Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଷ୍ଠିତ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପର ପ୍ରତିଷ୍ଠାତା ପୀୟୁଷ ମହାନ୍ତିଙ୍କ ବିଜେପିରେ ଯୋଗଦାନ
ଆଜିର ଖବର

ପ୍ରତିଷ୍ଠିତ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପର ପ୍ରତିଷ୍ଠାତା ପୀୟୁଷ ମହାନ୍ତିଙ୍କ ବିଜେପିରେ ଯୋଗଦାନ

March 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତିଷ୍ଠିତ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପର ପ୍ରତିଷ୍ଠାତା ପୀୟୁଷ ମହାନ୍ତିଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀବାସିନ୍ଦା ତଥା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସମ୍ପାଦକ ଏବଂ ଯୁବ ସଂଗଠକ ଶ୍ରୀ ବାଣୀକଲ୍ୟାଣ ମହାନ୍ତି ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ବିଜେଡି ପରିତ୍ୟାଗ କରିଥିବା ପୂର୍ବତନ ସରପଂଚ ବଂଶୀଧର ବିଶ୍ୱାଳ, ୱାର୍ଡ ମେମ୍ବର ନକୁଳ ମହାଲିକ, ପଂଚାୟତ ସମିତି ସଦସ୍ୟ ସନାତନ ସେଠୀ।

ସେହିପରି ସମବାୟ ସମିତି ସଭାପତି ବିଭୁ ସୁନ୍ଦର ସେଠୀ, ଉଦୟନାଥ ବିଶ୍ୱାଳ, ବୁଦ୍ଧଦେବ ସାହୁ, ଆରତୀ ବେହେରା, ଗଙ୍ଗାଧର ମଲ୍ଲିକ, ନିଶିକାନ୍ତ ଗିରି, ବଳରାମ ନାୟକ, ଖଗେଶ୍ୱର ଜେନା, ଶିବପ୍ରସାଦ ନାୟକ, ଜଗବନ୍ଧୁ ନାଥ, କାମିନୀକାନ୍ତ ନାଥ, ଶ୍ରୀକାନ୍ତ ନାଥ,ଭାଗିରଥୀ ବିଶ୍ୱାଳ, ବୁଲୁ ବେହେରା, ସରୋଜ କୁମାର ପଲେଇ, ଦଶରଥ ବେହେରା, ସୁଶୀଲ ମହାନ୍ତି, ଗୋବିନ୍ଦ ଜେନା, ବିମଳ କୁମାର ମାଝୀ, ତ୍ରିଲୋଚନ ମହାନ୍ତି, ସରୋଜ ରାଉତ, ରାଜା କୁମାର ନାୟକ, ବସନ୍ତ ନାୟକ, ଲିକୁନ ପଲେଇ, ନିରାକାର ସାହୁ, ବିଦ୍ୟାଧର ସାମଲ, ଅନାଦି ବେହେରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ କୁମାର ପାଣି ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

Election2024 ଓଡିଶା ନିର୍ବାଚନ2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Latest News

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.