Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟର ଚାରିଟି ସହରର ତାପମାତ୍ର 43 ଡିଗ୍ରୀ ଟପିଛି। ଆସନ୍ତାକାଲିଠାରୁ ତାପମାତ୍ରରେ ସାମାନ୍ୟ ଅସ୍ବସ୍ଥି ମିଳିଥିଲେ ମଧ୍ୟ ତାତିରୁ ମୁକ୍ତି ମିଳି ନାହିଁ। ଆଜିର ତାପମାତ୍ରା ଅନୁସାରେ ଅନୁଗୁଳ ଓ ଟିଟିଲାଗଡର ତାପମାତ୍ର 43 ଡିଗ୍ରୀ ଟପିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ତାତିରୁ ମିଳିବ ମୁକ୍ତି ବୋଲି କୁହାଯାଇଛି। କାରଣ ଆସନ୍ତାକାଳି କାଳ ବୈଶାଖୀ ଦେଖାଯିବାର ସମ୍ଭାବନା ରହିଛି। ଏହାଦ୍ବାରା ପବନ ପ୍ରବାହିତ ହେବା ସହିତ ବର୍ଷା ମଧ୍ୟ ହେବ ବୋଲି କୁହାଯାଇଛି। ଦୀର୍ଘଦିନର ଗରମ ପରେ ଲୋକଙ୍କୁ ଆସ୍ବସ୍ଥି ମିଲିବ ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେ ଖୁବଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି। ରଘୁନାଥ ବାଲେଶ୍ବର ବସ୍ତା ନିର୍ବାଚନ ମଣ୍ଡଳିରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ସେ ଜନତା ଦଳରୁ ଦୁଇଥର ଏବଂ ବିଜେଡିରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ଦଳର ମୁଖ୍ୟ ସଚେତକ ଏବଂ ବହୁ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ସେ ବଧୂ ନିର୍ଯ୍ୟାତନା ଅଭିଯୋଗରେ ଜେଲ ଯିବା ପରେ ତାଙ୍କୁ ବିଜେଡି ବହିସ୍କାର କରିଦେଲା। ଏହାପରେ ସେ ବିଜେପିରେ ସାମିଲ ହୋଇ 2019ରେ ବିଜେପିରୁ ଲଢେଇ କରି ହାରିଯାଇଥିଲେ।

Read More

ଭୁବନେଶ୍ବର: ସବୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି। କେଉଁ କାରଣ ପାଇଁ ବିଜେଡି ସେଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ରଘୁ ମହାନ୍ତି କୁଆଡେ ଘର ବାହୁଡା କରିବେ। ଅର୍ଥାତ ସେ ପୁଣି ବିଜେଡି ଫେରିବେ। ଏହାପରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ବିଜେଡିରୁ ଲଗାତର ବାଲେଶ୍ବର ବସ୍ତାରୁ ପାଞ୍ଚଥର ବିଧାୟକ ହୋଇଥିବା ରଘୁ ମହାନ୍ତିଙ୍କ ଦଳରେ ଏକଡା ବଡ ଦବଦବା ରହିଥିଲା। ହେଲେ ପୁଅବୋହୂଙ୍କ ବିବାଦ ପାଇଁ ସେ ଜେଲ ଯିବା ପରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପରେ ସେ ବିଜେପିରେ ସାମିଲ ହୋଇ ଗତଥର ଟିକେଟ ପାଇଥିଲେ ମଧ୍ୟ ହାରିଯାଥିଲେ। ଏଥର ରଘୁ ମହାନ୍ତିଙ୍କୁ…

Read More

ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି। ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ,  “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”

Read More

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେ ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି। ସେଠାରେ ସେ ବିଜେଡି ନେତାଙ୍କ ଗହଣରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏଥିସହିତ ସେ ବିଭିନ୍ନ ଦଳୀୟ ସଭାରେ ଯୋଗଦେଇ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସେ ଏକ ସଭାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ଓଡିଶାକୁ ଏକ ବିନ୍ଦୁ ବୋଲି ଭାବିଛି। ହେଲେ ବିଜେଡି ଓଡିଶାକୁ ଏକ ସିନ୍ଧୁ ବୋଲି ଭାବିଛି। ଏହାପରେ ସେ ବରିଷ୍ଠ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ଆର୍ଶିବାଦ ଭିକ୍ଷା କରିଛନ୍ତି। ପ୍ରଣବ ପ୍ରକାଶ କିଛିଦିନ ତଳେ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ସମ୍ବଲପୁରରେ ପ୍ରଚାର କରିଥିଲେ। ବର୍ତ୍ତମାନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରଚାର ଆରମ୍ଭ କରିଦେଇଛନ୍ତି।

Read More

ଭୁବନେଶ୍ବର: ସବୁ କଟକଣାକୁ ବେଖାତିର କରି ଆଜି ପୁଅ ମନ୍ନଥ ରାଉତରାୟଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଆଜି ଭୁବନେଶ୍ବରର ଚନ୍ଦ୍ରଶେଖରପୁରେ ଥିବା ବୁଦ୍ଧ ପାର୍କରେ ବାପପୁଅ ପ୍ରଚାର କରିଛନ୍ତି। ସାଥିରେ ଅଛନ୍ତି ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଏବଂ ମେୟର ସୁଲଚନା ଦାସ। ମନ୍ମଥଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଭୋଟ ଦେବାକୁ ସମସ୍ତେ ନିବେଦନ କରିଛନ୍ତି। ବିଜେଡି ନେତାମାନେ ପାର୍କରେ ମଣ୍ଣିଂ ୱାର୍କ କରୁଥିବା ଲୋକମାନଙ୍କୁ ଭେଟିଛନ୍ତି। ଭୋଟ ଭିକ୍ଷା କରିଛନ୍ତି। ପୁଅକୁ ଭୋଟ ଦିଅ ବୋଲି ସୁର ରାଉତରାୟ କହିଛନ୍ତି। ହେଲେ କେଉଁ ଚିହ୍ନରେ ଭୋଟ ଦେବେ ସେ କଥା ସେ କହି ନାହାଁନ୍ତି। କିଛିଦିନ ତଳେ ମନ୍ମଥ ଫରେଷ୍ଟ ପାର୍କକୁ ମଧ୍ୟ ପ୍ରଚାର ପାଇଁ ଯାଇଥିଲେ, ହେଲେ ସେତେବେଳେ ସାଥିରେ ବାପା ସୁର ରାଉତରାୟ ନ ଥିଲେ। ବର୍ତ୍ତମାନ ପୁଅ ପାଇଁ ସୁର ରାଉତରାୟ ଜୋରଦାର ପ୍ରଚାର…

Read More

ଭୁବନେଶ୍ବର: ବିଜେଡି ତାହାର ତୃତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଚାରି ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା, ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ ବାଲେଶ୍ୱରରୁ ସ୍ୱରୂପ ଦାସ। ସେହିପରି ନୂଆ ମୁହଁ ଭାବେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ୍ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ବିଜେଡି ଟିକେଟ୍ ଦେଇଛି। ବିଜେଡି ଏହି ତାଲିକାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ସେ ହେଉଛନ୍ତି କେଉଁଝରରୁ ମିନା ମାଝି। ତୃତୀୟ ପର୍ଯ୍ୟାୟ ତାଲିକାକୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେଗୁଡିକ ହେଲା ରେଙ୍ଗାଲି-ସୁଦର୍ଶନ ହରିପାଲ ରାଉରକେଲା- ସାରଦା ନାୟକ ରାଇରଙ୍ଗପୁର- ରାଇସି ମୁର୍ମୁ ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କି କେଉଁଝର-ମୀନା ମାଝି ବାରବାଟୀ କଟକ- ପ୍ରକାଶ ବେହେରା ବାଲେଶ୍ବର- ସ୍ବରୂପ ଦାସ ସାଲେପୁର- ପ୍ରଶାନ୍ତ ବେହେରା ଜୟଦେବ- ନବକିଶୋର ମଲ୍ଲିକ ଆଜି ବିଜେଡି ମାତ୍ର 9ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଛି। ଆଜି ହେଉଛି ଏ ବର୍ଷର ସର୍ବାଧିକ ତାତି। ଏହି ତାତି ଆଜି ଭୁବନେଶ୍ବରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି  ଦିନ ୨ଟା ୩୦ ସୁଦ୍ଧା ୪୩.୨° ଡିଗ୍ରୀ ରହିଛି। ହେଲେ ପୁରା ଦିନର ତାପମାତ୍ରା ଆହୁରି ବଢିଥିବ ବୋଲି ଜଣାପଡିଛି। ଭୁବନେଶ୍ୱର : ୪୩.୨° ଡିଗ୍ରୀ ସମ୍ବଲପୁର: ୪୦.୮° ଡିଗ୍ରୀ ହୀରାକୁଦ: ୪୦.୬° ଡିଗ୍ରୀ ଚାନ୍ଦବାଲି: ୪୦.୬° ଡିଗ୍ରୀ ଝାରସୁଗୁଡା: ୪୦.୨° ଡିଗ୍ରୀ ରାଉରକେଲା: ୩୯.୬° ଡିଗ୍ରୀ କେନ୍ଦୁଝର: ୩୯° ଡିଗ୍ରୀ ବାଲେଶ୍ୱର: ୩୭.୮° ଡିଗ୍ରୀ ପୁରୀ: ୩୩° ଡିଗ୍ରୀ ଗୋପାଳପୁର: ୩୨.୨° ଡିଗ୍ରୀ ପାରାଦୀପ: ୩୨° ଡିଗ୍ରୀ

Read More

ଭୁବନେଶ୍ୱର: ଆଜି ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଶ୍ରୀ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ଦାସଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଂଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାଁନ୍‌, ପିତେଇପୁରର ପୂର୍ବତନ ସରପଂଚ ନରେନ୍ଦ୍ର ବେହେରା ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ତରାଇ, ସାଂସଦ…

Read More

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରବି ପାଣି। ସେ ଆଜି ସଭାପତି ମନମୋହନ ସାମଲଙ୍କ ନିକଟକୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଦଳରେ ନୀତି ଆଦର୍ଶ କିଛି ନାହିଁ। ଯାହାକୁ ପାରେ ତାକୁ ଦଳରେ ମିଶେଇ ଦିଆଯାଇଛି। ବରିଷ୍ଠ ନେତାଙ୍କୁ କେହି ପଚାରୁ ନାହାଁନ୍ତି। ସେଥିପାଇଁ ଦଳ ଛାଡିଲି ବୋଲି କହିଛନ୍ତି। ରବି ପାଣି ଗତ ୨୦୧୯ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତାପୂର୍ବରୁ ସେ ବିଜେଡି ବିଧାୟକ ଥିଲେ। ହେଲେ ସେତେବେଳେ ଦଳ ଟିକେଟ ନ ଦେବାରୁ ସେବିଜେପିରେ ସାମିଲ ହୋଇଥିଲେ। ସେ ୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ।

Read More

ଭୁବନେଶ୍ବର: ଦୁଇଟି ଜିଲ୍ଲାରେ ଆଜି ଦୁଇ ଜଣ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।ଯେଉଁ ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି ସେହି ଦୁଇଟି ଜିଲ୍ଲା ହେଲା କଟକ ଏବଂ ଜଗତସିଂହପୁର। ବିଜ୍ଞପ୍ତି ଅନୁସାରେ କଟକରେ ଅରିନ୍ଦମ ଡାକୁଆଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଜଗତସିଂହପୁରରେ ଅନୁପମ ସାହାଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ପୂର୍ବରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସେମାନଙ୍କୁ ହଟାଯାଇ ଏହି ଦୁଇଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଝାରସୁଗୁଡା: ଆଜି ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କ ସମର୍ଥକଙ୍କ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ପୂଜାଅର୍ଚ୍ଚନା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆଜି ମା ସମଲେଶ୍ବରୀଙ୍କୁ ଦର୍ଶନ କଲି। ସମସ୍ତଙ୍କ ମଙ୍ଗଳକାମନା କଲି। ଝାରସୁଗୁଡାରେ ପୁଣି ଥରେ ଦୀପାଳିଙ୍କୁ ପ୍ରାର୍ଥି କରିଛି ବିଜେଡି। ଗତବର୍ଷ ସେ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କର ବାପା ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ସେ ପ୍ରାୟ ବର୍ଷେ ଉପରେ ବିଧାୟକ ହେବା ପରେ ପୁଣି ଥରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି।

Read More

ଭୁବନେଶ୍ବର: ଆଜି ପାରଦ୍ବୀପର ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାହା ହେଲା ମୋନିଦୀପାଙ୍କୁ ଦଳ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରିଛି। କିଛିଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିଲେ। ଏପରିକି ତାଙ୍କର ସ୍ବାମୀ ବାପି ସର୍ଖେଲ ମଧ୍ୟ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛିନ୍ତି। ତେବେ ବିଜେଡି ମୋନିଦୀପାଙ୍କୁ ଏହି ପଦବୀ ଦେବା ପରେ ସେ ଆଉ ବିଧାୟକ ପ୍ରାର୍ଥି ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଲା। ହେଲେ ବାପି ଗତକାଲି କଂଗ୍ରେସ ଛାଡିଥିବାରୁ ସେ ବିଜେଡିରେ ସାମିଲ ହୋଇ ପାରାଦ୍ବୀପର ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଠାରେ ଦଳ ଆଉ ବିଧାୟକ ସମ୍ବିତ ରାଉତରାୟଙ୍କୁ ଭରସା କରିବା ନାହିଁ ବୋଲି ସ୍ପଷ୍ଟ ହୋଇଛି।

Read More

ଭୁବନେଶ୍ବର: ଆଜି ସାରା ଓଡିଶାର ନାହିଁ ନ ଥିବା ତାତି ଅନୁଭୂତ ହେବାରେ ଲାଗିଛି। ସକାଳୁ ସକାଳୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବାରେ ଲାଗିଛି। ଗତକିଛି ଦିନ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବାରେ ଲାଗିଛି। ହେଲେ ଆଜି ସକାଳୁ ଯେପରି ତାପମାତ୍ରା ଅନୁଭୂତ ହୋଇଛି ତାହା ଆଗରୁ କେବେ ହୋଇ ନ ଥିଲା। ଗତକାଲି ରାଜ୍ୟରେ ସର୍ବାଧିକ ୪୨ଡ଼ିଗ୍ରୀରେ ପହଁଚିଥିଲା। ହେଲେ ଆଜି ଆହୁରି ଅଧିକ ତାପମାତ୍ର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଆନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା.. ଭୁବନେଶ୍ୱର: ୩୯.୮, କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮ ,ରାଉରକେଲା: ୩୭.୮, ଚାନ୍ଦବାଲି: ୩୭.୪, ସମ୍ବଲପୁର: ୩୭.୪ , ହୀରାକୁଦ: ୩୬.୬ ପୁରୀ: ୩୨.୪, ପାରାଦୀପ: ୩୨, ଗୋପାଳପୁର: ୩୧.୮ ରହିଛି।

Read More

ଭୁବନେଶ୍ବର: ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ। ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ କଟକର ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାର ରାୟ ରାଉରକେଲାର ଏସପି ହୋଇଥିବାବେଳେ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ଏହାପରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ ତାଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏକ ଭିନ୍ନ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

Read More

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ପ୍ରଥମ ଥର ପାଇଁ ରାଜ୍ୟର ସର୍ବାଧିକ ତାପମାତ୍ର ୪୨ଡ଼ିଗ୍ରୀରେ ପହଁଚିଛି। ଏଥିସହିତ ବିଭିନ୍ନ ସହରର ତାପମାତ୍ରା ମଧ୍ୟ ପୂର୍ବ ପରି ଅଧିକ ଅନୁଭୂତ ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ୧୧ସହରର ତାପମାତ୍ର ୪୦ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ ୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୋଟ ଗ୍ରହଣ ଦିନକୁ ଛୁଟି ଘୋଷଣା କରିଛନ୍ତି। ଏଥିରେ ସମସ୍ତ ରାଜ୍ୟ ସରକାର କର୍ମଚାରୀ ଏବଂ ମାଜିଷ୍ଟ୍ରେଟ କୋର୍ଟ କର୍ମଚାରୀଙ୍କୁ ଏହି ଛୁଟି ମିଳିବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ଦିନ ତାଙ୍କ ଅଞ୍ଚଳରେ ଭୋଟ ଗ୍ରହଣ ହେବ ସେହିଦିନ ସେମାନେ ଛୁଟି ନେବେ। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ନିମ୍ନଲିଖିତ ତାରିଖ ଅନୁସାରେ ଭୋଟ ଗ୍ରହଣ ହେବ 13/05/2024– କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, କୋରାପୁଟ 20/05/2024- ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସ୍କା 25/05/2024- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର 26/05/2024- ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର

Read More

ବାଣପୁର( ସୀତାରାମ ଅଗ୍ରୱାଲ): ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ  ପୃଥ୍ଵୀରାଜ ହରିଚନ୍ଦନ ନିଜର ଶହ ଶହ ସମର୍ଥକଙ୍କ ସହ ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ମା ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଛାମୁଆ ନେତାଙ୍କ ସହ ଉଭୟ ବ୍ଲକ ଅଧ୍ୟକ୍ଷ ଏବଂ ବିଜେପି ସମର୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ଶ୍ରୀ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକାରେ ବିଜେପି ନିଶ୍ଚୟ ଭାବେ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଚିଲିକା ଜନସାଧାରଣଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା କହିଛନ୍ତି ଶ୍ରୀ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଜନହିତକାରି ଯୋଜନାର ଲାଭ ନିଶ୍ଚୟ ଚିଲିକାବାସୀ…

Read More

ଭୁବନେଶ୍ୱର: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

Read More