Author: Samikhsya Bureau

ବାଣପୁର( ସୀତାରାମ ଅଗ୍ରୱାଲ): ଶନିବାର ଓ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ଶନିବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ। ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ…

Read More

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ରାଜ୍ୟରେ ପାଳନ ହେଉଛି ଏହି ଦିବସ। ଆଜି ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ‘ବିକଶିତ ଓଡ଼ିଶା’ ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି ‘ଓଡ଼ିଶା ଦିବସ’ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା।

Read More

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାଁନ୍ତି। କେବଳ ବିଜେଡି ତାହାର 15 ଲୋକସଭା ଏବଂ 72 ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେପି ସଂପୂର୍ଣ୍ଣ ଭାବେ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାର ଗୋଟିଏ ମଧ୍ୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ସେହିପରି କଂଗ୍ରେସ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡିର ପ୍ରାର୍ଥୀ ତାଲିକାକୁ ଉଭୟ ବିଜେପି ଓ କଂଗ୍ରେସ ଅନେଇ ରହିଛନ୍ତି। କାରଣ ହେଲା ବିଜେଡିରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ରହିଛନ୍ତି ବହୁ ଆଶାୟୀ। ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳିରେ କିଛି ନା କିଛି ସଂଗଠନ ରହିଛି। ସେଥିପାଇଁ ବିଜେଡି ଜଣଙ୍କ ନାମ ଘୋଷଣା କରିବା ପରେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ…

Read More

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ନିର୍ବାଚନମଣ୍ଡଳୀର ୨୦୧୪ ସାଧାରଣ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀଙ୍କୁ ଶ୍ରୀ ଅମାତ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ।ଆଜି କଂଗ୍ରେସ କର୍ମୀ ଓ ସିପିଆଇ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଅମାତ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,…

Read More

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଜଗଙ୍ଗପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ସାରଦା ନାୟକ, ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ, ଶ୍ରୀ କିଶାନ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରାଜଗଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ କିଶାନ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ…

Read More

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଗତକାଲି ସେ ଅଭିମାନରେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏଥର ମଧ୍ୟ ବିଜେଡି ଟିକେଟ ଦେବ ନାହିଁ ବୋଲି ଅନୁଭବ କରିବା ପରେ ଆକାଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସଭାପତି ମନମୋହନ ସାମଲ ଆକାଶଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏଥିରେ ଆକାଶଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ, କୋରେଇର ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଓଡିଶାର ୧୪୭ ଟି ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ବିଜେପି ପାଖରେ ନେତା ନାହାଁନ୍ତି। ସେଥିପାଇଁ ତାଙ୍କର ବିଧାନସଭା ପାଇଁ ଗୋଟିଏ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ଏହିପରି କଟାକ୍ଷ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ନେତା ନ ଥିବାରୁ ବିଜେପି ଦାଗୀ, ଜନବିରୋଧୀ ନେତାଙ୍କୁ ଗୋଟାଇବାରେ ଲାଗିଛି। ବର୍ତ୍ତମାନ ରାଜ୍ୟର ଲୋକସଭା ପାଇଁ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବିଧାନସଭା ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନାହିଁ। ସେହିପରି ବିଜେଡି ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

Read More

ଭୁବନେଶ୍ବର: ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେ ଶଙ୍ଖଭବନରେ ତାଙ୍କର ପୁରୁଣା ଘରକୁ ଫେରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ତାଙ୍କ ସହିତ ସରପଞ୍ଚ ତାରିଣୀ ସିଂ, କୁଲମନି ନାୟକ, ଚନ୍ଦ୍ରମଣି ମୁର୍ମୁ, ଅନ୍ନପୂର୍ଣ୍ଣା ସିଂ, ବସନ୍ତ ସିଂ, ବାବାମଣି ମାର୍ଣ୍ଡି, ଭାଗବତ ଖିଲାର, ବିନିତା ମଢେଇ, ରଜନୀ ଗିରି, ଅହଲ୍ୟା ନାୟକ, ରାଜୀବ ଦାସ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ଗଙ୍ଗାଧର ମିଶ୍ର, ଅକ୍ଷୟ ବେହେରା, ଉପେନ୍ଦ୍ର ବେହେରା, ଚିତ୍ତରଞ୍ଜନ ମହାନ୍ତି, ଅଶୋକା ନାୟକ ବିଜେପି ଛାଡି ବିଜେଡି ଆସିଛନ୍ତି। 2014 ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ। ହେଲେ ଦଳ 2019 ରେ ଟିକେଟ ନ…

Read More

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ତାଙ୍କ ସମର୍ଥକ। ଆଜି ଚିରଞ୍ଜୀବ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ଏହା ବ୍ୟତିତ ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଚିରଞ୍ଜୀବ କହିଛନ୍ତି। ବର୍ତ୍ତମାନ ଦଳ ଚଳିତ ନିର୍ବାଚନରେ ଯେଉଁ ସଫଳତା ହାସଲ କରିବାକୁ ଯାଉଛନ୍ତି ସେଥିରେ ମୁଁ ଗୁଣ୍ଡୁଚି ମୂଷା ପରି କାମ କରିବି ବୋଲି ଚିରଞ୍ଜୀବ କହିଛନ୍ତି।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବିଜେପି ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ବିଜେଡି ଅଭିଯୋଗ କରିଛି ଯେ, କିଛିଦିନ ତଳେ ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ନିର୍ବାଚନ ସଭା କରିଥିଲେ। ସେହି ସଭାରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ତିନି ଜଣ ଅଫିସର ଉପସ୍ଥିତ ଥିଲେ। ନିର୍ବାଚନ ସଭାରେ କାହିକି ଜଣେ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ସେ ନେଇ ଦଳ ଅଭିଯୋଗ କରିଛି। ସେମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି। ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା…

Read More

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବେ କଂଗ୍ରେସ ଦଳର ଭେଟରାନ ଲିଡର ଚିରଞ୍ଜୀବ ବିଶ୍ବାଳ। ସେ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ହେଉଛନ୍ତି ଜଗତସିଂହପୁର ର ପୂର୍ବତନ ବିଧାୟକ। ଏଥିସହିତ ସେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ। ବର୍ତ୍ତମାନ ଜଗତସିଂହପୁରରୁ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବର ଆସୁଥିବାର ଜଣାପଡିଛି। ସେହିପରି ଆଜି ବିଜେଡିରେ ଯୋଗ ଦେବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ। ସେ ଗତକାଲି ବିଜେପିରୁ ବିଧିବଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ବିଜେଡିର ବିଧାୟକ ଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଘର ବାହୁଡା ହେବ।

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସେହିପରି 15ଟି ଆସନ ଘୋଷଣା କରିଛି ବିଜେଡି। ଫଳରେ ଏ ପର୍ଯ୍ୟନ୍ତ ଦଳ ଆଉ 6 ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସେଗୁଡିକ ହେଲା 5B ଏବଂ କେଉଁଝର ଲୋକସଭା ଆସନ। 5B ଭାବେ ଯେଉଁ ଲୋକସଭା ଆସନ ବାକି ରହିଛି ସେଗୁଡିକ ହେଲା ବଲାଙ୍ଗିର, ବରଗଡ, ବାଲେଶ୍ବର, ଭଦ୍ରକ ଏବଂ ବ୍ରହ୍ମପୁର ସହିତ କେଉଁଝର। ଏହି ଆସନ ନେଇ ବିଜେଡି ତରଫରୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ଜାରୀ ରଖିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟର ପାଣିପାଗ ନେଇ ଆସିଛି ବଡ ସୂଚନା। ତାହା ହେଲା ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହେବ ଝଡବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଦେଇଛି। ସେଥିପାଇଁ ପାଣିପାଗ ବିଭାଗ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି। ସେଗୁଡିକ ହେଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା (ଭୁବନେଶ୍ୱର ସହ), କଟକ ଏବଂ ପୁରୀ ରହିଛି। ଏହି ଜିଲ୍ଲାଗୁଡିକରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା,…

Read More

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଦୁଇ ପୁଅଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଭାଗ ବଣ୍ଟା ସରିପାରୁ ନାହିଁ। ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପୂର୍ବରୁ ଯାହା କହୁଥିଲେ ସେଥିରେ ସେ ମତ ବଦଳାଇଲେଣି। ଏବେ ସିଦ୍ଧାର୍ଥ କହିଲେଣି ଯେ, ମୁଁ ନିମାପଡାରୁ ନୁହେଁ ଜଟଣୀ ବିଧାନସଭାରୁ ଲଢିବି। ତେବେ ସିଦ୍ଧାର୍ଥ କହିଛନ୍ତି ଯେ, ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବି। ସେ କାହା ନାମ ନ ନେଇ କହିଛନ୍ତି ତାଙ୍କୁ ୱାକଓଭର କରିବାକୁ ଦେବି ନାହିଁ। ଗତଥର ତାଙ୍କୁ ହରାଇବା ପାଇଁ ବହୁ ଚେଷ୍ଠା କରିଛି। ହେଲେ ଏଥର ସେ ସେମିତିରେ ନିର୍ବାଚନ ଜିତିିଯିବେ, ତାହାକୁ କଦାପି ମୁଁ ବରଦାସ୍ତ କରିବି ନାହିଁ। ସେଥିପାଇଁ ଜଟଣୀର ସ୍ବାଭିମାନ ପାଇଁ ମୁଁ ସ୍ବାଧୀନ ଭାବେ ଏଠାରୁ ଲଢେଇ କରିବି ବୋଲି ସିଦ୍ଧାର୍ଥ ଘୋଷଣା କରିଛନ୍ତି। ତେବେ…

Read More

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆସନ୍ତା ମାସ ୧୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦିନ ଭୋର ୫ ଘଟିକା ସମୟରେ ମଙ୍ଗଳ ଆଳତି ଓ ଅବକାଶ, ସମୟାନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନ ୩.୩୦ ସମୟରେ ରଥଟଣା ହେବ। ସେହିଭଳି ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ରଥଯାତ୍ରା ସମୟରେ ସଂପୃକ୍ତ ବିଭାଗଗୁଡ଼ିକ ନିଜ ନିଜର ଦାୟିତ୍ୱ ସଂପନ୍ନ କରିବା ପାଇଁ ଜିଲ୍ଲାପାଳ…

Read More

ନୂଆଦିଲ୍ଲୀ: ଆଜି ବିଜେପି ଓଡିଶାର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟରେ ଏହି ନାମ ମନୋନିତ କରାଯାଇଛି। ଯେଉଁ ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି ସେମାନଙ୍କ ନାମ ହେଲା କଟକ- ଭର୍ତ୍ତୁହରି ମହତାବ କନ୍ଧମାଳ- ସୁକାନ୍ତ ପାଣିଗ୍ରାହୀ ଯାଜପୁର-ରବିନ୍ଦ୍ର ନାରାୟଣ ବେହେରା

Read More

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ଦଳିୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ। ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ। ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ। ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି…

Read More

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୁରିୟା ରାଓ। ସେ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବରର ଶଙ୍ଖ ଭବନରେ ସେ ଶଙ୍ଖ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇଥିଲେ। ସେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କେ ସୂରିୟା ରାଓ ପାରଳାଖେମୁଣ୍ଡିରେ ୨୦୧୪ ରେ କଂଗ୍ରେସ ବିଧାୟକ ଥିଲେ। ବିଜେଡିରେ ମିଶିବା ପରେ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକର୍ଶିତ ହୋଇ ବିଜେଡିରେ ସାମିଲ ହେଲି।

Read More

ଭୁବନେଶ୍ବର: ଶେଷରେ ବିଜେପିରେ ସାମିଲ ହେଲେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡି ଛାଡିବାର କିଛି ସମୟ ପରେ ସେ ରାଜ୍ୟ କାର୍ଯ୍ୟକାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ବିଜେପି ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ଦେବାଶୀଷ ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରିୟଦର୍ଶୀ କହିଛନ୍ତି ଯେ, ବିଜେଡିରେ ମୋତେ କୌଣସି ଦାୟିତ୍ବ ଦିଆଗଲା ନାହିଁ। ଦଳ ପ୍ରତିଷ୍ଠା ଦିନରୁ ମୁଁ ଛାତ୍ର ନେତା ଭାବେ ସେଠାରେ ଉପସ୍ଥିତ ଥିଲି। ହେଲେ ଦଳର ପ୍ରତିଷ୍ଠା ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ଧିରେଧିରେ ଦଳରୁ ବାଦ ଦିଆଯାଉଛି। ସେମାନଙ୍କର କୌଣସି ସ୍ଥିତି ବିଜେଡିରେ ନାହିଁ। ସେଥିପାଇଁ ମୁଁ ବିଜେଡି ଛାଡିଲି ବୋଲି ସେ କହିଛନ୍ତି। ପ୍ରିୟଦର୍ଶୀ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜୁଆଁଇ।

Read More

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାର ଜଣାପଡିଛି। ଅନୁଭବ ମହାନ୍ତି ବହୁ ଦିନ ଧରି ବିଜେଡିରୁ କଣଠୋସା ହୋଇ ରହିଥିଲେ। ମୁଖ୍ୟତଃ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ନେଇ ସେ ବିବାଦରେ ଥିଲେ। ଫଳରେ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ଲୋଡି ନ ଥିବାର ଜଣାପଡିଛି। ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭା ସଦସ୍ୟ ଭାବେ ଦଳ ତାଙ୍କୁ ମନୋନିତ କରିଥିଲା। ଏହାପରେ ତାଙ୍କୁ ଦଳ ଗତ 2019 ନିର୍ବାଚନରେ କେନ୍ଦ୍ରାପଡାରୁ ଲଢେଇ କରିବା ପାଇଁ ପଠାଇଥିଲା। ସେତେବେଳେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବହୁ ଭୋଟରେ ହରାଇଥିଲେ। ବର୍ତ୍ତମାନ ସେ ବିଜେଡି ଛାଡିବା ପରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

Read More