Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା
ଜାତୀୟ ଖବର

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା
ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

ଭୁବନେଶ୍ଵର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ‘କଳା ସଂସ୍କୃତି ବିକାଶ ଯୋଜନା (କେଏସଭିଓ୍ବାଇ)’ ଅଧୀନରେ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ନାଟ୍ୟକଳା ସମେତ ବିଭିନ୍ନ କଳାର ପ୍ରୋତ୍ସାହନ ପାଇଁ ଯୋଗ୍ୟ କଳାକାର ଏବଂ ସାଂସ୍କୃତିକ ସଂଗଠନମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛି। ଏହି ଯୋଜନା କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଜିଲ୍ଲାଭିତ୍ତିକ ତଥ୍ୟ ସଂରକ୍ଷିତ କରାଯାଏ ନାହିଁ। ତେବେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା ଅନୁସାରେ ମୋଟ ୯୬୬୦ ଜଣ କଳାକାର ଓ କଳା ସଂଗଠନକୁ  ୭୫ କୋଟି ୪୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ୨୦୨୧-୨୨ରେ ୧୧୮୮ ଜଣଙ୍କୁ ୮ କୋଟି ୧୦ ଲକ୍ଷ ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୨-୨୩ରେ ୧୩୧୬ ଜଣଙ୍କୁ ୧୦ କୋଟି ୩୪ ଲକ୍ଷ ୯୫ ହଜାର ଟଙ୍କା, ୨୦୨୪-୨୫ରେ ୨୪୦୧ ଜଣଙ୍କୁ ୨୧ କୋଟି ୩୦ ଲକ୍ଷ ୫ ହଜାର ଟଙ୍କା ଓ ୨୦୨୫-୨୬ରେ ୨୮୨୨ ଜଣଙ୍କୁ ୩୩ କୋଟି ୬୮ ଲକ୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ତେବେ କେଏସଭିଓ୍ବାଇ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ ଏହାର ଜିଲ୍ଲାୱାରୀ ତଥ୍ୟ ରଖାଯାଇ ନାହିଁ।

ଲୋକସଭାରେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ସୂଚନା ଦେଇଛନ୍ତି। ତେବେ ସେ ସୂଚନା ଦେଇଛନ୍ତି ଯେ  ବର୍ତ୍ତମାନ ଜାତୀୟ ସ୍ତରରେ ସମ୍ବଲପୁରୀ ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଲୋକ ପରମ୍ପରାର ପ୍ରସାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ।

ସାଂସଦ ସିଂହଦେଓଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେଏସଭିଓ୍ବାଇ କଳା ଏବଂ ସଂସ୍କୃତିର ପ୍ରସାର ପାଇଁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ହୋଇଥିବାରୁ, ଏହାର କୌଣସି ଜିଲ୍ଲା/ଅଞ୍ଚଳ ଭିତ୍ତିକ ତଥ୍ୟ ଉପଲବ୍ଧ ନାହିଁ। ତଥାପି, ସଂସ୍କୃତି ମନ୍ତ୍ରଣାଳୟ ଗ୍ରାମୀଣ ଏବଂ ଅବହେଳିତ ଗୋଷ୍ଠୀ ସମେତ ସମସ୍ତଙ୍କ ପାଖରେ ଏହାର ଯୋଜନାଗୁଡ଼ିକର ପହଞ୍ଚ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏହି ସମ୍ବନ୍ଧରେ, ଯୋଜନାର ଦିଗଦର୍ଶନ ଏବଂ ଆବେଦନ ଫର୍ମଗୁଡ଼ିକ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ଏହା ବ୍ୟତୀତ, ସମ୍ବାଦପତ୍ର, ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍, ଏବଂ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସମ୍ପୃକ୍ତ ନୋଡାଲ ଏଜେନ୍ସିଗୁଡ଼ିକ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

କଳା ସଂସ୍କୃତି ବିକାଶ ଯୋଜନା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପାରମ୍ପରିକ ନାଟ୍ୟକଳା ଲୋକନୃତ୍ୟ ଲୋକସଙ୍ଗୀତ ସଂସ୍କୃତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026
Latest News

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.