Author: Samikhsya Bureau

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତରେ ପହଞ୍ଚିଛି। ଏହି ଘୋଷଣା ଅନୁସାରେ ଏହି ବର୍ଦ୍ଧିତ ହାର ଗତ ଜାନୁୟାରୀ ପହିଲାରୁ ଲାଗୁ କରାଯିବ। ଏହାଦ୍ବାରା ରାଜ୍ୟର ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଧାରୀ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀରେ ବୈଠକ ପରେ ସେ ଓଡିଶା ଫେରିଆସିଛନ୍ତି। ସେ କହିଛନ୍ତି ଯାହା ଚାଲିଛି ଠିକ ଚାଲିଛି। ବିଚାର ବିମର୍ଶ ଚାଲିଛି। ଆମର ପକ୍ରିୟା ଯେପରି ଚାଲିବା କଥା ତାହା ଚାଲିଛି। ହେଲେ ମେଣ୍ଟ ସଂପର୍କରେ କିଛି କହି ନ ଥିଲେ। ତେବେ ତାଙ୍କ କଥାରୁ ଜଣାପଡିଛି ଯେ, ପୂର୍ବରୁ ସେ ଯେପରି ମେଣ୍ଟ ହେବ ନାହିଁ ବୋଲି କହୁଥିଲେ ସେ ଦମ୍ଭ ଆଉ ନାହିଁ। ତାଙ୍କର ମନ୍ତବ୍ୟ ମନ୍ଥର ହୋଇଯାଇଛି। ପୂର୍ବରୁ ସେ କହୁଥିଲେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବେ, ହେଲେ ଆଜି ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ।

Read More

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ହେଲେ ସେ ସଂପର୍କରେ କେହି କିଛି କହି ନାହାଁନ୍ତି। ସେହିପରି ଆଜି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆଜି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ଆଠଗଡ ନିର୍ବାଚନ ମଣ୍ଡଳିରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁଙ୍କ ନିର୍ବାଚନ ମଣ୍ଡଳି ବୁଲିବା। ଆଦିତ୍ୟ ବେଶ କିଛି ଦିନ ଧରି ସକାଳୁ ଘରୁ ବାହାରି ଆଠଗଡର ଗଳକନ୍ଦି କୁଲିବାରେ ଲାଗିଛନ୍ତି। କେଉଁଠି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, କେଉଁଠି କ୍ରିକେଟ ମ୍ୟାଚ, କେଉଁଠି ଫୁଟବଲ ମ୍ୟାଚ, କାହାର ଶ୍ରାଦ୍ଧ କାର୍ଯ୍ୟ ସବୁଠି ସେ ହାଜର। ତେବେ ଏହାର କାରଣ ହେଲା ଯେ, ଆଦିତ୍ୟ ପ୍ରତାପ ଏଥର ନିର୍ବାଚନ ଲଢେଇ କରିବେ। ତାଙ୍କ ବାପା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୁଆଡେ ଆଉ ନିର୍ବାଚନ ଲଢେଇରେ ସାମିଲ ହେବେ ନାହିଁ। ସେ ନେଇ ରଣେନ୍ଦ୍ର ଦଳକୁ ଜଣାଇ ଦେଇଛନ୍ତି। ଏଥିସହିତ ତାଙ୍କ ପୁଅ ଏଥର ନିର୍ବାଚନ ଲଢିବ ବୋଲି ମଧ୍ୟ ଦଳକୁ ଅନୁରୋଧ କରିଛନ୍ତି। ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ତଥା ଦଳର ଜଣେ ବରିଷ୍ଠ ନେତାଙ୍କ…

Read More

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବାଘମାରି ଥାନା ସହ ଭୂଷଣ୍ଡପୁର ଫାଣ୍ଡିର ନୂତନ କୋଠାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଥିପାଇଁ ଉଭୟ ଥାନା ମାନଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଖୋର୍ଦ୍ଧାର ନୂତନ ଥାନା କୋଠା ଉଦ୍ଘାଟନୀ ଉତ୍ସବରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଆଇଜି ଆଶିଷ ସିଂ, ଏସପି ବି. ଯୁଗଳ କିଶୋର ଯୋଗ ଦେଇଥିବା ବେଳେ ବାଘମାରି ଥାନା ଉଦଘାଟନୀ ଉତ୍ସବରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଯୋଗଦେଇ ଥିଲେ ।

Read More

ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ବରୁଣେଇ ପୀଠ ରେ ପହଞ୍ଚିଥିଲେ 5ଟି ଅଧକ୍ଷ କାର୍ତ୍ତିକ ପଣ୍ଡିଆନ। ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରସ୍ତାବ 5ଟି ଅଧକ୍ଷ ସଚିବ ଥିବା ସମୟ ରେ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସି ମନ୍ଦିର ପରିକ୍ରମା କରିଥିଲେ। ତାଙ୍କ ସହିତ ସଚିବ ଭିନିଲ କ୍ରୀଷ୍ଣା, ମଧ୍ୟ ଆସିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା 5 ଟି ଅଧକ୍ଷ ଙ୍କୁ ସ୍ଵାଗତ ଜଣାଇଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବୃନ୍ଦ, ପର୍ଯ୍ୟଟନ ଅଧିକାରୀ, ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀ, ସମସ୍ତେ ଉପସ୍ଥିତ ରହି ବରୁଣେଇ ପୀଠ ର ସୋନ୍ଦର୍ଯ୍ୟକରଣ ସଂପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ଏହି ପୀଠ ରେ ସୀତା କୁଣ୍ଡ, ବରୁଣେଇ ପାହାଡ଼ର ଶିଖର କୁ ଯିବା ପାଇଁ ରାସ୍ତା,…

Read More

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ଆଜି ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ତାହା ଶେଷ ହୋଇଥିଲେ ମଧ୍ୟ କେହି କିଛି କହି ନାହାଁନ୍ତି। ସେହିପରି ଆସନ୍ତକାଲି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତାଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Read More

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନରେ ନିମଗ୍ନ ଅଛନ୍ତି। ୧୪ ତାରିଖ ଦିନ ଦୁବାଇଠାରେ ଭାରତର କନ୍‌ସୁଲ୍‌ ଜେନେରାଲ ସତିଶ କୁମାର ଶିବମ୍‌, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ। ପ୍ରଥମ ଥର ପାଇଁ ବିଦେଶ ମାଟିରେ, ଦୁବାଇଠାରେ ଓଡ଼ିଶାର ଜନଜାତି ଚିତ୍ରକଳା ଅଙ୍କନ କରୁଥିବାରୁ ଶିଳ୍ପୀମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ବିନୋଦିନୀ ସିଂହ, ସୁଜନ୍ମତି ଏକା, ଇନ୍ଦିରା ଗମାଙ୍ଗ, ସୁକୁମତି ଥିଉ, ସୌଭାଗ୍ୟ ମଞ୍ଜରୀ ମଲ୍ଲିକ, ସୁଭଦ୍ରା କରୱା, ଡଲି ଜାନୀ, ସୂର୍ଯ୍ୟଲତା ନାୟକ, ଭାରତୀ…

Read More

ନୂଆଦିଲ୍ଲୀ: ଦୁଇ ଦିନ ନିରବତା ପରେ ଏବେ ମେଣ୍ଟ ରାଜନୀତି ହଲଚଲ ହୋଇଛି। କାରଣ ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଛି ଓଡିଶା ନିର୍ବାଚନକୁ ନେଇ ରଣନୀତି। ଏହି ବୈଠକରେ ସାମ୍ଭବ୍ୟ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଚାଲିଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି। ଏମାନେ ଗତ 10 ତାରିଖ ଦିନ ପୁଣି ଥରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେହିଦିନଠାରୁ ସେମାନେ ଦିଲ୍ଲୀରେ ଅବସ୍ଥାନ କରିଛନ୍ତି। ତେବେ ଆଜି ରାତି ସୁଦ୍ଧା କିଛି ଖବର ଆସିପାରେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି। ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ,…

Read More

ଭୁବନେଶ୍ବର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପ୍ରଜା ମଣ୍ଡଳ ଆନ୍ଦୋଳନର ପୁରୋଧା ଓଡିଶା ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି । ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜ, ବ୍ରାହ୍ମଣୀ ନଦୀ ଉପରେ ତାଙ୍କ ନାମରେ ସେତୁ ପ୍ରତିଷ୍ଠା ସହିତ ସ୍ମୃତି ସଂଗ୍ରହାଳୟ ଏବଂ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟ କରାଯାଇଛି। ଏଥିପାଇଁ ପବିତ୍ର ମୋହନ ସ୍ମୃତି ପରିଷଦ ଗଭୀର ସନ୍ତୋଷ ପ୍ରକାଶ କରିଛି। ପରିଷଦ ପକ୍ଷରୁ ଆଜି ପବିତ୍ର ମୋହନଙ୍କ ନାତୁଣୀ ରଞ୍ଜିତା ରାଣୀ ପ୍ରଧାନ. ଓ ସମିତିର ଅନ୍ୟ ସଦସ୍ୟ ମାନେ ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ…

Read More

ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି। ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦…

Read More

ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିରୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିର ର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଗଲା।

Read More

ନୂଆଦିଲ୍ଲୀ: ଖୁବ ଶିଘ୍ର ବିଜେପି ତାହାର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯାଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଣ୍ଟ୍ରାଲ ଇଲେକସନ କମିଟ ବା ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୁଡାନ୍ତ କରାଯାଇଛି। ତେବେ ଏହି ବୈଠକରେ ଓଡିଶା ଆସନ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବାର ଜଣାପଡିଛି। ଓଡିଶା ପରି ରାଜ୍ୟର ଆସନ ଘୋଷଣା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ନ ହେବା ମେଣ୍ଟ ପ୍ରସଂଗକୁ ସୂଚେଇ ଦେଉଛି। କାରଣ ଓଡିଶାର ଆସନ ବୁଝାମଣା ଏ ପର୍ଯ୍ୟନ୍ତ ଚୁଡାନ୍ତ ରୂପ ରେଖ ନେଇ ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଓଡିଶା ପ୍ରାର୍ଥୀ ଘୋଷଣା କରିପାରୁ ନାହାଁନ୍ତି। ଯଦି ମେଣ୍ଚ ହୋଇ ନ ଥାଆନ୍ତା ତେବେ ଓଡିଶା ପ୍ରାର୍ଥୀ ନିଶ୍ଚିତ ଘୋଷଣା ହୋଇ ଥାଆନ୍ତା। ବର୍ତ୍ତମାନ ସିଇସି ବୈଠକରେ ସାତୋଟି ରାଜ୍ୟର ଆସନ ଉପରେ ଆଲୋଚନା ହୋଇଛି। ସେଗୁଡିକ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ କଲ୍ୟାଣ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ସୂଚନାଯୋଗ୍ୟ ଯେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଅନେକ ଥର ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ସେବାୟତମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ସେବାୟତମାନଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ…

Read More

ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ଆମ ରାଜ୍ୟରେ ଥିବା 7,200ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ 50 ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍‌ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ ବୋଲି କହି ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍‌ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ…

Read More

ଭୁବନେଶ୍ବର: ୫-‘ଟି’ ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ। ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍‌ରୁମ୍‌ଗୁଡ଼ିକର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମରେ…

Read More

ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟକୁ ନେଇ କେବଳ ଓଡିଶା କାହିଁକି ସାରା ଦେଶରେ ଚାଲିଛି ଚର୍ଚ୍ଚା। କାରଣ ଲୋକସଭା ନିର୍ବାଚନରେ ଜିତିବା ପାଇଁ କେଉଁ ଦଳ କଣ କରୁଛି ତାହା ଉପରେ ସମସ୍ତଙ୍କର ନଜର। ତେବେ ଓଡିଶାରେ ବିଜେଡି ବିଜେପିକୁ ନେଇ ଜୋରଦାର ଚର୍ଚ୍ଚା ଦିଲ୍ଲୀ ଦରବାରରେ ଚାଲିଛି। ଦେଶର ଖ୍ୟାତନାମା ସାମ୍ବାଦିକମାନେ ଏହାକୁ ନେଇ ବହୁ ଆକଳନ କରିଛନ୍ତି। ସେହିପରି ଦେଶର ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଓଡିଶା ମେଣ୍ଟକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ସୃଷ୍ଟି ହୋଇଛି କମ୍ପନ। ଏଥିରେ ରାଜଦୀପ କହିଛନ୍ତି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ବିଳମ୍ବିତ ରାତିରେ ଚୁଡାନ୍ତ ହେଲା। ଏଥିରେ ଲୋକସଭାରେ ବିଜେଡି 13ଟି ଆସନ ଏବଂ ବିଜେଡି 8ଟି ଆସନରେ ଲଢେଇ କରିବ। ସେହିପରି ସେ ବିଧାନସଭା ଆସନ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ସେଥିରେ…

Read More

ଭୁବନେଶ୍ବର: ମେଣ୍ଟ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ହେଲେ ଗତକାଲି ଏହି ମେଣ୍ଟ ନେଇ ସେପରି ଚର୍ଚ୍ଚା ଆଲୋଚନା କିଛି ଜଣାପଡି ନାହିଁ। ହେଲେ ବର୍ତ୍ତମାନ ନେତାଙ୍କଠାରୁ କର୍ମି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ମେଣ୍ଟ କାହିଁକି। ଏହା ଦ୍ବାରା ବିଜେପିର ଲାଭ ହେବ କି ? ଏହାଦ୍ବାରା ବିଜେଡିର କ୍ଷତି ହେବ କି ? ଯଦି ନାହିଁ ତେବେ କାହିଁକି ଏପରି ଚାଲିଛି ବୋଲି ସମସ୍ତଙ୍କ ମଧ୍ୟରେ ବଡ ଆଲୋଚନା। ବର୍ତ୍ତମାନ ଏହି ମେଣ୍ଟକୁ ନେଇ ରାଜ୍ୟ ବିଜେପି ସବୁଠାରୁ ଉତକ୍ଷିପ୍ତ। କାରଣ ସେମାନେ ବିଜେଡି ସହିତ ପୁଣି ମେଣ୍ଟ କଲେ ହୁଏତ ସେମାନଙ୍କର ଅସ୍ତିତ୍ବ ହଜିଯିବାର ସମ୍ଭାବନା ସୃଷ୍ଟି ହେବ। ସେମାନେ ଯେତେ ପରିଶ୍ରମ କରି ଆଜି ଦଳକୁ ଯେଉଁ ସ୍ତରକୁ ଆଣିଛନ୍ତି ମେଣ୍ଟ ହେଲେ ତାହା ପୁଣି ପଚିଶ ବର୍ଷ ତଳକୁ ଖସିଯିବ। ସେପଟେ ମେଣ୍ଟ ନ କଲେ ମଧ୍ୟ ବିଜେଡି ଏକାକୀ…

Read More