Author: Samikhsya Bureau

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ୨୦୨୪ ସାଧାରଣ ନିର୍ବାଚନର ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପାଙ୍ଗୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ…

Read More

ନୂଆଦିଲ୍ଲୀ: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିବା ତିନି ସାଂସଦ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଉପସ୍ଥିତିରେ ତାଙ୍କ ପ୍ରକୋଷ୍ଠରେ ଏହି ଶପଥପାଠ ଉତ୍ସବ କରାଯାଇଥିଲା। ଏଥିରେ ଓଡିଶାରୁ ଯାଇଥିବା ଦେବାଶୀଷ ସାମନ୍ତରାୟ, ଶୁଭାଶୀଷ ଖୁଣ୍ଡିଆ ଏବଂ ଅଶ୍ବନୀ ବୈଷ୍ଣବ ଶପଥ ପାଠ କରିଥିଲେ। ଗତ ଫେବୃୟାରୀ 20 ତାରିଖରେ ଅନୁଷ୍ଠତ ରାଜ୍ୟସଭା ନିର୍ବାଚନରେ ଓଡିଶାରୁ ଏହି ତିନିଜଣ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିଲେ। ଦେବାଶୀଷ ଏବଂ ଶୁଭାଶୀଷ ବିଜେଡିରୁ ନିର୍ବାଚିତ ହୋଇଥିବା ବେଳେ ବିଜେପିର ଅଶ୍ବନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Read More

ଭୁବନେଶ୍ବର: ଶେଷରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସେ ବିଜେପିରେ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେଥିରେ ସେ କ୍ଷୋଭର ସହ ବିଜେପିରେ ମହିଳାଙ୍କୁ କୌଣସି ସମ୍ମାନ ଦିଆଯାଏ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ମହିଳାଙ୍କର ସ୍ବର ହେବା ପାଇଁ ଦଳ ଛାଡିଲି ବୋଲି ସେ କହିଛନ୍ତି। ସୋନାଲି ଦୀର୍ଘ ପାଞ୍ଚବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମୁଖପାତ୍ର ଭାବେ କାର୍ଯ୍ୟ କରି ବିଭିନ୍ନ ଟିଭି ଡିବେଟରେ ଦଳର ଭାବେ ମୂର୍ତ୍ତିକୁ ବଞ୍ଚାଇ ରଖିଥିଲେ। ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ହେଉଛି ସୋନାଲିଙ୍କ ପୁରୁଣା ଦଳ। ତାଙ୍କର ଘର ବାହୁଡା ହୋଇଛି। ଏହାପରେ ସେ କଂଗ୍ରେସରେ ଆଗାମୀ ଦିନରେ…

Read More

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ ଆଜି କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀ ମୋନିଦୀପା ସର୍ଖଲ ବିଜେଡିରେ ସାମିଲ ହୋଇଥିଲେ। ସେତେବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ନ ଥିଲେ। ତେବେ ପାରାଦ୍ବୀପରୁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାରାଦ୍ବୀପର ବର୍ତ୍ତମାନ ବିଧାୟକ ଅଛନ୍ତି ସମ୍ବିତ ରାଉତରାୟ। ତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯେତେବେଳେ ବାପିଙ୍କ ପତ୍ନୀ ବିଜେଡିରେ ସାମିଲ ହେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ ବାପି ସର୍ଖଲେ କଂଗ୍ରେସରୁ ଇସ୍ତଫା ଦେବା ଦର୍ଶାଉଛି ଯେ ସେ ବିଜେଡିରେ ସାମିଲ ହେବେ। ଏହାପରେ ତାଙ୍କୁ ଦଳ ପାରାଦ୍ବୀପରୁ ଟିକେଟ ଦେବାର ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ ଲୋକସଭା ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ ବରଗଡ- ପରିଣିତା ମିଶ୍ର ବ୍ରହ୍ମପୁର- ଭୃଗୁବକ୍ସି…

Read More

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଆଜି ଶଙ୍ଖଭବନ ଠାରେ  ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କୁ ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଯୋଶେଫ ତିର୍କୀଙ୍କ ଯୋଗଦାନ ଫଳରେ ବିଶେଷକରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀଁ ରୋହିତ ଯୋଶେଫ ତିର୍କୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ…

Read More

ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନବୀନ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି। ଦୀପାଳି ଗତ ବର୍ଷ ମଇ ମାସରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟରେ ହରାଇଥିଲେ। ଦୀପାଳି 1 ଲକ୍ଷ 7 ହଜାର ଭୋଟ ପାଇଥିବା ବେଳେ ଟଙ୍କଧରଙ୍କୁ ମିଳିଥିଲା ମାତ୍ର 58 ହଜାର ଭୋଟ। ଦୀପାଳିଙ୍କ ବାପା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥର ମଧ୍ୟ ଦୀପାଳି ବହୁ ଭୋଟରେ ଜିତିବେ ବୋଲି ଦଳ ଆଶା ରଖିଛି।

Read More

ଭୁବନେଶ୍ବର: ଆଜି ବିଜେଡି ତାହାର ବାକିଥିବା ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ବ୍ରହ୍ମପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଗତଥର ସେ ବିଜେପି ଟିକେଟରେ ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ ଲଢେଇ କରିଥିଲେ। ବର୍ତ୍ତମାନ ଭୃଗୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଟକ୍କର ଦେବେ। ଆଜି ମଧ୍ୟାହ୍ନରେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ସଂଧ୍ୟାରେ ତାଙ୍କର ଟିକେଟ ଘୋଷଣା କରାଯାଇଥିଲା। ଏହାପରେ ଭୃଗୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରିଛନ୍ତି। ସେଠାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଶେଷରେ ବିଜେଡି ପ୍ରତାପ ଜେନାଙ୍କୁ ଆଉ ମାହାଙ୍ଗା ବିଧାନସଭା ପାଇଁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି। ପ୍ରତାପ ଜେନା ବହୁ ବିବାଦୀୟ ତଥା କୋର୍ଟ ମାମଲାରେ ଛନ୍ଦି ହୋଇପଡିଥିବାରୁ ଦଳ ତାଙ୍କୁ ବାଦ ଦେଇଛି। ତେବେ ଅଙ୍କିର ଯୁବ ଚେହେରା ହୋଇଥିବାରୁ ସେ ବିଜୟ ଲାଭ କରିବେ ବୋଲି ଦଳ ଆଶା କରିଛି। ପ୍ରତାପ ମାହାଙ୍ଗାରୁ ଲଗାତର ୫ ଥର ଧରି ବିଜୟ ଲାଭ କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ମାହାଙ୍ଗାର ବିଧାୟକ ଅଛନ୍ତି। ସେ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ଆଜି ବିଜେଡି ବିଧାନସଭାର ଦ୍ବିତୀୟ ତାଲିକାରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଦ୍ବିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଗୁଡିକ ହେଲା.. ତଳସରା- ବିନୟ କୁମାର ଟପୋ ସୁନ୍ଦରଗଡ- ଯୋଗୋଶ ସିଂ ରାଜଗାଙ୍ଗପୁର- ଅନିଲ ବର୍ବା ବଣାଇ- ଭୀନସେନ ଚୌଧୁରୀ ଯଶିପୁର ଚକ୍ରଧର ହେମ୍ରମ ଉଦଳା- ତ୍ରିନାଥ ସୋରେନ ବାରିପଦା- ସନନ୍ଦ ମାରାଣ୍ଡି ତଳସାହି ଅନୁସୂୟା ପାତ୍ର ମୋରଡା- ପ୍ରୀତିନନ୍ଦ କାନନଗୋ ସୋରୋ- ମାଧବ ଦାଦା ଆଠମଲ୍ଲିକ- ନଳୀନିକାନ୍ତ ପ୍ରଧାନ ବୀର ମହାରାଜପୁର- ପଦ୍ମନାଭ ବେହେରା ଖଡିଆଳ- ଅଧିରାଜ ପାଣିଗ୍ରାହୀ ଫୁଲବାଣୀ- ଜୟଶ୍ରୀ କହଁର ମାମାଙ୍ଗା- ଅଙ୍କିତ ପ୍ରତାପ ଜେନା ତିର୍ତୋଲ ରମାକାନ୍ତ ଭୋଇ ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି ଭୁବନେଶ୍ବର ଉତ୍ତର – ସୁଶାନ୍ତ ରାଉତ ଏକାମ୍ର ଅଶୋକ ଚନ୍ଦ୍ର ପଣ୍ଡା ଖଲ୍ଲିକୋଟ – ସୂର୍ଯ୍ୟମଣୀ ବୈଦ ଆସିକା-ମଞ୍ଜୁଳା ସ୍ବାଇଁ ବ୍ରହ୍ମପୁର ରମେଶ ଚନ୍ଦ୍ରଚାଉ ପଟ୍ଟନାୟକ ପାରଲାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ ମୋହନା – ଅନ୍ତର୍ଯ୍ୟାମୀ ଗଙ୍ଗାମ ପଟ୍ଟାଙ୍ଗୀ- ପ୍ରଫୁଲ ପାଙ୍ଗୀ ଝାରସୁଗୁଡା- ଦୀପାଳି…

Read More

ଭୁବନେଶ୍ବର: ଆଜି ବିଜେଡି ଘୋଷଣା କଲା ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ଲୋକସଭା ପାଇଁ ଯେଉଁ ବାକିଥିବା ତାଲିକା ପ୍ରକାଶ ପାଇଛି ତାହା ହେଲା ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ ଭଦ୍ରକ- ମଂଜୁଲତା ମଣ୍ଡଳ ବରଗଡ- ପରିନିତି ମିଶ୍ର କେଉଁଝର- ଧନଞ୍ଜୟ ସିନ୍ଧୁ

Read More

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କୋରାପୁଟ ଓ ନବରଂଗପୁର ସବୁ ଆସନରେ ଦଳ ପ୍ରାର୍ଥୀ ଦେଇସାରିଛି। ହେଲେ ସେହି ଅଞ୍ଚଳରେ ଟିକେଟ ଆଶାୟୀ ଥିବା ଗିରିଧର ଗମାଙ୍ଗ ପରିବାର କିମ୍ବା ଜୟରାମ ପାଙ୍ଗିଙ୍କୁ କୌଣସି ସ୍ଥାନରେ ଟିକେଟ ମିଳି ନାହିଁ। ଏହାକୁ ନେଇ ଖପ୍ପା ହୋଇଛନ୍ତି ଗମାଙ୍ଗ ପରିବାର ଏବଂ ପାଙ୍ଗୀ। ଏକ ଅଭିଯୋଗ କରି ଗିରିଧର ଗମାଙ୍କଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ସଭାପତିଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହାରିବା ପାଇଁ ସଭାପତି ବଡ ଡିଲ କରିଛନ୍ତି। ସେଥିପାଇଁ ଆମକୁ ଟିକେଟ ମିଳିଲା ନାହିଁ ବୋଲି ଶିଶିର କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିଜେ ସଭାପତି ଶରତ ପଟ୍ଟନାୟକ। ଶିଶିର ନବରଂଗପୁର ଲୋକସଭା ପାଇଁ ଆଶାୟୀ ଥିବା ବେଳେ କୋରାପୁଟର କୌଣସି ବିଧାନସଭା ଆସନରୁ ଗିରିଧର ଗମାଙ୍ଗ ଆଶାୟୀ ଥିଲେ। ସେହିପରି ଜୟରାମ ପାଙ୍ଗି…

Read More

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ। ଭୃଗୁ ଗତଥର ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ କରି ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରି ଯାଇଥିଲେ। ହେଲେ ସେ ସେତେବେଳେ ଭଲ ଟକ୍କର ଦେଇଥିଲେ। ବର୍ତ୍ତମାନ ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ ମିଳିବ ବୋଲି ଜଣାପଡିଛି। ଯଦି ବିଜେଡି ଟିକେଟ ଦିଏ ତେବେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଟକ୍କର ଦେବେ।

Read More

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ସାମିଲ ହୋଇଛନ୍ତି ସାଲେପୁରର ପୂର୍ବତନ ବିଜେପି ବିଧାୟକ ପ୍ରକାଶ ବେହେରା। ସେ କିଛିଦିନ ତଳେ ବିଜେପିରୁ ଇସ୍ତଫା ପ୍ରଦାନ କରିଥିଲେ। ସେତେବେଳେ ସେ ବିଜେଡିରେ ମିଶିବେ ବୋଲି ଜଣାପଡିଥିଲା। ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ। ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବଡ ପଦବୀ ପ୍ରଦାନ କରିଛି। ତାଙ୍କୁ ଦଳର ଉପସଭାପତି କରିବା ସହିତ ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ କରାଯାଇଛି। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଦାୟିତ୍ବ ପ୍ରଦାନ କାରଯାଇଛି। ଏଥିସହିତ ତାଙ୍କୁ ଦଳର ଇସ୍ତାହାର କମିଟ ଅଧ୍ୟକ୍ଷ ମଧ୍ୟ କରାଯାଇଛି।

Read More

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଏକ କାରଣଦର୍ଶା ନୋଟିସ ଜାରୀ କରିଛି। ଏଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟକରୁଥିବାର ଉଲ୍ଲେଖ କରାଯାଇଛି। ସେ ସଂପର୍କରେ ଉଚିତ କାରଣ ଲେଥିବା ପାଇଁ ଦଳ ନୋଟିସ କରିଛି। ଏପରିକି ଏହି ନୋଟିସରେ କାହିଁକି ତୁମ ବିରୋଧରେ ପଦକ୍ଷେପ ନିଆ ନ ଯିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଘଟଣାଟି ହେଉଛି ଯେ, ମଙ୍ଗଳବାର ଦିନ ଶ୍ରୀ ରାଉତରାୟ ଉତ୍ତର ଭୁବନେଶ୍ବରରେ ଏକ କ୍ରିକେଟ ମ୍ୟାଚ ଉଦଘାଟନକୁ ଯାଇଥିଲେ। ସେଠାରେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ଏକ ସଭାରେ ଶ୍ରୀ ରାଉତରାୟ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଭୋଟ ଦିଅ ବୋଲି ଅନୁରୋଧ କରିଥିଲେ। ଏହାକୁ ନେଇ କଂଗ୍ରେସ ଶ୍ରୀ ରାଉତରାୟଙ୍କ ଉପରେ ଖପ୍ପା ହୋଇ ଉଠିଛି। ସେଥିପାଇଁ ତାଙ୍କୁ କାରଣଦର୍ଶା ନୋଟିସ ପଠାଯାଇଛି। ତେବେ ଏହାକୁ ନେଇ ଶ୍ରୀ ରାଉତରାୟ…

Read More

ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ -୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ  ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି। ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିର୍ବାହ କରୁଥିବା କାର୍ଯ୍ୟ କଷ୍ଟକର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ,୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ  ଛୁଟି ଦିଆଯିବ। ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର  ଛୁଟି (ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି। ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି…

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ, ପୂର୍ବତନ ସରପଂଚ କେଳୁଚରଣ ସେଠୀ, ଗୋପିନାଥ ବେହେରା, ପୂର୍ବତନ ୱାର୍ଡମେମ୍ବର ହରମୋହନ ପ୍ରଧାନ, ସନ୍ଧ୍ୟାରାଣୀ ମହାପାତ୍ର, ରିଜା କିଶୋର ଶିକ୍ଷା ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀମତୀ ସୁବୁଦ୍ଧି କହିଛନ୍ତି ଯେ, ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି। ମୋଦିଜୀ ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ କର୍ମକର୍ତ୍ତାଙ୍କ ନୂଆ ପଦପଦବୀ ଘୋଷଣା କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଚିଲିକା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିଛି। ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ପଳ ପାଇକରାୟ- ରାଜ୍ୟ ସଂପାଦକ, ବିଜୁ ଜନତା ଦଳ ରାକେଶ କୁମାର ସେନ, ନାଚୁଣୀ ବାଣପୁର ବ୍ଲକ- ରାଜ୍ୟ ସଂପାଦକ, ବିଜୁ ଯୁବ ଜନତା ଦଳ ମିକୁନ ସାହୁ, ଆୟତପୁର, ବାଣପୁର ବ୍ଲକ- ଖୋର୍ଦ୍ଧା ଜିଲ୍ଲା ଉପସଭାପତି, ବିଜୁ ଯୁବ ଜନତା ଦଳ ଅସୀତ କୁମାର ନାଥ, ରାଜେନ୍ଦ୍ରପୁର ଚିଲିକା ବ୍ଲକ- ବିଜେଡି ସାଧାରଣ ସଂପାଦକ, ଖୋର୍ଦ୍ଧା ଜିଲ୍ଲା ଏହି ପଦପଦବୀ ତୁରନ୍ତ ଲାଗୁ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Read More