Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ରାଜ୍ୟ ଖବର

ବିଜେଡି ଘୋଷଣା କଲା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ଚାଳିଶ ଜଣ ନେତାଙ୍କୁ ନିଆଯାଇଛି। ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେହିପରି ତୃତୀୟରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ।

ପୂର୍ବରୁ ଦଳ ଏକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ସେଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରେ ଥିବା ବେଳେ କାର୍ତ୍ତିକ ପାଣ୍ଡିଆନ ଦ୍ବିତୀୟରେ ରହିଥିଲେ। ପ୍ରଣବ ପ୍ରକାଶ ଦାସ ତୃତୀୟରେ ଥିଲେ।

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅନୁଭବକୁ ପାନେ ଦେବା ପାଇଁ ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଶେଷରେ ବିଜେଡିରେ ମିଶିଲେ ଅଭିନେତ୍ରୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ଶଙ୍ଖ ଭବନ ଆସି ବିଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ। ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ବର୍ଷା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳରେ ସାମିଲ ହୋଇ ନ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ସେ କହିଲେ, ଆଜି ଏକ ଖୁସିର ଦିନ, ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ଵି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା। ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି।

ତେଣୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଓ କାମ କରିଛନ୍ତି, ତାହା ଉଲ୍ଲେଖନୀୟ. ପାଠାଗାର ଆନ୍ଦୋଳନ କରି ଶିକ୍ଷାର ବିକାଶ କରିବା ପାଇଁ ତାଙ୍କ ଉଦ୍ୟମ ଯୁବ ପିଢ଼ି ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ବିକଶିତ ଓଡିଶାର ଯାତ୍ରା ବର୍ଷାଙ୍କ ଯୋଗଦାନ ଦ୍ୱାରା ସଫଳ ହେବ।

ବର୍ଷା ପ୍ରିୟଦର୍ଶିନୀ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ଫ୍ୟାନ। ଯେବେ ଵି ପ୍ରଚାର ପାଇଁ ଯାଇଛି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ନିମକି ଫିଲ କରିଥିଲା। ତାଙ୍କ ବ୍ୟକ୍ତିତ୍ୱ ମତେ ଅନୁପ୍ରାଣିତ କରିଛି। ସେ ବହୁତ ସରଳ, କମ କଥା, କାର୍ଯ୍ୟ କଥା କୁହେ। ସେ ଅପ୍ରତିଦ୍ବଦ୍ଵି, ସେ କାହା ବିରୋଧରେ କିଛି କୁହନ୍ତି ନାହିଁ। ସ୍ୱଚ୍ଛ ଓ ହୃଦୟବନ ମଣିଷ ହେଉଛନ୍ତି ନବୀନ ପଟ୍ଟନାୟକ। ସେଥିପାଇଁ ମୁଁ ଦଳରେ ଯୋଗଦେଲି ବୋଲି ବର୍ଷା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଇସ୍ତାହାର କମିଟ, ୩୮ ଜଣିଆ ତାଲିକାରେ ଜାଣନ୍ତୁ କେଉଁମାନେ ଅଛନ୍ତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଇସ୍ତାହାର କମିଟ ଗଠନ କରିଛି। ଏହି କମିଟ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏଥିରେ ମୋଟ ୩୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ

ଏହି କମିଟରେ 6 ଜଣଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି। ସେହିପରି ଏହି କମିଟରେ ତିନିଜଣ ପ୍ରବାସୀ ଓଡିଆଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମର ପଟ୍ଟନାୟକ ହେଉଛନ୍ତି କମିଟର ଆବାହକ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ବିଜେପିର ଟାଣୁଆ ନେତା ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁରରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ।

ଭୃଗୁ ଗତଥର ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ କରି ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରି ଯାଇଥିଲେ। ହେଲେ ସେ ସେତେବେଳେ ଭଲ ଟକ୍କର ଦେଇଥିଲେ। ବର୍ତ୍ତମାନ ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ ମିଳିବ ବୋଲି ଜଣାପଡିଛି। ଯଦି ବିଜେଡି ଟିକେଟ ଦିଏ ତେବେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଟକ୍କର ଦେବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ ଖପ୍ପା ହେବେ ସେଥିପାଇଁ ବିଜେଡି ତାଙ୍କୁ ଦଳର ଉପସଭାପତି ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ହଠାତ ଦଳ ଏପରି ଦାୟିତ୍ବ ଦେବା ଅର୍ଥ ହେଉଛି ଯେ, ଚନ୍ଦ୍ରଶେଖରଙ୍କ ଆଉ ଟିକେଟ ନାହିଁ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ଆସନରେ ଲଢିବା ପାଇଁ ସୁଯୋଗ ଦେବ ନାହିଁ ଚିନ୍ତା କରି ତାଙ୍କର ଦଳୀୟ କ୍ଷମତାକୁ ବୃଦ୍ଧି କରିଛନ୍ତି।

ଗତ ନିର୍ବାଚନରେ ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ 4 ଲକ୍ଷ 43 ହଜାର ଭୋଟ ପାଇଥିବା ବେଳେ ଭୃଗୁ ବିଜେପିରୁ ପ୍ରାର୍ଥୀ ହୋଇ 3 ଲକ୍ଷ 48 ହଜାର ଭୋଟ ହାତେଇଥିଲେ। କଂଗ୍ରେସରୁ ଭି ଚନ୍ଦେରଶେଖର ନାଇଡୁ ମାତ୍ର ଏକ ଲକ୍ଷ 42 ହଜାର ଭୋଟ ପାଇଥିଲେ।ଏଥିରୁ ସ୍ପଷ୍ଟ ଯେ, ଭୃଗୁ ଗତଥର ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ତେବେ ଏଥର ଗଣିତ ପୁରା ଏପଟସେପଟ ହୋଇଯାଇଛି। କାରଣ ହେଲା ଗତଥର ଗଂଜାମର ପୁରା ସଂଗଠନ ସମ୍ଭାଳି ଥିଲେ ପ୍ରଦୀପ ପାଣିଗ୍ରାହୀ। ହେଲେ ଏଥର ସେ ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଟକ୍କର ଦେବା ପାଇଁ ଦଳ ଚନ୍ଦ୍ରଶେଖରଙ୍କ ଉପରେ ଭରସି ପାରୁ ନାହିଁ। ସେହି ଗଣିତରେ ଭୃଗୁ ବିଜେଡିରେ ମିଶିବା ପରେ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲଢିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ। ସେ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭାପତି ଥିଲେ। ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଜି ସେ ଶଙ୍ଖ ଭବନରେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ଭୋଇଙ୍କ ସହିତ ସେହି ଅଞ୍ଚଳର ବହୁ କର୍ମି ଓ ସରପଞ୍ଚ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଶ୍ରୀ ଭୋଇ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସର ସବୁ କମିଟରୁ ଇସ୍ତଫା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସମସ୍ତ କମିଟରୁ ଇସ୍ତଫା ପ୍ରଦାନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଭିନ୍ନ କମିଟରୁ ଇସ୍ତଫା ଦେଇଥିବାର ଜଣାପଡିଛି। ହେଲେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି। ଅର୍ଥାତ ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଏହାର କାରଣ ହେଲା ତାଙ୍କର ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗଦାନ।

ସୁରେଶ ରାଉତରାୟ କହିଛନ୍ତି ଯେ, ମୋ ପୁଅକୁ କଂଗ୍ରେସରୁ ଛିଡା ହେବା ପାଇଁ ବହୁତ କହିଲି। ହେଲେ ସେ ରାଜି ହେଲା ନାହିଁ। ସେ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଭକ୍ତ ପାଲଟିଯାଇଛି। ହେଲେ ମୁଁ ଜଣେ ସଚ୍ଚୋଟ କଂଗ୍ରେସ କର୍ମି। ପୁଅକୁ ବିଜେଡି ଭୁବନେଶ୍ବରର ଲୋକସଭା ଆସନରେ ଛିଡା କରିଛି। ସେ ଯାହା କରିବ କରୁ ମୁଁ ତାକୁ ସାହାଯ୍ୟ କରିପାରିବି ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରତିଷ୍ଠିତ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପର ପ୍ରତିଷ୍ଠାତା ପୀୟୁଷ ମହାନ୍ତିଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀବାସିନ୍ଦା ତଥା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସମ୍ପାଦକ ଏବଂ ଯୁବ ସଂଗଠକ ଶ୍ରୀ ବାଣୀକଲ୍ୟାଣ ମହାନ୍ତି ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ବିଜେଡି ପରିତ୍ୟାଗ କରିଥିବା ପୂର୍ବତନ ସରପଂଚ ବଂଶୀଧର ବିଶ୍ୱାଳ, ୱାର୍ଡ ମେମ୍ବର ନକୁଳ ମହାଲିକ, ପଂଚାୟତ ସମିତି ସଦସ୍ୟ ସନାତନ ସେଠୀ।

ସେହିପରି ସମବାୟ ସମିତି ସଭାପତି ବିଭୁ ସୁନ୍ଦର ସେଠୀ, ଉଦୟନାଥ ବିଶ୍ୱାଳ, ବୁଦ୍ଧଦେବ ସାହୁ, ଆରତୀ ବେହେରା, ଗଙ୍ଗାଧର ମଲ୍ଲିକ, ନିଶିକାନ୍ତ ଗିରି, ବଳରାମ ନାୟକ, ଖଗେଶ୍ୱର ଜେନା, ଶିବପ୍ରସାଦ ନାୟକ, ଜଗବନ୍ଧୁ ନାଥ, କାମିନୀକାନ୍ତ ନାଥ, ଶ୍ରୀକାନ୍ତ ନାଥ,ଭାଗିରଥୀ ବିଶ୍ୱାଳ, ବୁଲୁ ବେହେରା, ସରୋଜ କୁମାର ପଲେଇ, ଦଶରଥ ବେହେରା, ସୁଶୀଲ ମହାନ୍ତି, ଗୋବିନ୍ଦ ଜେନା, ବିମଳ କୁମାର ମାଝୀ, ତ୍ରିଲୋଚନ ମହାନ୍ତି, ସରୋଜ ରାଉତ, ରାଜା କୁମାର ନାୟକ, ବସନ୍ତ ନାୟକ, ଲିକୁନ ପଲେଇ, ନିରାକାର ସାହୁ, ବିଦ୍ୟାଧର ସାମଲ, ଅନାଦି ବେହେରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ କୁମାର ପାଣି ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ନେଇ ସ୍ପଷ୍ଟ କଲେ ଅମିତ ଶାହା, କହିଲେ ଆଲୋଚନା ଚାଲିଛି

ନୂଆଦିଲ୍ଲୀ: ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଚାଲିଛି। ସେ ସେ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତି ନେବେ ବୋଲି କହିଛନ୍ତି ଅମିତ ଶାହା। ନ୍ୟୁଜ-18 କନକ୍ଲେଭରେ ଯୋଗ ଦେଇ ବିଜେପି ଚାଣକ୍ୟ ଶାହା କହିଛନ୍ତି ଯେ, ଓଡିଶାରେ ଦଳର ସ୍ଥିତି ସୁଦୃଢ ହୋଇଛି। ମୋଦିଙ୍କ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି ହୋଇଛି। ତେଣୁ ଓଡିଶାରେ ଦଳ ପୂର୍ବ ଅପେକ୍ଷା ବହୁତ ଭଲ କରିବ।

ତେବେ ଓଡିଶାରେ ବିଜେପି ସରକାର କରିବ କି ବୋଲି ପ୍ରଶ୍ନର ଉତ୍ତରେ ଶାହା କହିଥିଲେ ଯେ, ଓଡିଶାରେ ମେଣ୍ଟ ହେବ କି, ବିଜେପି ଏକାକୀ ଲଢିବ ତାହା ବିଚାର ଚାଲିଛି। ସେଥିରୁ ଚୁଡାନ୍ତ ନିଷ୍ପତି ଆସିବା ପରେ ଯାହା ଜଣାପଡିବ। ହେଲେ ଓଡିଶାରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି ବୋଲି ଶାହା କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ, ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଆସିଲା ପ୍ରସ୍ତାବ

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ଆଜି ନବୀନ ପୁରୀ ଲୋକସଭା କ୍ଷେତ୍ରରୁ ତାଙ୍କର ନିର୍ବାଚନ ରଣନୀତି ଆରମ୍ଭ କରିଛନ୍ତି। ଏହି ବୈଠକରେ ପୁରୀ ଲୋକସଭା ଅଧିନସ୍ଥ ବିଧାୟକ ଓ ନେତାମାନେ ଯୋଗ ଦେଇଥିଲେ।

ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିଥିବାର ଜଣାପଡିଛି। ତାହା ହେଲା ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ଛିଡା ହୁଅନ୍ତୁ ବୋଲି ବୈଠକରେ ବହୁ ନେତା ପ୍ରସ୍ତାବ ଦେଇଥିଲେ। ତେବେ ଏ ନେଇ ନବୀନ କାହାକୁ କିଛି କହି ନ ଥିଲେ ମଧ୍ୟ ଏହା ଉପରେ ପରେ ବିଚାର କରିବେ ବୋଲି ଜଣାପଡିଛି।

ତେବେ ଆଜିର ବୈଠକରେ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲେ ମଧ୍ୟ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ ଯୋଗ ଦେଇ ନ ଥିଲେ। ତେବେ ସେ ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିବାରୁ ଏହି ବୈଠକରୁ ସେ ଦୂରେଇ ରହିଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ତାଙ୍କ ପରିବର୍ତ୍ତେ ଦଳ ପୁରୀରୁ ଏଥର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ବୈଠକରେ ଅରୂପଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିବାର ଜଣାପଡିଛି।

ଅନ୍ୟପକ୍ଷରେ ସତ୍ୟବାଦୀକୁ ନେଇ ଉମାକାନ୍ତ ସାମନ୍ତରାୟ ଏବଂ ସଂଜୟ ଦାସବର୍ମା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଏକ ଆପୋଶ ବୁଝାମଣା ହୋଇଥିବାର ଜଣାପଡିଛି। ଉଭୟ ଆସନ ଅଦଳବଦଳ କରିବେ ବୋଲି ରାଜି ହୋଇଛନ୍ତି।

ତେବେ ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି। ହେଲେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଦେବ ବୋଲି ଏହି ବୈଠକରୁ ସ୍ପଷ୍ଟ ହୋଇଛି।

ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଓ  ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିିଆ ବୈଠକରେ ଯୋଗଦେଇଥିଲେ। ଏହି ବୈଠକକୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପରିଚାଳନା କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କାର୍ଯ୍ୟକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ନୂଆ କାର୍ଯ୍ୟକର୍ତ୍ତା ନାମ ଘୋଷଣା କରାଯାଇଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କେବଳ ଦେବଗଡ ଜିଲ୍ଲାର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ହେଲେ

ଏଥିରେ ସାତ ଜଣ ଉପଦେଷ୍ଠା, ଆଠଜଣ ଉପସଭାପତି, ପନ୍ଦର ଜଣ ସାଧାରଣ ସଂପାଦକ ରହିଛନ୍ତି। ସେହପିର 13 ଜଣ ସଂପାଦକଙ୍କୁ ନିଯୁକ୍ତି ଦିଆଯାଇଛି।

ନିର୍ବାଚନ ଘୋଷଣା ହେବା ପରେ ପରେ ବିଜେଡି ଦଳିୟ ପଦପଦବୀରେ ପ୍ରଥମ ପରିବର୍ତ୍ତନ  କରିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ହେବାକୁ ଥିବା ସାତଟି ପର୍ଯ୍ୟାୟ ନିର୍ବାଚନରେ ଜାଣନ୍ତୁ କେତେବେଳ କଣ ହେବ

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନର ଦେଶର ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ତାରିଖ ଅନୁସାରେ ପ୍ରଥମ ଭୋଟ ଗ୍ରହଣ ୧୯ ଏପ୍ରିଲରୁ ଆରମ୍ଭ ହେଉଛି। ଏହିପରି ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ କେଉଁଦିନ ଭୋଟ ଗ୍ରହଣ ଏବଂ ତା ପୂର୍ବରୁ କଣ ରହିଛି କାର୍ଯ୍ୟସୂଚୀ ଆସନ୍ତୁ ଜାଣିବା।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ- ୧୯ ଏପ୍ରିଲ ୨୦୨୪ ଶୁକ୍ରବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୦ ମାର୍ଚ୍ଚ ୨୦୨୪
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୨୭ ମାର୍ଚ୍ଚ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୮ ମାର୍ଚ୍ଚ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୩୦ ମାର୍ଚ୍ଚ
  • ଭୋଟ ଗ୍ରହଣ-୧୯ ଏପ୍ରିଲ
  • ଭୋଟ ଗଣିତ- ୪ ଜୁନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ- ୨୬ ଏପ୍ରିଲ ୨୦୨୪ ଶୁକ୍ରବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୮ ମାର୍ଚ୍ଚ
  • ପ୍ରାର୍ଥୀପତ୍ର ଶେଷ ତାରିଖ- ୪ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ-  ୫ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୮ ଏପ୍ରିଲ
  • ଭୋଟ ଗ୍ରହଣ- ୨୬ ଏପ୍ରିଲ
  • ଭୋଟ ଗଣିତ- ୪ ଜୁନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ୭ ମେ ୨୦୨୪ ମଙ୍ଗଳବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ-୧୨ ଏପ୍ରିଲ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୯ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୦ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୨୨ ଏପ୍ରିଲ
  • ଭୋଟ ଗ୍ରହଣ- ୭ ମେ
  • ଭୋଟ ଗଣିତ- ୪ ଜୁନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୩ ମେ ୨୦୨୪ ସୋମବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୧୮ ଏପ୍ରିଲ
  • ପ୍ରାର୍ଥୀପତ୍ର ଶେଷ ତାରିଖ-  ୨୫ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୬ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୨୯ ଏପ୍ରିଲ
  • ଭୋଟ ଗ୍ରହଣ- ୧୩ ମେ
  • ଭୋଟ ଗଣିତ- ୪ ଜୁନ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ୨୦ ମେ ୨୦୨୪ ସୋମବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୬ ଏପ୍ରିଲ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୦୩ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୦୪ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୬ ମେ
  • ଭୋଟ ଗ୍ରହଣ- ୨୦ ମେ
  • ଭୋଟ ଗଣିତ- ୪ ଜୁନ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ୨୫ ମେ ୨୦୨୪ ଶନିବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪
  • ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ
  • ଭୋଟ ଗ୍ରହଣ- ୨୫ ମେ
  • ଭୋଟ ଗଣତି- ୪ ଜୁନ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ୧ ଜୁନ ୨୦୨୪ ଶନିବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ-  ୦୭ ମେ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ
  • ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର
  • ଭୋଟ ଗଣତି- ୪ ଜୁନ ୨୦୨୪
Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହଲଚଲ ହେଲା ମେଣ୍ଟ ରାଜନୀତି, ଅମିତ ଶାହାଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ: ଦୁଇ ଦିନ ନିରବତା ପରେ ଏବେ ମେଣ୍ଟ ରାଜନୀତି ହଲଚଲ ହୋଇଛି। କାରଣ ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଛି ଓଡିଶା ନିର୍ବାଚନକୁ ନେଇ ରଣନୀତି। ଏହି ବୈଠକରେ ସାମ୍ଭବ୍ୟ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଚାଲିଛି।

ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସଂପାଦକ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି। ଏମାନେ ଗତ 10 ତାରିଖ ଦିନ ପୁଣି ଥରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେହିଦିନଠାରୁ ସେମାନେ ଦିଲ୍ଲୀରେ ଅବସ୍ଥାନ କରିଛନ୍ତି। ତେବେ ଆଜି ରାତି ସୁଦ୍ଧା କିଛି ଖବର ଆସିପାରେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢୁଛି ମେଣ୍ଟ ଆଶା, ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା ଆଲୋଚନାରେ ଓଡିଶା ନାହିଁ

ନୂଆଦିଲ୍ଲୀ: ଖୁବ ଶିଘ୍ର ବିଜେପି ତାହାର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯାଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଣ୍ଟ୍ରାଲ ଇଲେକସନ କମିଟ ବା ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୁଡାନ୍ତ କରାଯାଇଛି। ତେବେ ଏହି ବୈଠକରେ ଓଡିଶା ଆସନ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବାର ଜଣାପଡିଛି।

ଓଡିଶା ପରି ରାଜ୍ୟର ଆସନ ଘୋଷଣା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ନ ହେବା ମେଣ୍ଟ ପ୍ରସଂଗକୁ ସୂଚେଇ ଦେଉଛି। କାରଣ ଓଡିଶାର ଆସନ ବୁଝାମଣା ଏ ପର୍ଯ୍ୟନ୍ତ ଚୁଡାନ୍ତ ରୂପ ରେଖ ନେଇ ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଓଡିଶା ପ୍ରାର୍ଥୀ ଘୋଷଣା କରିପାରୁ ନାହାଁନ୍ତି। ଯଦି ମେଣ୍ଚ ହୋଇ ନ ଥାଆନ୍ତା ତେବେ ଓଡିଶା ପ୍ରାର୍ଥୀ ନିଶ୍ଚିତ ଘୋଷଣା ହୋଇ ଥାଆନ୍ତା।

ବର୍ତ୍ତମାନ ସିଇସି ବୈଠକରେ ସାତୋଟି ରାଜ୍ୟର ଆସନ ଉପରେ ଆଲୋଚନା ହୋଇଛି। ସେଗୁଡିକ ହେଲା ମଧ୍ୟ ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶ ରହିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଉପସ୍ଥିତ ଥିଲେ।

ସେହିପରି ଏହି ବୈଠକରେ ବିଭିନ୍ନ ରାଜ୍ୟ ସଭାପତି ତଥା ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର ସଂସ୍କୃତି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ।

ଆମ ରାଜ୍ୟରେ ଥିବା 7,200ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ 50 ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ମେଣ୍ଟକୁ ନେଇ ଦେଶର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କଲେ ବଡ ଖୁଲାସା

ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟକୁ ନେଇ କେବଳ ଓଡିଶା କାହିଁକି ସାରା ଦେଶରେ ଚାଲିଛି ଚର୍ଚ୍ଚା। କାରଣ ଲୋକସଭା ନିର୍ବାଚନରେ ଜିତିବା ପାଇଁ କେଉଁ ଦଳ କଣ କରୁଛି ତାହା ଉପରେ ସମସ୍ତଙ୍କର ନଜର। ତେବେ ଓଡିଶାରେ ବିଜେଡି ବିଜେପିକୁ ନେଇ ଜୋରଦାର ଚର୍ଚ୍ଚା ଦିଲ୍ଲୀ ଦରବାରରେ ଚାଲିଛି। ଦେଶର ଖ୍ୟାତନାମା ସାମ୍ବାଦିକମାନେ ଏହାକୁ ନେଇ ବହୁ ଆକଳନ କରିଛନ୍ତି।

ସେହିପରି ଦେଶର ଅନ୍ୟତମ ସାମ୍ବାଦିକ ରାଜଦୀପ ସରଦେଶାଇ ଓଡିଶା ମେଣ୍ଟକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ସୃଷ୍ଟି ହୋଇଛି କମ୍ପନ। ଏଥିରେ ରାଜଦୀପ କହିଛନ୍ତି ଯେ, ଓଡିଶାରେ ବିଜେଡି ବିଜେପି ମେଣ୍ଟ ବିଳମ୍ବିତ ରାତିରେ ଚୁଡାନ୍ତ ହେଲା। ଏଥିରେ ଲୋକସଭାରେ ବିଜେଡି 13ଟି ଆସନ ଏବଂ ବିଜେଡି 8ଟି ଆସନରେ ଲଢେଇ କରିବ।

ସେହିପରି ସେ ବିଧାନସଭା ଆସନ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ସେଥିରେ କହିଛନ୍ତି ଯେ, ବିଧାନସଭାରେ ବିଜେଡି 98 ଏବଂ ବିଜେପି 49 ଆସନରେ ଲଢେଇ କରିବ। ଏହା ଚୁଡାନ୍ତ ହୋଇସାରିଛି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହା ଘୋଷଣା ହେବ ବୋଲି ସରଦେଶାଇ କହିଛନ୍ତି।