Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗ ଦେଲେ ବୌଦ୍ଧର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁ
ଆଜିର ଖବର

ବିଜେଡ଼ିରେ ଯୋଗ ଦେଲେ ବୌଦ୍ଧର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁ

March 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗ ଦେଲେ ବୌଦ୍ଧର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ନିର୍ବାଚନମଣ୍ଡଳୀର ୨୦୧୪ ସାଧାରଣ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀଙ୍କୁ ଶ୍ରୀ ଅମାତ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ।ଆଜି କଂଗ୍ରେସ କର୍ମୀ ଓ ସିପିଆଇ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଅମାତ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅବକାଶ ସାହୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ସିପିଆଇ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଅଲ ଇଣ୍ଡିଆ ୟୁଥ୍ ଫେଡେରେସନର ବୌଦ୍ଧ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସମ୍ପାଦକ ପ୍ରଦୀପ ବେହେରା, ବୌଦ୍ଧ ଜିଲ୍ଲା ସିପିଆଇ ସମ୍ପାଦକ ଭୀମସେନ ଘିବିଲା, ବୌଦ୍ଧ ଜିଲ୍ଲା ସିପିଆଇ ଜୋନ ସମ୍ପାଦକ ସତ୍ୟନାରାୟଣ ସାହୁ, ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ମମତା ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD Joining Election2024 odishaelection2024
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026
Latest News

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ସବ୍ବିନେନୀ ମେଘନା

October 24, 2026

ପରବିନ୍ଦର ଅୱାନା ବିସିସିଆଇ ଜୁନିୟର୍ ଚୟନ କମିଟିର ନୂତନ ଅଧ୍ୟକ୍ଷ

October 24, 2026

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

ନଭେମ୍ବରରେ ୟୁଏଇରେ ପୁତିନ୍‌, ଟ୍ରମ୍ପ୍ ଏବଂ ଜେଲେନ୍‌ସ୍କିଙ୍କ ତ୍ରିପାକ୍ଷିକ ଆଲୋଚନା

October 24, 2026

ତାଇୱାନରେ ବାତ୍ୟା ‘ଚାମ୍ପି’ର ତାଣ୍ଡବ: ୧୦୦୦ ବିମାନ ଉଡ଼ାଣ ବାତିଲ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.