ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି। ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।
Author: Samikhsya Bureau
ବାଣପୁର ( ସୀତାରାମ ଅଗ୍ରୱାଲ): ମାର୍ଚ୍ଚ ୩୦ ରେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଜି ପ୍ରାର୍ଥୀଙ୍କ ଚୂଡାନ୍ତ ନାମ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ଚଳିତ ବର୍ଷ ନିର୍ବାଚନ ରୋଚକ ସ୍ଥିତିରେ ପହଁଚିଛି। ଚଳିତ ବର୍ଷ ଏକାଧିକ ନୂତନ ଚେହେରାଙ୍କୁ ଦେଖିବାକୁ ମିଳିଛି ନିର୍ବାଚନ ମୈଦାନରେ। ସଂଘ ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବୀ ପ୍ରସାଦ ସାମନ୍ତରାୟଙ୍କ ମଧ୍ୟରେ ଲଢେଇ ହେବ। ସେହିପରି ଭାବେ ଉପସଭାପତି ପଦବୀ ପାଇଁ ୩ ପ୍ରାର୍ଥୀ ଯଥାକ୍ରମେ ରାମଚନ୍ଦ୍ର ପଲାଇ, ଚିତ୍ରସେନ ସାହୁ ଏବଂ ଶ୍ରୀନିବାସ ରାଓ ଙ୍କ ମଧ୍ୟରେ ଲଢେଇ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ସମ୍ପାଦକ ପଦବୀ ପାଇଁ ମନୋଜ କୁମାର ମହାପାତ୍ର ଏବଂ ରଞ୍ଜନ କୁମାର ବେଦମତ୍ତାଙ୍କ…
ଭୁବନେଶ୍ବର: ଆଜି ନବୀନ ନିବାସରେ ବିଜେଡି ନେତାଙ୍କର ଏକ ବୈଠକ ଆରମ୍ଭ ହୋଇଛି। ଏଥିରେ ଆଗାମୀ ନିର୍ବାଚନ ପାଇଁ ଦଳିୟ ଟିକେଟ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ତେବେ ଆଜିର ବୈଠକରେ କେବଳ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କାରଣ ଏହି ବୈଠକରେ କେବଳ ପୁରୀ ନେତାଙ୍କୁ ଡକାଯାଇଥିବାର ଜଣାପଡିିଛି। ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ବୈଠକରେ ଉପସ୍ଥିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅଛନ୍ତି।
ଖୋର୍ଦ୍ଧା: ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରାଯିବ ତାହାପାଇଁ ଜିଲ୍ଲାର ସମସ୍ତ ୧୨ ଗୋଟି ଥାନାଧିକାରୀ ଏବଂ ଦୁଇ ଏସଡିପିଓ ସଜାଗ ଅଛନ୍ତି। ଅଦ୍ୟାବଧି ସମସ୍ତ ଥାନା ଅଞ୍ଚଳର ୩୬୩ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟରୁ ୫୯ ଗୋଟି ବନ୍ଧୁକ ଜବତ ହୋଇଛି ଏବଂ ଅନ୍ୟ ବନ୍ଧୁକଗୁଡିକର ଜବତ ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲୁ) ୱାରେଣ୍ଟ ଗିରଫ ପ୍ରକ୍ରିୟା ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି। ସେହିପରି ଭାବେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନାକା ପଇଣ୍ଟ କରାଯାଇ ଫ୍ଲାଗ ମାର୍ଚ୍ଚ…
ବାଣପୁର( ସୀତାରାମ ଅଗ୍ରଲାୱ): ଶୀର୍ଷରେ ପହଁଚିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ କଳି। ଦୀର୍ଘ ମାସ ଧରି ବାଣପୁର ବିଡିଓ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ବିସ୍ଫୋରଣର ରୂପ ନେଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ଶୀତଲ ଅଗ୍ରୱାଲ। ଏ ନେଇ କେସ ନମ୍ବର ୧୨୬/୨୪ ଆଇପିସି ଦଫା ୧୮୯/୩୪/୩୫୩ ରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ନିକଟରେ ଚିଲିକା ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରତ ଆଶାୟୀଙ୍କ ସହ ଧାରଣା ଦେଇଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିଲା। ବିଡ଼ିଓ ବ୍ଲକରେ ସଦାବେଳେ ଅନୁପସ୍ଥିତ ରହୁଛନ୍ତି, ପାତର ଅନ୍ତର ନିତି ଆପଣଉଛନ୍ତି, ଜନପ୍ରତିନିଧି…
Train Accident: ରାଜସ୍ଥାନର ଅଜମେରର ମାଦର ରେଳ ଷ୍ଟେସନ ନିକଟରେ ଏକ ସୁପରଫାଷ୍ଟ ଟ୍ରେନର ଚାରିଟି କୋଚ୍ ଏବଂ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏହି ଘଟଣାଟି ଗତକାଲି ରାତି ୧ ଟା ଘଟିଥିବାର ଜଣାପଡିଛି। ଅଧିକାରୀଙ୍କ ଅନୁଯାୟୀ ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସହିତ ଚାରି କୋଚ୍ ମାଦର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି କ୍ଷୟକ୍ଷତି ହୋଇ ନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।
Election2024: ଶନିବାର ଦିନ ଭାରତ ନିର୍ବାଚନ କମିଶନର ରାଜୀବ କୁମାର ଦେଶର ଲୋକସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି। ସେହି ଅନୁସାରେ ସାରା ଦେଶରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏତିରେ କେଉଁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ତ କେଉଁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ହେବ। ହେଲେ ନିର୍ବାଚନ କମିଶନର ଘୋଷଣା କରିଥିବା ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଦେଶର ଏମିତି କେତେକ ରାଜ୍ୟ ଅଛି ଯେଉଁଠି ପୁରା ସାତଟି ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ପର୍ଯ୍ୟାୟ ନିର୍ବାଚନ ହେବ। ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ: ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାଣା, କେରଳ, ଲକ୍ଷ୍ମୀଦୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍କିମ, ତାମିଲନାଡୁ, ପଞ୍ଜାବ ଦାଦ୍ରା…
ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହ ବିଭାଗର ଚାଲୁଥିବା ବସ ସେବାରେ କିଛି ଅଭିଯୋଗ ରହିଛି କି ? କଣ୍ଟକ୍ଟର ଟିକେଟ ନେଇ ବାକି ପଇସା ଫେରାଇ ନାହିଁ କି ? ବସରେ ଡ୍ରାଇଭର କିମ୍ବା କଣ୍ଡକ୍ଟର ଦୁବ୍ୟବହାର କଲେ କି ? ଏହିପରି ଯଦି କିଛି ଅଭିଯୋଗ ରହିଛି ତେବେ ତାହାର ସମାଧାନ ପାଇଁ ବିଭାଗ ଆରମ୍ଭ କରିଛି ପଦକ୍ଷେପ। ସେହି ଅନୁସାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବିଭାଗ ଏକ ଟୋଲଫ୍ରି ନମ୍ବର ଜାରି କରିଛି। ଆପଣ ସେହି ନମ୍ବରକୁ ଫୋନ କରି ଆପଣ ଅଭିଯୋଗ କରିପାରିବେ। ସେହି ନମ୍ବରଟି ହେଲା 1800-345-1122 । ସେହିପରି ଆପଣ ଆପଣଙ୍କର ଅଭିଯୋଗକୁ ମଧ୍ୟ ଇମେଲ ଜରିଆରେ ପଠାଇ ପାରିବେ।
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ଉଦଘାଟିତ ହୋଇଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ ଦେଲେ ଅନ୍ୟ ସବୁ ଦିନରେ ଅର୍ଥାତ ସପ୍ତାହକୁ ୬ ଦିନ ଚାଲିବ। ସମୟ ସାରଣୀ: ଭୁବନେଶ୍ୱର- ସକାଳ ୫.୧୫ ଛାଡିବ ଖୋର୍ଦ୍ଧା ରୋଡ- ସକାଳ ୫.୩୩ ବାଲୁଗାଁ- ସକାଳ ୬.୨୩ ବ୍ରହ୍ମପୁର- ସକାଳ ୭.୦୫ ଇଚ୍ଛାପୁରମ- ସକାଳ ୭.୧୮ ପଲାସା- ସକାଳ ୮.୧୮ ଶ୍ରୀକାକୁଲମ ରୋଡ- ସକାଳ ୯.୦୦ ବିଜୟାନାଗରମ- ସକାଳ ୯.୪୩ ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ। ସେହିପରି ଭାବେ ବିଶାଖାପାଟନମରୁ ଭୁବନେଶ୍ବର ସମୟ ହେଲ ବିଶାଖାପାଟନମ- ଅପରାହ୍ନ ୩.୩୦ରୁ ଛାଡିବ ବିଜୟାନାଗରମ- ୪.୧୫ ଶ୍ରୀକାକୁଲମ ରୋଡ- ୫.୦୩ ପଲାସା- ୬.୧୦ ଇଚ୍ଛାପୁରମ- ୬.୪୦ ବ୍ରହ୍ମପୁର- ୭.୦୦ ବାଲୁଗାଁ- ୭.୫୨ ଖୋର୍ଦ୍ଧା ରୋଡ- ୮.୫୭ ଭୁବନେଶ୍ୱର-…
ଭୁବନେଶ୍ବର: ଭୁବନେଶ୍ୱରରେ ୨ ନକଲି ଇଡି ଅଧିକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଦ୍ବାରା ଧରାପଡିଛନ୍ତି। ଏମାନେ ସଂପର୍କରେ ଦୁଇ ଭାଇ ବୋଲି ଜଣାପଡିଛି। ସେମାନେ ହେଲେ ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର। ଏହି ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ବାସିନ୍ଦା ବୋଲି ଜଣାପଡିଛି। ଏମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଏକ କେସକୁ ରଫାଦଫା କରିବା ପାଇଁ ତାଙ୍କଠାରୁ ଲାଞ୍ଚ ମାଗିଥିଲେ। ସେହି ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ନିଜକୁ ଇଡି ଅଧିକାରୀ କହି ଅନେକ ସରକାରୀ ଅଧିକାରୀଙ୍କୁ ଠକିଛନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ସେମାନେ ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ। ଫୋନ୍ ପେ’ରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବାର ଏସଟିଏଫକୁ ସୂଚନା ମିଳିଛି।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ନୂଆ କାର୍ଯ୍ୟକର୍ତ୍ତା ନାମ ଘୋଷଣା କରାଯାଇଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କେବଳ ଦେବଗଡ ଜିଲ୍ଲାର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ହେଲେ ଏଥିରେ ସାତ ଜଣ ଉପଦେଷ୍ଠା, ଆଠଜଣ ଉପସଭାପତି, ପନ୍ଦର ଜଣ ସାଧାରଣ ସଂପାଦକ ରହିଛନ୍ତି। ସେହପିର 13 ଜଣ ସଂପାଦକଙ୍କୁ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ଘୋଷଣା ହେବା ପରେ ପରେ ବିଜେଡି ଦଳିୟ ପଦପଦବୀରେ ପ୍ରଥମ ପରିବର୍ତ୍ତନ କରିଛି।
ଚିଲିକା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ବରିଷ୍ଠ ଓଏଏସ ଅଧିକାରୀ ହଳଧର ଶବର କାର୍ଯ୍ୟରେ ଯୋଗ ଦେଇଛନ୍ତି। 2015 ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ଶବର ଏହା ପୂର୍ବରୁ ଗଜପତି ଜିଲ୍ଲା ମୋହନା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟରେ ଯୋଗ ଦେବା ପରେ ସେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।ବ୍ଲକରେ ପୂର୍ବରୁ ବାକି ଥିବା ସମସ୍ତ କାର୍ଯ୍ୟ ସହିତ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ବ୍ଲକରେ ସାଧାରଣ ଓ ବିଧାନସଭା ନିର୍ବାଚନ କିପରି ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ କରାଯିବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ଶ୍ରୀ ଶବର। ନୂତନ ବିଡ଼ିଓଙ୍କୁ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ…
ଚିଲିକା( ସୀତୀରାମ ଅଗ୍ରୱାଲ): ସାଧାରଣ ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଏହି ଅବସରରେ ନିର୍ବାଚନକୁ କିଭଳି ଭାବେ ସ୍ଵଛ, ଅବାଧ ଓ ନିରପେକ୍ଷ ଭାବେ କରାଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁର ଓ ବାଲୁଗାଁ ପ୍ରଶାସନ ଆରମ୍ଭ କଲାଣି କଡା ପଦକ୍ଷେପ। ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା, ଦଳୀୟ ପୋଷ୍ଟର ଓ ହୋର୍ଡିଙ୍ଗ କୁ କାଢି ନିଆଯାଉଛି। ସରକାରୀ ଅଧିକାରୀମାନଙ୍କ ତତ୍ୱାବଧାନରେ ଜାରି ରହିଛି ଏହି କାର୍ଯ୍ୟ। ବିଭିନ୍ନ ଛକ ସହ ଗଳି କନ୍ଦି ବୁଲି ବୁଲି ଦଳୀୟ ପତାକା ସହ ପ୍ରଚାର ବୋର୍ଡ ଗୁଡିକୁ ଉଛେଦ କରାଯାଇଛି। ଯାହା ଫଳରେ କି ନିର୍ବାଚନ ସ୍ଵଛ ଓ ନିରପେକ୍ଷ ହୋଇପାରିବ।
ଖୋର୍ଦ୍ଧା: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଣା କହିଲେ ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଜିଲ୍ଲାରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଏବଂ ପୁରୀ ଲୋକସଭା ଆସନ ଅନ୍ତର୍ଗତ ଚିଲିକା ବିଧାନସଭାରେ ମତଦାନ ହେବ। ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଆସନ୍ତା ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ଜାରି ହେବ ଏବଂ ମଇ ୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହିଭଳି ମଇ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଶିଷ୍ଟ ଯୁବ ସମାଜସେବୀ ଶ୍ରୀ ସୁମନ୍ତ ଘଡେଇ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଓ ସମୀର ମହାନ୍ତି ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଶ୍ରୀ ଘଡେଇଙ୍କ ସମେତ ଗୋକନ ପଂଚାୟତର ପୂର୍ବତନ ସରପଂଚ ପଦ୍ମନାଭ ସେଠୀ, ଯୁବନେତା ସ୍ନେହାଂଶୁ ପରିଡା, ବିକାଶ କୁମାର ଗୋଚ୍ଛାୟତ, ଜନ୍ମେଜୟ ବେହେରା, ସତ୍ୟରଂଜନ ମିଶ୍ର, ସ୍ମୃତିରଂଜନ ମହାନ୍ତି, ସିପୁନା ମଲ୍ଲିକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସବୁ ଭୁଷୁଡି ଯାଇଛି। ଭ୍ରଷ୍ଟାଚାର, ବ୍ୟଭୀଚାର ଓ…
ଭୁବନେଶ୍ବର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲିଠାରୁ ସାରା ଦେଶରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି। ଓଡିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏକ ସଙ୍ଗେ ଲୋକସଭା ଓ ବିଧାନସଭା ମଇ ୧୩ ତାରିଖ, ମଇ ୨୦ ତାରିଖ, ମଇ୨୫ ତାରିଖ ଏବଂ ଜୁନ ୧ ତାରିଖ ହେବ। ଭୋଟ ଗଣତି ଜୁନ ଚାରି ତାରିଖରେ ହେବ।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଭୁବନେଶ୍ବରର ଶଙ୍ଖ ଭବନରେ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ନିସାମିଲ ହୋଇଛନ୍ତି। ମନୋଦୀପା ପାରଦ୍ବୀପ ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି। ମନୋଦୀପାଙ୍କ ସହିତ ପାରଦ୍ବୀପ ମୁନିସିପାଲିଟର ଉପାଧ୍ୟକ୍ଷ ଛବିଲତା ରାଉତ ଏବଂ 9 ଜଣ କାଉନସିଲର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ଅରୁଣ ସାହୁ, ସାଂସଦ ମାନସ ମଙ୍ଗରାଜ, ପାରାଦ୍ବୀପ ବିଧାୟକ ସଂବିତ ରାଉତରାୟ, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ। ବାପି ସର୍ଖେଲ ହେଉଛନ୍ତି ପାରାଦ୍ବୀପରେ ଦବଦବା ଥିବା ଜଣେ ନେତା। ତାଙ୍କର ନିଜସ୍ବ ସଂଗଠନ ସେଠାରେ ରହିଛି। ଏହାଦ୍ବାରା ପାରାଦ୍ବୀପ ଏବଂ ଏରସମା ଅଞ୍ଚଳରେ ବିଜେଡିର ସଂଗଠନ ଆହୁରି ସୁଦୃଢ ହୋଇପାରିଛି।
ଭୁବନେଶ୍ବର: ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ବିଜେଡି ଲୋକସଭା ଏବଂ ବିଧାନସଭା ପ୍ରାର୍ଥି ଘୋଷଣା କରିଛି। ସେଥିରେ କୁହାଯାଇଛି ଯେ, ବିଜେଡି 9 ଟି ଲୋକସଭା ଏବଂ 53 ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁ ଲୋକସଭା ଆସନ ରହିଛି ସେଗୁଡିକ ହେଲା କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, କୋରାପୁଟ, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା। ଏହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। କାରଣ ଏଥିରେ ବିଜେଡି ଲେଟରହେଡ ରେ ପୁରା ତାଲିକା ପ୍ରକାଶ ହୋଇଛି। ହେଲେ ପରେ ଜଣାପଡିଛି ଯେ ଏହି ତାଲିକା 2019 ନିର୍ବାଚନ ସମୟରେ ବିଜେଡି ପ୍ରକାଶ କରିଥିଲା। ବିଜେଡି ଠିକ ଆଜିର ଦିନରେ ଏହି ତାଲିକା ପ୍ରକାଶ କରିଥିଲା। ତାହାକୁ ନେଇ ଜାତୀୟ ଗଣମାଧ୍ୟମ ଏପରି ରିପୋର୍ଟ କରିଦେଇଛି। ଯାହା ସଂପୂର୍ଣ୍ଣ ଭୁଲ।
ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଦୀର୍ଘ ବର୍ଷ ଧରି ତାଙ୍କୁ ବିଜେଡି କୌଣସି ନିର୍ବାଚନରେ ଟିକେଟ ନ ଦେବାରୁ ଅରିନ୍ଦମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସେ ବିଜେପିରେ ଯୋଗଦେବା ପରେ କେଉଁ ନିର୍ବାଚନ ମଣ୍ଡଳିରୁ ସେ ଲଢେଇ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ବିଜେଡିରେ ସେ ଥିବା ବେଳେ କଟକ ବାରବାଟୀରୁ ଲଢେଇ କରିବେ ବୋଲି କୁହାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ବର୍ତ୍ତମାନ ବିଜେପିରୁ ସେହି କଟକ ବାରବାଟୀ ରୁ ସେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ସେଥିପାଇଁ ସେ ପୂର୍ବରୁ ସେଠାରେ ସଂଗଠନ କରିଆସିଛନ୍ତି। ତେବେ ଅନ୍ୟ ଏକ ସୁତ୍ରରୁ ପ୍ରକାଶ ଯେ, ବିଜେପିର ବର୍ତ୍ତମାନ କଟକ ଲୋକସଭା ଆସନରେ ଲଢେଇ କରିବା ପାଇଁ କେହି ଉପଯୁକ୍ତ ପ୍ରାର୍ଥୀ ନାହାଁନ୍ତି। ଗତଥର ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ରଙ୍କର ଲୋକସଂପର୍କ ଭଲ ନାହିଁ। ଅନ୍ୟପକ୍ଷରେ…
ଭୁବନେଶ୍ୱର: ସେଣ୍ଟ ଜନ ଆମ୍ବୁଲାନ୍ସ ଦେଶରେ ପ୍ରାଥମିକ ଚିକିତ୍ସା ପ୍ରଦାନରେ ଅଗ୍ରଣୀ ଭୂମିକା ନେବା ସହ ଏକ ରୋଲ୍ ମଡେଲ୍ ଭାବରେ ପରିଗଣିତ। ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠା ଓ ସମର୍ପଣ ମନୋଭାବ ବାସ୍ତବିକ ପ୍ରଶଂସନୀୟ। ବିଶେଷ କରି ପ୍ରାଥମିକ ଚିକିତ୍ସା ସେବା, ପ୍ରଶିକ୍ଷଣ ଓ ଆପତ୍କାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନରେ ସଂଗଠନର କାର୍ଯ୍ୟ ବେଶ୍ ପ୍ରେରଣାଦାୟୀ। ପ୍ରାଥମିକ ଚିକିତ୍ସା ସେବାର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ବିଶେଷତଃ ଯୁବଗୋଷ୍ଠୀ ଏ ବିଷୟରେ ପ୍ରଶିକ୍ଷିତ ହେବା ଦରକାର। ସେବା ଓ ପ୍ରଶିକ୍ଷଣ ପରିସରକୁ ଆହୁରି ପ୍ରସାରିତ କରିବାକୁ ରାଜ୍ୟପାଳ ରଘୁବର ଦାସ ସେଂଟ୍ ଜନ ଆମ୍ବୁଲାନ୍ସ ଓଡ଼ିଶା ରାଜ୍ୟ କେନ୍ଦ୍ରର କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି। ରାଜଭବନଠାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ସେଣ୍ଟ ଜନ ଆନୁକୂଲ୍ୟର ଲକ୍ଷ୍ୟ ଓ ଆଦର୍ଶର ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହାକୁ ମଧ୍ୟ ଆହୁରି କ୍ରିୟାଶୀଳ ଓ ସମୟ ଉପଯୋଗୀ କରିବାକୁ ରାଜ୍ୟପାଳ…
ଭୁବନେଶ୍ବର: ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବ କି ନାହିଁ ସେଥିରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡି ନାହିଁ। ହେଲେ ଶୀର୍ଷ ମହଲରେ ଏହା ଉପରେ ବାରମ୍ବାର ଆଲୋଚନା ଚାଲିଛି ବୋଲି ଜଣାପଡିଛି। ତେବେ ଏହି ମେଣ୍ଟରେ ଯେଉ ବଡ ସମସ୍ୟା ରହିଛି ତାହା ହେଲା ଆସନ ବୁଝାମଣା। ଏଥିରେ କୁଆଡେ ଦୁଇ ଦଳର ଶୀର୍ଷ ନେତୃତ୍ବ ଏକ ପ୍ରକାରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ଜଣାପଡିଛି। ହେଲେ ବର୍ତ୍ତମାନ ଆଉ ଏକ ନୂଆ କେଁ ଏହା ଭିତରେ ପ୍ରବେଶ କରିଛି। ତାହା ହେଲା ମନ୍ତ୍ରୀପଦ। ଏହାକୁ ନେଇ ବର୍ତ୍ତମାନ କିଛିଦିନ ଧରି ଜୋରଦାର ଆଲୋଚନା ହେବାରେ ଲାଗିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି କୁଆଡେ ବିଜେପିର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ରାଜି ହେଉ ନାହିଁ। ସେମାନେ ରୋକଠୋକ ବିଜେପିର କୌଣସି ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ ବୋଲି ଜଣାଇଦେଇଛନ୍ତି। ତେବେ ବିଜେଡିର କହିବା କଥା ଯେ, ଆମେ ଓଡିଶାରେ…

