Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ନବୀନ ଆଜି ସକାଳେ ଭୁବନେଶ୍ବରରୁ ବିମାନ ଯୋଗେ ବଲାଙ୍ଗିରର ତୁଷରା ଏୟାର ଷ୍ଟ୍ରିପରେ ଅବତରଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ନବୀନଙ୍କୁ ପାଛୋଟି ନେଉଥିଲେ।

ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲେ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?

ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା।

ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ ହିଞ୍ଜିଳିରୁ ଛିଡା ହୋଇ ଦକ୍ଷିଣ ଓଡିଶାରେ ଯେପରି ଦବଦବା ରଖିଛନ୍ତି ସେହିପରି ପଶ୍ଚିମ ଓଡିଶାରେ ବିଜେଡିର ଲୋକପ୍ରିୟତା ପାଇଁ ସେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ଅର୍ଥ ବିଜେଡି ପଶ୍ଚିମ ଓଡିଶାକୁ ଫୋକସ କରିଛି। କାରଣ ସେହି ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଟକ୍କର ଦେବା ପାଇଁ ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଶ୍ଚିମ ଓଡିଶାରେ ପୂର୍ବରୁ ବିଜେପିର ଦବଦବା ରହି ଆସିଛି। ସେହି ଗଡକୁ ଭାଙ୍ଗିବା ପାଇଁ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ କଣ୍ଟାବାଞ୍ଜି ହେଉଛି କଂଗ୍ରେସ ଗଡ। ସେଠାରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ଥର ହେଲା ଜିତି ଆସୁଛନ୍ତି। ସେହିପରି ଏହି ଆସନଟି ବଲାଙ୍ଗିର ଜିଲ୍ଲା ଭିତରେ ଆସୁଛି। ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ମଧ୍ୟ ସେଠାରୁ ଜିତି ଆସୁଛନ୍ତି। ସେହିପରି ବଲାଙ୍ଗିର ଲୋକସଭା ମଧ୍ୟ ବିଜେପି ହାତରେ ରହିଛି। କହିବାକୁ ଗଲେ କଣ୍ଟାବାଞ୍ଜି ବା ବଲାଙ୍ଗିର ବିଜେଡିର ଗଡ ନୁହେଁ। ତାହାକୁ ଭାଙ୍ଗିବା ପାଇଁ ଦଳ ଖୋଦ ସେନାପତିଙ୍କୁ ମଇଦାନରେ ଅବତିର୍ଣ୍ଣ କରାଇଛି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପଶ୍ଚିମ ଓଡିଶାରେ ଦଳକୁ ସୁଦୃଢ କରିବା ପାଇଁ ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ଅଦଳବଦଳ ମଧ୍ୟ କରିଛି। ବର୍ତ୍ତମାନ ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଲଢେଇ କରିବେ। ବିଜେଡି ଏହି ନୂଆ ରଣନୀତି ପଶ୍ଚିମ ଓଡିଶାରେ ନିଶ୍ଚିତ ପ୍ରଭାବ ପକାଇବା ବୋଲି ଜଣାପଡିଛି। ବିଜେଡିର ଏହି ନୂଆ ରଣନୀତି ବିଜେପି ପାଇଁ ନିଶ୍ଚିତ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ୨୪୪ କୋଟି ଅନୁମୋଦନ

ଭୁବନେଶ୍ଵର: ରେଳବାଇ ବୋର୍ଡ ଦ୍ୱାରା ୨୪୪.୭୭ କୋଟି ଟଙ୍କା ଅନୁମୋଦନ ପାଇବା ପରେ ରେଳ ମନ୍ତ୍ରଣାଳୟ କଣ୍ଟାବାଞ୍ଜୀରେ ୱାଗନ୍ ପିରିଓଡିକ୍ ମରାମତି (ପିଓଏଚ୍) କାରଖାନା ସୁବିଧା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଛି। ସେପ୍ଟେମ୍ବର ୨୦୨୩ ରେ ଦାଖଲ ହୋଇଥିବା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ର ପୁଙ୍ଖାନୁପୁଙ୍ଖ ବିଚାର ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି।

୨୦୦ ୱାଗନ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ ୱାଗନ୍ ପିଓଏଚ୍ କାରଖାନା, କଣ୍ଟାବାଞ୍ଜିରେ ରେଳବାଇ ସହିତ ଉପଲବ୍ଧ ଥିବା ଖାଲି ଜମିରେ ସ୍ଥାପନ କରାଯିବ। ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯେଉଁମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏପରି ସୁବିଧା ପାଇଁ ଦାବି କରିଆସୁଥିଲେ ସେମାନେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କ୍ରମେ ସେମାନଙ୍କର ଦାବିକୁ ବିଚାରକୁ ନିଆଯାଇଅଛି।

ଏଭଳି କର୍ମଶାଳାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସ୍ୱୀକୃତି ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କ ଆକାଂକ୍ଷା ପ୍ରତି ପ୍ରତିବଦ୍ଧତା ବିଷୟରେ ଆଶ୍ୱାସନା ଦେଇଛନ୍ତି। ରେଳ ବୋର୍ଡର ଅନୁମୋଦନ ନାଗରିକଙ୍କ ଆବଶ୍ୟକତା ଏବଂ ଚିନ୍ତାଧାରାକୁ ସମାଧାନ କରିବାରେ ସରକାରଙ୍କ ଉତ୍ସର୍ଗୀକୃତତାକୁ ଦର୍ଶାଉଛି।

ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠାର ଆଭିମୁଖ୍ୟ:

ଏହି ଅଞ୍ଚଳରେ ପଣ୍ୟ ପରିବହନ ଯାତାୟାତ ବୃଦ୍ଧି କରିବା ସହିତ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ୱାଗନ୍ ଗୁଡିକର ନିୟମିତ ମରାମତି ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବ। ୱାଗନ୍‌ଗୁଡିକର ଆୟୁଷ ପାଇଁ ରୀତିମତ ବ୍ୟବହାର ଜନିତ ତ୍ରୁଟିପୂର୍ଣ୍ଣ ଅଂଶଗୁଡିକୁ ସଂଶୋଧନ କରିବାରେ ସାହାଯ୍ୟ କରିବ ଯାହା ୱାଗନ ବଦଳାଇବା କ୍ଷେତ୍ରରେ ଖର୍ଚ୍ଚ ସଞ୍ଚୟ କରିବ।

ୱାଗନ ମରାମତି କାରଖାନା ପୃଥକ ଭାବରେ, ୱାଗନ୍ ରକ୍ଷଣାବେକ୍ଷଣ ଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ଫଳସ୍ୱରୂପ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟବୃଦ୍ଧି କରାଇବ। କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା ରେଳ ଭିତ୍ତିଭୂମି ବୃଦ୍ଧି ତଥା ରେଳ ବ୍ୟବସ୍ଥାର ନିରାପତ୍ତା, ନିର୍ଭରଯୋଗ୍ୟତା ଏବଂ ବ୍ୟୟ-ପ୍ରଭାବଶାଳୀତା ଉପରେ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି।