ବିଜେପିରେ ଯୋଗ ଦେଲେ ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

Published: May 8, 2024, 6:54 pm IST

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ଦାସଙ୍କ ସମେତ ସାମନ୍ତରାପୁର ସମବାୟସମିତି ସଭାପତି ବିଦ୍ୟାଧର କର୍ଣ୍ଣ, ରାଉତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ପିଏସ୍ ସଦସ୍ୟ ଦିଲୀପ ସାହୁ, ବିଚିତ୍ର ବିଶ୍ୱାଳ, ସମବାୟସମିତି ସଦସ୍ୟ ସୁକାଶ ସାମଲ, ବିଜେଡି ନେତା ପ୍ରଶାନ୍ତ କୁମାର ପାଢ଼ୀ, ଅର୍ଥଙ୍ଗା ଗ୍ରାମ ପଂଚାୟତ ନିତ୍ୟାନନ୍ଦ ଦଳାଇ, ରମେଶ ଚନ୍ଦ୍ର ଦାସ, ଏସ୍‌ସି ସେଲ୍ ନେତା ଶରତ ମଲ୍ଲିକ, ବିଜେଡି ନେତା ତ୍ରିଲୋଚନ ମଲ୍ଲିକ ଓ ଶ୍ରମିକ ନେତା ଆଶୁତୋଷ ପରିଡା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଯାଜପୁର ଲୋକସଭା କ୍ଷେତ୍ରର ସଂସଦୀୟ ପ୍ରାର୍ଥୀ ଡ.ରବି ନାରାୟଣ ବେହେରା, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନା, ଯାଜପୁର ଜିଲ୍ଲାର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Related posts