ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ। ସେ ଆଜି ବିଧିବଧ ଭାବେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ତାଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ସେ ବିଜେଡି ଛାଡିଥିବା ଜଣାପଡିଛି। ଆକାଶ ଦାସନାୟକ 2014ରୁ 2019 ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ କୋରେଇର ବିଧାୟକ ଥିଲେ। ଏହାପରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ହେଲେ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ କରାଯାଇଥିଲା। ତେବେ ସେ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଜଣାପଡିଛି।
Author: Samikhsya Bureau
ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ। ସେ ଆଜି ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ସେ କେଉଁ କାରଣ ପାଇଁ ଇସ୍ତଫା ଦେଲେ ସେ ନେଇ କୌଣସି ଉଲ୍ଲେଖ କରି ନାହାଁନ୍ତି। ତେବେ କଂଗ୍ରେସ ଭିତରେ କିଛି ଠିକଠାକ ଚାଲି ନାହିଁ ବୋଲି ସେ ଆଗରୁ ପ୍ରକାଶ କରୁଥିଲେ। ସେଥିପାଇଁ ସେ ଇସ୍ତଫା ଦେଇଥିବାର ଜଣାପଡିଛି। ଚିରଞ୍ଜୀବ ଜଗତସିଂହପୁରର ପୂର୍ବତନ ବିଧାୟକ। ସେ 2014 ରୁ 2019 ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥିଲେ। ତେବେ ସେ ଦଳର ଜଣେ ପୁରୁଖା ନେତା ହିସାବରେ ସେ ବେଶ ପରିଚିତ। ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି।
ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଖ୍ୟତଃ ଦଳରେ କ୍ରମାଗତ ଅବହେଳା ଏବଂ କୌଣସି ଦାୟିତ୍ବ ଦେଉ ନ ଥିବାରୁ ସେ ଦଳ ଛାଡିଥିବା କହିଛନ୍ତି। ପ୍ରିୟଦର୍ଶୀ ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର ବିଧାୟକ ଥିଲେ। ହେଲେ ଦଳ ୨୦୧୯ ରେ ତାଙ୍କୁ ଟିକେଟ ନ ଦେଇ ସୁଶାନ୍ତ ରାଉତଙ୍କୁ ଦେଇଥିଲା। ସୁଶାନ୍ତ ସେଠାରୁ ବିଜୟୀ ମଧ୍ୟ ହୋଇଛନ୍ତି। ଏଥର ପ୍ରିୟଦର୍ଶୀ ଭୁବନେଶ୍ବର ଉତ୍ତରରୁ ଟିକେଟ ପାଇବେ ବୋଲି ବହୁ ଆଶା କରିଥିଲେ। ହେଲେ ସେ ନିରାଶ ହେବାର ଅନୁଭବ କରିବା ପରେ ଦଳ ଛାଡିଛନ୍ତି। ତେବେ ସେ ଖୁବ ଶିଘ୍ର ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି। ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜାମାତା।
ଭୁବନେଶ୍ବର: ଟିକେଟ ଆଶାୟୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ଏକ ଅଦଭୁତ ନିୟମ ଜାରୀ କରିଛି। ତାହା ହେଲା ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନେ ପ୍ରଥମେ ୫୦ ହଜାର ଟଙ୍କାର ଚେକ କଂଗ୍ରେସ ନାମରେ ଦାଖଲ କରିବେ। ଏହାପରେ ସେମାନଙ୍କ ନାମ ବିଚାରକୁ ନିଆଯିବ। ଯଦି କୌଣସି କାରଣରୁ ଟିକେଟ ନ ମିଳିଲା ତେବେ ସେହି ଚେକ ତାଙ୍କୁ ଫେରାଇ ଦିଆଯିବ। ଏପରି ନିୟମ କରିବା ପଛରେ କାରଣ ହେଉଛି ଯେ, ଅନେକ ଟିକେଟ ନ ପାଇ ଅନ୍ୟଦଳକୁ ଚାଲିଯାଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ କରାଯାଇଛି। ଏହା କେବଳ ଓଡିଶା ପାଇଁ ନୁହେଁ, ସାରା ଦେଶରେ ଏପରି ନିୟମ କଂଗ୍ରେସ ଜାରୀ କରିଛି। ଏହାଦ୍ବାରା ନେତାମାନେ ଦଳ ଡିଆଁ କରିପାରିବେ ନାହିଁ ବୋଲି ଦଳ ଆଶା କରିଛି। ଗତକାଲି ପୁରୀର ଏକ ହୋଟେଲରେ ମାରଥନ ବୈଠକ କରାଯାଇଥିଲା। ଏଥିରେ ଦଳର ପ୍ରଗମନ ମାଧ୍ୟମରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ…
ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥର ବିଧାୟକ ଥିବା ଶ୍ରୀ ଧନେଶ୍ୱର ମାଝୀ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।
ଭୁବନେଶ୍ୱର: ଓଡ଼ିଶାର ଯୁବବର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଶାସନରେ ସ୍ୱତନ୍ତ୍ର ଯୁବ ବଜେଟ ଆସିବ। ନବୀନଙ୍କ ଷଷ୍ଠ ପାଳିରେ ଏହା ପ୍ରଥମ ଦିଗ ରହିଛି ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳ। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି ଯେ ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫% ରହିଛି। ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିଗ ଦର୍ଶନ ଦେଇଛନ୍ତି। ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ର ହୁ ହୁ ହୋଇ ବଢିବାରେ ଲାଗିଛି। ଦିନ 10 ଟା ହେଲେ ଘରୁ ବାହାରିବା କଷ୍ଟକର ହୋଇପଡିଛି। କାରଣ ହେଲା ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା ଟିଟଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା ଆଜି ଦିନର ସର୍ବୋଚ୍ଚ ତାପମାତ୍ର ୪୦ଡ଼ିଗ୍ରୀ ଛୁଇଁଲା, ଯାହା କେବେ ହୋଇ ନ ଥିଲା। ଫଳରେ ସାଧାରଣରେ ଏକ ଆତଙ୍କ ସୃଷ୍ଟି ହୋଇଛି। କାରଣ ଯଦି ମାର୍ଚ୍ଚ ମାସରେ ଏପରି ତାପମାତ୍ର ଅନୁଭୂତ ହେଲାଣି ତେବେ ଏପ୍ରିଲ ମେ ରେ ସ୍ଥିତି କଣ ହେବ ତାହା ସମସ୍ତଙ୍କୁ ଆତଙ୍କିତ କରିଛି।
ଭୁବନେଶ୍ବର: ଶେଷରେ ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଆଜି ନୀଳଗିରିରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ କଣ ତାହା କହି ନାହାଁନ୍ତି। ହେଲେ ଏହାର କାରଣ ପରେ କହିବି ବୋଲି ଶ୍ରୀ ନାୟକ କହିଛନ୍ତି। ଶ୍ରୀ ନାୟକ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଦେବାରୁ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପି ଟିକେଟରେ ବିଧାୟକ ଭାବେ ଲଢି ନିର୍ବାଚନ ଜିତିଥିଲେ। ତେବେ ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡିକୁ ଫେରିବା ନେଇ ଏବେ ଚର୍ଚ୍ଚା ହୋଇଛି । ସେପଟେ ବିଜେଡି ନୀଳଗିରି ପାର୍ଥୀ ଘୋଷଣା କରିନଥିବା ବେଳେ ସୁକାନ୍ତଙ୍କ…
ଭୁବନେଶ୍ବର: ଆଜି ସାରା ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି। ମାର୍ଚ୍ଚ ମାସରେ ଏପରି ଗରମ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ଝାରସୁଗୁଡାରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। ଆଜି ଝାରସୁଗୁଡାରେ ୩୯.୧° ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ହୋଇଥିବା ତାପମାତ୍ରା ହେଲା ଝାରସୁଗୁଡା: ୩୯.୧°C ଚାନ୍ଦବାଲି: ୩୮.୪°C ରାଉରକେଲା : ୩୭.୬°C ସମ୍ବଲପୁର: ୩୭.୫ °C ଭୁବନେଶ୍ୱର: ୩୭.୪ °C କେନ୍ଦୁଝର: ୩୭.୪ °C ହୀରାକୁଦ: ୩୭.୪ °C ବାଲେଶ୍ୱର: ୩୫ °C ପୁରୀ: ୩୩ °C ପାରାଦୀପ: ୩୨.୩ °C ଗୋପାଳପୁର: ୩୧.୫ °C
ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି। ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ…
ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ। ସେ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭାପତି ଥିଲେ। ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଜି ସେ ଶଙ୍ଖ ଭବନରେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ଭୋଇଙ୍କ ସହିତ ସେହି ଅଞ୍ଚଳର ବହୁ କର୍ମି ଓ ସରପଞ୍ଚ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ଭୋଇ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।
ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଓଡିଶା ବିଜେପି ଟିକେଟ କସରତ ଚାଲିଥିଲା। ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟ ଓଡିଶାରୁ ଯାଇଥିବା ବିଧାନସଭା ଓ ଲୋକସଭା ତାଲିକା ଉପରେ ସମୀକ୍ଷା ଚାଲିଥିଲା। ହେଲେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିପାରି ନ ଥିଲା। ଫଳରେ ତାହା ଘୋଷଣା ହୋଇପାରି ନାହିଁ। ଏହାପରେ ଆଜି ସକାଳୁ ମଧ୍ୟ ଏହି ଟିକେଟ ଘୋଷଣା ନେଇ ଏକ ବୈଠକ ବସିଛି। ଏଥିରେ ମଧ୍ୟ ସେହି ପ୍ରାର୍ଥୀଙ୍କୁ ନେଇ ତର୍ଜମା ଚାଲିଛି। ଯେତେଦୂର ସମ୍ଭବ ଆଜି ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଆସିପାରେ। ବିଜେପି ବର୍ତ୍ତମାନ ତିନୋଟି ଲୋକସଭା ଛାଡି ଅନ୍ୟ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ କୌଣସି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ।
ଭୁବନେଶ୍ବର: ଆଜି ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ। ଏ ନେଇ ବିଜେଡି ଆଶାୟୀଙ୍କ ଛାତିରେ ଛନକା ପଶିଗଲାଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଦୁଇଟି ପର୍ଯ୍ୟାୟରେ ମୋଟ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବର୍ତ୍ତମାନ ବିଜେଡିର ଆଉ 75 ଟି ବିଧାନସଭା ଏବଂ 6 ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଲା। ଏହି ଆସନ ପାଇଁ ଦଳ ତରଫରୁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିନରାତି କସରତ କରିବାରେ ଲାଗିଛନ୍ତି। ଯଦି କାହାକୁ ନବୀନ ନିବାସରୁ ଡକରା ଆସୁଛି ତେବେ ବିରୋଧୀ ଗୋଷ୍ଠି ବିରୋଧ ଆରମ୍ଭ କରିଦେଉଛନ୍ତି। ଫଳରେ ସେମାନଙ୍କୁ ମ୍ୟାନେଜ କରିବା ଦଳ ପାଇଁ କଷ୍ଟକର ହୋଇପଡୁଛି।
ଭୁବନେଶ୍ବର: ଶେଷରେ ବିଜେପିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପ୍ରକାଶ କଟକ ଜିଲ୍ଲା ବିଜେପି ସଭାପତି ଥିଲେ। 2014 ରେ ସେ କଂଗ୍ରେସରୁ ସାଲେପୁର ବିଧାୟକ ହୋଇଥିଲେ। ପରେ 2019 ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇ ଥିଲେ। ହେଲେ ସେ ହାରିଯାଇଥିଲେ। ପ୍ରକାଶ ଖୁବଶୀଘ୍ର ବିଜେଡିରେ ମିଶିବାର ସମ୍ଭାବନା ରହିଛି। ସାଲେପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପାର୍ଥୀ ଘୋଷଣା କରି ନଥିବାରୁ ସେ ସେହି ଆସନରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।
ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ। ଗତକାଲି ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ସାଂସଦ ଭର୍ତ୍ତୁହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର। ତା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ଅରବିନ୍ଦ ଢାଲି ଏବଂ ଦେବାଶିଷ ନାୟକ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ଦୁଇଥର ଏବଂ ଭର୍ତ୍ତୁହରି ମହତାବ ସେହି ବିଜେଡି ବ୍ରାଣ୍ଡରେ ଛଅ ଥର ସାଂସଦ ହୋଇଛନ୍ତି। ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ…
ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି ବୋଲି କରାଯାଇଛି ଅଭିଯୋଗ। ଏଥିରେ ରାଜ୍ୟ ସରକାର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ବିଦେଶ ଭ୍ରମଣରେ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଥିସହିତ କେତେକ ସ୍ଥାନରେ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ବଦଳି କରାଯାଇ ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ଦାବୀ କରିଛି। ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀଙ୍କ ନାମ ସେମାନେ ଲିଖିତ ଆକାରରେ ଦେଇଛନ୍ତି। ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର…
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ସାମ୍ପ୍ରତିକ ଘଟଣାକ୍ରମ ମୋଡ଼ରେ ଖୁବ୍ ଶୀଘ୍ର ୨୦୨୪ ନିର୍ବାଚନ ଯୁଦ୍ଧ କ୍ଷେତ୍ରଭଳି ଲଢ଼ାଯିବ ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ୱାର୍ ରୁମ୍ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛନ୍ତି। ବିଜେପି ଓ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ଉଭୟ ଦଳ ଏବେ ନିଜର ଶକ୍ତିକୁ ଜୋରଦାର କରିଛନ୍ତି। ଉଭୟ ଦଳ ଏବେ ବିଭିନ୍ନ ସୂତ୍ରରୁ ସର୍ଭେ ରିପୋର୍ଟ ଓ ମତାମତ ନେଇ ବିଜୟୀ ପ୍ରାର୍ଥୀ ଚୟନ ଓ ପ୍ରଚାର ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନ, ନବୀନ ନିବାସ ଓ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ବିଜେଡିର ୱାର ରୁମ କାର୍ଯ୍ୟକ୍ଷମ ହୋଇସାରିଛି। ବିଜେଡିର ୱାର ରୁମ୍ ୨୦୨୪ ନିର୍ବାଚନର କେନ୍ଦ୍ରବିନ୍ଦୁ ହେଉଛି ନବୀନ ନିବାସ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ପ୍ରତିଦିନ ଦଳର ଶୀର୍ଷ ନେତାଙ୍କ ସହ ବିଚାର ବିମର୍ଶ କରୁଛନ୍ତି। ପ୍ରତ୍ୟେକ ସଂସଦୀୟ ନିର୍ବାଚନ…
ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି, ହରିପୁର, ଛୋଟରାୟପୁର, ବଡ଼କୁଳ, ପରବଳ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁର ଓ କେକେ ନୂଆଗାଁ ବୁଥ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ଯାଇ ସେଠାର ନରେନ୍ଦ୍ରପୁର, କୋଳଥଡିହ ଏବଂ ନଛିପୁର ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ। ତେବେ ବୁଥ ଗୁଡିକ ମଧ୍ୟରେ ଅତ୍ୟାବଶକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ, ପାନୀୟ ଜଳ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗମନାଗମନ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା ଆଦି ପରଖିଥିଲେ ଜିଲ୍ଲାପାଳ। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ବୁଥ ନିକଟରେ ଥିବା ଅଚଳ ନଳକୂପ ଗୁଡିକୁ…
ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ୧୦୦ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ଆଜି ଗଣମାଧ୍ୟମକୁ କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଦଳ ତରଫରୁ ସମସ୍ତ ସମୀକ୍ଷା ଶେଷ ହୋଇଛି। କେବଳ କେନ୍ଦ୍ରୀୟ ନିର୍ବାଚନ କମିଟର ମୋହର ବାଜିଲେ ତାହା ଘୋଷଣା କରାଯିବ। ଏହି ପ୍ରାର୍ଥୀ ଘୋଷଣା କରିବା ପାଇଁ ଆଜି ସକାଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଆଜି ସିଇସି ବୈଠକରେ ଏହି ପ୍ରାର୍ଥୀଙ୍କ ତାଲିକା ଉପରେ ଆଲୋଚନା କରିବେ। ଏହାପରେ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ନବୀନ ନିବାସରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ଟିକେଟ ପାଇବା ପାଇଁ ନୁହେଁ ବରଂ ଟିକେଟ ପାଇବା ପରେ ପ୍ରାର୍ଥୀଙ୍କ ଏହି ଭିଡ ଜମିଛି। ଗତକାଲି ନବୀନ ପଟ୍ଟନାୟକ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ପରେ ଆଜି ସକାଳୁ ସକାଳୁ ପ୍ରାର୍ଥୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏଥିରେ ଅଛନ୍ତି ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର। ସେହିପରି କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଂଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି, ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେ. ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପହଞ୍ଚିି ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ଏକ ସମୟରେ ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ମାନସ ମଙ୍ଗରାଜ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ସାଲୁଗା ପ୍ରଧାନ,…
ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା। ସେମାନେ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ ଏବଂ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏଥିସହିତ ସମାଜସେବୀ ପଦ୍ମଶ୍ରୀ ଦମୟନ୍ତି ବିସ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତେ ଦିଲ୍ଲୀର ମୁଖ୍ୟ କାର୍ଯ୍ୟଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡିଶା ପ୍ରଭାରୀ ପ୍ରମୁଖ ଯୋଗଦେଇଥିଲେ। ଭର୍ତ୍ତୁହରି ଗତ ମାର୍ଚ୍ଚ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ଜଣାପଡିଥିଲା ଯେ, ସେ ବିଜେପିରେ ଯୋଗଦେବେ। ସେହିିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଗତ କିଛି ବର୍ଷ ଧରି ବିଜେଡି କଣଠୋସା କରି ରଖିଥିଲା। ସେ ମଧ୍ୟ ଆଜି ବିଜେପିରେ ଯୋଗଦେଇଛନ୍ତି।

