ବିଜେପିରେ ସାମିଲ ହେଲେ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ

Published: Apr 5, 2024, 5:35 pm IST

ଭୁବନେଶ୍ୱର: ଆଜି ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଶ୍ରୀ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଶ୍ରୀ ଦାସଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଂଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାଁନ୍‌, ପିତେଇପୁରର ପୂର୍ବତନ ସରପଂଚ ନରେନ୍ଦ୍ର ବେହେରା ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ତରାଇ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ଓମ୍ ପ୍ରକାଶ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି।

Related posts