Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ବ୍ରହ୍ମପୁରରେ ଦମ୍ଭ ଦେଖାଇଲେ ମୋଦୀ, କହିଲେ ଓଡିଶାରେ ଜୁନ ୧୦ ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ
ନିର୍ବାଚନ ଖବର

ବ୍ରହ୍ମପୁରରେ ଦମ୍ଭ ଦେଖାଇଲେ ମୋଦୀ, କହିଲେ ଓଡିଶାରେ ଜୁନ ୧୦ ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

May 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ModiinOdisha

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରର କନିଷାଠାରେ ନିଜର ଦମ୍ଭ ଦେଖାଇଛନ୍ତି। ସେ ସେଠାରେ ଘୋଷଣା କରିଛନ୍ତି ଯେ, ଜୁନ୍ ୪ ତାରିଖ ହେଉଛି ବିଜେଡିର ଏକ୍ସପାୟର ତାରିଖ। ସେହିଦିନ ଭୋଟ ଗଣତି ପରେ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପସ୍ତ ହେବ।

ସେ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ସେଥିପାଇଁ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ଘୋଷଣା କରାଯିବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ। ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବ୍ରହ୍ମପୁରରେ ମୋଦୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ କର୍ମିମାନଙ୍କୁ ବେଶ ଉତ୍ସାହିତ କରିଥିଲା। କାରଣ ପୂର୍ବରୁ ଓଡିଶା ନେତାମାନେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହୁଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନ ଥିଲେ। ହେଲେ ଖୋଦ ପ୍ରଧାନମନ୍ତ୍ରୀ ଓଡିଶାରେ ବିଜେପି ଶାସନ କରିବା ଏବଂ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ ଘୋଷଣା କରିବା ନେଇ କର୍ମୀ ଓ ନେତା ମହଲରେ ବେଶ ଉତ୍ସାହ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ପ୍ରଚାରରେ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗେ ଦେଇ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଏହାପରେ ସେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଓଡିଶାରେ ବିଜେଡି ସରକାର କେନ୍ଦ୍ରର ଯୋଜନାକୁ ଠିକରେ କାର୍ଯ୍ୟକାରୀ କରୁ ନାହାଁନ୍ତି। ଓଡିଶାର ଲୋକେ କେନ୍ଦ୍ରର ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, କେନ୍ଦ୍ରରୁ କୋଟିକୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ରାଜ୍ୟରେ ଠିକରେ ଖର୍ଚ୍ଚ ହୋଇପାରୁ ନାହିଁ। ସେଥିପାଇଁ ଓଡିଶାର ଉନ୍ନତି ପାଇଁ ଏଠାରେ ଡବଲ ଇଂଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡିଶାର ଖଣିଜ ସଂପଦରେ ଭରପୁର ଏକ ଧନି ରାଜ୍ୟ, ହେଲେ ଏହି ରାଜ୍ୟର ଲୋକେ ଗରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଜନସମାବେଶରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ଆସ୍କା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କ ସହିତ ଏହି ଦୁଇ ଲୋକସଭା ଅଧିନରେ ଥିବା ବିଧାନସଭାର ସମସ୍ତ ବିଜେପି ପ୍ରାର୍ଥୀ ଯୋଗଦେଇଥିଲେ। ଏଥିସହିତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାପରେ ମୋଦି ନବରଂଗପୁର ଯାତ୍ରା କରିଛିନ୍ତି। ସେଠାରେ ସେ ଜନସମାବେଶ ଉଦବୋଧନ ଦେବେ।

odishaelection2024 PM In Odisha ଓଡିଶାନିର୍ବାଚନ2024 ଓଡିଶାରେ ପ୍ରଧାନମନ୍ତ୍ରୀ ଓଡିଶାରେ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.