Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମେଣ୍ଟ ଚର୍ଚ୍ଚା ସରିବା ପରେ ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଆଜି ପୁଣି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଏହି ଦୁଇ ନେତା ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟ ବୈଠକରେ ଉଭୟ ଯୋଗ ଦେବେ।

ବର୍ତ୍ତମାନ ବିଜେପି ଲୋକସଭା ପାଇଁ ପରବର୍ତ୍ତି ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହି ପର୍ଯ୍ୟାୟରେ ଓଡିଶା ଆସନ ଘୋଷଣା ହେବାର ସମ୍ଭାବନା ରହିଛି। ସେଥିପାଇଁ ମନମୋହନ ସାମଲ ଏବଂ ମାନସ ମହାନ୍ତିଙ୍କୁ ଦିଲ୍ଲୀ ଯିବା ପାଇଁ ଡକରା ଆସିଛି। ଆଜି ସଂଧ୍ୟାରେ ବିଜେପିର ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ନେଇ ସ୍ପଷ୍ଟ କଲେ ଅମିତ ଶାହା, କହିଲେ ଆଲୋଚନା ଚାଲିଛି

ନୂଆଦିଲ୍ଲୀ: ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଚାଲିଛି। ସେ ସେ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତି ନେବେ ବୋଲି କହିଛନ୍ତି ଅମିତ ଶାହା। ନ୍ୟୁଜ-18 କନକ୍ଲେଭରେ ଯୋଗ ଦେଇ ବିଜେପି ଚାଣକ୍ୟ ଶାହା କହିଛନ୍ତି ଯେ, ଓଡିଶାରେ ଦଳର ସ୍ଥିତି ସୁଦୃଢ ହୋଇଛି। ମୋଦିଙ୍କ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି ହୋଇଛି। ତେଣୁ ଓଡିଶାରେ ଦଳ ପୂର୍ବ ଅପେକ୍ଷା ବହୁତ ଭଲ କରିବ।

ତେବେ ଓଡିଶାରେ ବିଜେପି ସରକାର କରିବ କି ବୋଲି ପ୍ରଶ୍ନର ଉତ୍ତରେ ଶାହା କହିଥିଲେ ଯେ, ଓଡିଶାରେ ମେଣ୍ଟ ହେବ କି, ବିଜେପି ଏକାକୀ ଲଢିବ ତାହା ବିଚାର ଚାଲିଛି। ସେଥିରୁ ଚୁଡାନ୍ତ ନିଷ୍ପତି ଆସିବା ପରେ ଯାହା ଜଣାପଡିବ। ହେଲେ ଓଡିଶାରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି ବୋଲି ଶାହା କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ

ଭୁବନେଶ୍ବର: ମେଣ୍ଟକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରାଜନୀତି ପଡୁଛି ଉଠୁଛି। ହେଲେ ଏହା କେବ ହେବ କେମିତି ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ତଥ୍ୟ ଆସିପାରି ନାହିଁ। ଏପରି କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ବୟାନ ପୁଣି ଥରେ ଏହି ଚର୍ଚ୍ଚାକୁ ଜୋରଦାର କରିଛି। ପାଣ୍ଡିଆନ ମେଣ୍ଟକୁ ନେଇ ବେଶ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଛନ୍ତି। ହେଲେ ମେଣ୍ଟ ହେବ କି ନାହିଁ ତାହାକୁ ମଧ୍ୟ ସେ ସୁନ୍ଦର ଭାବେ ଏଡାଇଯାଇଛନ୍ତି।

ନୂଆଦିଲ୍ଲୀରେ ନ୍ୟୁଜ-18 ତରଫରୁ ଆୟୋଜିତ ଏକ କନକ୍ଲେଭରେ ସେ ଯୋଗଦେଇ ରାଜ୍ୟ ତଥା ଦେଶର ରାଜନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେହି ମଞ୍ଚରେ ଓଡିଶାରେ ମେଣ୍ଟ ହେବ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ମେଣ୍ଟ ସଂପର୍କରେ ବହୁ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଥିଲେ। ଏପରିକି ତାଙ୍କର ମେଣ୍ଟ ସଂପର୍କରେ ବକ୍ତବ୍ୟ ବେଶ୍ ଗବେଷଣାତ୍ମକ ମଧ୍ୟ ଥିଲା। ହେଲେ ସେ ବେଶ ଚତୁରତା ସହିତ ମେଣ୍ଟ ହେବ କି ନାହିଁ ତାହାକୁ ସ୍ପଷ୍ଟ କରି ନ ଥିଲେ।

ମେଣ୍ଟ ସଂପର୍କରେ ସେ କହିଥିଲେ ଯେ, ଓଡିଶାରେ ନବୀନ ପଟ୍ଟନାୟକ ବିଜେପିର ବିନା ମେଣ୍ଟରେ ସରକାର ଗଠନ କରିବେ। ଷଷ୍ଠଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଦେଶରେ ବିଜେଡି ସହିତ ବିନା ମେଣ୍ଟରେ ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତଥାପି ଦେଶର ଏହି ଦୁଇ ମହାନ ନେତା ଏକାଠି ହେଲେ ଏକ ବୃହତର ସ୍ବାର୍ଥ ହାସଲ ହୋଇପାରିବ ବୋଲି ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ଆହୁରି କହିଥିଲେ ଯେ, ସାଧାରଣତଃ ମେଣ୍ଟ ଅର୍ଥ ବୁଝାଯାଏ ଯେ, ଦୁଇଟି ଦଳ ମିଶିଲେ ଆସନ ଭାଗବଣ୍ଟା ଗଣିତରେ ପରିବର୍ତ୍ତନ ହେବ। ମେଣ୍ଟ ହେଲେ ଦୁଇ ରାଜନୀତିକ ଦଳ ବିଜୟର ସମ୍ଭାବନା ଅଧିକ ରହିବ। ମେଣ୍ଟ ହେଲେ ରାଜନୈତିକ ସଂଗଠନ ସଦୃଢ ହେବ। ହେଲେ ଏଠାରେ ସେମିତି କିଛି ଗଣିତ ନାହିଁ। ଓଡିଶାରେ ବିଜେପି ସହିତ ମେଣ୍ଟ କଲେ ବିଜେଡି ଜିତିବ ନ ହେଲେ ହାରିବ ସେ କଥା ନାହିଁ। ସେହିପରି ଦେଶରେ ମୋଦି ଆସିବା ପାଇଁ ବିଜେଡିର କୌଣସି ଆବଶ୍ୟକତା ନାହିଁ। ତେବେ ମେଣ୍ଟରେ ରାଜନୈତିକ ଗଣିତ ଅପେକ୍ଷା ବୃହତ୍ତର ସ୍ବାର୍ଥ ଅଧିକ ରହିଛି।

ତେବେ କାର୍ତ୍ତିକ ପାଣ୍ଡିଆନ ତାଙ୍କର ମନ୍ତବ୍ୟକୁ ଏପରି ଢଙ୍ଗରେ ଦେଇଛନ୍ତି ଯେ, ଯେପରି ସାଧାରଣ ଲୋକେ କାହିଁକି ବିଜ୍ଞ ଲୋକେ ମଧ୍ୟ ବୁଝିବା କଷ୍ଟକର ହେବ। କାରଣ ଗୋଟିଏ ପଟେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ, ବିଜେଡି ବିଜେପି ମେଣ୍ଟ ହେବ, ପୁଣି ଅନ୍ୟପଟେ ବିଚାର କଲେ ତାଙ୍କ କଥାରୁ ଜଣାପଡୁଛି ଯେ ମେଣ୍ଟ ହେବ ନାହିଁ।

ତେବେ ପାଣ୍ଡିଆନ ଦ୍ବିତୀୟ ଥର ପାଇଁ ଜାତୀୟ ଗଣମାଧ୍ୟମରେ ଯେପରି ଢଙ୍ଗରେ ଏବଂ ଜଣେ ବିଚକ୍ଷଣ ରାଜନେତା ପରି ଉତ୍ତର ରଖିଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ନିଶ୍ଚିତ, ସରିଲା ଆସନ ବୁଝାମଣା, ମୋଦି ନବୀନଙ୍କ ମିଳିତ ଘୋଷଣାକୁ ଅପେକ୍ଷା !!

ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି ସକ୍ରିୟ ହୋଇ ଉଠିଛି। ନୂଆଦିଲ୍ଲୀରେ ଏହି ଚର୍ଚ୍ଚା ଅଧିକ ପରିଲକ୍ଷିତ ହୋଇଛି। ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ। ବର୍ତ୍ତମାନ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ଦୀର୍ଘଦିନ ଧରି ଆସନ ବୁଝାମଣା ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିଲା ତର୍କ ବିତର୍କ। ଫଳରେ ଏହା ଚୁଡାନ୍ତ ରୂପ ନେଇ ପାରୁ ନ ଥିଲା। ବର୍ତ୍ତମାନ ବିଜେପିର ଶୀର୍ଷ ନେତୃତ୍ବଙ୍କର ଚାପ ପରେ ରାଜ୍ୟ ବିଜେପି ରାଜି ହୋଇଥିବାର ଜଣାପଡିଛି।

ଦିଲ୍ଲୀର ଏକ ପ୍ରଭାବଶାଳି ସୁତ୍ର ଅନୁସାରେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ଅନ୍ତିମ ରୂପରେଖ ଦେଇସାରିଛନ୍ତି। ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ ଟିରେ ପ୍ରତିଦ୍ୱନ୍ଦୀତା କରିବ। ଆଉ ବିଜେଡି ୭ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ରାଜି ହୋଇଛି। ପୂର୍ବରୁ ବିଜେଡି ଲୋକସଭା ପାଇଁ ଅଧିକ ଆସନ ଦାବୀ କରୁଥିଲା।

ସେହିପରି ରାଜ୍ୟ ବିଧାନସଭାର ୧୪୭ ଟି ଆସନ ମଧ୍ୟରୁ ଶାସକ ବିଜେଡି ୧୦୬ ଟି ଆସନରେ ପ୍ରାର୍ଥୀ ଦେବ। ସହଯୋଗୀ ବିଜେପି ୪୧ ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ତେବେ ଉଭୟ ଦଳ ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତାଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସ୍ଥିର କରାଯାଇଛି।

ତେବେ ମନ୍ତ୍ରୀ ପଦ ନେଇ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। ହେଲେ ନିର୍ବାଚନ ପରେ ଉଭୟ ଦଳ ମିଶି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚିନ୍ତା କରିବେ ବୋଲି ଜଣାପଡିଛି। କାରଣ ବିଜେଡି କୌଣସି ପ୍ରକାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଜେପିକୁ ସାମିଲ କରିବ ନାହିଁ ବୋଲି ଅଡି ବସିଛି। ତେବେ ତାହା ଭୋଟ ଗଣତି ପରେ ନିଷ୍ପତି ହେବ ବୋଲି କୁହାଯାଇଛି।

ଏହି ମେଣ୍ଟକୁ ନେଇ ବିଳମ୍ବ ହେବାର କାରଣ ହେଲା ଯେ, ବିଜେପି ଅଧିକ ସଂଖ୍ୟାରେ ବିଧାନସଭା ଆସନ ନେବା ପାଇଁ ଅଡି ବସିଥିଲା। ସେଥିପାଇଁ ମନମୋହନ ମେଣ୍ଟ ନେଇ କୌଣସି ସୂଚନା ଦେଉ ନ ଥିଲେ। ତେବେ ବିଜେଡି ଏଥିରେ କୌଣସି ପ୍ରକାରରେ ରାଜି ହେଲା ନାହିଁ। ଦଳ ୧୦୦ ରୁ ଉର୍ଦ୍ଧ ଆସନରେ ଲଢେଇ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ବଙ୍କ ନିକଟରେ ଜିଦି ଧରି ବସିଲା। ଶେଷରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ଚାପ ପରେ ରାଜ୍ୟ ବିଜେପି ସବୁ କଥାରେ ରାଜି ହୋଇଥିବାର ଜଣାପଡିଛି।

ବର୍ତ୍ତମାନ ଆସନ ବୁଝାମଣା ପରେ ଏହା ମିଳିତ ଭାବେ ଘୋଷଣା କରାଯିବ। ସେଥିପାଇଁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେଡି ତରଫରୁ ନବୀନ ପଟ୍ଟନାୟକ ମିଳିତ ଭାବେ ଏହାକୁ ଘୋଷଣା କରିବେ ବୋଲି ନିଷ୍ପତି ହୋଇଛି। ଏ ନେଇ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଘୋଷଣା ହେବ ବୋଲି କୁହାଯାଇଛି। ତେବେ ଏ ନେଇ ଉଭୟ ଦଳ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ, ଘୋଷଣା ହେବ ତୃତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ବିଜେଡି ବିଜେପି ମେଣ୍ଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦେଲେ ବଡ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶା ରାଜନୀତିରେ ବିଜେଡି ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ମେଣ୍ଟ ହେବ କି ନାହିଁ ସେ ନେଇ କେହି କିଛି କହିପାରୁ ନାହଁନ୍ତି। ଏହି ଚର୍ଚ୍ଚା ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଆସିଛି ବଡ ବୟାନ। ସେ ଇଣ୍ଡିଆ ଟୁ ଡେ କନକ୍ଲେଭରେ ଓଡିଶା ମେଣ୍ଟ ନେଇ କରିଛନ୍ତି ଖୁଲାସା।

ସେ କହିଛନ୍ତି ଯେ, ଓଡିଶାରେ ମେଣ୍ଟ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୌଣସି ନିଷ୍ପତି ନେଇ ନାହାଁନ୍ତି। ଓଡିଶାରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ବହୁତ ଭଲ କରିବ। ତେବେ ଓଡିଶାରେ କିପରି ଦଳ ଆଗକୁ ଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ।

ଏହାଦ୍ବାରା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସତ। ଏ ନେଇ ଆଲୋଚନା ସରିଛି। କେବଳ ପ୍ରଧାନମନ୍ତ୍ରୀ ଏବଂ ନଡ୍ଡା ନିଷ୍ପତି ନେବେ ବୋଲି ଅମିତ ଶାହାଙ୍କ ବକ୍ତବ୍ୟରୁ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନବୀନ ନିବାସରେ ଆରମ୍ଭ ହେଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ବିଜେଡି ବିଜେପି ମେଣ୍ଟ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। କାରଣ ବର୍ତ୍ତମାନ ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ଏହି ବୈଠକ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ଫଳାଫଳ ଆସୁଛି।

ଏହି ବୈଠକରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ୟ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ରବିନ୍ଦ୍ର ଜେନା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ବର୍ତ୍ତମାନ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ପ୍ରସଂଗକୁ ପୁଣି ବୁଲେଇଲେ ମନମୋହନ ସାମଲ, କହିଲେ ସେହି ପୁରୁଣା କଥା

ଭୁବନେଶ୍ବର: ନୂଆଦିଲ୍ଲୀର ବୈଠକ ପରେ ଆଜି ଭୁବନେଶ୍ବର ଫେରି ମେଣ୍ଟ ଚର୍ଚ୍ଚାକୁ ଏଡାଇ ଦେଲେ ବିଜେପି ସଭାପତି ମନମୋହନ ସାମଲ। ସେ ସିଧା ମେଣ୍ଟ ହେବ ନାହିଁ ବୋଲି କହିପାରି ନ ଥିଲେ। ହେଲେ ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ଲୋକଙ୍କ ଆର୍ଶିବାଦରେ ବିଜେପି ଓଡିଶାରେ ସରକାର ଗଢିବାକୁ ଯାଉଛି।

ହେଲେ ତାଙ୍କୁ ବାରମ୍ବାର ମେଣ୍ଟ ସଂପର୍କରେ ପଚାରିଥିଲେ ମଧ୍ୟ ସେ ମେଣ୍ଟ ଶଦ୍ଦଟି ପାଟିରେ ଧରି ନ ଥିଲେ। ସେ ବାରମ୍ବାର ଓଡିଶାର ବିଜେପି ସରକାର କରିବ ବୋଲି କହିଥିଲେ। ଶେଷରେ କହିଥିଲେ ଯେ, ଆମେ ଯଦି କାହା ସହିତ ମିଶି ସରକାର କରିଥାଆନ୍ତୁ ତାହା ହେଲେ ମୁଁ ସେ କଥା କହିଥାଆନ୍ତି। ହେଲେ ସେ କଥା ମୁଁ କହୁ ନାହିଁ।

ତେବେ ମନମୋହନଙ୍କ ଉତ୍ତରରେ ସେ କେଉଁଠି କିଛି କହିବାକୁ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେ କଥାକୁ ଗେନ୍ଦୁରାଇବାରେ ଲାଗିଛନ୍ତି। ଖୋଲମଖୋଲା ମେଣ୍ଟ ହେବ ନାହିଁ ବୋଲି ସେ ଦୃଢତାର ସହ କହିପାରୁ ନାହାଁନ୍ତି। ତେଣୁ ମନମୋହନଙ୍କ ମନ୍ତବ୍ୟରେ ମେଣ୍ଟ ଚର୍ଚ୍ଚା ପୂର୍ଣ୍ଣଚ୍ଛେଦ ପଡିବା ପରିବର୍ତ୍ତେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ବୈଠକ, ନବୀନ ନିବାସରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ଆଜି ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ତାହା ଶେଷ ହୋଇଥିଲେ ମଧ୍ୟ କେହି କିଛି କହି ନାହାଁନ୍ତି।

ସେହିପରି ଆସନ୍ତକାଲି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତାଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହଲଚଲ ହେଲା ମେଣ୍ଟ ରାଜନୀତି, ଅମିତ ଶାହାଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ: ଦୁଇ ଦିନ ନିରବତା ପରେ ଏବେ ମେଣ୍ଟ ରାଜନୀତି ହଲଚଲ ହୋଇଛି। କାରଣ ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଛି ଓଡିଶା ନିର୍ବାଚନକୁ ନେଇ ରଣନୀତି। ଏହି ବୈଠକରେ ସାମ୍ଭବ୍ୟ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଚାଲିଛି।

ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି। ଏମାନେ ଗତ 10 ତାରିଖ ଦିନ ପୁଣି ଥରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେହିଦିନଠାରୁ ସେମାନେ ଦିଲ୍ଲୀରେ ଅବସ୍ଥାନ କରିଛନ୍ତି। ତେବେ ଆଜି ରାତି ସୁଦ୍ଧା କିଛି ଖବର ଆସିପାରେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ କହିଲେ ଗୁଜବ ଓ ମିଛକଥା, ମେଣ୍ଟକୁ ନେଇ ଏହା କଣ ତାଙ୍କ ପ୍ରତିକ୍ରିୟା ? Video

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓରେ ଯାହା କହିଛନ୍ତି ତାହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା। କାରଣ କିଛି ଦିନ ଧରି ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ସାରା ଓଡିଶା ପଡୁଛି ଉଠୁଛି। ଏହି ସମୟରେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଛୋଟ ସାକ୍ଷାତକାରଟିଏ ନେଇଛନ୍ତି। ସେଥିରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ସାରେ’ ରାଜନୀତିରେ ସବୁଠାରୁ ଖରାପ କଥା କଣ ? ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, “ଗୁଜବ ଏବଂ ମିଛ କଥା’। ଏହାପରେ ପଣ୍ଡିଆନ ହସି ହସି ଥାଙ୍କୁ ୟୁ ସାରେ ବୋଲି କହିଛନ୍ତି।

 

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି କହିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ଉଠିଛି। ମୁଖ୍ୟମନ୍ତ୍ରୀ କଣ ମେଣ୍ଟ ପ୍ରସଂଗରେ ଏହା ଗୁଜବ ବୋଲି ଇଙ୍ଗିତ କଲେକି ? ଦୀର୍ଘ ଦିନ ଧରି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କଣ ମିଛ କଥା ବୋଲି ନବୀନ କହିଲେ କି ? ଏହାକୁ ନେଇ ଶତାଧିକ ପ୍ରଶ୍ନ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ପରେ ପ୍ରଶ୍ନ ଉଠିଛି କଣ ସତରେ ମେଣ୍ଟ ହେବ ନାହିଁ କି ? ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପରିସ୍ଥିତିରେ ହଠାତ ରାଜନୀତିରେ ଗୁଜବ ଓ ମିଛକଥା ଖରାପ ବୋଲି କହିବାର କଣ ଆବଶ୍ୟକ ପଡିଲା। ତେବେ କଣ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏପରି କହିଲେ କି ବୋଲି ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପୁଣି ଏକ ପ୍ରଶ୍ନ ଉଠିଛି ଯେ, ଯଦି ମେଣ୍ଟ କଥା ଗୁଜବ ଓ ମିଛକଥା, ତେବେ ମୁଖ୍ୟମନ୍ତ୍ରୀ ସିଧା କହିବାକୁ କାହିଁକି ଇଚ୍ଛା ପ୍ରକାଶ କଲେ ନାହିଁ। ଯଦି ବିଜେଡି ସୁପ୍ରିମୋ ସିଧା କହି ଥାଆନ୍ତେ ଯେ, ମେଣ୍ଟ ପ୍ରସଂଗ ଏକ ଗୁଜବ ଓ ମିଛ କଥା ତାହା ହେଲେ ଆଉ ଏ ସଂପର୍କରେ କୌଣସି ଚର୍ଚ୍ଚା ହେବାର ଆବଶ୍ୟକତା ନାହିଁ। ହେଲେ ସେ ସିଧା ମେଣ୍ଟ ପ୍ରସଂଗ ନ କହିଥିବାରୁ ଏଥିରେ କିଛି ସମ୍ଭାବନା ଅଛି ବୋଲି ସାଧାରଣରେ ଅନୁମାନ କରାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ହେବା ନିଶ୍ଚିତ, ବିଜେଡି ବୈଠକ ପରେ ଦେବୀ ମିଶ୍ର ଯାହା କହିଲେ ସେଥିରୁ ମିଳିଲା ସ୍ପଷ୍ଟ ସୂଚନା

ଭୁବନେଶ୍ବର: ଓଡିଶାର ବିଜେଡି ବିଜେପି ମେଣ୍ଟ ହେବ। ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ହେଲେ କୌଣସି ଘୋଷଣା କରାଯାଇ ନାହିଁ। ଆଜି ନବୀନ ନିବାସରେ ବସିଥିବା ବୈଠକରେ ଏହି ମେଣ୍ଟ ବାବଦରେ ହିଁ ଆଲୋଚନା କରାଯାଇଛି। ଏହି ବୈଠକରୁ ଆସି ଗଣମାଧ୍ୟମକୁ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଯାହା କହିଛନ୍ତି ସେଥିରୁ ମେଣ୍ଟ ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

ଦେବୀ ମିଶ୍ର କହିଛନ୍ତି ଯେ, ଆଗାମୀ ନିର୍ବାଚନ ପାଇଁ ଆଜି ଦଳର ବୈଠକ ବସିଥିଲା। ଏଥିରେ ଓଡିଶା ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନିଷ୍ପତି ହୋଇଛି। ଆଉ ବାର ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପୁରଣ ହେବ। ସେଥିପାଇଁ ଓଡିଶା ରାଜ୍ୟକୁ ଆଗେଇ ନେବା ପାଇଁ ଯାହା ଆବଶ୍ୟକ ତାହା ନିଷ୍ପତି ନିଆଯିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମେଣ୍ଟ ପାଇଁ ଦଳ ଖୁବ ଶିଘ୍ର ନିଷ୍ପତି ଗ୍ରହଣ କରିବ ବା ମେଣ୍ଟ ହେବା ନିଶ୍ଚିତ ବୋଲି ଦେବୀ ମିଶ୍ରଙ୍କ ମନ୍ତବ୍ୟରୁ ଜଣାପଡିଛି। ସେହିପରି ଅନ୍ୟତମ ନେତା ଅରୁଣ ସାହୁ ମଧ୍ୟ ସମାନ କଥା କହିଛନ୍ତି। ଓଡିଶାର ସ୍ବାର୍ଥ ପାଇଁ ଯାହା ଦରକାର ତାହା ଉପରେ ଦଳ ପ୍ରାଧାନ୍ୟ ଦେବ। ତେବେ ଉଭୟ ମେଣ୍ଟ କଥା ପଚାରିବାରୁ କୌଣସି ଉତ୍ତର ନ ଦେଇ ଚାଲିଯାଇଥିଲେ।

ସେପଟେ ନୂଆଦିଲ୍ଲୀରେ ମଧ୍ୟ ବିଜେପି ବୈଠକ ବସିଛି। ସେଠାରେ ମଧ୍ୟ ସେହି ମେଣ୍ଟ ସଂପର୍କରେ ଚାଲିଛି ଆଲୋଚନା। ଏହି ବୈଠକ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ସାଂଗଠନିକ ସଂପାଦକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି।

ତେବେ ଏହି ବୈଠକରୁ ବାହାରି ଆସି ସାଂସଦ ଜୁଏଲ ଓରାମ ଯାହା କହିଛନ୍ତି ସେଥିରୁ ସବୁକିଛି ବୁଝି ହୋଇଯାଇଛି। ସେ ବହୁ କଷ୍ଟରେ କହିଛନ୍ତି ଯେ ବୈଠକରେ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ହେଲେ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପି ପୁଣି ଥରେ ମେଣ୍ଟ ହେବା ନିଶ୍ଚିତ।

ଦୁଇ ଦଳର ମନ୍ତବ୍ୟରୁ ଏହା ସ୍ପଷ୍ଚ ହୋଇଛି ବୋଲି ମେଣ୍ଟ ନିଶ୍ଚିତ ହେବ। ତେବେ କିଏ କେତେ ଆସନ ନେବ ସେ ନେଇ ଚାଲିଛି ବିସ୍ତୁତ ଆଲୋଚନା। ତାହା ଛିଣ୍ଡିଯିବା ପରେ ଯାଇ ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।