ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ, ଘୋଷଣା ହେବ ତୃତୀୟ ପର୍ଯ୍ୟାୟ

Published: Mar 18, 2024, 2:29 pm IST

ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।

Related posts