ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା…
Author: Samikhsya Bureau
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରି ଦେଶରେ ଏକ ଇତିହାସ ସୃଷ୍ଟି କରିଛନ୍ତି। ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଂଟି। ସ୍ୱାଧୀନତାର ଅମୃତକାଳର ଅବଶିଷ୍ଟ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦିଜୀ ଅହରହ କାର୍ଯ୍ୟରତ। ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି। ଏହି…
ଭୁବନେଶ୍ବର: ରେମୁଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସୁଦର୍ଶନ ଜେନା ଆଜି ବିଧିବଦ୍ଧ ଭାବେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ତାଙ୍କର ଶତାଧିକ କର୍ମିଙ୍କ ସହ ଓଡିଶା ପ୍ରଭାରୀ ଡ଼.ଅଜୟ କୁମାର ,ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତି ରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ସୁଦର୍ଶନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସୁଦର୍ଶନ 2009 ମସିହାରେ ରେମୁଣାରୁ ବିଜେଡି ବିଧାୟକ ଥିଲେ। ଏହାପରେ ତାଙ୍କୁ 2014ରେ ଦଳ ଟିକେଟ ଦେଇଥିଲା। ହେଲେ ସେ ହାରିଯାଇଥିଲା। ଫଳରେ ଦଳ 2019 ରେ ତାଙ୍କୁ ଆଉ ଟିକେଟ ନ ଦେଇ ସୁଧାଂଶୁ ପରିଡାଙ୍କୁ ଟିକେଟ ଦେଇଥିଲା।
ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡିଶାର ଦୀର୍ଘତମ ସେତୁ ରାକଡୋର- ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁ।…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ପ୍ରଦେଶ ମହିଳା କଂଗ୍ରେସର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଉପ ସଭାନେତ୍ରୀ – ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ, ଶୋଭାମୟୀ ସିଂ ସାଧାରଣ ସଂପାଦିକା – ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲା, ମାଧବୀ ସେନାପତି ସମ୍ପାଦିକା- ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦିପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ…
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କେବେ ନିର୍ବାଚନ ହେବା, କେବେ ତାରିଖ ଘୋଷଣା ହେବ ସେ ନେଇ ଲାଗି ରହିଛି ଆଶା ଆଶଙ୍କା। ଏପରି ପରିସ୍ଥିତରେ ଆସିଛି ଏକ ବଡ ଖବର। ତାହା ହେଲା ଯେ, ଆସନ୍ତା 14 କିମ୍ବା 15 ତାରିଖରେ ଘୋଷଣା ହେବ ଲୋକସଭା ସହିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଏ ନେଇ ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏଥିରେ କୁହାଯାଇଛି ଯେ,ବର୍ତ୍ତମାନ ଭାରତ ନିର୍ବାଚନ କମିଶନରେ ଦୁଇ ଜଣ ସଦସ୍ୟଙ୍କ ପଦବୀ ଖାଲି ରହିଛି। ଆସନ୍ତା 15 ତାରିଖରେ ଏହି ଦୁଇ ପଦବୀରେ ଦୁଇଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନେ ଦାୟିତ୍ବ ନେବା ପରେ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି।
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି| ଏଠାରେ ସୂଚନାଯୋଗ୍ୟ, ବିଜେପି- ଟିଡିପି- ଜନସେନା ପାର୍ଟିର ବରିଷ୍ଠ ନେତାଙ୍କ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିଲା। କେନ୍ଦ୍ର ନେତୃବୃନ୍ଦ ଆସନ ବୁଝାମଣା ଚୁଡାନ୍ତ କରିବା ପାଇଁ ବୈଜୟନ୍ତ ପଣ୍ଡା ଏବଂ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଦାୟିତ୍ଵ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ ଅନଯାୟୀ ଉଭୟ ନେତା ଆଜି ସକାଳେ ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି। ଭିଜୟୱାଡ଼ା ଠାରେ ଚାଲି ଥିବା ବୈଠକରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ…
BJD BJP Alliance: ପୁଣି ଥରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ଅଳ୍ପ ସମୟ ପାଇଁ ନିରବତା ପରେ ତାହା ଏବେ ଭଙ୍ଗ ହୋଇଛି। ଏହାର କାରଣ ହେଲା ଆଜି ପୁଣି ଥରେ ନୂଆଦିଲ୍ଲୀକୁ ଜରୁରୀ ଗସ୍ତ କରିଛନ୍ତି ବିଜେପିର ତିନି ବରିଷ୍ଠ ନେତା। ସେମାନେ ହେଲେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ନିକଟରେ ସେମାନେ ଆଲୋଚନା କରି ଆସିବା ପରେ ପୁଣି ଥରେ ଦିଲ୍ଲା ଡକରା ନେଇ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏଥିରେ ବିଜେଡିରୁ କେହି ଯାଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।
ଭୁବନେଶ୍ବର: ଠିକ ଆଜକୁ ପାଞ୍ଚବର୍ଷ ତଳେ ଘୋଷଣା ହୋଇଥିଲା ୨୦୧୯ର ସାଧାରଣ ନିର୍ବାଚନ ତାରିଖ। ଏଥିର ଓଡିଶାର ବିଧାନସଭା ନିର୍ବାଚନ ମଧ୍ୟ ଘୋଷଣା ହୋଇଥିଲା। ସେତେବେଳେ ଓଡିଶାର ଚାରିଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ସେହି ଘୋଷଣା ଅନୁଯାୟୀ ଓଡିଶାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା।ମେ ୨୩ ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହୋଇଥିଲା। ତେବେ ୨୦୨୪ ନିର୍ବାଚନ ପାଇଁ ଆଉ ଚାରିଦିନ ପରେ ଘୋଷଣା ହେବ ବୋଲି ଜଣାପଡିଛି।
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉନମୋଚନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି। ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଉଭୟ ମୋଦୀ ଓ ନବୀନ ସରକାର ସେମାନଙ୍କର ଭୋଟ ଲୁଟିନେଲେ। ନବନୀଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦୀଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ଏହାକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ଗାଁ କୁ ଗାଁ ବୁଲି ପ୍ରଚାର କରିବ ବୋଲି କୁହାଯାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯ ସଂସ୍କୃତ ଟୋଲ ଏବଂ ୧୩୮ ମଦ୍ରାସା ରେ କାର୍ଯ୍ୟରତ ପ୍ରାୟ 33420 କର୍ମଚାରୀ (ଶିକ୍ଷକ ଓ ଅଣଶିକ୍ଷକ) ଉପକୃତ ହେବେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା 9ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୮୦ ଦିନ ର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନ ଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ Placement Scale ସୁବିଧା ପ୍ରଦାନ କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପାଇଁ ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା (Ex-Gratia) ରାଶି ଯଥାକ୍ରମେ ୨…
ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ମେଣ୍ଟ ରାଜନୀତି ବେଶ ଜୋରଦାର ଚାଲିଛି। ବିଜେଡି ବିଜେପି ମେଣ୍ଟ କେବେ ହେବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ବାରମ୍ବାର କହିଆସିଛନ୍ତି। ତେବେ ସେ ନିଜେ କେଉଁ ଆସନରୁ ଲଢେଇ କରିବେ ତାହା ସ୍ପଷ୍ଟ କରିଛନ୍ତି ମନମୋହନ। ଗତକାଲି ଚାନ୍ଦବାଲି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ କଣ ଚାନ୍ଦବାଲିରୁ ଲଢେଇ କରିବେ କି? ଏହାର ଉତ୍ତରରେ ମନମୋହନ କହିଛନ୍ତି ଯେ,ଦଳ ଚାହିଁଲେ ମୁଁ ଚାନ୍ଦବାଲିରୁ ଲଢିବାକୁ ଆଗ୍ରହୀ ଅଛି। ଚାନ୍ଦବାଲି ସହିତ ମୁଁ ଓତଃପ୍ରାତ ଭାବେ ଜଡିତ ଅଛି। ଚାନ୍ଦବାଲିରେ କେବଳ ପ୍ରଚାର ରାଜନୀତି ଚାଲିଛି। ହେଲେ ଯେପରି ବିକାଶ ହେବା କଥା ତାହା ହୋଇପାରି ନାହିଁ।
ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକମାତ୍ର ଚର୍ଚ୍ଚା ମେଣ୍ଟ। ଏହା ବ୍ୟତିତ ଆଉ ରାଜନୀତିରେ କିଛି ନାହିଁ। ତେବେ ଏହି ମେଣ୍ଟ ହେବ କି ନାହିଁ ତାହା କେହି ସ୍ପଷ୍ଟ ଭାବେ କହୁ ନ ଥିଲେ ମଧ୍ୟ ମିଡିଆରେ କିନ୍ତୁ ଚର୍ଚ୍ଚା ଜାରୀ ରହିଛି। କାରଣ ହେଲା ବର୍ତ୍ତମାନ ରାଜନୈତିକ ପାଣିପାଗକୁ କଳନା କରି ମିଡିଆ ଅନୁମାନ କରିଛି ଯେ ମେଣ୍ଟ ହେବ। ତେବେ ଏହାକୁ ନେଇ କେଉଁ ନେତା କଣ କହୁଛନ୍ତି ଜାଣନ୍ତୁ। ବିଜୟ ସିଂ ପାଲ ତୋମାର, ଓଡିଶା ବିଜେପି ପ୍ରଭାରୀ- ମେଣ୍ଟ ହେବା ନେଇ ଆମ ସହିତ କେହି ଆଲୋଚନା କରି ନାହାଁନ୍ତି। ଶୀର୍ଷ ନେତୃତ୍ବ ସ୍ତରରେ ମଧ୍ୟ ଏ ନେଇ କୌଣସି ଆଲୋଚନା ହୋଇ ନାହିଁ। ଯଦି ଏପରି ବଡ ନିଷ୍ପତି ନିଆଯାଏ ତେବେ ତାହା ଶୀର୍ଷ ନେତୃତ୍ବ ନେବେ। ହେଲେ ଓଡିଶାର ବିଜେପି ଏକା ଲଢିବ। ପ୍ରଦୀପ ପାଣିଗ୍ରାହୀ, ନୂଆ ବିଜେପି ନେତା- ଏହି ମେଣ୍ଟ…
ଭୁବନେଶ୍ବର: ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବ। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ନେତା ଶ୍ରୀ ସୌରଭ ଭରଦ୍ଵାଜ, ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦର୍ ସିଂ କାଡିଆନ। ଏଥିରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଦଳ କହିଛି ଯେ, ଓଡ଼ିଶାର ପରିବର୍ତ୍ତନ ପାଇଁ ସମର୍ପିତ ସମସ୍ତ ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ କର୍ମୀ, ସମାଜସେବୀ, ଆନ୍ଦୋଳନକାରୀମାନଙ୍କୁ ପାର୍ଟିରେ ଯୋଗ ଦେବାକୁ ଆହ୍ଵାନ ଦେଇଥିଲେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ସୌରଭ ଭରଦ୍ଵାଜ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ମେଣ୍ଟର ସମ୍ଭାବନା ଏବଂ ସାମ୍ପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ନିର୍ଦ୍ଧେଶ କ୍ରମେ ସ୍ୱାସ୍ଥ୍ୟଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟରେ ‘ଅହୋମ ଜେନେରାଲ’ ଲାଚିଟ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହାକୁ ‘ଷ୍ଟାଚ୍ୟୁ ଅଫ୍ ଭାଲୋର’ବୋଲି ପ୍ରତିପାଦନ କରାଯାଇଛି। ପ୍ରଧାନମନ୍ତ୍ରୀ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, “ବୀର ଲଚିତ୍ ବଡ଼ଫୁକାନ ଆସାମର ବୀରତ୍ୱ ଏବଂ ସଂକଳ୍ପର ପ୍ରତୀକ”। ୨୦୦୨ ମସିହାରେ ନୂଆଦିଲ୍ଲୀରେ ତାଙ୍କର ୪୦୦ତମ ଜୟନ୍ତୀକୁ ଅତି ଧୁମଧାମରେ ପାଳନ କରିବା ସହ ବୀର ଯୋଦ୍ଧାଙ୍କ ଆଗରେ ପ୍ରଣାମ କରିଥିଲେ ବୋଲି ସେ ମନେ ପକାଇଥିଲେ। ସେହିପରି ଆଜି ପ୍ରଧାନମନ୍ତ୍ରୀ ଟେକ୍ ନିକଟସ୍ଥ ହୋଲନଗାପରରେ ଲାଚିଟ ବାରଫୁକାନ୍ ମଧ୍ୟମ ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ। ହେଲିକପ୍ଟର ଯୋଗେ ଅରୁଣାଚଳ ପ୍ରଦେଶରୁ ଜୋରହାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ପାରମ୍ପାରିକ ପୋଷାକ ପିନ୍ଧିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟର ଗୋଟିଏ ନବ ଗଠିତ ମ୍ୟୁନିସିପାଲିଟି, ୯ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୭ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ। 5T ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓରେ ଯାହା କହିଛନ୍ତି ତାହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା। କାରଣ କିଛି ଦିନ ଧରି ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ସାରା ଓଡିଶା ପଡୁଛି ଉଠୁଛି। ଏହି ସମୟରେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଛୋଟ ସାକ୍ଷାତକାରଟିଏ ନେଇଛନ୍ତି। ସେଥିରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ସାରେ’ ରାଜନୀତିରେ ସବୁଠାରୁ ଖରାପ କଥା କଣ ? ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, “ଗୁଜବ ଏବଂ ମିଛ କଥା’। ଏହାପରେ ପଣ୍ଡିଆନ ହସି ହସି ଥାଙ୍କୁ ୟୁ ସାରେ ବୋଲି କହିଛନ୍ତି। ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି କହିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ଉଠିଛି। ମୁଖ୍ୟମନ୍ତ୍ରୀ କଣ ମେଣ୍ଟ…
ଭୁବନେଶ୍ୱର: ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେ ଠାରୁ ବହୁ ଅଭିଯୋଗ ଓ ପ୍ରମାଣ ଆସିଲାଣି। ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିିନିଧି ଦଳ ଦାବୀ ଜଣାଇଛି। ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ…

