ଟିକେଟ ପାଇବା ପରେ ଧନ୍ୟବାଦ ଦେବାକୁ ନବୀନ ନିବାସରେ ଭିଡ କଲେ ବିଜେଡି ପ୍ରାର୍ଥୀ

Published: Mar 28, 2024, 4:10 pm IST

ଭୁବନେଶ୍ବର: ଆଜି ନବୀନ ନିବାସରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ଟିକେଟ ପାଇବା ପାଇଁ ନୁହେଁ ବରଂ ଟିକେଟ ପାଇବା ପରେ ପ୍ରାର୍ଥୀଙ୍କ ଏହି ଭିଡ ଜମିଛି। ଗତକାଲି ନବୀନ ପଟ୍ଟନାୟକ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ପରେ ଆଜି ସକାଳୁ ସକାଳୁ ପ୍ରାର୍ଥୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ଏଥିରେ ଅଛନ୍ତି ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର। ସେହିପରି କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଂଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି, ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେ. ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପହଞ୍ଚିି ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟ ଏକ ସମୟରେ ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ମାନସ ମଙ୍ଗରାଜ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ସାଲୁଗା ପ୍ରଧାନ, ଅତନୁ ସବ୍ୟସାଚ୍ଚୀ, ଦେବୀ ରଞ୍ଜନ ତ୍ରିପାଠୀ, ବିଷ୍ଣୁଦତ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଞ୍ଚିଥିଲେ ।

ଏହା ସହ ଭାଗୀରଥୀ ସେଠୀ, ଜଗନ୍ନାଥ ନାୟକ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ବ୍ୟୋମକେଶ ରାୟ ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।‌ ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ସୌଭିକ ବିଶ୍ୱାଳ, ପ୍ରତାପ ଦେବ, ସୁଶାନ୍ତ ସିଂ, ଜଗନ୍ନାଥ ନାୟକ ପ୍ରମୁଖ ନବୀନ ନିବାସରେ ଭିଡ କରିଥିଲେ।

Related posts