Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ
ଅପରାଧ

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

ବାଣପୁର: ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ଗ୍ରାମର ଏକ ଫୌଜଦାରୀ ମାମଲା ଯାହାର ଏସଟି କେସ ନମ୍ବର ୧୫/୬୬,୨୩/୨୨ କୁ ବିଚାରକରି ବାଣପୁର ସହକାରୀ ଦୌରା ଜଜ ଅମରେଶ ମହାପାତ୍ର ଅଭିଯୁକ୍ତ ସିଲୁ ପ୍ରଧାନଙ୍କୁ ଆଇପିସି ଦଫା ୩୨୬ ଓ ଦଫା ୩୦୭ ରେ ଦୋଷୀ ସାବ୍ୟସ୍ତ କରିବା ସହ ୩୦୭ ଦଫାରେ ଛଅ ବର୍ଷର ସଶ୍ରମ କାରାଦଣ୍ଡ ସହିତ ତିରିଶ ହଜାର ଟଙ୍କା ଜରିମାନା ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ୧୦.୦୨.୨୦୨୨ ତାରିଖରେ ସାନସିରେଇପୁର ଗ୍ରାମର ଅଭିମନ୍ୟୁ ଜେନାଙ୍କ ପୁତ୍ର ତପନ ଜେନା ଏକ ଗ୍ୟାରେଜରେ କାର୍ଯ୍ୟରତ ଥିବାବେଳେ ଅଭିଯୁକ୍ତ ସିଲୁ ପ୍ରଧାନ ଲୁହା ହାତୁଡିରେ ତପନଙ୍କ ମସ୍ତିଷ୍କକୁ ପଛପଟୁ ଶକ୍ତ ପ୍ରହାର କରିଥିଲେ। ଯାହାଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତପନ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ତପନଙ୍କ ପିତାଙ୍କ ପକ୍ଷରୁ ବାଣପୁର ଥାନାରେ କେସ ନମ୍ବର ୬୨/୨୨ ରେ ମାମଲା ରୁଜୁ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ବାଣପୁର କୋର୍ଟରେ ଉକ୍ତ ମାମଲାର ବିଚାର ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ଏହାର ରାୟ ପ୍ରକାଶ ପାଇଛି।

ଅଭିଯୋଗକାରୀଙ୍କ ପକ୍ଷରୁ ୧୧ ଜଣଙ୍କ ସାଖ୍ୟ ପ୍ରମାଣ ଗ୍ରହଣ ଏବଂ ସିସିଟିଭି ଦୃଶ୍ୟ ଆଧାରରେ ହତ୍ୟା ଉଦ୍ୟମ ଏବଂ ଗୁରୁତର ଆଘାତ ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ଉକ୍ତ ଦଣ୍ଡାଦେଶ ଜାରି କରିଛନ୍ତି ବିଚାରପତି ଶ୍ରୀ ମହାପାତ୍ର। ସରକାରଙ୍କ ତରଫରୁ ଉକ୍ତ ମାମଲାକୁ ସରକାରୀ ଓକିଲ ସଚ୍ଚିତ ମିଶ୍ର ଏବଂ ରମେଶ ବିଷୋୟୀ ପରିଚାଳନା କରୁଥିଲେ।

ଛଅ ବର୍ଷ କାରାଦଣ୍ଡ ଫୌଜଦାରୀ ମାମଲା ବାଣପୁର କୋର୍ଟ ମରଣାନ୍ତକ ଆକ୍ରମଣ ସାନସିରେଇପୁର ଗ୍ରାମର
Share. Facebook Twitter LinkedIn Email WhatsApp Copy Link

Related Posts

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026
Latest News

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଏବେ ଲୋକସଭା ଆସନ ପାଇଁ ବଡ଼ ନିଷ୍ପତ୍ତି ନେଲା କଂଗ୍ରେସ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ପ୍ରସ୍ତାବ ପାସ୍

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.