି ରଖିଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବାପି ସର୍ଖେଲ। ବାପିଙ୍କ ଧର୍ମପତ୍ନୀ ମନୋଦୀପା ସର୍ଖେଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ସେ କିମ୍ବା ତାଙ୍କ ସ୍ବାମୀ ପାରଦ୍ବୀପରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲେ ନାହିଁ। ଶେଷରେ ଦାମୋଦର ରାଉତରାୟଙ୍କ…
ଭୁବନେଶ୍ବର: ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ 9 ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲା ବାଲେଶ୍ବର ଲୋକସଭା- ଲେଖାଶ୍ରୀ ସାମନ୍ତସିଂହାର ବିଧାନସଭା ଲକ୍ଷ୍ମୀପୁର- ପ୍ରଭୃ ଜାନୀ ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲ- ରୋହିତ ପୂଜାରୀ ପାରାଦ୍ବୀପ- ଗୀତାଞ୍ଜଳୀ ରାଉତରାୟ ତାଳଚେର- ବ୍ରଜ ପ୍ରଧାନ ନର୍ଲା- ମନୋରମା ମହାନ୍ତି ବାଲିଗୁଡା- ଚକ୍ରମଣି କହଁର ତେଲକୋଇ- ମାଧବ ସର୍ଦ୍ଦାର
ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଆଶା କର୍ମି, ଅଙ୍ଗନବାଡି କର୍ମି ଏବଂ ମିଶନ ଶକ୍ତି ମହିଳାଙ୍କୁ ବିଜେପି ଧମକାଉଛି। ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ଦଳ କହିଛି ଯେ, ଗତ କିଛିଦିନ ଧରି ବିଜେପି ନେତା ତଥା ପ୍ରାର୍ଥୀମାନେ ତୃଣମୂଳ ସ୍ତରରେ ଥିବା ସରକାରୀ ସଂଗଠନର ମହିଳାଙ୍କୁ ଧମକ ଦିଆଯାଉଛି। ସେମାନଙ୍କ ପାଇଁ କାମ କରିବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି। ସାହାଯ୍ୟ ନ କଲେ ତମ କଥା ପରେ ବୁଝାଯିବ ବୋଲି ଧମକ ଦିଆଯାଉଛି। ଏହାଦ୍ବାରା ସେମାନେ ମାନସିକ ଚାପ ଭିତରେ ତାଙ୍କ କାମ କରିପାରୁ ନାହାଁନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନ କମିଶନର ଏହା ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ…
ଭୁବନେଶ୍ବର: ଆଜି ଘୋଷଣା ହେବ ବିଜେପିର ବାକିଥିବା ବିଧାନସଭା ପ୍ରାର୍ଥୀ ତାଲିକା। ଆଜି ପ୍ରାୟ 20ରୁ 22 ଜଣଙ୍କ ନାମ ଘୋଷଣା ହେବ। ବାକି ଆସନ ଗୁଡିକ 18 ତାରିଖ ଭିତରେ ଘୋଷଣା କରାଯିବ। ଏହି ସୂଚନା ଦେଇଛନ୍ତି ଓଡିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି ଯେ ଆଜି ଅପରାହ୍ନ ସୁଦ୍ଧା ଓଡିଶା ବିଧାନସଭା ତାଲିକା ପ୍ରକାଶ କରାଯିବାର ସମ୍ଭାବନା ରହିିଛି। ଏ ନେଇ ଦିଲ୍ଲୀରେ ଶୀର୍ଷ ନେତୃତ୍ବ ତାଲିକା ଚୁଡାନ୍ତ କରିସାରିଛନ୍ତି। ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି। ତେବେ ଆଜି ଯେଉଁ ତାଲିକା ପ୍ରକାଶ ପାଇବ ସେଥିରେ 20 ରୁ 22 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ତେବେ ଆଜି ଘୋଷଣା ହେଉଥିବା ପ୍ରାର୍ଥୀ…
ଭୁବନେଶ୍ବର: ଆଜି ରାଜ୍ୟର ପାଗ ପୁରା ପରିବର୍ତ୍ତନ ହୋଇଯାଇଛି। ସକାଳୁ ସକାଳୁ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ପାଗ ମଧ୍ୟ ମେଘୁଆ ରହିଛି। ସକାଳୁ ସକାଳୁ ଅନ୍ଧକାର ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏପରିକି ଅନେକସ୍ଥାନରେ ଝଡ ପବନ ମଧ୍ୟ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଅନୁସାରେ ଆଜି ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାରେ ଝଡପବନ ସହିତ ବଜ୍ରପାତ ହେବାର ମଧ୍ୟ ସୂଚନା ରହିଛି। ସେହି ଜିଲ୍ଲା ତିନିଟି ହେଲା ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକ ସତର୍କ ରହିବା ପାଇଁ କୁହାଯାଇଛି। ଏହିପରି ପାଗ ଆଜି ଦିନତମାମ ଲାଗିରହିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଧୀରେ ଧୀରେ ଓଡିଶାରେ ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ତେବେ ଏହି ପ୍ରଚାର ବର୍ତ୍ତମାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବେଶ ଗରମ ହୋଇଛି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେମାନେ ହେଲେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଭୟ ପ୍ରଚାରକୁ ପ୍ରଭାବଶାଳୀ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ତେବେ ଗତକାଲି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଶାଳ ରାଲି କରି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ସେ ଆଠମଲ୍ଲିକରେ ଦେବୀ ମାହେଶ୍ବରୀଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ସେ ହଜାର ହଜାର ସମର୍ଥକଙ୍କ ସହିତ ଆଠମଲ୍ଲିକ ଏବଂ ଛେଣ୍ଡିପଦାରେ ବିଶାଳ ରାଲି କରି ଲୋକଙ୍କ ଆର୍ଶିବାଦ ନେଇଛନ୍ତି। ପ୍ରଣବ ପ୍ରକାଶ ଆଠମଲ୍ଲିକରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ସେଥିରେ ତାଙ୍କ…
କଟକ: ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ ସଦସ୍ୟ ନିରଞ୍ଜନ ରଥଙ୍କୁ ଲାଗିଛି ଅଦାଲତର ଝଟକା। ଲୋକସେବକ ମଣ୍ଡଳ ପକ୍ଷରୁ ତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ଶ୍ରୀରଥ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଜିମ୍ସାରରେ ପରିଚାଳନାଗତ ବିଭ୍ରାଟ, ପାଣ୍ଠି ଦୁରୁପଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ସଂକ୍ରାନ୍ତରେ ଲୋକସେବକ ମଣ୍ଡଳ ନିକଟରେ ଗୁରୁତର ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଲୋକସେବକ ମଣ୍ଡଳର କାର୍ଯ୍ୟନିର୍ବାହୀ ପରିଷଦ ପକ୍ଷରୁ ୨୦୨୩ ଅକ୍ଟୋବର ୨୭ ରେ ଅନୁଷ୍ଠିତ ବୈଠକରେ ଅଡିଟରଙ୍କ ସହିତ ୩ଜଣିଆ ସଦସ୍ୟଙ୍କ ଦ୍ୱାରା ଏକ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟି ଦ୍ୱାରା ୨୦୨୪ ଜାନୁଆରୀ ୨୪ରେ ମିଳିଥିବା ରିପୋର୍ଟରେ ଜିମ୍ସାରରେ ଏକାଧିକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା। ଏହି ରିପୋର୍ଟ ଉପରେ ଲୋକସେବକ ମଣ୍ଡଳର ଷ୍ଟାଣ୍ଡିଂ କମିଟି ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଉପସ୍ଥାପିତ ହେବା ସହ…
ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସଂପାଦକ ତଥା ଉତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ସୁସଂଗଠକ ଶ୍ରୀ କାଳନ୍ଦି ପ୍ରଧାନ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ପ୍ରଧାନଙ୍କ ସମେତ ପୁରୁଣା ସାଲିଆ ସାହି ବସ୍ତି ସଭାପତି ରମେଶ ପାତ୍ର, ଶକ୍ତି ବିହାର ଉପଦେଷ୍ଟା ସର୍ବେଶ୍ୱର ବିଶୋଇ, ଶ୍ରୀକୃଷ୍ଣନଗର ଉପଦେଷ୍ଟା ନିରଞ୍ଜନ ସ୍ୱାଇଁ, ବସ୍ତି ବିକାଶ ପରିଷଦ ସଭ୍ୟ ଟୁକୁନା ମହାରଣା, ରମେଶ ମହାରଣା, ଗୌରାଙ୍ଗ ମହାରଣା, ସୁପ୍ରଭା ମହାରଣା, ମନୁ ବିଶୋଇ, ଏକାମ୍ର ବିହାରର ରବି ପାତ୍ର, ଶ୍ରୀକୃଷ୍ଣ ନଗରର ରଞ୍ଜିତା ଜେନା, ସବିତା ସେଠୀ, ମୀନତି ମହାରଣା, ବୀଣାପାଣି ମହାରଣା, ଶ୍ରୀରାମ ନଗର ମଞ୍ଜୁଲତା ମିଶ୍ର, ଝୁନୁ ମହାରଣା, ଶକ୍ତି ବିହାର ମମତା ମଲ୍ଲିକ, ରାଧାମଣି ସାହୁ, କିରଣ ମଲ୍ଲିକ, ଶ୍ରୀରାମ ନଗର ସାକେରୀ ରେଡ୍ଡି, ପ୍ରଭାତୀ ମଲ୍ଲିକ, ସୁଶମା ସାହୁ ଓ ରମେଶ ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ…
ଭୁବନେଶ୍ବର: ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି। ଏ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅବିଯୋଗ କରିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳ ଦାବୀ କରିଛି। ଏ ନେଇ ବିଜେଡି ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି। ଘଟଣାରୁ ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀ ରାଜ୍ୟର ବହୁ ଏସପି, ବିଡିଓ, ତହସିଲଦାରଙ୍କୁ ଫୋନ କରି ଧମକାଉଛନ୍ତି। ସେ କହୁଛନ୍ତି ଯେ ରାଜ୍ୟରେ ବିଜେପି ଯେପରି ଜିତିବ ସେ ନେଇ ସାହାଯ୍ୟ କରନ୍ତୁ। ଯଦି ସାହାଯ୍ୟ ନ କରିବ ତେବେ ନିର୍ବାଚନ କମିଶନରଙ୍କୁ କହି ତମର ବଦଳି କରିଦିଆଯିବ। ପୂର୍ବରୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରାଯାଇଛି। ସେମିତି ତୁମର ମଧ୍ୟ ବଦଳି ହେବ ବୋଲି ପ୍ରଦୀପ ଧମକ ଦେଇଛନ୍ତି।…
ଭୁବନେଶ୍ୱର: ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଇଂ ପୁନମ ପ୍ରିୟଦର୍ଶିନୀ। ଦଳରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀଙ୍କୁ ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଇଂ ପୁନମ ପ୍ରିୟଦର୍ଶୀନୀଙ୍କ ଯୋଗଦାନ ଫଳରେ ବିଶେଷକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,…
ଭୁବନେଶ୍ବର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି। ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ ପ୍ରଥମେ ଏହା ଛଡାଇବା ପରେ ଯାଇ ଗାଡିକୁ ଛାଡୁଛି। ଯଦି ଦ୍ବିତୀୟ ଥର ଏପରି କରାଯାଏ ଦେବେ ଗାଡିଚଳକଙ୍କୁ ପାଞ୍ଚହଜାର ଟଙ୍କା ଜରିମାନା କରାଯିବ ବୋଲି ପୋଲିସ ସୂଚାଇ ଦେଉଛି।
ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ଓଡିଶା ପାଇଁ ନୂଆ ପ୍ରଚାର କମିଟ ଘୋଷଣା କରିଛି। ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଏହି କମିଟ ଘୋଷଣା କରାଯାଇଛି। ଏଥିରେ ମୋଟ ୫୯ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ପ୍ରଚାର କମିଟ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ପୁରା କମିଟ ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି। ଯେଉଁମାନେ ଏହି କମିଟରେ ଅଛନ୍ତି ସେମାନେ ହେଲେ .. ଏହି କମିଟରେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଏବଂ ସୁଧାଂଶୁ ଶେଖର ଦେଓଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟରେ ବରିଷ୍ଠ ନେତାମାନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇଛି।
ଭୁବନେଶ୍ବର: ଅସନ୍ତୁଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଥଇଥାନ କରିଛି ବିଜୁ ଜନତା ଦଳ। ଆଜି ଘୋଷଣା ହୋଇଥିବା ବିଜେଡି ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ଜଣେ ସଦସ୍ୟା ଭାବେ ଦଳ ନିଯୁକ୍ତି କରିଛି। ଫଳରେ ଚଳିତ ନିର୍ବାଚନରେ ଦଳ କେଉଁ ଆଭିମୁଖ୍ୟ ନେଇ ଲୋକଙ୍କୁ ପାଖକୁ ଯିବ ତାହା ଏହି କମିଟ ନିଷ୍ପତି କରିବ। ଏହି କମିଟର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ। ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ ବୋଲି ତାଙ୍କୁ ଦଳ ସବୁଜ ସଙ୍କେତ ପ୍ରଦାନ କରିଥିଲା। ଫଳରେ ସେ ଏହି ଲୋକସଭା ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିସାରିଥିଲେ। ହେଲେ ଶେଷ ମୂହୁର୍ତ୍ତରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ନଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ଲୋକସଭା ଟିକେଟ ନେଇଗଲେ। ଏହା ଘୋଷଣା ପରେ ଶ୍ରୀମୟୀ କିଛିଦିନ ପାଇଁ ମୋବାଇଲ ସୁଇଚ ଅପ କରି କୁଆଡେ…
ଭୁବନେଶ୍ବର: କିଛିଦିନ ଧରି ରାଜ୍ୟର ତାପମାତ୍ର ଥଣ୍ଡା ଥିବା ବେଳେ ପୁଣିଥିରେ ତାହା ବୃଦ୍ଧି ପାଇବ ବୋଲି ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣିଥରେ ତାପମାତ୍ର ବୃଦ୍ଧି ଘଟିବ। ଦିନର ତାପମାତ୍ରା ପ୍ରାୟ ୩ ରୁ ୪ ଡ଼ିଗ୍ରୀ ଯାଏଁ ବଢିବ ବୋଲି କୁହାଯାଇଛି। ତେବେ ଆସନ୍ତା ୧୨ ତାରିଖ ଯାଏଁ ତାପମାତ୍ରା ରେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ହେଲେ ୧୩ ତାରିଖ ପରଠାରୁ ପରବର୍ତୀ ୨ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା ୨୦୦୯ ନିର୍ବାଚନରେ ରଘୁନାଥପାଲ୍ଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନ୍ୟାନି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନିଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଘଡାଇ, ଶ୍ରୀ ତରାଇ, ଶ୍ରୀ ସିଂ ଓ ଶ୍ରୀ ନାୟକ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନି…
ଭୁବନେଶ୍ବର: ଦିଲ୍ଲୀ କୋର୍ଟରେ ବିଜୟ ହେବା ପରେ ଆଜି ରାଉରକେଲା ଫେରିଛନ୍ତି ଶିଳ୍ପପତି ଦିଲ୍ଲୀପ ରାୟ। ସେ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଉର୍ଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶହଶହ ସମର୍ଥକମାନେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ତେବେ ଦିଲ୍ଲୀପଙ୍କୁ ସମ୍ବର୍ଦ୍ଧନା ଦେବା ଯେତିକି ଚର୍ଚ୍ଚାର ବିଷୟ ତାଠାରୁ ଅଧିକ ଆଲୋଚନାର ବିଷୟ ହେଉଛି ତାଙ୍କର ମନ୍ତବ୍ୟ। ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ମୁଁ ବିଜେପିରେ ଅଛି। କାରଣ ବିଜେପିରୁ ମୁଁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ତାହାକୁ ଏ ପର୍ଯ୍ୟନ୍ତ ଗ୍ରହଣ କରି ନାହିଁ। ଅନ୍ୟପକ୍ଷରେ ଦଳ ଯଦି ଚାହିଁବ ତେବେ ମୁଁ ନିର୍ବାଚନରେ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ତେବେ ସେ ସଂପର୍କରେ ଅଳ୍ପ ଦିନ ମଧ୍ୟରେ ଜଣାପଡିବ ବୋଲି ଦିଲ୍ଲୀପ କହିଛନ୍ତି। ବିଜେପି ବର୍ତ୍ତମାନ ସୁଦ୍ଧା ରାଉରକେଲା ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା…
ଭୁବନେଶ୍ବର: ପୁଣି ଅଡୁଆରେ କଟକ ବାରବାଟୀ ନେତା ମହମ୍ମଦ ମୋକିମ। ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କର ଅଡୁଆ ବଢିବାରେ ଲାଗିଛି। ଆଜି ଓଡିଶା ହାଇକୋର୍ଟ ମୋକିମଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ କାୟମ ରଖିଛନ୍ତି। ତଳ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା କାୟମ ରଖି ମୋକିମଙ୍କୁ ଅପିଲକୁ ରଦ୍ଦ କରିଦେଇଛନ୍ତି। ମେଟ୍ରୋ ବିଲଡର ପରିଚାଳନା ନିର୍ଦ୍ଦେଶକ ମୋକିମଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମରୁ ଗରିବ ଲୋକଙ୍କ ପାଇଁ ଘର ତୋଳିବା ପାଇଁ ନେଇଥିବା ଋଣ ଦୁର୍ନିତିରେ ଛନ୍ଧି ହୋଇଛନ୍ତି। ଏହି ମାମଲା ଶୁମା କରି ଭିଜିଲାନସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ବିରୋଧରେ ମୋକିମ ହାଇକୋର୍ଟ ଯାଇଥିଲେ।
ଡା ତ୍ରୈଲୋକ୍ୟନାଥ ମହାରଣା ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେବାକୁ ଯାଉଛି, ତାହା ହେଉଛି ହୋମିଓପ୍ୟାଥିକ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତିର ଜନକ ମାହାତ୍ମ୍ୟ ଫେଡରିକ ସାମୁଏଲ ହ୍ୟାନିମ୍ୟାନ ଜର୍ମାନୀର ସାକ୍ସୋନି ରାଜ୍ୟର ମିସେନ ସହରରେ ଏକ ଚିତ୍ରକର ପରିବାରରେ ୧୭୫୫ ମସିହା ଅପ୍ରେଲ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବହୁ ବାଧା ବିଘ୍ନ ସତ୍ୟେ ପିତା ଗଡ଼ ଫ୍ରିଡ଼ ଓ ମାତା ଜୋଏନା ଙ୍କ କୋଳ ମଣ୍ଡନ କରିଥିଲେ ହ୍ୟାନିମ୍ୟାନ।ପିଲାଟି ଦିନରୁ ଦୁସ୍ଥ, ଅସହାୟ, ଓ ଗରିବ ଜନସାଧାରଣ ଙ୍କ ପ୍ରତି ବିମୋହିତ ହୋଇ ପଡୁଥିଲେ।ବହୁ ବାଧା ବିଘ୍ନ ସତ୍ବେ ୧୭୭୯ ମସିହାରେ ଭେଷଜ ବିଜ୍ଞାନରେ ସେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତତ୍କାଳୀନ ଚିକିତ୍ସା ପଦ୍ଧତିରେ କରାଯାଉଥିବା ତ୍ରୁଟି ପୂର୍ଣ ଶଲ୍ୟ ପକ୍ରିୟା ବା ଅପରେସନ କୁ ସେ ନା ପସନ୍ଦ କରୁଥିଲେ।ଏଥିରେ ସେ ଦେଖୁଥିଲେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଇସ୍ତାହାର କମିଟ ଗଠନ କରିଛି। ଏହି କମିଟ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏଥିରେ ମୋଟ ୩୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଏହି କମିଟରେ 6 ଜଣଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି। ସେହିପରି ଏହି କମିଟରେ ତିନିଜଣ ପ୍ରବାସୀ ଓଡିଆଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମର ପଟ୍ଟନାୟକ ହେଉଛନ୍ତି କମିଟର ଆବାହକ।
ଭୁବନେଶର: ବର୍ତ୍ତମାନ ଓଡିଶା ରାଜନୀତିର ଦିଲ୍ଲୀପ ରାୟଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ କୋଇଲା ଦୁର୍ନିତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅସ୍ବସ୍ଥି ଦେଇଛନ୍ତି। ଦିଲ୍ଲୀପ ରାୟ ନିର୍ବାଚନ ଲଢିବେ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏହାପରେ ସେ ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ଭିତରେ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଆଜି ପ୍ରଚାର ବେଳେ ତାଙ୍କ ବିଷୟରେ କହିଛନ୍ତି। ଯାହାକୁ ନେଇ ସୁନ୍ଦରଗଡ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଜୁଏଲ କହିଛନ୍ତି ଯେ, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ। ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର…

