Author: Samikhsya Bureau

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର। 5T ଉପକ୍ରମରେ ସାରା ରାଜ୍ୟରେ ଗାଁରୁ ସହର ସବୁଆଡେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆସିଛି। ମୋ ବସ୍‌ ଠାରୁ ଆରମ୍ଭ କରି ଲକ୍ଷ୍ମୀ ଯୋଜନା ଓ ମେଟ୍ରୋ ରେଳ ଯୋଜନା ନୂଆ ଓଡିଶା ଦିଗରେ ଆମର ଉଦ୍ୟମକୁ ଶକ୍ତିଶାଳୀ କରୁଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଆପଣଙ୍କ ସହରରେ ମୋ ବସ୍‌ ସେବା ଆରମ୍ଭ…

Read More

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନ ଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି। ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍…

Read More

ଭୁବନେଶ୍ୱର: ଇନସ୍ପାଇରିଂ ଇନକ୍ଲୁଜନ” (ଅନ୍ତର୍ଭୁକ୍ତିକରଣ ପାଇଁ ପ୍ରେରଣା) ଶୀର୍ଷକରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପ୍ରସ୍ତୁତ ଥିବା ବେଳେ ମହିଳା ସଶକ୍ତିକରଣ ଏବଂ ପାରିପାର୍ଶ୍ବିକ ଗୋଷ୍ଠୀ ଅନ୍ତର୍ଭୁକ୍ତିକରଣର ଏକ ଉତ୍ସାହଜନକ ପ୍ରଦର୍ଶନ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ବା ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ) ଟିମ୍ ପ୍ରତିଷ୍ଠାନର ପୋଷ୍ୟ ଗ୍ରାମଗୁଡିକର ମହିଳାମାନଙ୍କ ପାଇଁ ଭୁବନେଶ୍ୱର ଏକ ସିଲେଇ ପ୍ରଶିକ୍ଷଣ ପଦକ୍ଷେପ ଆରମ୍ଭ କରିଛି। ମାର୍ଚ୍ଚ ୧, ୨୦୨୪ ରେ କଂସାପଦା ଏବଂ ପୋଡପଡା ଗ୍ରାମରେ ଏହି ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା। ଡକ୍ଟର ସୀମା ବାହିନୀପତି (ସଂଯୋଜକ-ୟୁବିଏ, ଆଇଆଇଟି ଭୁବନେଶ୍ୱର), ଡକ୍ଟର ମଧୁସ୍ମିତା ଦଶ (ସେଲ୍ଫ ରିଲାଏନ୍ସ ଫାକଲ୍ଟି ଥିମ୍ ଲିଡର) ଏବଂ ଶ୍ରୀମତୀ ଜୟଶ୍ରୀ (ରାନୁ) ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପଟି କଂସାପଦା ଗ୍ରାମର ଜଣେ ସ୍ଥାନୀୟ ପ୍ରଶିକ୍ଷକଙ୍କ ମାଧ୍ୟମରେ ଏସ୍ ବିନାୟକ ଟେଲରିଂ ସେଣ୍ଟର ଠାରେ ମହିଳାମାନଙ୍କୁ ସିଲେଇ ପ୍ରଶିକ୍ଷଣ…

Read More

ନୂଆଦିଲ୍ଲୀ: ଆଜି ସକାଳେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତୀ ଏବଂ ଜିପ୍ ରେ ବସି ବୁଲିଥିଲେ। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପାର୍କର ସେଣ୍ଟ୍ରାଲ କୋହୋରା ରେଞ୍ଜର ମିହିମୁଖ ଅଞ୍ଚଳରେ ହାତୀରେ ବସି ଭ୍ରମଣ କରିଥିଲେ। ପରେ ପରେ ସେ ସେହି ପରିସର ମଧ୍ୟରେ ଜିପ୍ ସଫାରି ନେଇଥିଲେ। ଏଥିସହିତ ମୋଦି ହାତୀମାନଙ୍କୁ ଆଖୁ ଖାଇବାକୁ ଦେଇଥିଲେ। ତାଙ୍କ ସହ ପାର୍କ ନିର୍ଦ୍ଦେଶକ ସୋନାଲି ଘୋଷ ଏବଂ ଅନ୍ୟ ବରିଷ୍ଠ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁଇଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ସେ ଗତକାଲି ସଂଧ୍ୟାରେ ଆସାମରେ ପହଞ୍ଚିଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତ ମଣ୍ଡପମରେ ପ୍ରଥମ ଥର ପାଇଁ ଜାତୀୟ କ୍ରିଏଟର ସମ୍ମାନ ପ୍ରଦାନ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ସମାଜିକ ଗଣମାଧ୍ୟମ କିମ୍ବା ୟୁଟୁବରେ ନିଜର ଦକ୍ଷତା ପ୍ରତିପାଦନ କରାଇ ସାମାଜିକ ପରିବର୍ତ୍ତନ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି ୨୩ ଜଣ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛି ଜୟା କିଶୋରୀ। ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ…

Read More

ଭୁବନେଶ୍ବର: ଶୁକ୍ରବାର ସଂଧ୍ୟରେ ଭୁବନେଶ୍ବର ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ନୂଆଦିଲ୍ଲୀରେ ହେଉଥିବା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ମନମୋହନ କହିଲେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ। ମେଣ୍ଟ ସଂପର୍କରେ ଯାହା ଚର୍ଚ୍ଚା ଚାଲିଛି ତାହା କେବଳ ମନଗଢା କାହାଣୀ। ଏଥିରେ କୌଣସି ବାସ୍ତବତା ନାହିଁ। ତେବେ ଗୁରୁବାର ଦିନ ବୈଠକରେ ଉପସ୍ଥିତ ଥିବା ଜୁଏଲ ଓରାମ ବାହାରକୁ ଆସି ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି ବୋଲି କହିଥିଲେ। ହେଲେ ଆମେ ଓଡିଶାରେ ଏକାକୀ ଲଢେଇ କରିବୁ ବୋଲି ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛୁ। କାରଣ ଆମେ ବର୍ତ୍ତମାନ ଓଡିଶାରେ ମୁକାବିଲା କରିବାକୁ ସମର୍ଥ ଅଛୁ। ହେଲେ ଦଳର କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ମାନି ନେବୁ। ରାଜ୍ୟ ବିଜେପିର ଏହି ଦୁଇ ବରିଷ୍ଠ ନେତା ଦିଲ୍ଲୀରେ ହୋଇଥିବା ଓଡିଶା ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ।…

Read More

ଭୁବନେଶ୍ବର: ମେଣ୍ଟ ଘୋଷଣା ନେଇ ଆଜି ଯାହା ପ୍ରକାଶ ପାଇବା କଥା ସେଥିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆଦିଲ୍ଲୀରୁ ବୈଠକ ସାରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଯାହା କହିଛନ୍ତି ଯାତା ଏକ ଚାଞ୍ଚଲ୍ୟକର ବୟାନ ବୋଲି କହିଲେ ଅତୁକ୍ତି ହେବ ନାହିଁ। ସେ କହିଛନ୍ତି ଯେ, ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ମନଗଢା କାହାଣୀ। ଏଥର ନିର୍ବାଚନରେ ବିଜେପି ଏକାକୀ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର କୌଣସି ନିଷ୍ପତି ହୋଇ ନାହିଁ। ତେବେ ଦିଲ୍ଲୀରେ ମେଣ୍ଟ ନେଇ କଣ ଆଲୋଚନା ହେଲା ବୋଲି ପଚାରିବାରୁ ସେ କହିଲେ ସେ ସଂପର୍କରେ କିଛି ଆଲୋଚନା ହୋଇ ନାହିଁ। ତେବେ ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ। ମହିଳାମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିପାରିବା ସହ ସମାଜ ପରିବର୍ତ୍ତନ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ସକ୍ଷମ ହେଉଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍କ ପରାମର୍ଶରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଟିଡିସି ଜେନେରାଲ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ କହିଲେ ଯେ ବର୍ତ୍ତମାନ ପରିବର୍ତ୍ତିତ…

Read More

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ସେ ଦଳର କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଠ ହୋଇ ଏପରି ନିଷ୍ପତି ନେଇଛନ୍ତି ବୋଲି ସୁଦର୍ଶନ କହିଛନ୍ତି। ସୁଦର୍ଶନ 2009 ମସିହାରେ ରେମୁଣାରୁ ବିଜେଡି ବିଧାୟକ ଥିଲେ। ଏହାପରେ ତାଙ୍କୁ 2014ରେ ଦଳ ଟିକେଟ ଦେଇଥିଲା। ହେଲେ ସେ ହାରିଯାଇଥିଲା। ଫଳରେ ଦଳ 2019 ରେ ତାଙ୍କୁ ଆଉ ଟିକେଟ ନ ଦେଇ ସୁଧାଂଶୁ ପରିଡାଙ୍କୁ ଟିକେଟ ଦେଇଥିଲା। ବର୍ତ୍ତମାନ ସେ ବିଧାୟକ ଅଛନ୍ତି।

Read More

ନୂଆଦିଲ୍ଲୀ: ଇନଫୋସିସର ପ୍ରତିଷ୍ଠାତ ନାରାୟଣ ମୂର୍ତ୍ତିଙ୍କ ଧର୍ମପତ୍ନୀ ସୁଧା ମୂର୍ତ୍ତ ଯିବେ ରାଜ୍ୟସଭାଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମନୋନିତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ବହୁ ଖୁସି ଯେ, ରାଷ୍ଟ୍ରପତି ଶ୍ରୀମତୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ସଦସ୍ୟା ଭାବେ ମନୋନିତ କରିଛନ୍ତି। ସୁଧାମୂର୍ତ୍ତି ହେଉଛନ୍ତି ଜଣେ ପ୍ରଖ୍ୟାତ ସମାଜସେବୀ। ଶିକ୍ଷାର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅତୂଳନୀୟ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ନାରୀଶକ୍ତିର ବିକାଶ ଉପସ୍ଥାପିତ କରିବ।

Read More

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ଆଉ ସମୟ ନ ଥିବାରୁ ଆଜି ଚୁଡାନ୍ତ ନିଷ୍ପତି ନିଆଯାଇ ସଂଧ୍ୟାରେ ଘୋଷଣା କରାଯିବ। ଏହାପରେ ବିଜେପି ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ଯଦି ସବୁ ଠିକଠାକ ଚାଲେ ତେବେ ଆଜି ନିଶ୍ଚିତ ଘୋଷଣା ହେବ ବୋଲି କୁହାଯାଉଛି। ମେଣ୍ଟ ସଂପର୍କରେ ଆଲୋଚନା କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ନୂଆଦିଲ୍ଲୀ ଯାଇଥିଲେ। ସେମାନେ ବିଭିନ୍ନ ନେତାଙ୍କ ସହିତ କୁଆଡେ ଆଲୋଚନା କରି ଭୁବନେଶ୍ବର ଫେରି ଆସିଛନ୍ତି ବୋଲି କୁହାଯାଉଛି। ହେଲେ କଣ ଛିଣ୍ଡିଲା, କେତେ ଆସନ କାହା ଭାଗରେ ପଡିଲା ସେ ନେଇ କେହି କିଛି କହି ନାହାଁନ୍ତି। ତେବେ ସୁତ୍ର ଅନୁସାରେ ଲୋକସଭା ପାଇଁ ବିଜେଡିକୁ ୭ ଟି ଆସନ ଦିଆଯାଉ ଥିବା ବେଳେ ବିଜେପିକୁ ୧୪ଟି ଆସନ…

Read More

ଭୁବନେଶ୍ୱର: ଆଜି ମହାଶିବରାତ୍ରୀରେ ରାଜ୍ୟର ସମସ୍ତ ଶୈବ୍ୟ ପିଠରେ ଭକ୍ତଙ୍କ ଭିଡ ଲାଗି ରହିଛି।  ସକାଳୁ ସକାଳୁ ଭକ୍ତମାନେ ଧାଡିରେ ରହି ମହାଦେବଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏହି ଭିଡ ଭୁବନେଶ୍ବରର ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ବେଶୀ ପରିଲକ୍ଷିତ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି। ସେଥିପାଇଁ ପ୍ରଭୃଙ୍କ ସମସ୍ତ ରୀତିନୀତି ଠିକ ସମୟରେ ପରିବା ପାଇଁ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Read More

ଭୁବନେଶ୍ବର: ବର୍ତ୍ତମାନ 2024 ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ। କାରଣ ତାହା ଶୀର୍ଷ ନେତୃତ୍ବଙ୍କର ଆବଶ୍ୟକତା ରହିଛି। ବର୍ତ୍ତମାନ କେବଳ ଆସନ ବୁଝାମଣାକୁ ଅପେକ୍ଷା। ହେଲେ ଏହାକୁ ନେଇ ତୃଣମୂଳ ସ୍ତରରେ ଉଭୟ ଦଳର ନେତା ଓ କର୍ମି ତୀବ୍ର ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ମଧ୍ୟ କାଠିକର ପାଠ ହୋଇପଡିଛି। ତେବେ ଏକ ବିଶେଷ ସୁତ୍ରରୁ ପ୍ରକାଶ ଯେ, ଉଭୟ ଦଳ ନିଜ ନେତାଙ୍କୁ ସନ୍ତୁଷ୍ଠ କରିବା ପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି। ତାହା ହେଲା ଯ, ତୁମେ ବ୍ୟସ୍ତ ହୁଅ ନାହିଁ ଏଥର ଆମେ ନିର୍ବାଚନ ଲଢିବା। ଯଦି ଦଳରୁ ଲଢେଇ କରିବାକୁ ସୁଯୋଗ ମିଳିଲା ଭଲ କଥା। ଯଦି ଦଳ ହାତରୁ ସେହି ଆସନଟି ଚାଲିଗଲା ତେବେ ତୁମେ ସ୍ବାଧୀନରୁ ଛିଡା ହେବ। ଯାହା ଖର୍ଚ୍ଚ ହେବ ତାହା ଦଳ ଦେବ। ଏପରି…

Read More

ଭୁବନେଶ୍ବର: ଆଜି ରାତିରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଏନେଇ ଆଜି ବିଭିନ୍ନ ଟିଭି ଗଣମାଧ୍ୟମରେ ପ୍ରସାର କରାଯାଇଛି। ଉଭୟ ଏକ ସ୍ବତନ୍ତ୍ର ଚ୍ୟାଟର ଫ୍ଲାଇଟରେ ଯାଇଥିବାର ଜଣାପଡିଛି। ଫଳରେ ଆସନ୍ତାକାଲି ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବ ସହିତ ଆଲୋଚନା ହେବ ବୋଲି ଜଣାପଡିଛି। ପୂର୍ବରୁ ଉଭୟ ବିଜେଡି ଓ ବିଜେପି ମେଣ୍ଟ କରିବା ନେଇ ରାଜି ହୋଇସାରିଛନ୍ତି। ହେଲେ ଆସନ ବୁଝାମଣା ନେଇ କେତେକ ସମସ୍ୟା ରହିଥିବାର ଜଣାପଡିଛି। ଫଳରେ କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ଦିଲ୍ଲୀ ଡକରା ହୋଇଥିବାର ଜଣାପଡିଛି। ଆସନ୍ତାକାଲି ବୈଠକରେ ଏହି ଚୁଡାନ୍ତ ନିଷ୍ପତି ହେବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ଏକ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଚଢ଼ାଉ କାର୍ଯ୍ୟକ୍ରମ ଚାଲୁଛି। ଜାନୁଆରୀ ମାସ ୧ ତାରିଖଠାରୁ ଫେବୃଆରୀ ମାସ ୨୯ ତାରିଖ ଦୁଇମାସ ମଧ୍ୟରେ ଆୟକର ବିଭାଗ ଦ୍ୱାରା ୩.୬୧ କୋଟି ନଗଦ ଟଙ୍କା ଓ ୭.୮୦ କିଗ୍ରାର ମୂଲ୍ୟବାନ ଧାତୁ ଯଥା-ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୪.୭୩ କୋଟି ଟଙ୍କା ହେବ ଜବତ କରାଯାଇଛି। ସେହିପରି ଗତ ଦୁଇମାସ ମଧ୍ୟରେ ପ୍ରବର୍ତ୍ତନ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସ୍‌ଏଫ୍‌) ଦ୍ୱାରା ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଦ୍ୱାରା ରାଜ୍ୟର…

Read More

ଭୁବନେଶ୍ବର: Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ଏହି Outsourcing କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୧. ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଗଲା। ୨. ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩. Outsourcing କର୍ମଚାରୀ…

Read More

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ ସାମିଲ କରାଯାଇଥିଲା। ଏଥିରେ ମହାଙ୍ଗା ବିଧାୟକ ପ୍ରତାପ ଜେନା, ଅଂଶମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ରାଉତ ପ୍ରମୁଖ ଅରବିନ୍ଦଙ୍କୁ ଦଳରେ ସାମିଲ କରାଇଥିଲେ। ମିଶ୍ରଣ ପରେ ସେ ମିଡିଆଙ୍କୁ କହିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର କଥା। ଆଜି ମୁଁ ବିଜେଡିରେ ଯୋଗ ଦେଇଛି। ବହୁଦିନ ଧରି ପାଟକୁରା ଅଞ୍ଚଳରେ କାମ କରୁଛି। ବିଜେଡିରେ ଯୋଗଦେବା ପୂର୍ବରୁ ମୁଁ ପାଟକୁରା ଲୋକଙ୍କ ସହିତ କଥା ହୋଇଛି। ସେମାନଙ୍କ ମତରେ ମୁଁ ବିଜେଡିରେ ଯୋଗ ଦେଲି। ଏହି ଉପଲକ୍ଷେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ତେବେ…

Read More

ନୂଆଦିଲ୍ଲୀ: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି। ସୂଚନା ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡ଼ିଶାରେ ମେଣ୍ଟ ରାଜନୀତି ଜୋର ଧରିଛି। ଗତ ୬ତାରିଖ ଦିନ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀ ଯାଇଥିବାବେଳେ ଦିଲ୍ଲୀରୁ ବଡ଼ ନେତା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଓଡ଼ିଶାରେ ବିଜେଡିରେ ନବୀନ ନିବାସରେ ହାଇଲେଭଲ ବୈଠକ ହୋଇଥିଲା। ବିଜେଡିର ବରିଷ୍ଠ ନେତା ଏନେଇ ସଙ୍କେତ ଦେଇଥିଲେ ହେଁ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହୁଏତ ଅମିତ ଶାହାଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ, ତେବେ ଦୀର୍ଘ…

Read More

ଭୁବନେଶ୍ବର: ଶେଷରେ ସମସ୍ତ କଥାବାର୍ତ୍ତା ସରିଲା। ଆଜି ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର। ବହୁଦିନ ଧରି ଏ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ତେବେ ଏହି ମିଶ୍ରଣ ପରେ ଏଥ ବିଜୟ କିନ୍ତୁ ଆଉ ନିର୍ବାଚନରେ ଲଢେଇ କରିବା ନାହିଁ। ତାଙ୍କ ପୁଅ କେନ୍ଦ୍ରାପଡାର କେଉଁଠାରୁ ଛିଡା ହେବେ ବୋଲି ଜଣାପଡିଛି। ବିଜୟ ମହାପାତ୍ର ହେଉଛନ୍ତି ବିଜେଡିର ମୁଖ୍ୟ ପୁରୋଧା ଥିଲେ। ସେ ହିଁ ବିଜେଡି ଗଠନର ମୁଖ୍ୟ ନେତା ଥିଲେ। ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ। ହେଲେ ଆଜି ସେ ବିଜେଡିରେ ସାମିଲ ହେବା ନିଶ୍ଚିତ ଏକ ଭିନ୍ନ ଘଟଣା ବୋଲି କୁହାଯାଉଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା…

Read More

ଭୁବନେଶ୍ବର: ବହୁ ଦିନ ଧରି ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। କାରଣ ଗତକାଲି ଉଭୟ ଦଳର ବୈଠକ ଏବଂ ନେତାଙ୍କ ମନ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି। ହେଲେ ସେହି ନେତାମାନେ ପୂର୍ବରୁ ମେଣ୍ଟ ହେବ ନାହିଁ ବୋଲି ସଫେଇ ଦେଉଥିଲେ। ଆମେ ଏକା ଲଢିବୁ ବୋଲି କହି ହେଉଥିଲେ। ତେବେ ବର୍ତ୍ତମାନ ସାଧାରଣରେ ଏକ ପ୍ରଶ୍ନ ଉଠିଲାଣି ଯେ, ପ୍ରକୃତରେ ଏହି ମେଣ୍ଟ ହେବାକୁ କିଏ ଚାହୁଁଛି। ନିଜେ ବିଜେଡି ଏହି ମେଣ୍ଟ ହେଉ ବୋଲି ଆଗ୍ରହ ପ୍ରକାଶ କରୁଛି ନା ବିଜେପିର ଏପରି ପଦକ୍ଷେପ। ସେମାନେ ବାହାରକୁ ମେଣ୍ଟ ହେବ ନାହିଁ ବୋଲି କହି ହେଉଥିବା ବେଳେ କଣ ଭିତରେ ଭିତରେ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି କି ବୋଲି ସନ୍ଦେହ ରହିଥିଲା। ସାଧାରଣରେ ଦେଖିବାକୁ ଗଲେ ବିଜେଡି ମେଣ୍ଟ ପାଇଁ କାହିଁକି ଆଗ୍ରହ…

Read More