Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?
ଜାତୀୟ ଖବର

ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?

April 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?

ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା।

ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ ହିଞ୍ଜିଳିରୁ ଛିଡା ହୋଇ ଦକ୍ଷିଣ ଓଡିଶାରେ ଯେପରି ଦବଦବା ରଖିଛନ୍ତି ସେହିପରି ପଶ୍ଚିମ ଓଡିଶାରେ ବିଜେଡିର ଲୋକପ୍ରିୟତା ପାଇଁ ସେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ଅର୍ଥ ବିଜେଡି ପଶ୍ଚିମ ଓଡିଶାକୁ ଫୋକସ କରିଛି। କାରଣ ସେହି ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଟକ୍କର ଦେବା ପାଇଁ ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଶ୍ଚିମ ଓଡିଶାରେ ପୂର୍ବରୁ ବିଜେପିର ଦବଦବା ରହି ଆସିଛି। ସେହି ଗଡକୁ ଭାଙ୍ଗିବା ପାଇଁ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ କଣ୍ଟାବାଞ୍ଜି ହେଉଛି କଂଗ୍ରେସ ଗଡ। ସେଠାରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ଥର ହେଲା ଜିତି ଆସୁଛନ୍ତି। ସେହିପରି ଏହି ଆସନଟି ବଲାଙ୍ଗିର ଜିଲ୍ଲା ଭିତରେ ଆସୁଛି। ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ମଧ୍ୟ ସେଠାରୁ ଜିତି ଆସୁଛନ୍ତି। ସେହିପରି ବଲାଙ୍ଗିର ଲୋକସଭା ମଧ୍ୟ ବିଜେପି ହାତରେ ରହିଛି। କହିବାକୁ ଗଲେ କଣ୍ଟାବାଞ୍ଜି ବା ବଲାଙ୍ଗିର ବିଜେଡିର ଗଡ ନୁହେଁ। ତାହାକୁ ଭାଙ୍ଗିବା ପାଇଁ ଦଳ ଖୋଦ ସେନାପତିଙ୍କୁ ମଇଦାନରେ ଅବତିର୍ଣ୍ଣ କରାଇଛି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପଶ୍ଚିମ ଓଡିଶାରେ ଦଳକୁ ସୁଦୃଢ କରିବା ପାଇଁ ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ଅଦଳବଦଳ ମଧ୍ୟ କରିଛି। ବର୍ତ୍ତମାନ ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଲଢେଇ କରିବେ। ବିଜେଡି ଏହି ନୂଆ ରଣନୀତି ପଶ୍ଚିମ ଓଡିଶାରେ ନିଶ୍ଚିତ ପ୍ରଭାବ ପକାଇବା ବୋଲି ଜଣାପଡିଛି। ବିଜେଡିର ଏହି ନୂଆ ରଣନୀତି ବିଜେପି ପାଇଁ ନିଶ୍ଚିତ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

kantabanji odishaelection2024 ଓଡିଶା ନିର୍ବାଚନ 2024 କଣ୍ଟାବାଞ୍ଜି ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅନୁଷ୍ଠିତ ହେବ ଏସିଆନ୍ ଗେମ୍ସ ଉଦ୍‌ଘାଟନୀ ସମାରୋହ: ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

September 19, 2026

କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ: ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେଲା ରିଲାଏନ୍ସ ଫାଉଣ୍ଡେସନ

September 19, 2026

ସିନେମା ପ୍ରମାଣପତ୍ର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି

September 19, 2026

 ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

September 19, 2026
Latest News

ଆଜି ଅନୁଷ୍ଠିତ ହେବ ଏସିଆନ୍ ଗେମ୍ସ ଉଦ୍‌ଘାଟନୀ ସମାରୋହ: ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

September 19, 2026

କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ: ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେଲା ରିଲାଏନ୍ସ ଫାଉଣ୍ଡେସନ

September 19, 2026

ସିନେମା ପ୍ରମାଣପତ୍ର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି

September 19, 2026

 ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

September 19, 2026

ୟୁଏଇ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.