ମା ଭଗବତୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ

Published: Apr 4, 2024, 9:15 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ  ପୃଥ୍ଵୀରାଜ ହରିଚନ୍ଦନ ନିଜର ଶହ ଶହ ସମର୍ଥକଙ୍କ ସହ ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ମା ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଛାମୁଆ ନେତାଙ୍କ ସହ ଉଭୟ ବ୍ଲକ ଅଧ୍ୟକ୍ଷ ଏବଂ ବିଜେପି ସମର୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ଶ୍ରୀ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକାରେ ବିଜେପି ନିଶ୍ଚୟ ଭାବେ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଚିଲିକା ଜନସାଧାରଣଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା କହିଛନ୍ତି ଶ୍ରୀ ହରିଚନ୍ଦନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଜନହିତକାରି ଯୋଜନାର ଲାଭ ନିଶ୍ଚୟ ଚିଲିକାବାସୀ ପାଇବେ ଏବଂ ତାଙ୍କୁ ଚଳିତ ବର୍ଷ ବିଧାନସଭାକୁ ପଠାଇବେ ବୋଲି ଆଶା ପ୍ରକଟ କରିଛନ୍ତି ଶ୍ରୀ ହରିଚନ୍ଦନ।

Related posts