ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଉପରେ ଆଲୋଚନା କରାଯାଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ସେସବୁ କେନ୍ଦ୍ରୀୟ ନେତାଙ୍କ ପାଖକୁ ଇମେଲ ମାଧ୍ୟମରେ ପଠାଯାଇଥିବାର ଜଣାଯାଇଛି। ତେବେ ଓଡିଶାର ବିଧାନସଭାର କେତେ ଆସନ ଏବଂ ଲୋକସଭାର କେତେ ଆସନ ପାଇଁ ପ୍ରାର୍ଥୀ ଠିକ କରାଯାଇଛି ସେ ନେଇ କେହି କିଛି କହିଲେ ନାହିଁ। ବର୍ତ୍ତମାନ ମେଣ୍ଟରେ ଆସନ ବୁଝାମଣା ଚାଲିଥିବାରୁ ବିଜେପି କେତେ ଆସନରେ ପ୍ରାର୍ଥୀ ଦେବ ତାହା ଉପରେ ନଜର ଥିଲା। ହେଲେ ଦଳ ତରଫରୁ ଏ ନେଇ କୌଣସି ସୂଚନା ଦିଆଗଲା ନାହିଁ। କେବଳ କୁହାଗଲା ତୃଣମୂଳରୁ ଯେଉଁ ନାମ ଆସିଥିଲା ତାହାକୁ ବିଚାର କରି କେନ୍ଦ୍ରକୁ ତାଲିକା ପଠାଯାଇଛି। ଫଳରେ ମେଣ୍ଟ ନେଇ ଯେଉଁ ଚର୍ଚ୍ଚା…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନର ଦେଶର ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ତାରିଖ ଅନୁସାରେ ପ୍ରଥମ ଭୋଟ ଗ୍ରହଣ ୧୯ ଏପ୍ରିଲରୁ ଆରମ୍ଭ ହେଉଛି। ଏହିପରି ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ କେଉଁଦିନ ଭୋଟ ଗ୍ରହଣ ଏବଂ ତା ପୂର୍ବରୁ କଣ ରହିଛି କାର୍ଯ୍ୟସୂଚୀ ଆସନ୍ତୁ ଜାଣିବା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ- ୧୯ ଏପ୍ରିଲ ୨୦୨୪ ଶୁକ୍ରବାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୦ ମାର୍ଚ୍ଚ ୨୦୨୪ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୨୭ ମାର୍ଚ୍ଚ ପ୍ରାର୍ଥୀ ପତ୍ର ଯାଞ୍ଚ- ୨୮ ମାର୍ଚ୍ଚ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୩୦ ମାର୍ଚ୍ଚ ଭୋଟ ଗ୍ରହଣ-୧୯ ଏପ୍ରିଲ ଭୋଟ ଗଣିତ- ୪ ଜୁନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ- ୨୬ ଏପ୍ରିଲ ୨୦୨୪ ଶୁକ୍ରବାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୮ ମାର୍ଚ୍ଚ ପ୍ରାର୍ଥୀପତ୍ର ଶେଷ ତାରିଖ- ୪ ଏପ୍ରିଲ ପ୍ରାର୍ଥୀ ପତ୍ର ଯାଞ୍ଚ- ୫ ଏପ୍ରିଲ…
Odisha Election Announcement: ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ଏବଂ 4ଟି ରାଜ୍ୟର ବିଧାନସଭା ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସେହି ଅନୁସାରେ ଓଡିଶାରେ 4ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ମେ 13 ତାରିଖରେ ହେବ ନିର୍ବାଚନ ଓଡିଶାରେ ଲୋକସଭା ଓ ବିଧାନସଭା ତାରିଖ ହେଲା- ମେ 13 ତାରିଖ, ମେ 20 ତାରିଖ, ମେ 25 ତାରିଖ ଏବଂ ଜୁନ 1 ତାରିଖ। ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ସମସ୍ତ ଭୋଟ ଗଣତି 4 ଜୁନ ତାରିଖରେ ହେବ।
ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ ମତଦାନ ଉପରେ ଏଠାରେ କିଛି ବିବରଣୀ ଅଛି: ୨୦୨୪ ଲୋକସଭା ନିର୍ବାଚନରେ ମୋଟ ୯୬.୮ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ଏଥିରେ ୧.୮ କୋଟି ଭାରତୀୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିକଟରେ ୧୮ ବର୍ଷ ବୟସ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି। ଏଠାରେ ୮୮.୪ ଲକ୍ଷ ଭୋଟର ହେଉଛନ୍ତି ଭିନ୍ନକ୍ଷମ ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ୪୮,୦୦୦ ନିର୍ବାଚନ ପରିଚାଳନା ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ଏହି ବୁଥଗୁଡିକ ପରିଚାଳନା ପାଇଁ ୧.୫ କୋଟି ମତଦାନ ଅଧିକାରୀ ନିୟୋଜିତ ହେବେ। ମତଦାନରେ ୫୫ ଲକ୍ଷ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର କରାଯିବ। ଭାରତର ନିର୍ବାଚନ ଆୟୋଗ ସଫଳତାର ସହ ୧୭ ଟି ସାଧାରଣ ନିର୍ବାଚନ ଏବଂ ୪୦୦ ଟି ବିଧାନସଭା ନିର୍ବାଚନ କରିଛି।
ଭୁବନେଶ୍ବର: ଗତକାଲି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରାୟ। ତେବେ ଏଥିରେ କେହି କିଛି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ହେଲେ ସେ ଯେହେତୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ଭିଣୋଇ ସେଥିପାଇଁ ତାହା ଚର୍ଚ୍ଚା ଚାଲିଛି। ବିଜେଡିର ଯିଏ ଟାଣୁଆ ନେତା ସିଏ କଣ ନିଜ ଭିଣୋଇଙ୍କୁ କେଉଁଠାରେ ହେଲେ ଥଇଥାନ କରିପାରିଲେ ନାହିଁ ? ଏହି ପ୍ରଶ୍ନ ବର୍ତ୍ତମାନ ଓଡିଶା ରାଜନୀତିରେ ଘୁରି ବୁଲୁଛି। ଅରିନ୍ଦମ ଦୀର୍ଘ ବର୍ଷ ଧରି ବିଜେଡିରେ ସାମିଲ ହୋଇ ଦଳର ସାଧାରଣ ସଂପାଦକ ଥିଲେ। ଦଳ ବିଭିନ୍ନ ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ମଧ୍ୟ କରିଛି। ସେ 2019 ରେ ବିଧାୟକ ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ଶେଷ ମୂର୍ହୁର୍ତ୍ତରେ ତାହା ହେଲା ନାହିଁ। ଯେଉଁ ବବି ଦାସ ଦଳରେ କିଏ କେଉଁ ପଦବୀରେ ରହିବ ଏବଂ କିଏ…
Election News: ଆଜି ଘୋଷଣା ହେବ ଲୋକସଭା ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଆଜି ଅପରାହ୍ନ 3 ଟା ବେଳେ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିବେ। ତେବେ ଯେଉଁମାନେ ଏହି ତାରିଖ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ ତଳ ଲିଙ୍କକୁ କ୍ଲିକ କରି ଏହି ଘୋଷଣା ସଂପର୍କରେ ଜାଣିପାରିବେ। ଆଜି ଅପରାହ୍ନ 3 ଟା ବେଳକୁ ତଳ ଥିବା ଲିଙ୍କକୁ କ୍ଲିକ କଲେ ଆପଣମାନେ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ ସିଧା ପ୍ରସାରଣ ଦେଖିପାରିବେ। https://www.youtube.com/watch?v=jgZ_5Dvgde0
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଏହି ବୈଠକ ଦିନ 11 ଟା ବେଳେ ବସିବ। ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହେବ। ଏହାପରେ ସାରା ଦେଶରେ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଏହା ପୂର୍ବରୁ ନବୀନ ଏହି ବୈଠକ ଡାକିଛନ୍ତି। ନବୀନଙ୍କ ଏହି ଶାସନ ସମୟରେ ଆଜି ହେବ ଶେଷ କ୍ୟାବିନେଟ ବୈଠକ। ଏହାପରେ ନିର୍ବାଚନ। ସେଥିପାଇଁ ସମସ୍ତେ ଆଶା କରିଛନ୍ତି ଯେ, ଆଜି ନବୀନ ନିଶ୍ଚିତ ଭାବେ ଏକ ବଡ ଘୋଷଣା କରିବେ। ତେବେ ତାହା କଣ ଏ ପର୍ଯ୍ୟନ୍ତ କୌଣସି ସୂରାକ ମିଳିପାରି ନାହିଁ। ସୁତ୍ର ଅନୁସାରେ ଆଜି ବିଭିନ୍ନ ବିଭାଗର ମୋଟ 20ଟି ପ୍ରସଂଗ ଆଲୋଚନା ପାଇଁ ରହିଛି।
Election News: ବହୁ ପ୍ରତୀକ୍ଷାର ଆଜି ଅନ୍ତ ଘଟିବ। ଆଜି ଘୋଷଣା ହେବ ଲୋକସଭା ଏବଂ ବିଧାନସଭା ନିର୍ବାଚନ ତାରିଖ। ଆଜି ଶନିବାର ଅପରାହ୍ନ ୩ ଟାରେ ଏହି ତାରିଖ ଘୋଷଣା କରାଯିବ ବୋଲି ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଦିନ କହିଛନ୍ତି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ତରଫରୁ ସାମାଜିକ ଗଣମାଧ୍ୟମରେ ରେ ଏକ ସଂକ୍ଷିପ୍ତ ବିବୃତ୍ତି ପୋଷ୍ଟ କରିଛି। ସେଥିରେ କୁହାଯାଇଛି ଯେ ଲୋକସଭା ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇବ। ଆଜି ତାରିଖ ଘୋଷଣା ହେବା ମାତ୍ରେ ସାରା ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ।୨୦୧୯ ନିର୍ବାଚନ ଏପ୍ରିଲ ୧୧ ରୁ ମେ ୧୯ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଚାରି ଦିନ ପରେ ଘୋଷିତ ହୋଇଥିଲା। ଯେଉଁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ସେଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସିକ୍କିମ।
ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶା ରାଜନୀତିରେ ବିଜେଡି ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ହେବ କି ନାହିଁ ସେ ନେଇ କେହି କିଛି କହିପାରୁ ନାହଁନ୍ତି। ଏହି ଚର୍ଚ୍ଚା ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଆସିଛି ବଡ ବୟାନ। ସେ ଇଣ୍ଡିଆ ଟୁ ଡେ କନକ୍ଲେଭରେ ଓଡିଶା ମେଣ୍ଟ ନେଇ କରିଛନ୍ତି ଖୁଲାସା। ସେ କହିଛନ୍ତି ଯେ, ଓଡିଶାରେ ମେଣ୍ଟ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୌଣସି ନିଷ୍ପତି ନେଇ ନାହାଁନ୍ତି। ଓଡିଶାରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ବହୁତ ଭଲ କରିବ। ତେବେ ଓଡିଶାରେ କିପରି ଦଳ ଆଗକୁ ଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ। ଏହାଦ୍ବାରା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସତ। ଏ ନେଇ ଆଲୋଚନା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି। ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନା କୁ (Modified Assured Career Progression Scheme) ସରଳ କରାଯାଇଛି. ଏବେ 100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନ କୁ ଭିତ୍ତି କରି MACP ନିର୍ଣ୍ଣୟ କରାଯିବ. ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକ ମାନଙ୍କୁ ଆକର୍ଷିତ କରିବା PH.D ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି. ଅଧ୍ୟାପକମାନଙ୍କୁ ଚାକିରୀ ସମୟରେ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ…
ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ କୋଅପରେଟିଭ ସୁଗାର ମିଲ୍ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ…
ଭୁବନେଶ୍ୱର: ସିନେ ତାରକା ଅରିନ୍ଦମ ରାୟ ଆଜି ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କାରଣ ଅରିନ୍ଦମ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ। ଅରନ୍ଦମ ଯାଜପୁରର କୋରାଇ ଆସନରୁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ବହୁ ପୂର୍ବରୁ ଶୁଣାଯାଉଥିଲା। ଗତ କିଛିଦିନ ତଳେ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଥିଲେ। ଏହାକୁ ନେଇ ସେହି ସମୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।
ବାଲୁଗାଁ: ଗୁରୁବାର ଦିନ ବାଲୁଗାଁ ତୈଳିକ ବୈଶ୍ୟ ସମାଜରୁ ଅଲ ଓଡ଼ିଶା ରାଜ୍ୟ ସଭାପତି ତଥା ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଛି। ଖବର ମୁତାବକ ବାଲୁଗାଁ ତୈଳିକ ବୈଶ୍ୟ ସମାଜ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ବାଲୁଗାଁ ସ୍ଥିତ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାରେ ତାଙ୍କୁ ବହିଷ୍କାର କରାଗଲା ବୋଲି ଘୋଷଣା କରାଯାଇଛି। ଆୟୋଜିତ ବୈଠକରେ ଉପ ସଭାପତି ଶରତ ସାହୁ, ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ସଭ୍ୟ ଯୋଗ ଦେଇଥିଲେ। ସଙ୍ଘର ନୀତି ନିୟମକୁ ଦୀର୍ଘଦିନ ହେବ ଅବମାନନା କରୁଥିବା ବେଳେ ସଙ୍ଘର କୌଣସି କାର୍ଯ୍ୟରେ ଯୋଗ ନ ଦେବା ଓ ସଙ୍ଘକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ସର୍ବସମ୍ମତି କ୍ରମେ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଥିବା ସଭାପତି ଶ୍ରୀ ସାହୁ କହିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁ ନିଜର ଜାତିଆଣ ତୈଳିକ ବୈଶ୍ୟ ସମାଜ ବାଲୁଗାଁରୁ ଗୁରୁବାର…
ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି। ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା…
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ଯୁବ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଶ୍ରୀ ରାକେଶ ସିଂ। ଶ୍ରୀ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ଉପସଭାପତି ସୈାଜିତ କୁମାର ବେସ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ । ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀ ମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି…
ଭୁବନେଶ୍ବର: ଗତକାଲି ରାତିରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇପଡିଛନ୍ତି। ତାଙ୍କ କାର ଏକ ଗ୍ୟାସ ବୋଝେଇ ଟ୍ରକ ସହିତ ମୁହଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରସନ୍ନ ଗୁରୁତର ହୋଇପଡିଥିବା ବେଳେ ତାଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ରେଢାଖୋଲସ୍ଥିତ ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତୁରୁନ୍ତ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବର: ନବୀନ ନିବାସରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ବିଜେଡି ବିଜେପି ମେଣ୍ଟ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। କାରଣ ବର୍ତ୍ତମାନ ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ଏହି ବୈଠକ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ଫଳାଫଳ ଆସୁଛି। ଏହି ବୈଠକରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ୟ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ରବିନ୍ଦ୍ର ଜେନା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ବର୍ତ୍ତମାନ ବୈଠକ…
ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି। ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି…
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ। ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।
ଭୁବନେଶ୍ବର: ନୂଆଦିଲ୍ଲୀର ବୈଠକ ପରେ ଆଜି ଭୁବନେଶ୍ବର ଫେରି ମେଣ୍ଟ ଚର୍ଚ୍ଚାକୁ ଏଡାଇ ଦେଲେ ବିଜେପି ସଭାପତି ମନମୋହନ ସାମଲ। ସେ ସିଧା ମେଣ୍ଟ ହେବ ନାହିଁ ବୋଲି କହିପାରି ନ ଥିଲେ। ହେଲେ ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ଲୋକଙ୍କ ଆର୍ଶିବାଦରେ ବିଜେପି ଓଡିଶାରେ ସରକାର ଗଢିବାକୁ ଯାଉଛି। ହେଲେ ତାଙ୍କୁ ବାରମ୍ବାର ମେଣ୍ଟ ସଂପର୍କରେ ପଚାରିଥିଲେ ମଧ୍ୟ ସେ ମେଣ୍ଟ ଶଦ୍ଦଟି ପାଟିରେ ଧରି ନ ଥିଲେ। ସେ ବାରମ୍ବାର ଓଡିଶାର ବିଜେପି ସରକାର କରିବ ବୋଲି କହିଥିଲେ। ଶେଷରେ କହିଥିଲେ ଯେ, ଆମେ ଯଦି କାହା ସହିତ ମିଶି ସରକାର କରିଥାଆନ୍ତୁ ତାହା ହେଲେ ମୁଁ ସେ କଥା କହିଥାଆନ୍ତି। ହେଲେ ସେ କଥା ମୁଁ କହୁ ନାହିଁ। ତେବେ ମନମୋହନଙ୍କ ଉତ୍ତରରେ ସେ କେଉଁଠି କିଛି କହିବାକୁ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେ କଥାକୁ ଗେନ୍ଦୁରାଇବାରେ ଲାଗିଛନ୍ତି। ଖୋଲମଖୋଲା…

