Author: Samikhsya Bureau

ଭୁବନେଶ୍ବର: ଆଜି ଓଡିଶାରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଯାହା ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବାଧିକ ତାତି ବୋଲି କୁହାଯାଇଛି। ଆଜି ରାଜ୍ୟର ୭ ଟି ସହର ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ବା ତାଠାରୁ ଅଧିକ ହୋଇଛି ପହଁଚିଛି। ଆଜି ମାଲକାନଗିରିରେ ଏହି ତାପମାତ୍ରା  ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନ୍ୟାନ୍ୟ ସହରରେ ଯେଉଁ ତାପମାତ୍ରା ୪୧ ଡ଼ିଗ୍ରୀ ଉପରକୁ ରହିଛି ସେଗୁଡିକ ହେଲା ମାଲକାନଗିରି, ଟିଟିଲାଗଡ, ବୌଦ୍ଧ, ଭବାନୀପାଟଣା, ନୟାଗଡ, ବଲାଙ୍ଗିର ଏବଂ ତାଳଚେର। ଏଥିସହିତ ଅନ୍ୟାନ୍ୟ ସହରର ତାପମାତ୍ରା ହେଲା ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Read More

ଭୁବନେଶ୍ୱର: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ…

Read More

ଭୁବନେଶ୍ବର: ଆଜି ବିଜେପି ପରି କଂଗ୍ରେସ ମଧ୍ୟ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ଦଳ ଆଠଟି ଲୋକସଭା ଏବଂ ୪୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ତେବେ ଖୁବ ଶିଘ୍ର ଅନ୍ୟ ଆସାନର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳ ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

Read More

ନୂଆଦିଲ୍ଲୀ: ଆଜି କଂଗ୍ରେସ ଦଳ ତରଫରୁ ମଧ୍ୟ ଓଡିଶାର ଆଠଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ଏଥିରେ କଂଗ୍ରେସ ମଧ୍ୟ ପୁରୁଣା ଚେହେରାକୁ ଗୁରୁତ୍ବ ଦେଇଥିବାର ପରିଲକ୍ଷିତ ହୋଇଛି।

Read More

ଭୁବନେଶ୍ବର: ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ଏହି ନିଷ୍ପତି କରିଛି। ଏ ନେଇ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଆସିଛି ସେମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଳ ପତୱରୀଙ୍କ ନାମ ରହିଛି। ସେହିପରି ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଅନୁଗୁଳ ସୁଧାଂଶୁ ମିଶ୍ର, ବ୍ରହ୍ମପୁର ଶ୍ରବଣ ବିବେକ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ ଏସପି କେ ଭି ସିଂ। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂଙ୍କୁ ବଦଳି କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭାର ପୁରା 112 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ ପଦ୍ମପୁର- ଗୋବର୍ଦ୍ଧନ ଭୋଇ ବିଜେପୁର- ସନତ କୁମାର ଗର୍ତ୍ତିଆ ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଅତାବିରା- ନିହାର ରଞ୍ଜନ ମହାନନ୍ଦ ଭଟଲି- ଇରାଶିଷ ଆଚାର୍ଯ୍ୟ ବ୍ରଜରାଜ ନଗର- ସୁରେଶ ପୂଜାରୀ ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ ତଳସରା- ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼- ଶ୍ରୀମତୀ କୁସୁମ ଟେଟେ ବୀରମିତ୍ରପୁର- ଶଙ୍କର ଓରାମ ରଘୁନାଥପଲ୍ଲୀ- ଦୁର୍ଗାଚରଣ ତନ୍ତୀ ରାଜଗାଙ୍ଗପୁର- ନରସିଂହ ମିଞ୍ଜ୍ ବଣାଇ- ଶ୍ରୀମତୀ ସେବତୀ ନାୟକ କୁଚିଣ୍ଡା- ରବିନାରାୟଣ ନାଏକ ରେଙ୍ଗାଲି- ନାଉରି ନାୟକ ସମ୍ବଲପୁର- ଜୟନାରାୟଣ ମିଶ୍ର ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର ଦେବଗଡ଼- ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆନନ୍ଦପୁର- ଆଲୋକ କୁମାର ସେଠୀ କେନ୍ଦୁଝର- ମୋହନ ଚରଣ ମାଝୀ ଯଶୀପୁର- ଗଣେଶ ରାମ ସିଂହ ଖୁଣ୍ଟିଆ ଉଦଳା- ଭାସ୍କର ମଢ଼େଇ ବଡ଼ସାହି-…

Read More

ଭୁବନେଶ୍ବର: ଓଡିଶାର 112 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର 8 ଟି ବିଧାନସଭା ଆସନରୁ 6ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତେବେ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନ ପାଇଁ ଆଜି ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଖୋର୍ଦ୍ଧା ଜିଲ୍ଲାର ଯେଉଁ ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି ସେଗୁଡିକ ହେଲା ଜୟଦେବ- ଅରବିନ୍ଦ ଢାଲି ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ଏକାମ୍ର- ବାବୁ ସିଂ ଜଟଣୀ- ବିଶ୍ବରଂଜନ ବଡଜେନା ଚିଲିକା-ପୃଥୀରାଜ ହରିଚନ୍ଦନ ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ପ୍ରାର୍ଥୀ ଦେଇ ନାହିଁ ବିଜେପି। ଏହି ଦୁଇ ଆସନରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। କାରଣ ସେ ପୂର୍ବରୁ ଖୋର୍ଦ୍ଧା ଆସନରେ ଲଢେଇ କରିବେ ବୋଲି…

Read More

ଭୁବନେଶ୍ବର: ଆଜି ବିଜେପି ତାହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ମୁଖ୍ୟତଃ ପୁରୁଣା ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଇଛି। ତେବେ ଏହି ତାଲିକାରେ କେତେକ ଚମକ କରିବା ପରେ ଘଟଣା ଘଟିଛି। ତାହା ହେଲା ଯେ, ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢେଇ କରିବେ। ସେହିପରି ବ୍ରହ୍ମଗିରିରୁ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳ ଟିକେଟ ଦେଇଛି। ତାଙ୍କର ଦାଦା ଲଲାଟେନ୍ଦୁ ମହାପାତ୍ରଙ୍କୁ ଦଳ ଟିକେଟ ଦେଇ ନାହିଁ। ସେହିପରି ସାଂସଦ ଥିବା ସୁରେଶ ପୂଜାରୀଙ୍କୁ ଦଳ ବ୍ରଜରାଜ ନଗରରେ ପ୍ରାର୍ଥୀ କରିଛି। ସେହିପରି ସମ୍ବଲପୁରରେ ଦଳ ପୁଣିଥରେ ଜୟନାରାୟଣ ମିଶ୍ରଙ୍କ ଉପରେ ଭରସା କରି ଟିକେଟ ଦେଇଛି। ପୁରୀରୁ ଜୟନ୍ତ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି।

Read More

ଭୁବନେଶ୍ବର: ଆଜି ବିଜେପି ଏକାଥରେ 112 ଆସନର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଚିଲିକାରୁ ପୃଥୀରାଜ ହରିଚନ୍ଦନ, ଜଟଣୀରୁ ବିଶ୍ବରଂଜନ ବଡଜେନା ପ୍ରାର୍ଥୀ ହୋଇଛନ୍ତି। ବିଜେପିର ଏହି ତାଲିକାରେ ପୁରୁଣା ଚେହେରାକୁ ଗୁରୁତ୍ବ ଦେଇଛି। ଏଥିସହିକ କେତକ ସ୍ଥାନରେ ନୂଆ ମୁହଁକୁ ମଧ୍ୟ ଗୁରୁତ୍ବ ଦେଇଛି।

Read More

ଭୁବନେଶ୍ବର: ଆଜି ବିଜେପି ତାହାର ଓଡିଶା ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ଏକାଥରେ ଦଳ 112 ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ

Read More

ଭୁବନେଶ୍ବର: ଆଜି ସାରା ଓଡିଶାରେ ସକାଳୁ ସକାଳୁ ପ୍ରଳ ତାତି ଅନୁଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ତେଣୁ ସକାଳୁ ଯଦି ଏତେ ତାତି ତେବେ ଦିନରେ ତାପମାତ୍ରା କଣ ହେବ ସେ ନେଇ ସମସ୍ତେ ଅଶ୍ଚର୍ଯ୍ୟ ହେଲେଣି।ଆଜି ସକାଳ ୮ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ଯେଉଁ ତାପମାତ୍ରା ଅନୁଭୂତ ହୋଇଛି ତାହା ହେଲା ବାଲେଶ୍ୱର: ୩୨°C ଭୁବନେଶ୍ୱର: ୩୦.୮°C ଚାନ୍ଦବାଲି: ୩୦.୪°C ପୁରୀ: ୩୦°C ସମ୍ବଲପୁର: ୩୦°C ରାଉରକେଲା: ୨୯.୮°C ପାରାଦୀପ: ୨୯.୬°C ଝାରସୁଗୁଡା: ୨୯.୪°C କେନ୍ଦୁଝର: ୨୯.୬°C ହୀରାକୁଦ: ୨୮.୪°C ଗୋପାଳପୁର: ୨୭.୮°C

Read More

ଭୁବନେଶ୍ବର: କଂଗ୍ରେସର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଛି। ଖୁବ ଶିଘ୍ର ଏହା ଘୋଷଣା କରାଯିବ ବୋଲି କହିଛନ୍ତି ଦଳର ସଭାପତି ଶରତ ପଟ୍ଟନାୟକ। ସେ କିଛିଦିନ ଧରି ଦିଲ୍ଲୀରେ ରହି ତାଲିକା ସଂପର୍କରେ ଆଲୋଚନା କରିବା ପରେ ଭୁବନେଶ୍ବର ଫେରିଛନ୍ତି। କେନ୍ଦ୍ରରେ କେନ୍ଦ୍ରୀୟ ନିର୍ବାଚନ କମିଟ ଦ୍ବାରା ଓଡିଶାର ପ୍ରାର୍ଥି ତାଲିକା ଉପରେ ବିସ୍ତୁତ ଆଲୋଚନା ପରେ ଏଆଇସିସି ଏହା ଘୋଷଣା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସୂଚନା ଅନୁସାରେ ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ କଂଗ୍ରେସ। ବର୍ତ୍ତମାନ ଓଡିଶାର ବିଜେଡି 72 ଟି ବିଧାନସଭା ଏବଂ 15ଟି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି କେବଳ 21 ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଧାନସଭାର କିଛି ବି ଆସନ ଘୋଷଣା କରି ନାହିଁ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି…

Read More

ଭୁବନେଶ୍ବର: ଶେଷରେ କଂଗ୍ରେସକୁ ବାଏ ବାଏ କରିଛନ୍ତି ବରିଷ୍ଠ ନେତା ଗଣେଶ୍ବର ବେହେରା। ସେ ଆଜି କଂଗ୍ରେସ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗଣେଶ୍ବର ହେଉଛନ୍ତି କେନ୍ଦ୍ରାପଡାର ଜଣେ ପରିଚିତ ନେତା। ତାଙ୍କର ସେହି ଜିଲ୍ଲାରେ ଭଲ ସଂଗଠନ ରହିଛି।  ତାଙ୍କର ଇସ୍ତଫା ପରେ କେନ୍ଦ୍ରାପଡା ରାଜନୀତି ବେଶ ସରଗରମ ହୋଇପଡିଛି। ଇସ୍ତଫା ପରେ ସେ କହିଛନ୍ତି ଯେ, କଂଗ୍ରେସରେ କିଛି ହୋଇପାରିବ ନାହିଁ। କ୍ଷମତାକୁ ଆସିବାକୁ ହେଲେ ଦଳ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୋତେ କଂଗ୍ରେସ ଦୁଇଥର ବିଧାୟକ କରିଛି, ମନ୍ତ୍ରୀ ମଧ୍ୟ କରିଛି। ହେଲେ ବର୍ତ୍ତମାନ ସେହି ଦଳରେ ରହି ସେବା କରିପାରୁ ନାହିଁ। ସେଥିପାଇଁ ଦୁଃଖିତ ବୋଲି ଗଣେଶ୍ବର କହିଛନ୍ତି। ତେବେ ସେ ଖୁବ ଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥଙ୍କ ର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶା ର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣ ର ସଂଗୀତମୟ ନିବେଦନ. ତାଙ୍କ ସ୍ୱର ପରିବେଶ କୁ ଭକ୍ତିମୟ କରିବା ସହ ଶ୍ରୋତା ଙ୍କ ହୃଦୟ ରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ବିଜେପି, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପି ଏଥର ୪୦୦ରୁ ଅଧିକ ଆସନ ପାଇଁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ଜୋରଦାର ପଦକ୍ଷେପ ନେଉଛି। ସ୍ୱତନ୍ତ୍ର ରଣନୀତି ସହ ଲୋକସଭା ନିର୍ବାଚନ ଲଢ଼େଇରେ ଡେଇଁପଡ଼ିଛି ବିଜେପି। ସେହି ରଣନୀତି ଅନୁଯାୟୀ ବିଜେପି ୧୦ ଜଣ ପୂର୍ବତନ ରାଜପରିବାରର ବଂଶଧରଙ୍କୁ ପ୍ରାର୍ଥୀ କରିଛି। ଏମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମହାରାଜା ହେମନ୍ତ ସିଂହ, ମଧ୍ୟପ୍ରଦେଶର ପୂର୍ବତନ ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମହାରାଜା କୁଅଁର ରାଘବେନ୍ଦ୍ର ସିଂହ ରହିଛନ୍ତି। ରାଜପରିବାରର ବଂଶଧରଙ୍କ ଉପରେ ବିଜେପିର ବାଜି ପୂର୍ବତନ ମହୀଶୂର ରାଜପରିବାରର ସନ୍ତାନ ଯଦୁବୀର କୃଷ୍ଣଦତ୍ତ ଚାମରାଜା ୱାଡିଆରଙ୍କୁ ଦଳ ପ୍ରାର୍ଥୀ କରିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଜେଜେବାପା ଶ୍ରୀକାନ୍ତ ଦତ୍ତ ନରସିମରାଜା ୱାଡିଆର ୧୯…

Read More

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬…

Read More

ଭୁବନେଶ୍ବର: ୨୪ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବଢ଼ିଲା ତାତି। ଆଜି ୮ସହରରେ ତାତି ୪୦ଡ଼ିଗ୍ରୀ ଛୁଇଁଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି। ଯେଉଁ ତିନିଟି ସହରର ତାପମାତ୍ର ୪୦ଡ଼ିଗ୍ରୀ ଟପିଛି ସେଗୁଡିକ ହେଲା ଝାରସୁଗୁଡା ବାରିପଦା ଏବଂ ବଲାଙ୍ଗିର। ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ରେ ୪୦.୩ ଡିଗ୍ରୀ ରହିଛି। ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡ ରେ ୪୦ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

Read More

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଲେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଅନୁଭବଙ୍କୁ ଦଳରେ ସାମିଲ କରାଇଛନ୍ତି ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ। ତାଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ଦଳର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଦୁଇଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ହେଲେ ସେ କେଉଁ ଦଳକୁ ଯିବେ ସେ ନେଇ କିଛି ଜଣାପଡି ନ ଥିଲା। କିନ୍ତୁ ସେ ବିଜେପିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଥିଲା। ଯାହା ବର୍ତ୍ତମାନ ସତ ହୋଇଛି। ତେବେ ସେ କେଉଁଠି ଲଢେଇ କରିବେ ସେ ନେଇ କିଛି ଜଣପଡି ନାହିଁ। ସେ ସାଂସଦ ଥିବା କେନ୍ଦ୍ରାପଡା ଆସନରେ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ତେଣୁ ସେ ଆଉ ସେଠାରୁ ପ୍ରାର୍ଥୀ ହୋଇପାରିବେ ନାହିଁ। ତେଣୁ ସେ ଏଥର କଟକର କୌଣସି ଆସନରୁ…

Read More

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିବା ପାଇଁ ଦୀର୍ଘଦିନ ଧରି କସରତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରୁ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରଥମେ ଲୋକସଭା ତାଲିକା ପ୍ରସ୍ତୁତ କରିଛି। ସେହି ସୁତ୍ର ଅନୁସାରେ ବାଲେଶ୍ବରରୁ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ପୁରୀ ପାଇଁ କଂଗ୍ରେସ ପ୍ରସାଦ ହରିଚନ୍ଦନଙ୍କ ନାମକୁ ମୋହର ମାରିବ ବୋଲି ଜଣାପଡିଛି। ପୁରୀ ଲୋକସଭା ପାଇଁ ପୂର୍ବରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସାଦ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇଛି। ସେହିପରି ଭୁବନେଶ୍ବର ଆସନ ପାଇଁ ଦଳ ଜଣେ ଯୁବ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

Read More

ଖୋର୍ଦ୍ଧା: ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଏସପି ଶ୍ରୀ କିଶୋର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସିକୋ ଫାଣ୍ଡି ଅଧିକାରୀ ଏସଆଈ ପ୍ରସନ୍ନ ଜେନା, ସଦର…

Read More

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଗତକାଲି ରାତିରେ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଥିଲା। ଯାହା ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଥିଲା। ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଥିଲା। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଥିଲା।

Read More