ଭୁବନେଶ୍ବର: ଆଜି କେନ୍ଦ୍ରାପଡାରେ ଧୂମଧଡାକ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ଏକ ଗୁଜବ ସୃଷ୍ଟି କରି ରାଜନୀତି କରୁଛନ୍ତି ବୈଜୟନ୍ତ ପଣ୍ଡା। ହେଲେ ରାଜନୀତିରେ ତାହାକୁ କେବେ ଲୋକେ ପସନ୍ଦ କରିବେ ନାହିଁ। ଏପରି ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ମହାପ୍ରଭୃ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ସେ କହିଛନ୍ତି ଯେ, ଗତଥର କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ। ଏଥର ମଧ୍ୟ ତାଙ୍କୁ ତାହାଠାରୁ ଆହୁରି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ପାଣ୍ଡିଆନ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀଙ୍କ ବେଶ ପାଖଲୋକ ଥିଲେ। ଏପରି କ୍ଷେତ୍ରରେ ଆପଣ କିପରି ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁଜବ କରିପାରୁଛନ୍ତି ବୋଲି ପାଣ୍ଡିଆନ…
Author: Samikhsya Bureau
ବ୍ରହ୍ମପୁର: ତେଜିଲା ବ୍ରହ୍ମପୁର ରାଜନୀତି। ଗତକାଲି ରାତିରେ ବ୍ରହ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ବିଧାନସଭା ପ୍ରାର୍ଥୀ ଶିବ ଦାସ। ଗତକାଲି ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାସଙ୍କ ଅଞ୍ଚଳରେ ଭୋଟି ଚାଲିଛି ବୋଲି ଅଭିଯୋଗ ହେଲା। ତାହା ଜାଣିବା ପାଇଁ ପ୍ରଦୀପ ଗୋସାଣୀନୂଆଗାଁ ଯାଇଥିଲେ। ସେଠାରେ ଶିବ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସେହି ଗହଳି ଭିତରେ ଶିବ ଶଙ୍କର ଦାସ ପ୍ରଦୀପଙ୍କ ଛାତିକୁ ଶକ୍ତ ମୁଥା ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପ୍ରଦୀପଙ୍କୁ ପ୍ରଥମେ ବ୍ରହ୍ମପୁର ହସପିଟାଲ ଏବଂ ଆଜି ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅଭିଯୋଗରେ ପୋଲିସ ଶିବଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି।
ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର ଘୋଷଣା ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଘୋଷଣା କରାଯାଇଛି। ସେହି ଅନୁସାରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହେଉଛି ୭୩.୯୭ ପ୍ରତିଶତ। ସେହିପରି ଅନ୍ୟାନ୍ୟ ସ୍ଥାନରେ ମତଦାନ ହାର ହେଲା.. ନବରଙ୍ଗପୁରରେ ୮୦.୨୨ ପ୍ରତିଶତ କୋରାପୁଟରେ ୭୬.୯୮ପ୍ରତିଶତ କଳାହାଣ୍ଡିରେ ୭୫.୭୧ ପ୍ରତିଶତ ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ ନୂଆପଡ଼ାରେ ୭୩.୮୭ ପ୍ରତିଶତ ଭବାନୀପାଟଣାରେ ୭୩.୮୦ ପ୍ରତିଶତ ବିଷମକଟକରେ ୭୭.୯୩ ପ୍ରତିଶତ ଛତ୍ରପୁରରେ ୬୩.୨୦ ପ୍ରତିଶତ ଚିକିଟିରେ ୬୩.୨୧ ପ୍ରତିଶତ ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ ଡାବୁଗାଁରେ ୮୫.୨୦ ପ୍ରତିଶତ ଧର୍ମଗଡ଼ରେ ୭୮.୮୫ ପ୍ରତିଶତ ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ ଗୋପାଳପୁରରେ ୬୦.୪୧ପ୍ରତିଶତ ଗୁଣପୁରରେ ୭୨.୫୩ ପ୍ରତିଶତ ଜୟପୁରରେ ୭୭.୪୮ ପ୍ରତିଶତ ଝରିଗାଁରେ ୮୪.୨୨ ପ୍ରତିଶତ ଜୁନାଗଡ଼ରେ ୭୮.୯୦ ପ୍ରତିଶତ ଖରିଆରରେ ୭୬ ପ୍ରତିଶତ କୋରାପୁଟରେ ୭୬.୨୮ ପ୍ରତିଶତ କୋଟପାଡ଼ରେ ୮୩.୯୨ ପ୍ରତିଶତ ଲକ୍ଷ୍ମୀପୁରରେ…
ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି। ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ…
ଭୁବନେଶ୍ବର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥି ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧିକ ଚିକିତ୍ସାପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ପିଞ୍ଜରାହାଡରେ ମାଡ ହୋଇଥିବାର ଜଣାପଡିଛି। ଗତକାଲି ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ଆଜି ସକାଳେ ତାଙ୍କୁ ଭୁବନେଶ୍ବର ଏମସ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ବ୍ରହ୍ମପୁରର ଗୋସାଣିନୂଆଗାଁରେ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ପ୍ରାର୍ଥୀ ଶିବ ଦାସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେଠାରେ ରାତି ସାତଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ତାହା ତଦାରଖ କରିବା ପାଇଁ ପ୍ରଦୀପ ସେଠାକୁ ଯାଇଥିଲେ। ଏ ନେଇ ଖୋଳତାଡ କରିବାକୁ ଶିବ ପାଣିଗ୍ରାହୀ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୋଲିସ ଶିବଙ୍କୁ ସେଠାରୁ କାବୁ କରି ଥାନାକୁ ନେଇଯାଇଥିଲେ। ହେଲେ ରାତିରେ ଶିବ ସମର୍ଥକ ଥାନା ଘେରାଉ କରି ତାଙ୍କୁ ଛାଡିଦେବା ପାଇଁ ଦାବୀ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁରରେ ଉତ୍ତେଜନା ପ୍ରକାଶ ପାଇଛି।
ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୃଙ୍କ ନାମରେ ମିଛ କହିଥିବା କଥାକୁ ଧରାପକାଇଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏ ନେଇ ନିଜେ ପାଣ୍ଡିଆନ ଏକ ଭିଡିଓ ଜାରୀ କରି କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଯେ, ନବେକଳବର ପାଇଁ କେନ୍ଦ୍ର ସରକାର 50 କୋଟି ଟଙ୍କା ଟ୍ରେଜେରୀରେ ଡିପୋଜିଟ କରିଆସିଛି। ହେଲେ ତାହାକୁ ରାଜ୍ୟ ସରକାର ଖର୍ଚ୍ଚ କଲେ ନାହିଁ। ହେଲେ ଏହା ସଂପୂର୍ଣ୍ଣ ମିଛ ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ, 50 କୋଟି ନୁହେଁ କେନ୍ଦ୍ର ସରକାର 10 କୋଟି ଅନୁମୋଦ କରିଥିଲେ। ତାହା ପର୍ଯ୍ୟଟନ ବିକାଶ ପାଇଁ ଅନୁମୋଦ ହୋଇଥିଲା। ହେଲେ ମିଳିଲା ମାତ୍ର 6 କୋଟି 50 ଲକ୍ଷ ବୋଲି ପାଣ୍ଡିଆନ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଅନ୍ତତଃ…
ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ସଂଗଠନକୁ ମଜବୁତ କରିବା ପାଇଁ ନେତାମାନଙ୍କୁ ନୂଆନୂଆ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ଅନୁସାରେ ପୁରୀ ଜିଲ୍ଲାପାଇଁ ଦଳ 27 ଜଣ ନେତାଙ୍କ ନୂଆ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ସେହିପରି ଶ୍ରୀ ସୌମ୍ୟକାନ୍ତ ଜେନା ଏବଂ ମଣ୍ଟୁ ଜେନାଙ୍କୁ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପିର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଶ୍ରୀ କାହ୍ନୁ ଚରଣ ଦାସଙ୍କୁ ଯାଜପୁର ଲୋକସଭା ସଂଯୋଜକ ଶ୍ରୀ ନିର୍ମଳ କୁମାର ଦାସଙ୍କୁ ବାଙ୍କୀ ବିଧାନସଭା ପ୍ରଭାରୀ ସରୋଜ ମତଗଜସିଂହଙ୍କୁ ବାଙ୍କୀ ବିଧାନସଭା ସଂଯୋଜକ ଶ୍ରୀ ସିକନ୍ଦର ଅଲ୍ଲିଙ୍କୁ ଆଠଗଡ ବିଧାନସଭା ପ୍ରଭାରୀ ପ୍ରକାଶ ବଡଜେନାଙ୍କୁ ବଡମ୍ବା ବିଧାନସଭା ପ୍ରଭାରୀ ସରୋଜ ରାଣାଙ୍କୁ ବଡମ୍ବା ବିଧାନସଭା ସଂଯୋଜକ ସତ୍ୟଜିତ୍ ମଲ୍ଲିକ କଟକ ସଦର ବିଧାନସଭା ପ୍ରଭାରୀ ଲିଙ୍ଗରାଜ ମଲ୍ଲିକଙ୍କୁ ସାଲେପୁର ବିଧାନସଭା ପ୍ରଭାରୀ ଚୌଧୁରୀ ହେମନ୍ତ ସାହୁଙ୍କୁ ସାଲେପୁର ବିଧାନସଭା ସଂଯୋଜକ ଅଶିତ୍ ମହାନ୍ତିଙ୍କୁ ମାହାଙ୍ଗା ବିଧାନସଭା ପ୍ରଭାରୀ ସୁବାଷ ମହାନ୍ତିଙ୍କୁ ବାରବାଟୀ ବିଧାନସଭା ସହପ୍ରଭାରୀ ସୁଶାନ୍ତ ସ୍ୱାଇଁଙ୍କୁ ନିମାପଡା ବିଧାନସଭା ସଂଯୋଜକ ମଣ୍ଡଳ ସଭାପତି ଅରୁଣ ମହାପାତ୍ର କଟକ ଜିଲ୍ଲା ବସନ୍ତପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କୁ କଟକ ଜିଲ୍ଲା ନରସିଂହପୁର ମଣ୍ଡଳ…
ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି କହିଥିଲେ, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ଶେଷ ହେବା ପରେ ଯେଉଁ ଫିଡବ୍ୟାକ୍ ଆସୁଛି, ତାହା ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ, ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରଦର୍ଶନ ଆହୁରି ଭଲ ରହୁଛି। ପ୍ରଥମ ପର୍ଯ୍ୟାୟରେ ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ୍ କରୁଛି। ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ। ଏହାହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ ଓ ସାଢେ ୪ କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ।
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତ। ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ଜନସଭାଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ। ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି,…
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିବାକୁ ଯାଉଛି । ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର । ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା…
ଭୁବନେଶ୍ବର: ଆଜି ଓଡିଶାର ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି। ଏଥିରେ ନୂଆପଡାରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ମତଦାନ ହୋଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ନୂଆପଡା ୬୬.୯୬% କଳାହାଣ୍ଡିରେ ୬୭.୩୭% ନବରଙ୍ଗପୁରରେ ୬୫.୦୭% ମାଲକାନଗିରିରେ ୫୩.୬୪% ରାୟଗଡାରେ ୬୨.୯୬% ଗଜପତିରେ ୬୩.୭୧% କୋରାପୁଟ ମତଦାନ: ୬୨.୯୬% ଜୟପୁର:୬୬.୫୮% ଲଷ୍ମୀପୂର :୫୮.୬୬% ପଟାଙ୍ଗୀ :୫୮.୫୦% ରାୟଗଡା:୬୩.୨୦% କୋଟପାଡ଼ :୬୫.୬୭% ବିଷମ କଟକ : ୬୭.୯୯% ଗୁଣୁପୁର :୫୭.୪୪% ବ୍ରହ୍ମପୁରରେ ୪୪.୩୯%
କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କର ଅଡୁଆ ବଢିଛି। କାରଣ ଆଜି କଟକ ଜେଏମଏଫସି ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରୀ କରିଛି। ଆସନ୍ତା 23 ତାରିଖ ଭିତରେ ଏହା ଉପରେ ପଦକ୍ଷେପ ନିଅ ବୋଲି କୋର୍ଟ ପୋଲିସକୁ ନିର୍ଦ୍ଦେଶ କରିଛନ୍ତି। ତାଙ୍କ ବିରୋଧରେ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ମାମଲା ଋଜୁ କରିଥିଲେ। ବର୍ଷାଙ୍କ ଏହି ମାମଲା ଚାଲିଥିବା ବେଳେ ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁଭବ ହାଜର ନ ହୋଇ ତାଙ୍କ ଓକିଲ ହାଜର ହେଉଥିଲେ। ଆଜି କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟି ଜାରି କରିଛନ୍ତି। ଏହାପରେ ଅନୁଭବଙ୍କୁ ପୋଲିସ ଗିରଫ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଅନୁଭବ ଉଚ୍ଚ ନ୍ୟାୟାଳୟକୁ ଅପିଲ କରିବାକୁ ଯାଆନ୍ତି ଏବଂ କୋର୍ଟ ତଳ କୋର୍ଟ ଅଡରକୁ ସ୍ଥଗିତ କରନ୍ତି ତେବେ ସେ ଛାଡ ପାଇବେ ବୋଲି ଜଣାପଡିଛି। ହେଲେ…
ଭୁବନେଶ୍ବର: ଆଜି ରାଜ୍ୟ ବିଜେପିରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ। ତାହା ହେଲା ଯେ, ପ୍ରଥମ ଥର ପାଇଁ ଦଳର ପାଞ୍ଚ ଜଣ ତୁଙ୍ଗ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଉ ତାହା ହେଉଛି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିସାରିଲେଣି। ସେଥିରେ ମଧ୍ୟ ସନ୍ତୁଷ୍ଠ ନ ହୋଇ ଆଜି ପାଞ୍ଚ ମହାରଥୀ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପୁଣି ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଯେଉଁ ପାଞ୍ଚ ରଥୀ ଥିଲେ, ସେମାନେ ହେଲେ ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀ। ତେବେ ଆଶ୍ଚର୍ଯ୍ୟର କଥା ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ କାର୍ଯ୍ୟାଳୟରେ କରାଯାଇ ନ ଥିଲା। ବରଂ ଏକ ତାରକା ହୋଟେଲରେ ଏହାର…
Odisha Election 2024: ଓଡିଶାରେ ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ମତଦାନ କଳାହାଣ୍ଡି ଏବଂ ନବରଂଗପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ ଏବଂ ନବରଙ୍ଗପୁର ରେ ୨୫.୩୦ ପ୍ରତିଶତ ମତଦାନ ହୋଇଛି। ସେହିପରି କୋରାପୁଟରେ ୨୪.୪୩ ପ୍ରତିଶତ ଏବଂ ବ୍ରହ୍ମପୁର ୧୮.୯୯ ପ୍ରତିଶତ ମତଦାନ ହୋଇଛି। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫ ଏବଂ ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।
ଭୁବନେଶ୍ବର: ଓଡିଶାରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ପ୍ରତିଶତ ଭୋଟ ହୋଇଛି ତାହାର ତଥ୍ୟ ଆସିଛି। ସେହି ଅନୁସାରେ ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଏଥିରେ କୋରାପୁଟରେ ସର୍ବାଧିକ ୧୩.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ ପ୍ରତିଶତ ଭୋଟଗ୍ରହଣ ହୋଇଛି। ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଯେଉଁ ମତଦାନ ହାର ରହିଛି ତାହା ହେଲା କୋରାପୁଟରେ ୧୩.୧୪ ପ୍ରତିଶତ ଗଜପତିରେ ୧୦.୨୦ ପ୍ରତିଶତ କଳାହାଣ୍ଡିରେ ୬.୮୧ ପ୍ରତିଶତ ମାଲକାନିଗିରିରେ ୯.୧୫ ପ୍ରତିଶତ ନବରଙ୍ଗପୁରରେ ୮.୮୭ ପ୍ରତିଶତ ନୂଆପଡାରେ ୯.୯୮ ପ୍ରତିଶତ ରାୟଗଡାରେ ୭.୫୨ ପ୍ରତିଶତ ଗଞ୍ଜାମରେ ୬.୮୧ ପ୍ରତିଶତ ମତଦାନ ହୋଇଛି
ଭୁବନେଶ୍ବର:ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି। ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ୟବସ୍ଥା କରାଯାଉଛି । ତେଣୁ ବ୍ୟସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ…
ଭୁବନେଶ୍ବର: ଆଜି ଓଡିଶାରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ ମୋଟ ଚାରିଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।
ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହିତ ଓଡିଶାରେ ଚାଲିଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ପାଇଁ ମତଦାନ ଚାଲିଛି। ଏଥର ଏହି ଚାରୋଟି ସଂସଦୀୟ କ୍ଷେତ୍ରରେ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି ।ସେହିପରି ଆଜି ଭୋଟ ହେଉଥିବା୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି। ତାଙ୍କ ଉପସ୍ଥିତି ନେଇ ଲୋକଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେ ଲୋକଙ୍କୁ କହିଥିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍ ଛାଡ କରିବ, ଜୁଲାଇରୁ ଆଉ ବିଲ୍ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ପଚାରିଲେ ମୁଖ୍ୟମନ୍ତ୍ରୀ, ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି, ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି। ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଥିଲେ। ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ଜନତାଙ୍କୁ ନବୀନ ନିବେଦନ କରିଥିଲେ। ଜୁନ୍ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଖୋର୍ଦ୍ଧା: ଆଜି ରାତିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା ସହରରେ ଏକ ବିଶାଳ ରୋଡ ସୋ କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଠାରୁ ନୁଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ସୋ କରିଛନ୍ତି। ସାଥିରେ ଥିଲେ ଭୁବନେଶ୍ୱର ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ଉଭୟ ପ୍ରାର୍ଥୀ କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ନବୀନବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ଜୁନ 9 ତାରିଖରେ ଶପଥ ନେବେ। ଆପଣମାନଙ୍କ ସହଯୋଗ ଆବଶ୍ୟକ। ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ ପାଇଁ ସେ ଆହ୍ବାନ ଦେଇଥିଲେ। ଜୁଲାଇ ରୁ ରାଜ୍ୟର 90%ଲୋକଙ୍କୁ ବିଜୁଳି ଦର ଦେବାକୁ ପଡିବ ନାହିଁ ବୋଲି କହିଥିଲେ…

