Author: Samikhsya Bureau

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୂର୍ବରୁ ଓଡିଶା ପ୍ରଚାରରେ ଆସିବାର ଥିଲା। ହେଲେ କୌଣସି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆସିପାରି ନ ଥିବାରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ଆଜି ସେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗଡକରୀ ଆଜି ଦିନ ୧୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ। ପ୍ରଥମେ ସେ ଦିନ ୧ ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ।ଅପରାହ୍ଣ ୩ଟା ୩୦ ମିନିଟରେ…

Read More

ନାଚୁଣୀ: ଆଜି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇଛି। ସୂଚନା ମୁତାବକ ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ର ଯାଉଥିବାର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ପିଛା କରିଥିଲେ। ତେବେ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ତେବେ ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

Read More

ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଚିଲିକା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ…

Read More

ବାଲୁଗାଁ: ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରୁ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁରରେ ଦୀର୍ଘ ୨୧ ଦିନ ବ୍ୟାପି ରାମନବମୀ ଉତ୍ସବ ପାଳିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଉଦଯାପିତ ହୋଇଯାଇଛି। ରାମନବମୀ ପ୍ରାରମ୍ଭରୁ ଦୈନନ୍ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ରାମଚରିତ ମାନସ ପଠନ କରାଯାଉଥିଲା।ଏହିଅବସରରରେ ଅଞ୍ଚଳବାସୀ ନିଷ୍ଠାର ସହ ବ୍ରତ ରଖିଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭକ୍ତମାନେ ପୂର୍ଣ୍ଣ କଳସ ଧରି ପ୍ରଭୁ ଶ୍ରୀରାମଙ୍କୁ ବିମାନରେ ଅବତରଣ କରି ବାଜା ରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ। ଶୁଦ୍ଧ ଓ ସାତ୍ତ୍ଵିକ ଭାବେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଉଦଯାପନୀ ଦିବସରେ ଠାକୁରଙ୍କ ଆଶିଷ ଲାଭ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Read More

ଭୁବନେଶ୍ବର: ଆଉ ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ। ଆପଣମାନେ ଏହାକୁ କପି କରି ମୋବାଇଲରେ ପଠାଇପାରିବେ ବାର୍ତ୍ତା-01 ତୁମ ବ୍ୟବସାୟ ବଢୁ ଦିନକୁ ଦିନ, ପରିବାରରେ ଆସୁ ସ୍ନେହ ଓ ପ୍ରେମ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-02 ତୁମ ଘରେ ବର୍ଷା, ହେଉ ଟଙ୍କା, ବାସ କରନ୍ତୁ ମା ଲକ୍ଷ୍ମୀ, ଦୂର ହେଉ ସମସ୍ତ ଦୁଃଖ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-03 ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା, ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-04 ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ ଲକ୍ଷ୍ମୀଙ୍କ ବାସ ହେଉ, ସଙ୍କଟର ନାସ ହେଉ, ଶାନ୍ତିର ବାସ ହେଉ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-05 ଆପଣଙ୍କର ସବୁ କାମ…

Read More

ଭୁବନେଶ୍ବର: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ଅକ୍ଷୟ ତୃତୀୟା ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ପର୍ବ ବେଶ ଗୁରୁତ୍ବ ବହନ କରେ। ଯେହେତୁ ଏହା ସବୁଠାରୁ ଶୁଭ ଦିନ ବୋଲି ବିବେଚନା କରାଯାଏ, ଏହି ଦିନ ସମସ୍ତ ଆଧ୍ୟାତ୍ମିକ ଏବଂ ବାସ୍ତୁ କାର୍ଯ୍ୟଗୁଡ଼ିକ ଆରମ୍ଭ କରାଯାଏ। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଏହି ଉତ୍ସବ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ୨୩ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ହେଲେ ଯଦି ଆପଣ ଏହାକୁ କିଣି ପାରିବେ ନାହିଁ ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ। ଏହା ବ୍ୟତୀତ, ଏପରି ୫ ଟି ଜିନିଷ ଅଛି ଯାହାକୁ ଆପଣ କିଣି ପାରିବେ। ଏହା ମଧ୍ୟ ସୁନା ପରି ସୁଖ ଏବଂ ସମୃଦ୍ଧତା…

Read More

ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବିବାଦ କରନ୍ତୁ ନାହିଁ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବକ୍ତବ୍ୟ ନିୟନ୍ତ୍ରଣ କରନ୍ତୁ । ଚିନ୍ତିତ ହେବେ। ବ୍ୟବସାୟ ଭଲ କରିବ। ନୂତନ ପାରସ୍ପରିକ କ୍ରିୟା ଲାଭବାନ ହେବ। ଆୟ ବୃଦ୍ଧି ପାଇବ। ସ୍ଥିର ପାଣ୍ଠି ପାଇ ନିବେଶ ବୃଦ୍ଧି ହେବାର ସମ୍ଭାବନା ଅଛି। ପେଟରେ ଅସୁବିଧା ହୋଇପାରେ। ମିଥୁନ ରାଶି- ବିବାଦ ଅସୁବିଧା ସୃଷ୍ଟି କରିବ। ଶାରୀରିକ କଷ୍ଟ ହେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ। ପାର୍ଥକ୍ୟ ବୃଦ୍ଧି ପାଇବ। କାହାଠାରୁ ସାହାଯ୍ୟ ଆଶା କରାଯାଏ ନାହିଁ।…

Read More

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲେକଜାଣ୍ଡର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ଧଳଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଆଲେକଜାଣ୍ଡର ଦାସ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଧଳ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କୋରେଇ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଧଳ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଆଲେକଜାଣ୍ଡର ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଦୀର୍ଘ ୧୨ ବର୍ଷ ହେଲା ବିଜେପି ପାଇଁ କାମ କରୁଥିଲି। ହେଲେ ଦୁଃଖର…

Read More

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ଦୁଇଟି ସ୍ଥାନରେ ପ୍ରଚାର କରି ଫେରିଛନ୍ତି। ସେ କଳାହାଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ସେ ରାୟଗଡା ଏବଂ ଭବାନୀପାଟଣାରେ ବିଶାଳ ଜନସମାବେଶକୁ ଡବଲ ଇଂଜିନ କରିବା ପାଇଁ କହିଛନ୍ତି। ସେ ଓଡିଶାର ଲୋକସଭା ନିର୍ବାଚନ ନେଇ ଏକ ଭବିଷ୍ୟବାଣୀ ଦେଇଛନ୍ତି। ତାହା ହେଲା ଯେ, ଗତଥର କୁଆଡେ ଲୋକଙ୍କୁ ପଚାରିବାରୁ ଓଡିଶାରେ ବିଜେପି ଆଠଟି ଆସନରେ ଜିତିବ ବୋଲି କହିଥିଲେ। ହେଲେ ଏଥର ଓଡିଶାରୁ ବିଜେପି ପୁରା 21 ରୁ 21 ଆସନ ଜିତିବ ବୋଲି କହିଲେଣି। ତେଣୁ ଓଡିଶାରେ ବିଜେପି ବେଶ ଭଲ କରିବ ବୋଲି ରାଜନାଥ କହିଛନ୍ତି। ସେହିପରି ସେ ଓଡିଶାରେ ଆୟୁଶ୍ମାନ ଭାରତ ଲାଗୁ ନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଏହାକୁ…

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ):-ବୁଧବାର ପୂର୍ବାହ୍ନରେ ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ କର୍ମୀଙ୍କୁ ନେଇ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ବିକାଶମୂଳକ ଯୋଜନା ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳର ଉର୍ଣ୍ଣତି ସାଙ୍ଗକୁ ପ୍ରତିଟି ଜନସାଧାରଣ ଉପକୃତ ହୋଇପାରିଛନ୍ତି।ଯାହାକି ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ କରାଇବା ସହ ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଏବଂ ସାଂସଦ ପ୍ରାର୍ଥି ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଉପସ୍ଥିତ କର୍ମୀମାନେ ସଂକଳ୍ପ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଏନଏସି ବିଜେଡି ସଭାପତି ଜୟନ୍ତ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଛି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ପୂର୍ବରୁ ତାଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ଅଭିଯୋଗ ରହିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଖୋଲମଖୋଲା ଲେଡି ଏମବିକେଙ୍କୁ ଧମକଚମକ ଦେଉଛନ୍ତି। ସେମାନେ ମିଶନ ଶକ୍ତି କାର୍ଯ୍ୟାରେ ନିୟୋଜିତ ଥିବା ବେଳେ ପ୍ରଶାନ୍ତ କଣ ପାଇଁ ଧମକ ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏଥିରେ କୁହାଯାଇଛି ଯେ, ଟାଙ୍ଗୀ ବ୍ଲକର ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସେ ଧମକ ଦେବାରେ ଲାଗିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ…

Read More

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଦମପୁରରେ ଜୋରଜାର ପ୍ରଚାର କରିଛନ୍ତି। ସେଠାରେ ସେ ସିଧା ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କଲେ। ହେଲେ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ ବୋଲି ପାଣ୍ଡିଆନ କହିଥିଲେ। ସେହିପରି ସେ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଆମେ ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବୁ, ରେଲୱେ ଷ୍ଟେସନ କରିବୁ, ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍‌ ଅଛି, କୋଉଠି ଟ୍ରେନ୍‌…

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଦାସଙ୍କ ସମେତ ସାମନ୍ତରାପୁର ସମବାୟସମିତି ସଭାପତି ବିଦ୍ୟାଧର କର୍ଣ୍ଣ, ରାଉତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ପୂର୍ବତନ ପିଏସ୍ ସଦସ୍ୟ ଦିଲୀପ ସାହୁ, ବିଚିତ୍ର ବିଶ୍ୱାଳ, ସମବାୟସମିତି ସଦସ୍ୟ ସୁକାଶ ସାମଲ, ବିଜେଡି ନେତା ପ୍ରଶାନ୍ତ କୁମାର ପାଢ଼ୀ, ଅର୍ଥଙ୍ଗା ଗ୍ରାମ ପଂଚାୟତ ନିତ୍ୟାନନ୍ଦ ଦଳାଇ, ରମେଶ ଚନ୍ଦ୍ର ଦାସ, ଏସ୍‌ସି ସେଲ୍ ନେତା ଶରତ ମଲ୍ଲିକ, ବିଜେଡି ନେତା ତ୍ରିଲୋଚନ ମଲ୍ଲିକ ଓ ଶ୍ରମିକ ନେତା ଆଶୁତୋଷ ପରିଡା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି…

Read More

ଟାଙ୍ଗୀ: ସାଧାରଣ ନିର୍ବାଚନ କୁ ଆଊ ମାତ୍ର କେଇଟା ଦିନ ବାକି ଅଛି। ସେଥିପାଇଁ ସାରା ରାଜ୍ୟରେ ଏବେ ନିର୍ବାଚନ ତାତି କାହିଁ ରେ କେତେ। ଏଥିପାଇଁ ସମସ୍ତ ରାଜ ନୈତିକ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ପତ୍ର ଦାଖଲର ସମୟ ସୀମା ଶେଷ ହେବା ପରେ ଏବେ ସମସ୍ତ ରାଜନୈତିକ ଦଳର ଭୋଟ ପାଇଁ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି। ସମସ୍ତଙ୍କୁ ମାତ ଦେବା ପାଇଁ ବିଜେଡି ମଧ୍ୟ୍ୟ ଅଣ୍ଟା ଭିଡିଛି। କର୍ମୀମାନଙ୍କ ମନରେ ଜୋସ ଭରିଦେବା ପାଇଁ ଆସନ୍ତା 9 ତାରିଖ ରେ 5 ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଟାଙ୍ଗୀ ଗସ୍ତରେ ଆସୁଛନ୍ତି। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ବିଜେଡି ଶିବିର। ଗସ୍ତକୁ ସଫଳ କରିବା ପାଇଁ ଆଜି ଟାଙ୍ଗୀ ବିଜେଡି ଦଳୀୟ କାର୍ଯ୍ୟାଳୟ ପରିସର ରେ ଏକ ପ୍ରସ୍ତୁତି ବୈଠକ ବ୍ଳକ ଉପାଧକ୍ଷ ଦୁର୍ଗା ପ୍ରସାଦ ନାଥ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ):-ବୁଧବାର ମଧ୍ୟାହ୍ନରେ ବାଲୁଗାଁ ୫ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ମା ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ସହ ଉତ୍ତରାୟଣୀ ମନ୍ଦିର ନିକଟରେ ଧକ୍କା ହୋଇଥିଲା। ଯାହାଫଳରେ ବାଇକଟି ବସ ସମ୍ମୁଖରେ ପଶି ଯାଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ରାଉତରାପଲ୍ଲୀ ଗ୍ରାମର ଉପେନ୍ଦ୍ର ଶତୃଶଲ୍ୟ (୬୨) ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ବାଲୁଗାଁ ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Read More

ଚିଲିକା(ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷରପାଟଣା ଛକ ଠାରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଉଭୟ ପ୍ରାର୍ଥୀ ବାଣପୁର ର ଆରାଧ୍ୟ ଦେବୀ ମା’ ଭଗବତୀ ଓ ମା’ ଟିକିରାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଏବଂ ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ। ଏହି ପଦଯାତ୍ରାରେ ସାଂସଦ ପ୍ରାର୍ଥୀ ପାତ୍ର କହିଥିଲେ ଯେ,ବିକଶିତ ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶ ମୋ ସଂକଳ୍ପ ତତସହିତ ବାଣପୁର ତଥା ଚ଼ିଲିକା ମାଟିକୁ ଏକ ସମୃଦ୍ଧଶାଳୀ ରେ ପରିଣତ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ…

Read More

ଭୁବନେଶ୍ବର: ଆଜି ବଡି ଭୋରରୁ ଗୋପାଳପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପୁଣିଥରେ ଓଡିଶାରେ ନବୀନ ସରକାର ଗଠନ ହେବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୧୯୯୯ ମହାବାତ୍ୟାକୁ ନେଇ ସେ ଭାବ ପ୍ରବଣ ହୋଇପଡିଥିଲେ। ସେ କହିଥିଲେ ଯେ, ମହାବାତ୍ୟା ବେଳେ ରିଲିଫରେ ପୁରୁଣା ଲୁଗା ଓଡିଶାକୁ ଆସୁଥିଲା। ତାହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ କଥା କହିବା ବେଳେ ଖୋଦ ପାଣ୍ଡିଆନ ମଧ୍ୟ ଭାବ ପ୍ରବଣ ହୋଇପଡିଥିଲେ। ଏହାପରେ ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ଜାଣିଛନ୍ତି ଯେ, ଓଡିଶାବାସୀ କଣ ଚାହୁଁଛନ୍ତି। ସେହି ଅନୁସାରେ ସେ କାମ କରୁଛନ୍ତି। ପାଣ୍ଡିଆନ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ କହିଥିଲେ ଯେ, ଓଡିଶାରେ ବିଜେପି…

Read More

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦଖଲ ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଯିବା ପରେ ବର୍ତ୍ତମାନ ଆସିଛି ବୈଧ ପ୍ରାର୍ଥୀ ତାଲିକା। ସେହି ଅନୁସାରେ ଚିଲିକା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି। ଖୋର୍ଦ୍ଧା ରିଟର୍ଣ୍ଣିଂ ଅଧିକାର କାର୍ଯ୍ୟାଳୟ ଅନୁସାରେ ଚିଲିକାରେ 5 ଜଣ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ଚିଲିକାରୁ ଏଥର କେହି ମହିଳା ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି। 1- ପୃଥୀରାଜ ହରିଚନ୍ଦନ- ବିଜେପି 2-ପ୍ରଦୀପ ସ୍ବାଇଁ- କଂଗ୍ରେସ 3-ରଘୁନାଥ ସାହୁ- ବିଜେଡି 4- ସଂଗ୍ରାମ କେଶରୀ ପରିଡା- ଆପ୍ 5- ସେଖ୍ କୌସର- ଜନତା ଦରବାର ପାର୍ଟି 6- ଭି କାମେଶ୍ବର ଆଚାରୀ- ସ୍ବାଧୀନ 7-ମନ୍ମଥ କୁମାର ସିଂ- ସ୍ବାଧୀନ 8- ଶକ୍ତିପଦ ନାଥ-…

Read More

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଧନା ପାଣ୍ଡେ, ବିରମିତ୍ରପୁରର ପୂର୍ବତନ କାଉନସିଲର ମହାଗଡଦେବୀ କୋଇଲି ଭଗତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିରମହାରାଜପୁରର ଆଶ୍ରୟ ମହାନନ୍ଦଙ୍କ ଦଳରୁ ବହିସ୍କାର କରାଯାଇଛି। ସେହିପରି ଫୁଲବାଣୀର ଟିକେଶ୍ୱର କହଁର, କଂଟାମାଳର ସୁଧାଂଶୁ ଡାଙ୍ଗ, ଦଶପଲ୍ଲାର ରବିନ୍ଦ୍ରନାଥ ସେଠୀ, ନୟାଗଡ ଜିଲ୍ଲା ଉପସଭାପତି ଇନ୍ଦୁମତି ନାୟକ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଂକର ଦାଶ, ମନୋଜ ପଟ୍ଟନାୟକ, କୋରାପୁଟ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥୀ ପାଟଣୀଆ ଏବଂ କୋ-ଅପରେଟିଭ ସେଲ ସଂଯୋଜକ କର୍ପୁର ହନ୍ତାଳଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Read More

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି। ଯାହାର ଶୀର୍ଷକ ରହିଛି- ମିଛ ମେନିଫେଷ୍ଟୋ… ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି। ନା କାମ କରିବି, ନା କାମ କରେଇଦେବି। ଶଙ୍ଖ ଭବନରେ ଆଜି ଏହି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ବଜେଡି ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଦଳର ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଛ ମେନିଫେଷ୍ଟୋରେ ଉଲ୍ଲେଖ କରାଯାଇଥିବା ୩ଟି ଦିଗ ଉପରେ ଉଭୟେ ଆଲୋକପାତ କରିଥିଲେ। ପ୍ରଥମ ଭାଗରେ ଓଡିଶା ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା କିଭଳି ପାଳନ କରେନାହିଁ ସେନେଇ ଉଲ୍ଲେଖ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସୁଯୋଗ ପାଇଲେ କେଉଁ ସବୁ ଯୋଜନାକୁ ଓଡିଶା ବିଜେପି ବନ୍ଦ କରିଦେବ ସେନେଇ ମଧ୍ୟ ବିଶଦ…

Read More

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ୨୦୧୪ ସାଧାରଣ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଶ୍ୱଜିତ ନାୟକ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କୋରେଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ବିଶ୍ୱଜିତ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି…

Read More