ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍ରେ ଯାତ୍ରା କରିଛନ୍ତି। ସେତିକି ନୁହେଁ ମୋ ବସ୍ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି। ବସ୍ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍କୁ ୪୦୦…
Author: Samikhsya Bureau
ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟପାଳିକା ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ନିଜ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି। ଜଷ୍ଟିସ ବିଦ୍ୟୁତ ରଂଜନ ବର୍ତ୍ତମାନ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି। ସେ କିଛିଦିନ ପାଇଁ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ସେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶପଥ ପାଠ କରାଇଥିଲେ। ନୟାଗଡ ଜିଲ୍ଲା ଓଡଗାଁରେ 1962 ମସିହାରେ ଜନ୍ମିତ ଜଷ୍ଟିସ ବିଦ୍ୟୁତ ରଂଜନ 1985 ମସିହାରୁ କଟକ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ବିଚାରପତି ଭାବେ ନିଯୁକ୍ତ ହୋଇ ଓଡିଶା କୋର୍ଟରେ କାର୍ଯ୍ୟ କରିଆସୁଛନ୍ତି।
ଭୁବନେଶ୍ବର: ଓଡିଶାର ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବ ଶିଘ୍ର ନୂଆ ବିଜେପି ସରକାର ବିଭିନ୍ନ ଭତ୍ତା ଟଙ୍କା ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏହାକୁ ମାସିକ ୩୦୦୦ ଟଙ୍କା ବୃଦ୍ଧି କରାଯିବାକୁ ଚିନ୍ତା କରାଯାଉଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ, ମାସିକ ତିନି ହଜାର ଟଙ୍କା ଭତ୍ତା ବୃଦ୍ଧି କଲେ ତାହା କେତେ ଆର୍ଥିକ ବୋଝ ପଡିବ ସେ ନେଇ ଅର୍ଥ ବିଭାଗ ସହିତ ଆଲୋଚନା କରାଯାଉଛି। ଅର୍ଥ ବିଭାଗର ଅନୁମୋଦନ ପରେ ତାହା କାର୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ଟଙ୍କା ୧୦୦୦ ରୁ ୧୨୦୦ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।
ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ ସିଲଭିକଲ୍ଚର ଗାର୍ଡେନ୍, କଳିଙ୍ଗ ନଗରର ଡ. ଏପିଜେ ଅବଦୁଲ କଲାମ ପାର୍କ ଏବଂ କଳିଙ୍ଗ ନଗରର କେ-୭ରେ ଥିବା ୱେଷ୍ଟ ଟୁ ଆର୍ଟ ପାର୍କ ପରିଦର୍ଶନ କରିଥିଲେ। ଭୁବନେଶ୍ୱରର ପ୍ରମୁଖ ସହରାଞ୍ଚଳ ଫରେଷ୍ଟ ପାର୍କ ଆନନ୍ଦବନରେ ମନ୍ତ୍ରୀ ସମୟ ଅତିବାହିତ କରିଥିଲେ। ସ୍ୱର୍ଣ୍ଣ ଚମ୍ପା ଚାରା ରୋପଣ କରିବା ସହ ଖୋଲା ପାଠାଗାର, ଆମ୍ଫିଥିଏଟର, ପାର୍କିଂ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ। ସ୍ଥାନୀୟ ଜୀବିକାକୁ ସମର୍ଥନ କରିବା ପାଇଁ ସେ ଆନନ୍ଦବନ ମଧ୍ୟରେ ଏକ ଫୁଲ ବଗିଚା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମଗ୍ର ସହରରେ ଅନୁରୂପ…
Hathras Stampede: ଆଜି ଉତ୍ତର ପ୍ରଦେଶର ହାଥ୍ରାସର ସତସଂଗରେ ଘଟିଥିବା ଦଳଚକଟା ମୃତ୍ୟୁ ସଂଖ୍ୟା ୧୧୬ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୧୦୮ ଜଣ ମହିଳା ଥିବା ବେଳେ ସାତ ଶିଶୁଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି। ସେଠାରେ ପ୍ରବଳ ଭିଡ ଯୋଗୁଁ ଏହି ଦଳ ଚକଟା ହୋଇଥିବାର ସ୍ପଷ୍ଟ ହୋଇଛି। ସେଠାରେ ଥିବା ଅଟୋ ଏବଂ ବସରେ ଶବଗୁଡିକୁ ଡାକ୍ତରଖାନା ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ଏକ କମିଟ ଦ୍ବାରା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇ ସମସ୍ତ ସାହାଯ୍ୟ ଯୋଗାଇ ଦେବାରେ ଲାଗିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରି ବିରୋଧୀ ଦଳର ନେତା ମଧ୍ୟ ଜଣେ ବ୍ୟକ୍ତିଗତ ସଚିବ ରଖିପାରିବେ। ସେହି ହିସାବରେ ଶ୍ରୀ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ମହାପାତ୍ର ଜଣେ ଦକ୍ଷ ଅଫିସର ଭାବେ ଲୋକସେବା ଭବନରେ ବେଶ ପରିଚିତ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି। ସେ ପୁଣି କହିଲେ ଯେ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ। ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ…
ଭୁବନେଶ୍ୱର: ବିଶ୍ୱାସ ରହିଲେ ହୋମିଓପ୍ୟାଥିକ ଔଷଧ ଦ୍ୱାରା ସମସ୍ତ ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳିବ ବୋଲି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଭୁବନେଶ୍ୱର ସ୍ଥିତ ଦେଶର ପ୍ରଥମ ଡିଗ୍ରୀ କଲେଜ ଡା ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୫୬ ତମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ ପୁରାତନ ଛାତ୍ର ସଂସଦ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ଡା ସାମୁଏଲ ହ୍ୟାନିମ୍ୟାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଛ ଅର୍ପଣ କରିଥିଲେ। ରାଜ୍ୟର ସର୍ଵ ପୁରାତନ ଓ ଦେଶର ପ୍ରଥମ ହୋମିଓପ୍ୟାଥିକ ଭେଷଜ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ପ୍ରକାର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ଅଭିହିତ କରିଥିଲେ ମହାବିଦ୍ୟାଳୟ ରେ ଭିତ୍ତିଭୂମିର ଅଭାଵ ସଙ୍ଗକୁ ମାନବ ସମ୍ବଳ ବିକାଶ ପାଇଁ ପଦକ୍ଷେପ…
ଭୁବନେଶ୍ବର: ସରକାର ବଦଳିବା ସହିତ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ମଧ୍ୟ ହୋଇଯାଉଛି। କେବଳ ନାମ ନୁହେଁ ଏପରିକି ରଂଗ ମଧ୍ୟ ବଦଳି ଯାଉଛି। ଯାହାର ଜ୍ବଳନ୍ତ ଉଦାହରଣ ହେଲା ଲକ୍ଷ୍ମୀ ବସ ସେବା। ବିଜେଡି ସରକାର ବେଳେ ଏହି ସେବା ଆରମ୍ଭ ହୋଇଥିଲା। ଏବେ ବିଜେପି ସରକାର ଆସିବା ପରେ ସେ ସବୁର ପରିବର୍ତ୍ତନ କରି ଦେଉଛନ୍ତି। ପ୍ରଥମେ ଏହି ସେବାର ନାମ ଲକ୍ଷ୍ମୀ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବସ ସେବା ଭାବେ ନାମକରଣ କରାଯାଇଛି। ଫଳରେ ସବୁ ଲକ୍ଷ୍ମୀ ବସରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଆରମ୍ଭ କରାଯାଇଛି। ସେତିକି ନୁହେଁ ଏହି ବସର ରଂଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବର ବିଜେଡି ସରକାରର ଶାଗୁଆ ରଂଗ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ବିଜେପି ସରକାରର ଗେରୁଆ ରଂଗ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ଭୁବନେଶ୍ବର: ଏଣିକି ନିଜ ବାଡିରେ ଥିବା ତାଳ ଗଛକୁ କାଟିପାରିବ ନାହିଁ। ଯଦି କାଟିବ ତେବେ ଶାଗୁଆନ ଗଛ ପରି ଅନୁମତି ନେବାକୁ ପଡିବ। ଏହି ଅନୁମତି ଜଙ୍ଗଲ ବିଭାଗ ପ୍ରଦାନ କରିବ। ଏହିପରି ଏକ କଠୋର ନିୟମ ଖୁବ ଶିଘ୍ର ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି। କାରଣ ବର୍ତ୍ତମାନ ରାଜ୍ୟରେ ତାଳଗଛ ହ୍ରାସ ପାଇବା ଦ୍ବାରା ଅଧିକ ବଜ୍ରପାତ ମୃତ୍ୟୁ ହେଉଛି ବୋଲି କୁହାଯାଇଛି। ପୂର୍ବପରି ଯେପରି ତାଳ ଗଛ ଥିଲା ତାହା ଧିରେଧିରେ କମିବାରେ ଲାଗିଛି। ସେଥିପାଇଁ ବଜ୍ରପାତ ସିଧା ମାଟି ଉପରେ ପଡି ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ତାଳଗଛ ଏକମାତ୍ର ସାହା ଭରସା ବୋଲି ଜଣାପଡିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ତାଳ ଗଛ ରୋପଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଛି।
ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆର୍ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (PPP) ମାଧ୍ୟମରେ ଉପଲବ୍ଧ ହେବ ଏବଂ ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ସମୟ ସମୟରେ ମନିଟରିଂ କରାଯିବ। ଏହି ସଂସ୍ଥାଗୁଡିକ ଚୁକ୍ତିନାମା ପରିସରଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ। ତଥାପି ଚୁକ୍ତି ଅବଧି ମଧ୍ୟରେ ଏହି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା ପରିଚୟପତ୍ରର ଯାଞ୍ଚ କରାଯିବ ଯେ, ସେମାନେ ଏହି ସେବା ପ୍ରଦାନ ନିମନ୍ତେ ଯୋଗ୍ୟ ଅଟନ୍ତି କି ନା। ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ପରିଚୟପତ୍ରର ଯାଞ୍ଚ କରି ବିଭାଗକୁ ପଠାଇବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ…
ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ‘ଶ୍ରୀଜଗନ୍ନାଥ’ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର। ଏହି ଚିତ୍ରଶିଳ୍ପୀ ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଅଂଶଗ୍ରହଣ କରି ରଙ୍ଗ ଓ ତୁଳୀର କାନ୍ଭାସ ଉପରେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ବନ୍ଧୀୟ ଚିତ୍ରକଳା ଅଙ୍କନ କରିବେ। ଏହି ଚିତ୍ରକଳା ଶିବିରକୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, କଳିଙ୍ଗ ସମ୍ମିଳନୀ କକ୍ଷ ପାନ୍ଥନିବାସ, ଭୁବନେଶ୍ୱରଠାରେ ଶୁଭ ଉଦ୍ଘାଟନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉପରେ ପର୍ଯ୍ୟବେଶିତ ଚିତ୍ରକଳାଗୁଡ଼ିକର ମାଧୁର୍ଯ୍ୟ ଭକ୍ତ ଏବଂ କଳାପ୍ରେମୀମାନଙ୍କୁ ଆକୃଷ୍ଟ ଏବଂ ଆତ୍ମନ୍ଦିତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ମଧୁସୂଦନ ଦାସ,…
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡିଶା କିନ୍ନର ସମାଜର ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ସଭାପତି ପ୍ରିୟା, ବାଲେଶ୍ୱର ଜିଲ୍ଲା ସଭାପତି ପ୍ରିୟା, କେନ୍ଦୁଝର ଜିଲ୍ଲା ସଭାପତି ପ୍ରାଚୀ, ଯାଜପୁର ଜିଲ୍ଲା ସଭାପତି ସୁନିତା, ବରଗଡ ଜିଲ୍ଲା ସଭାପତି ମେହେନ୍ଦି, କେନ୍ଦ୍ରାପଡା ଜିଲ୍ଲା ସଭାପତି ଏଲିନା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ। ସେମାନେ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ସାଥୀ ମେନକା କିନ୍ନର ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ସହରରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପୁରୀ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିଦ୍ୟୁତ ସରବରାହ ଜନିତ ପ୍ରତିଷେଧକ ଓ ରକ୍ଷଣାବେକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଚଳିତ ବର୍ଷ ଗ୍ରୀଡ଼୍ଗୁଡ଼ିକର ସୁପରିଚାଳନା ନିମନ୍ତେ ପ୍ରତି ଗ୍ରୀଡ଼୍ରେ କଣ୍ଟ୍ରୋଲ ରୁମ୍ମାନ ଖୋଲାଯାଇ ବିଦ୍ୟୁତ ସରବାରାହକୁ ନିୟନ୍ତ୍ରିତ କରାଯିବ । ସହରର ସମସ୍ତ ଗ୍ରୀଡ଼୍ ଏସ୍ଡ଼ିଓଙ୍କ ଅଧିନରେ ପରିଚାଳିତ ହେବା ସହ ପ୍ରତି ସବ୍ଷ୍ଟେସନ୍ରେ ଦକ୍ଷ ଇଂଜିନିୟରମାନେ ନିୟୋଜିତ ହେବେ ଏବଂ ଓପିଟିସିଏଲ୍…
ଭୁବନେଶ୍ୱର: ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି। ନବ ଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସଂପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ। ବୈଠକରେ ଆଗାମୀ ବଜେଟ୍ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ନୂଆ ପଦବୀରେ ନିଯୁକ୍ତି ଦୁଇ ବରିଷ୍ଠ ଆଇଏଏସ। ସେମାନେ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ। ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀ ଆହୁଜା। ସେ କେନ୍ଦ୍ରୀୟ ଡେପୁଟେସନରୁ ଆସିବା ପରେ ତାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅବସ୍ଥାପିତ ନିକୁଞ୍ଜ ବିହାରୀ ଧଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କୁ ଗତକାଲି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଉଭୟ ନୂଆ ପଦବୀରେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।
ଭୁବନେଶ୍ୱର: ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳରେ ମିଶ୍ରଣ ଓ ନିଲମ୍ବନ କାର୍ଯ୍ୟ ଜାରୀ ରହିଛି। ସେହିପରି ପଦକ୍ଷେପ ଭାରତୀୟ ଜନତା ପାର୍ଟି ଗ୍ରହଣ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦଳ ବହିସ୍କାର କରିବାରେ ଲାଗିଛି। ସେହିପରି ଗତକାଲି ଦଳ ଜଣେ ଭୁବନେଶ୍ବର କର୍ପୋରେଟରଙ୍କୁ ବହିସ୍କାର କରିଛି। ଦଳ ତରଫରୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର-ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ତଥା ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୪ କର୍ପୋରେଟର ଶ୍ରୀ ସୁକୁମାର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା’।
ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି। ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିଭାବେ ପଠାଇଛନ୍ତି। ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ। ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ। ନିର୍ବାଚନ ପୂର୍ବରୁ ଦିିଆଯାଇଥିବା ବାର୍ତା “ଆମେ ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ”କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କାର୍ଯ୍ୟକର୍ତା। ଗତ ୨୫ ବର୍ଷରେ ଯାହା ହୋଇନି ଆସନ୍ତା ୫ବର୍ଷରେ ପରିଶ୍ରମ କରି ବିଜେପି ସରକାର ତାହା ସମ୍ଭବ କରି ଦେଖାଇବ ବୋଲି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ନୂତନ ବିଧାୟକ ଓ ସାଂସଦମାନଙ୍କୁ “ସମ୍ବର୍ଦ୍ଧନା ସଭା”ରେ ବିଜେପି ରାଜ୍ୟ ସଭାପତି…
ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବେ। ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଖୁବ ଶିଘ୍ର ସେ ଏହି କାର୍ଯ୍ୟରୁ ଅବ୍ୟାହତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଥା ବୁଝିବା ପାଇଁ ଜଣେ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥାଏ। ସାଧାରଣତଃ ପ୍ରିନସପାଲ ସଚିବ ଏହି ପଦବୀରେ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ଦାୟିତ୍ବରେ ରହିବେ। ତେବେ ଏହି ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିଥିଲା। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭି କେ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଥିବାରୁ କାହାକୁ ଏହି ପଦବୀରେ ନିଯୁକ୍ତି ଦିଆଯାଇ ନ ଥିଲା।
ଭୁବନେଶ୍ୱର: ଯୁବ ଜ୍ୟୋତିର୍ବିଜ୍ଞାନୀ ମେଧା ଅନ୍ବେଷଣ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ସେମାନଙ୍କର ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନ ନିମନ୍ତେ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମ ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଅହମଦାବାଦ ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରାଜ୍ୟର ତଥା ଦେଶର ସୁନାମ ଅର୍ଜନ କରିବା ପାଇଁ ସେ ଆହ୍ୱାନ କରିଥିଲେ। ଚୟନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ମହାକାଶ ପ୍ରୟୋଗ କେନ୍ଦ୍ର,…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ଫଳ ସ୍ୱରୂପ ଜାତୀୟ ଇନ୍ଫର୍ମେଟିକ୍ ସେଣ୍ଟର (ଏନ୍ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ। ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ…

