ଭୁବନେଶ୍ବର: ଆଜି ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା ୩୯ ଆସନ ମଧ୍ୟରୁ ୨୦ ରୁ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।
Author: Samikhsya Bureau
ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଛି। କାରଣ କଂଗ୍ରେସ ନେତାମାନେ ଏବେ ରାଜ୍ୟର ଶାସନ କ୍ଷମତାେର ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବାରେ ସଫଳ ହେଉଛନ୍ତି। ରାଜ୍ୟ କଂଗ୍ରେସର ନେତାମାନେ ଜାଣଗଲେଣି ଯେ ସେମାନେ କଂଗ୍ରେସରେ ରହିଲେ ନିର୍ବାଚନ ଜିତିପାରିବେ ନାହିଁ। ତେଣୁ ସେମାନେ ନିଜ ଭବସିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଉପରୋକ୍ତ ଦୁଇଟି ଦଳରେ ଯୋଗ ଦେଉଛନ୍ତି। ୨୦୦୦ରୁ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ମେଣ୍ଟ ୨୦୦୯ରେ ଭାଙ୍ଗିଯାଇଥିଲା। ଏହାପରଠାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡିର କଂଗ୍ରେସ ନେତାମାନଙ୍କ ଉପରେ ନିର୍ଭରଶୀଳତା ଆରମ୍ଭ ହୋଇଥିଲା, ଯାହାକି ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି। ୨୦୦୯ରେ ବିଜେଡି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଓ ୨୦୦୪…
ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରର ବିଜେଡ଼ିର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ ଓ ଝୁମ୍ପୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରତୀଭା ମଞ୍ଜରୀ ନାୟକ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଆଜି କେନ୍ଦୁଝର ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଓ ଶ୍ରୀଯୁକ୍ତ ଜୟଦେବ ଜେନାଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନୀତି, ଆଦର୍ଶ ଓ ବିଚାରଧାରାକୁ ଭଲପାଇ କଂଗ୍ରେସରେ ସାମିଲ ହୋଇଛନ୍ତି। ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଜୟଦେବ ଜେନା, ଶ୍ରୀ ନାୟକ ଓ ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକଙ୍କୁ କଂଗ୍ରେସ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପିସିସି ସାଧାରଣ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜି. ଉଦୟଗିରିର ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ଗହଣରେ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ରାଜ୍ୟରେ ଜଣାଶୁଣା ଏବଂ ବିଶିଷ୍ଟ ଶିକ୍ଷାବିତ ତଥା ଓୟୁଏଟି ପ୍ରଫେସର ଡ.ଆଶୁତୋଷ ସାମନ୍ତରାୟ ଏବଂ ବିଜେବି କଲେଜର ପୂର୍ବତନ ପ୍ରିନ୍ସିପାଲ ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରର ଅନେକ ବୁଦ୍ଧିଜୀବି, ବ୍ୟବସାୟୀ ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଦେବସ୍ମିତା ମହାନ୍ତି, ଡ.ଲିତା ମହାପାତ୍ର, ପ୍ରସନ୍ନ ପାତ୍ର, ନମିତା ଶତପଥୀ, ଜ୍ୟୋର୍ତିବିତ୍ ମଧୁସ୍ମିତା ଦାସ, ଅଭିପ୍ସା ଦାସ, ଚନ୍ଦନ ନାୟକ, ରାଜେଶ କୁମାର ପଟାଙ୍ଗୀ, ରାଜେନ୍ଦ୍ର ଭତିଆ, ଅନିତା ଅଗ୍ରୱାଲ, ରାଜ ସାନ୍ତୁକା, ସାଗରିକା ରାଉତ, ପବିତ୍ର ବାରିକ, ବିଷ୍ଣୁପ୍ରିୟା ମିତ୍ର, ଦୁଷ୍ମନ୍ତ ରାଉତରାୟ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ…
ଭୁବନେଶ୍ବର: ଏକଦା ଓଡିଶା ବିଜେପିରେ ଦବଦବା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନରେ ସଂପୂର୍ଣ୍ଣ ଶକ୍ତିହୀନ ହୋଇପଡିଛନ୍ତି। ଯାହାର ଗଣ୍ଡଗଣ୍ଡା ପ୍ରମାଣ ଏଥର ଦେଖିବାକୁ ମିଳିଛି। କାରଣ ଗତ ନିର୍ବାଚନରେ ଧର୍ମେନ୍ଦ୍ର ଯାହାକୁ ଚାହୁଁଥିଲେ ତାଙ୍କୁ ଟିକେଟ ଦେଇପାରୁ ଥିଲେ। ହେଲେ ଏଥର ତାଙ୍କ କଥା କେନ୍ଦ୍ରୀୟ ବିଜେପି ଟିମ ଅଣଦେଖା କରିଚାଲିଛନ୍ତି ବା ତାଙ୍କ ଅନୁରୋଧକୁ ଗୁରୁତ୍ବ ଦେଉ ନାହାଁନ୍ତି। ଧର୍ମେନ୍ଦ୍ର ଗୁରୁତ୍ବହୀନ ହେବାର ବଡ ପ୍ରମାଣ ହେଲା ନିକଟରେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର। ଉଭୟ ଧର୍ମେନ୍ଦ୍ରଙ୍କର ଦ୍ବିତୀୟ ଅବତାର ଥିଲେ। ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣପ୍ରାଣ ସମର୍ଥନ ଦେଇ ନିଜ ରାଜନୈତିକ ଜୀବନକୁ ବାଜି ଲଗେଇ ଦେଇଥିଲେ। ହେଲେ ଏଥର ସେହି ଦୁଇଜଣଙ୍କୁ ଧର୍ମେନ୍ଦ୍ର ଟିକେଟ ଦେବାରେ ବିଫଳ ହେଲେ। ଫଳରେ ଧର୍ମେନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଠ ହୋଇ ଉଭୟ ବିଜେପି ଛାଡିଲେ। ସେହିପରି ବିଗତ ଦିନରେ ନିର୍ବାଚନ ରଣନୀତି ପାଇଁ ଓଡିଶା…
ଭୁବନେଶ୍ବର: ନିର୍ବାଚନରେ ସହଯୋଗ କର, ନଚେତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ। ଏହିପରି ଭାବେ ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ପୋଲିସ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ଏପରି ଏକ ଗୁରୁତର ଅଭିଯୋଗ କରିଛି ବିଜୁ ଜନତା ଦଳ। ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକର ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏ ନେଇ ଦଳ ତରଫରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡି କହିଛି ଯେ, ବିଜେପି ନେତାଙ୍କର ଧମକ ଦେବା ଅଭ୍ୟାସ ବହୁ ଆଗରୁ ରହିଛି। ଗତ ନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିଲେ। ଏଥର ମଧ୍ୟ ସେମାନେ ସେହିପରି ଧମକ ଦେବା ଆରମ୍ଭ କରିଛନ୍ତି। ହେଲେ ନିର୍ବାଚନ କମିଶନରଙ୍କ ନାମ ନେଇ ଧମକ ଦେବା ଏକ ଗୁରୁତର ଅପରାଧ। ଏ ନେଇ ଭାରତ ନିର୍ବାଚନ କମିଶନର…
ଭୁବନେଶ୍ବର: ଭାରତ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି 2007 ମସିହା ବ୍ୟାଚର। ରାଜ୍ୟ ସରକାର ଏମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି ବଦଳାଇବା ପାଇଁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ବଦଳାଇ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ ଲୋକସଭାର ପୂର୍ବତନ ସାଂସଦ ପ୍ରଭାସ ସିଂ। ସେ ଆଜି ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବରଗଡ ଲୋକସଭା ଆସନରୁ ସେ 2014 ମସିହାରେ ବିଜେଡିରେ ସାଂସଦ ଥିଲେ। ହେଲେ ତାଙ୍କୁ 2019ରେ ବିଜେଟି ଟିକେଟ ଦେଇ ନ ଥିଲେ ମଧ୍ୟ ଦଳରେ ରହିଥିଲେ। ଏଥର ପ୍ରଭାସଙ୍କ ବଦଳରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଛି। ଏହାକୁ ନେଇ ପ୍ରଭାସ ଅସନ୍ତୁଷ୍ଠ ଅଛନ୍ତି। ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ, ମୁଁ ଦଳ ପାଇଁ ବହୁତ ସେବା କରିଛି। ହେଲେ ବିଜେଡି ଯେଉଁ ନୀତି ଆଦର୍ଶରେ ଗଠନ କରାଯାଇଥିଲା ସେଥିରୁ ସେ ବିଚ୍ୟୁତ ହୋଇଛି। ସେଥିପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପ୍ରଦାନ କରିଛି। ତେବେ ପ୍ରଭାସ କେଉଁ ଦଳକୁ ଯିବେ ସେ ନେଇ କୌଣସି…
ନୂଆଦିଲ୍ଲୀ: ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ସପ୍ତଦଶ ଲୋକସଭାରେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ ଓ ଗାୟକଙ୍କ ଭଳି ସେଲିବ୍ରିଟି ସାଂସଦମାନଙ୍କ ଉପସ୍ଥିତି କମ୍ ଥିଲେ ହେଁ ବିତର୍କରେ ଭାଗ ନେବା ବହୁତ କମ୍ ରହିଥିଲେ ହେଁ ଓଡ଼ିଆ ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି ଏଥିରେ ଆଗରେ ଅଛନ୍ତି। ଏହି ବିଶ୍ଳେଷଣ ପାଇଁ ୧୯ ଜଣ ସାଂସଦଙ୍କୁ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ତାଲିକାଭୁକ୍ତ କରିଥିବା ବୃତ୍ତି ଆଧାରରେ ବିଚାର କରାଯାଇଛି। ଏହି ବୃତ୍ତିଗୁଡ଼ିକ ମଧ୍ୟରେ ଅଭିନେତା/ଅଭିନେତ୍ରୀ, ଗାୟକ-ଅଭିନେତା, କଳାକାର, କ୍ରୀଡ଼ାବିତ୍, ନିର୍ଦ୍ଦେଶକ, ଲୋକଗାୟକ ଏବଂ ଏହି ବୃତ୍ତିର ଅନ୍ୟାନ୍ୟ ଭିନ୍ନତା ଅନ୍ତର୍ଭୁକ୍ତ। ବିଦାୟୀ ଲୋକସଭାରେ ଅଧିକାଂଶ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ବିଜେପିର ୧୦ଜଣ ହୋଇଥିବାବେଳେ ୫ ଜଣ ସାଂସଦ ଟିଏମସିର ଓ ବିଜେଡିର ଜରେ ରହିଛନ୍ତି। ପିଆରଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଏହି ଲୋକସଭାରେ ମୋଟ ୨୭୪ଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା କି ପୂରା…
ଭୁବନେଶ୍ବର: ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା 39 ଆସନ ମଧ୍ୟରୁ 20 ରୁ 25 ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି। ତେବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ମଧ୍ୟ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ପରବର୍ତ୍ତି ସମୟରେ ଘୋଷଣା ହେବ ବୋଲି ଜଣାପଡିଛି।
ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା ପ୍ରସନ୍ନ ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଦୁଇଥର ନବୀନ ନିବାସ ଆସି ଦଳିୟ ନେତାଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ରବିବାର ଦିନ ନବୀନ ନିବାସ ଆସି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ଥର ଆସି ଦେଖା ହେବା ପରେ ସ୍ବାଭାବିକ ଭାବେ ଶ୍ରୀ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ ସେ ନେଇ ଆଲୋଚନା ଚାଲିଛି। ତେବେ ରବିବାର ସାକ୍ଷାତରେ ସେ କୁଆଡେ ଖୋର୍ଦ୍ଧା ଆସନରେ ଛିଡା ହେବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ଦଳକୁ ଜଣାଇଛନ୍ତି। କାରଣ ସେ ପୂର୍ବରୁ ଏହି ଖୋର୍ଦ୍ଧା ବିଧାନସଭା ଆସନରୁ ଚାରି ଥର ବିଧାୟକ ହୋଇ ନିର୍ବାଚିତ ହୋଇଛନ୍ତି। ସେ 1980 ରୁ 1998 ପର୍ଯ୍ୟନ୍ତ ଲଗାତର ଖୋର୍ଦ୍ଧା ବିଧାୟକ ଥିଲେ। ତେଣୁ ବିଜେଡି ତାଙ୍କୁ ଖୋର୍ଦ୍ଧାରୁ ପୁଣି ଥରେ ଛିଡା କରୁ ବୋଲି…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖାଦେଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିବାର ଜଣାପଡିଛି। ଏ ନେଇ ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଥିଲା। ଆଜି ଅପରାହ୍ନ 4ଟୀ ବେଳୁ ଆକାଶ ମେଘାଛନ୍ନ ରହି ଅନ୍ଧକାର ଘୋଟିଯାଇଥିଲା। ଏହାପରେ ପ୍ରବଳ ବର୍ଷା ଓ ପବନ ପ୍ରବାହିତ ହୋଇଥିଲା। ଦୀର୍ଘ ଦିନ ଧରି ରାଜ୍ୟରେ ପ୍ରବଳ ଗରମ ଅନୂଭୂତ ପରେ ଏହି ବର୍ଷା ଲୋକଙ୍କୁ ଅଶ୍ବସ୍ଥି ପ୍ରଦାନ କରିଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ମଧ୍ୟ ଜାରୀ ରହିବ।
ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ଦୁଇଟି ଦାୟିତ୍ବ ଦେଇଛନ୍ତି। ସେ ବର୍ତ୍ତମାନ ଦଳର ମୁଖପାତ୍ର ଥିବା ବେଳେ ଆଜି ତାଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ବ ଦେଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଅମିତ ମଲ୍ଲିକଙ୍କୁ ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଭୁବନେଶ୍ବର: ଆଜି ପୁଣି ଥରେ ନବୀନ ନିବାସରେ ପହଁଚିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ ନବୀନ ନିବାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କୁ ଚିଲିକାରୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ବାହାରକୁ ଆସିବା ପରେ ସେ କହିଛନ୍ତି ଯେ, ନବୀନ ନିବାସରେ ଆଲୋଚନା କରିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। ଚିଲିକା ହେଉଛି ମୋର ଗାଁ, ସେଠାରୁ ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ବୋଲି ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହା ପୂର୍ବରୁ ସେ ଆଉଥରେ ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ସାକ୍ଷାତ କରିଥିଲେ।
ଭୁବନେଶ୍ବର: ଆଜି ଶଙ୍ଖ ଫୁଙ୍କିଛନ୍ତି କଂଗ୍ରେସର ପୂର୍ବତନ ନେତା ଗଣେଶ୍ବର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ବାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଗଣେଶ୍ବର ଶଙ୍ଖଭବନକୁ ତାଙ୍କର କର୍ମୀଙ୍କୁ ନେଇ ବିରାଟ ପଟୁଆର କରି ଆସିଥିଲେ। ଏଥିରେ ଗଣେଶ୍ବର ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବଦ କରିଥିଲେ। ତେବେ ଗଣେଶ୍ବର ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଲେଖାଶ୍ରୀ ଯୋଗ ଦେବା ପରେ କହିଛନ୍ତି ଯେ, ମୁଁ ବିଜେପିରେ ଥିବା ବେଳେ ଲୋକସେବା କରିବା ପାଇଁ ଇଚ୍ଛା ଥିଲା। ହେଲେ ସେହି ଦଳରେ ତାହା ସମ୍ଭବ ହେଲା ନାହିଁ। ହେଲେ ବିଜେଡିର ଯେଉଁ ବିକାଶ ପର୍ବ ଚାଲିଛି ସେଥିରେ ମୁଁ ସାମିଲ ହେବାକୁ ନିଷ୍ପତି କରି ଦଳରେ ସାମିଲ ହେଲି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିଷ୍ପତି କଲି। ଆଜି ସକାଳେ ଲେଖାଶ୍ରୀ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ…
ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି ରହିଥିବାରୁ ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ତଥା ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟନ୍ତ ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହେଉଥିବା ଦୀର୍ଘ ସମୟ ଧରି ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି। ଦିନବେଳା ଅଧିକ ତାପମାତ୍ରା ଓ ଗୁଳୁଗୁଳି ହେଉଥିବାରୁ ରାଜନୈତିକ ଦଳ ମାନେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ମାର୍ଗଦର୍ଶିକା ସଠିକ୍ ଭାବେ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଶ୍ରମ…
ଭୁବନେଶ୍ବର: ଆଜି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ସଂଯୋଜକ ନିଯୁକ୍ତି କରିଛି। ସେମାନେ ହେଲେ ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ ଭଦ୍ରକ- ଦେବାଶୀଷ ସାମନ୍ତରାୟ କେନ୍ଦ୍ରାପଡା- ପ୍ରତାପ ଜେନା କଳାହାଣ୍ଡି- ସୁଜିତ କୁମାର ପୁରୀ-ଶୁଭାଶୀଷ ଖୁଣ୍ଟିଆ
ଭୁବନେଶ୍ବର: ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ ଧରି ବିଜେପିରେ ରହି କାର୍ଯ୍ୟକରିଛି। ଦଳର ବିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଛି। ହେଲେ ମୁଁ ଅନୁଭବ କଲି ଯେ ଦଳ ମୋର କୌଣସି ସହଯୋଗର ଆବଶ୍ୟକତା ମନେ କରୁ ନାହିଁ। ଶୀର୍ଷ ନେତୃତ୍ବଙ୍କର ମୁଁ ପ୍ରିୟଭାଜନ ହୋଇପାରିଲି ନାହିଁ। ସେଥିପାଇଁ ମୁଁ ଦଳରୁ ଇସ୍ତଫା ପ୍ରଦାନ କଲି ବୋଲି ସେ ଲେଖିଛନ୍ତି। ଲେଖାଶ୍ରୀ ବିଜେପିର ଜଣେ ଟାଣୁଆ ନେତ୍ରୀ ତଥା ସେ ଉପସଭାପତି ଥିଲେ। ବିଜେପି ପାଇଁ ସେ ବିଜେଡିକୁ କଟୁ ସମାଲୋଚନା କରିଆସୁଥିଲେ।
ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଦେଖାଯିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଚଳିତ ବର୍ଷ ଆମେରିକାରେ ଏହି ସୂର୍ଯ୍ୟପରାଗ ସଂପୂର୍ଣ୍ଣ ରୂପେ ଦେଖାଦେବ। ଯାହା ଫଳରେ କିଛି ସମୟ ପାଇଁ ଆମେରିକା ଅନ୍ଧାର ହୋଇଯିବ। ଆମେରିକାର ଟେକ୍ସାସରେ ପୂର୍ଣ୍ଣ ସୂର୍ଯ୍ୟ ପରାଗର ଛାୟା ଅପରାହ୍ନ ୧:୨୭ ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୩୫ ରେ ଶେଷ ହେବ। ପ୍ରାୟ ୭ ମିନିଟର ସମୟ ଆସିବ ଯେତେବେଳେ ସମଗ୍ର ସହର ଅନ୍ଧକାର ହୋଇଯିବ। ଯଦିଓ ଆସନ୍ତାକାଲି ହେବାକୁ ଥିବା ଏହି ସୂର୍ଯ୍ୟପରାଗ ଅନେକ ଦେଶରେ ଦୃଶ୍ୟମାନ ହେବ, କିନ୍ତୁ ଏହା ଆମେରିକାରେ ଅଧିକ ସ୍ପଷ୍ଟ ଦେଖାଯିବ। ବିଶେଷ କରି ଆମେରିକାର ଉତ୍ତର ଭାଗରେ ଏହି ସମୁଦାୟ ସୂର୍ଯ୍ୟ ପରାଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ଏହା ବ୍ୟତୀତ ପଶ୍ଚିମ ୟୁରୋପ ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ୍, ଆର୍କଟିକ୍ ମେକ୍ସିକୋ, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକାର ଉତ୍ତର ଭାଗ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ…
ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଡାକ୍ତର ପ୍ରଫେସର ଦେବାନନ୍ଦଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟର ବିଶେଷଜ୍ଞ ଭାବେ ଡାକ୍ତର ମହାପାତ୍ର ଦୀର୍ଘ ୨୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ତାଛଡା ସେ ବିଭିନ୍ନ ଡାକ୍ତର ସଂଘ ଓ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ଆଜି ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ରଙ୍କ ଯୋଗଦାନ ଫଳରେ ବିଶେଷକରି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ନିଜ ପ୍ରତିକ୍ରିୟାରେ…

