Author: Samikhsya Bureau

ଭୁବନେଶ୍ବର: କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେପିରେ ସାମିଲ ହେବେ। ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ। ଆଜି ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ସେ ନିକଟରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିକୁ ଯିବେ ବୋଲି ଅନୁମାନ କରାଯାଇଛି। ଭର୍ତ୍ତୁହରିଙ୍କ ଉପରେ ବିଜେଡି ଖୁସି ନ ଥିଲା। ସେଥିପାଇଁ ଦଳ ଏଥର ତାଙ୍କୁ ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାପଡିଥିଲା। ଏହାର ଆଭାସ ପାଇବା ପରେ ଭର୍ତ୍ତୁହରି ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ସହିତ ଭର୍ତ୍ତୁହରିଙ୍କର ବିଜେପି ଶୀର୍ଷ ନେତୃତ୍ବଙ୍କ ସହିତ ଭଲ ସଂପର୍କ ରହିଛି। ସେ କଟକ ଲୋକସଭା ଆସନରୁ ଏଥର ବିଜେପି ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଏଥର ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବେ ବୋଲି ଜଣାପଡିଛି। ଏଥିସହିତ ବିଜେପିର ବାକିଥିବା ତିନୋଟି ଲୋକସଭା ଆସନ ନେଇ ମଧ୍ୟ ଆଜି ଚୁଡାନ୍ତ ହେବ। ବର୍ତ୍ତମାନ ବିଜେଡି ପ୍ରଥମେ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ଦଳ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଏହି ଘୋଷଣା କରିଛନ୍ତି। ଏହାପରେ ବିଜେପି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ତତ୍ପତର ହୋଇଉଠିଛି।

Read More

ଭୁବନେଶ୍ବର: କଂଗ୍ରେସର ସମସ୍ତ କମିଟରୁ ଇସ୍ତଫା ପ୍ରଦାନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଭିନ୍ନ କମିଟରୁ ଇସ୍ତଫା ଦେଇଥିବାର ଜଣାପଡିଛି। ହେଲେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି। ଅର୍ଥାତ ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଏହାର କାରଣ ହେଲା ତାଙ୍କର ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗଦାନ। ସୁରେଶ ରାଉତରାୟ କହିଛନ୍ତି ଯେ, ମୋ ପୁଅକୁ କଂଗ୍ରେସରୁ ଛିଡା ହେବା ପାଇଁ ବହୁତ କହିଲି। ହେଲେ ସେ ରାଜି ହେଲା ନାହିଁ। ସେ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଭକ୍ତ ପାଲଟିଯାଇଛି। ହେଲେ ମୁଁ ଜଣେ ସଚ୍ଚୋଟ କଂଗ୍ରେସ କର୍ମି। ପୁଅକୁ ବିଜେଡି ଭୁବନେଶ୍ବରର ଲୋକସଭା ଆସନରେ ଛିଡା କରିଛି। ସେ ଯାହା କରିବ କରୁ ମୁଁ ତାକୁ ସାହାଯ୍ୟ କରିପାରିବି ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Read More

ଭୁବନେଶ୍ୱର: ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀବାସିନ୍ଦା ତଥା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସମ୍ପାଦକ ଏବଂ ଯୁବ ସଂଗଠକ ଶ୍ରୀ ବାଣୀକଲ୍ୟାଣ ମହାନ୍ତି ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ବିଜେଡି ପରିତ୍ୟାଗ କରିଥିବା ପୂର୍ବତନ ସରପଂଚ ବଂଶୀଧର ବିଶ୍ୱାଳ, ୱାର୍ଡ ମେମ୍ବର ନକୁଳ ମହାଲିକ, ପଂଚାୟତ ସମିତି ସଦସ୍ୟ ସନାତନ ସେଠୀ। ସେହିପରି ସମବାୟ ସମିତି ସଭାପତି ବିଭୁ ସୁନ୍ଦର ସେଠୀ, ଉଦୟନାଥ ବିଶ୍ୱାଳ, ବୁଦ୍ଧଦେବ ସାହୁ,…

Read More

ଭୁବନେଶ୍ୱର: ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା। ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଲାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ…

Read More

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ବୈଠକରେ ବିଭିନ୍ନ ଯାଂଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଂଚ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା, ନିର୍ବାଚନ ଆଦର୍ଶ ଆଚରଣବିଧିକୁ କଡାକଡ଼ି ଅନୁପାଳନ କରାଯିବା ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ସଭ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଂଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି । ବୈଠକରେ…

Read More

ଭୁବନେଶ୍ବର: ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଯେଉଁ ଛଅଟି ଆସନର ପ୍ରାର୍ଥୀ ଘୋଷଣା ହୋଇଛି ସେମାନେ ହେଲେ.. ପୁରୀ- ଅରୂପ ପଟ୍ଟନାୟକ କନ୍ଧମାଳ- ଅଚ୍ୟୁତ ସାମନ୍ତ କଟକ- ସନ୍ତୃପ୍ତ ମିଶ୍ର ଢେଙ୍କାନାଳ- ଅବିନାଶ ସାମଲ ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ ଯାଜପୁର- ଶର୍ମିଷ୍ଠା ସେଠୀ

Read More

ଭୁବନେଶ୍ବର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମହାକାଳପଡା ଗୋଗୁଆ ପଂଚାୟତର ପଂଚାୟତ ସମିତି ସଦସ୍ୟ ତଥା ବିଜେଡିର ସ୍ଥାନୀୟ ସଂଗଠକ ତଥା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଦାସଙ୍କ ସହ ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଲେଖ ଜେନା, ପୂର୍ବତନ ସରପଂଚ କୁର୍ଟିଆ ସେଠୀ ଓ ବୀର ବାବୁ, ୱାର୍ଡ ମେମ୍ବର ଶ୍ରୀମତି ଜେନା, ପୂର୍ବତନ ୱାର୍ଡ ମେମ୍ବର ଆଶିଧାରା ମଣ୍ଡଳ, ଛାତ୍ର ନେତା ପ୍ରଦୀପ କୁମାର ସେଠୀ, ସାମାଜିକ ଗଣମାଧ୍ୟମ ନିହାର ରଞ୍ଜନ ମହାନ୍ତି, ରଶ୍ମୀତା ମଲ୍ଲିକ, ରାଜୀବ ଲୋଚନ ସେଠୀ, ମାମିନା ଦାସ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଞ୍ଜିଗଡର ଶ୍ରୀଯୁକ୍ତ ଗଙ୍ଗାଧର ମାଝୀ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମାଝୀଙ୍କ ସହ…

Read More

ଭୁବନେଶ୍ବର: ଆଜି ବିଜେଡିର ବହୁ ପ୍ରତୀକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୭୧ ବିଧାନସଭା ଓ ୯ ଲୋକସଭାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ବହୁ ବାଦବିଦାବ ରହିଥିବା ପୁରୀ ଓ ଭୁବନେଶ୍ବରର ପ୍ରାର୍ଥୀ ବଦଳିଛନ୍ତି। ଭୁବନେଶ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ପୁରୀର ଲୋକସଭା ଘୋଷଣା କରାଯାଇ ନାହିଁ। ଆଜିର ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଲୋକସଭା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମନ୍ମଥ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କର ନାମ ଘୋଷଣା କରାଯାଇଛି। ହେଲେ ଏହି ଆସନରୁ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର ଲଢିବେ ବୋଲି ସମସ୍ତଙ୍କୁ ଜଣା ଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ। କିଛି ମାସ ଧରି ଶ୍ରୀମୟି ଭୁବନେଶ୍ବରର ସମସ୍ତ ବିଧାନ ସଭାରେ ଜୋରଦାର ପ୍ରଚାର କରିଥିଲେ। ଏପରିକି ଏକ ସଭାରେ ମନ୍ତ୍ରୀ ଅଶୋକ…

Read More

ଭୁବନେଶ୍ବର: କଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ତାଙ୍କର ଦୁଇ ପୁଅ କିଏ କେଉଁଠି କେଉଁ ଦଳରୁ ଛିଡା ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଫଳରେ ଏକ ଭସା ବାଦଲ ପରି ପରିସ୍ଥିତିରେ ଅଛନ୍ତି ବିଧାୟକ ସୁରେଶ ରାଉତରାୟ। ତେବେ ସଦ୍ୟତମ ଖବର ଅନୁସାରେ ଗତକାଲି ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଗଙ୍ଗପଡାଠାରେ ଏକ ବିରାଟ ସଭା କରିଥିଲେ। ଏହି ସଭାରେ ସେ ଘୋଷଣା କରିଥିଲେ ଯେ, ମୋ ସାନ ପୁଅ ମନ୍ମଥକୁ ଗାଦି ଛାଡିଲି। ମୁଁ ଆଜି ପର୍ଯ୍ୟନ୍ତ ଜନ ସେବା କରିଆସୁଛି। ଏବେ ମୋ ପୁଅ ତାହା କରିବ। ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି ଜନସମାବେଶକୁ ସମ୍ବୋଧନ କରିଥିଲେ ସୁର ରାଉତରାୟ। ତେବେ ବଡକଥା ହେଲା ସେ ସେହି ସଭାରେ ପୁଅ ଜଟଣୀରୁ ଲଢେଇ କରିବ…

Read More

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ। ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଆରମ୍ଭ ହେଲା କମ୍ପନ। କାରଣ ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ନୁହେଁ। ଏପରିକି ତାଙ୍କର ଚିଲିକା ସହିତ କୌଣସି ସଂପର୍କ ନ ଥିବାରୁ ବିଜେଡି କର୍ମି ତାଙ୍କ ନାମ ଶୁଣି ମୁହଁ ମୋଡି ଦେଲେ। କର୍ମିଙ୍କ ମହଲରେ ଅସନ୍ତୋଷ ଜାଣିବା ପରେ ଦଳର ଶୀର୍ଷ ନେତୃତ୍ବ ଚିଲିକାର ନେତାମାନଙ୍କୁ ଡାକି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ହେଲେ କେହି ହେଲେ ପ୍ରସନ୍ନ ପାଟ୍ଟଶାଣଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ନ ଥିଲେ। ଏପରି ବିରୋଧ ପରେ ବିଜେଡି କଣ କରିବ ସେ ନେଇ କୌଣସି ପ୍ରତିଶୃତି କର୍ମୀଙ୍କୁ ଦେଇପାରି ନ ଥିଲା। ପରେ ବିଚାର କରାଯିବ ବୋଲି କହି ଚିଲିକା ନେତାଙ୍କୁ ସେଦିନ ବିଦାୟ କରି ଦିଆଯାଇ ଥିଲା। କିଛିଦିନ ପରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ…

Read More

ଭୁବନେଶ୍ବର: ଆଜି ପୁଣି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଏହି ଦୁଇ ନେତା ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟ ବୈଠକରେ ଉଭୟ ଯୋଗ ଦେବେ। ବର୍ତ୍ତମାନ ବିଜେପି ଲୋକସଭା ପାଇଁ ପରବର୍ତ୍ତି ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହି ପର୍ଯ୍ୟାୟରେ ଓଡିଶା ଆସନ ଘୋଷଣା ହେବାର ସମ୍ଭାବନା ରହିଛି। ସେଥିପାଇଁ ମନମୋହନ ସାମଲ ଏବଂ ମାନସ ମହାନ୍ତିଙ୍କୁ ଦିଲ୍ଲୀ ଯିବା ପାଇଁ ଡକରା ଆସିଛି। ଆଜି ସଂଧ୍ୟାରେ ବିଜେପିର ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୁହରି ମହତାବ। ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି ଚାରିଟା ବେଳେ ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛି। ସେଥିରେ ମୁଁ ଦଳରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛି। ପଢନ୍ତୁ- ଭର୍ତ୍ତୁହରି ନା ବିଜେଡିର ନା ବିଜେପିର ତେବେ ତାଙ୍କର ଇସ୍ତଫା ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ ଏଥର ଦଳ ଟିକେଟ ଦେବ ନାହିଁ ବୋଲି ସେ ନିଶ୍ଚିତ ଅବଗତ ହୋଇପାରିଛନ୍ତି। ସେଥିପାଇଁ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବ କି ନାହିଁ ଚିନ୍ତା କରିଥିଲା। ହେଲେ ଶେଷରେ ତାଙ୍କୁ ଦଳ ଟିକେଟ ଦେଇଥିଲା। ଏବେ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ…

Read More

ଭୁବନେଶ୍ବର: ଓଡିଶାରେ ବିଜେଡି ବିଜେପି ମେଣ୍ଟ ଭିତରେ କଂଗ୍ରେସ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଭୁବନେଶ୍ବର ଓ ଦିଲ୍ଲୀରେ ଘନଘନ ବୈଠକ କରି ଦଳ ମୁକିବିଲା ସ୍ଥିତିରେ ରହିଛି। ବିଭିନ୍ନ ବୈଠକରେ ଦଳର ଶୀର୍ଷ ନେତୃବୃନ୍ଦ ଓଡିଶାର ମେଣ୍ଟ ରାଜନୀତିକୁ ତୀକ୍ଷ୍ମ ନଜରରେ ରଖିଛନ୍ତି। ସେହି ଅନୁସାରେ କଂଗ୍ରେସ ଓଡିଶାର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି। ତେବେ ନୂଆଦିଲ୍ଲୀରେ ଏଆଇସିସି ସାଧାରଣ ସଂପାଦକ କେ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ପ୍ରଭାରୀ, ନିର୍ବାଚନ ପ୍ରଭାରୀ ଏବଂ ସଭାପତି ଶରତ ପଟ୍ଟନାୟକ ଯୋଗଦେଇଥିଲେ। ସେଥିରେ ଓଡିଶାରେ କିପରି ରଣନୀତି ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ଓଡିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ଉପରେ ଆଲୋଚନା କରାଯାଇଥିଲା। ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ସବୁ ଆସନର ଏକ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ତାଲିକା ଉପରେ ବେଣୁଗୋପାଳ ଆଲୋଚନା…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ନିର୍ବାଚନ ତାରିଖ ଯେତେ ପାଖେଇଆସୁଛି ଆଶାୟୀଙ୍କ ନିଦ ହଜିଯାଉଛି। ସମସ୍ତେ ଟିକେଟ ପାଇବା ପାଇଁ ଦଳୀୟ ନେତାଙ୍କ ପାଖେ କସରତ ଆରମ୍ଭ କରିଦେଲେଣି। ତେବେ ଚିଲିକା ନିର୍ବାଚନମଣ୍ଡଳିରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଆଜି ଶକ୍ତି ପ୍ରଦର୍ଶନ କରିବେ ଭୁବନେଶ୍ୱରରେ। ନବୀନ ନିବାସ ଅଭିମୁଖେ ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ସକାଳୁ ଚିଲିକାରୁ ବାହାରିଛନ୍ତି ରଘୁନାଥ। ତେବେ ମଧ୍ୟାହ୍ନ ସୁଦ୍ଧା ଶଙ୍ଖ ଭବନରେ ଶ୍ରୀ ସାହୁ ପହଞ୍ଚିବେ ବୋଲି ସୂଚନା ମିଳିଛି। ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନଏସି ର ପାଖାପାଖି 4 ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ରଘୁନାଥ ସାହୁ ଭୁବନେଶ୍ୱର ଯାଇଥିବା ସାମର୍ଥକଙ୍କ ସୂତ୍ରରୁ ପ୍ରକାଶ। ତେବେ ଚିଲିକା ବିଧାନସଭା ବିଜେଡି ଆଶାୟୀ ଭାବେ ଏକ ନମ୍ବରରେ ଏବେ ବି ରଘୁନାଥ ସାହୁ ଅଛନ୍ତି ବୋଲି ବାର୍ତ୍ତା ଦେବେ ଆଜି।

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋ ଚିତ୍ର ଥିବା ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ। ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଖୋଲି ଉଲ୍ଲଂଘନ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ…

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଭୁବନେଶ୍ବର ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ବିୟୋଗ ଆଜି ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, “ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Read More

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା। ସେ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ମରଶରୀର ଡାକ୍ତରଖାନାରୁ ଅଣାଯାଇ ତାଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ସେଠାରେ ଦଳର ବରିଷ୍ଠ ନେତା ତଥା ବିଭିନ୍ନ ଦଳର ନେତା, ଅଫିସର, ତାଙ୍କର ପ୍ରଶଂସକଙ୍କ ଶେଷ ଦର୍ଶନ କରୁଛନ୍ତି। ଏହାପରେ ତାଙ୍କର ମରଶରୀରକୁ ବିଧାନସଭା ଏବଂ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ। ଏହାପରେ ତାଙ୍କ ନିର୍ବାଚନ ମଣ୍ଡଳି ପାରାଦ୍ବୀପକୁ ନିଆଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିବାରୁ ବର୍ତ୍ତମାନ ଟିକେଟ ପାଇବା ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ପରିସ୍ଥିତିରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକାରୁ ଟିକେଟ ପାଇବା ପାଇଁ ବଡ ଆଶାୟୀ ହୋଇପଡିଛନ୍ତି। ହେଲେ ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଦଳ କୌଣସି ସବୁଜ ସଙ୍କେତ ଦେଉ ନ ଥିବାରୁ ସେ ବ୍ୟସ୍ତ ହୋଇପଡିଲେଣି। ଦଳରୁ ଟିକେଟ ପାଇବା ଏବଂ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଆସନ୍ତାକାଲି ରଘୁନାଥ ସାହୁ ନବୀନ ନିବାସ ଯାଉଥିବାର ଜଣାପଡିଛି। ସେଥିପାଇଁ ସେ ବଡ ପ୍ରସ୍ତୁତି କରିଥିବାର ଜଣାପଡିଛି। ଏ ନେଇ ତାଙ୍କର ଜଣେ କର୍ମିଙ୍କ କହିବା କଥା ଯେ, ଆସନ୍ତାକାଲି ଚିଲିକାରୁ ୫୦ ଟି ବସ୍ ଏବଂ ୨୫ ଟି ବୋଲେରେ ଭର୍ତ୍ତି ହୋଇ ଲୋକେ ଭୁବନେଶ୍ବର ଯିବେ। ସେଠାରେ ସେ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ ଦଳର ସୁପ୍ରିମୋ ତଥା ବରିଷ୍ଠ ନେତାଙ୍କ ସହିତ ଆଲୋଚନା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଯେଉଁ ଆସନରୁ ପ୍ରାର୍ଥୀ ହେବେ ମୁଁ ସେହି ଆସନରୁ ଛିଡା ହେବି। ତାଙ୍କ ବିରୋଧରେ ମୁଁ ପ୍ରାର୍ଥୀ ହେବି। ଏପରି ଏକ ଘୋଷଣା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଆଜି ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାଜ୍ୟର ସବୁ ବର୍ଗର ଲୋକଙ୍କୁ ବିଭିନ୍ନ ସୁବିଧା ଘୋଷଣା କଲେ ନବୀନ ପଟ୍ଟନାୟକ। ହେଲେ ରାଜ୍ୟର ଚାଷୀଙ୍କ ପାଇଁ କୌଣସି ଘୋଷଣା କଲେ ନାହିଁ। ସେଥିପାଇଁ ନବନିର୍ମାଣ କୃଷକ ସଂଗଠନ ତାଙ୍କ ବିରୋଧରେ ଲଢେଇ କରିବ ବୋଲି ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାର କିଛିଦିନ ତଳେ କେତେକ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ମଧ୍ୟ କରିଛନ୍ତି। ଏଥର ପ୍ରଥମ ଥର ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜନୈତିକ ମଇଦାନକୁ ଓହ୍ଲାଇଛି।

Read More

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି। ଗତ ସୋମବାର ଦିନ ତାଙ୍କର ହୃଦଘାତ ହୋଇଥିଲା। ସେତେବେଳେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ତାଙ୍କ ଅବସ୍ଥା ଭଲ ନାହିଁ ବୋଲି ପୁଅ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି। ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ତେବେ କିଛିଦିନ ଧରି ତାଙ୍କର ଦେହ ଗୁରୁତର ହୋଇଥିଲା। ବର୍ତ୍ତମାନ ଭୁବନେଶ୍ବରରେ ବାପାଙ୍କୁ ଚିକିତ୍ସା କରାଯାଉଛି।

Read More