Author: Samikhsya Bureau

ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦ୍ବିଶତକ ସହାୟତାରେ ଚତୁର୍ଥ ଆସେସ୍‌ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି ଅଷ୍ଟ୍ରେଲିଆ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୯୭/୮ରେ ପାଳି ଘୋଷଣା କରିଥିବା ବେଳେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୩ ରନ୍‌ରେ ଗୋଟିଏ ଓ୍ବିକେଟ୍‌ ହରାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍‌ ସ୍ମିଥ୍‌ (୨୧୧) ରନ୍‌ ସଂଗ୍ରହ କରିଥିବା ବେଳେ ଟିମ୍‌ ପେନ୍‌(୫୮), ମାର୍ନସ୍‌ ଲାବୁଶ୍ଚାଞ୍ଜେ(୬୭) ରନ୍‌ ଏବଂ ମିଚେଲ ଷ୍ଟାର୍କ(୫୪*) ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରୋଡ୍‌ ୯୭ ରନ୍‌ରେ ୩ ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଜ୍ୟାକ୍‌ ଲିଚ୍‌ ଏବଂ କ୍ରେଗ୍‌ ଓଭରଟନ୍‌ ୨ ଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ଜୋ ରୁଟ୍‌ ସ୍ମିଥ୍‌ଙ୍କ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ଗତକାଲିର ଖେଳ ୧୭୦/୪ ରୁ ଆରମ୍ଭ କରି ୧୮୩ ରନ୍‌ରେ ଟ୍ରାଭିସ୍‌ ହେଡ୍‌(୨୩)ଙ୍କୁ ହରାଇଥିଲା। ଏହା ପରେ ମାଥ୍ୟୁ ଓ୍ବାଡେ(୧୬) ଙ୍କ ସହିତ ସ୍ମିଥ୍‌ ୪୧ ରନ୍‌ ଯୋଡିଥିଲେ।…

Read More

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରତିବାଦରେ ଆଜି ଗଜପତି ମହାରାଜାଙ୍କ ନେତୃତ୍ବରେ ଏକ ବୈଠକ ବସିବ । ଏହି ବୈଠକ ଦିନ 11ଟାରେ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଏବଂ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଯୋଗ ଦେବେ ବୋଲି ଜଣାପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ମାମଲାର ଆମିକସ କ୍ୟୁରୀ ରଣଜିତ କୁମାର ଶୁକ୍ରବାର ଦିନ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଶନିବାର ଦିନ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ଚତୁଃର୍ପାର୍ଶ୍ବ ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Read More

ବାହାମାସ୍‌ରେ ତାଣ୍ଡବ ମଚାଇଛି ହରିକେନ୍‌ ଡୋରିଆନ୍‌। ଏହି ପ୍ରଳୟଙ୍କାରୀ ହରିକେନ୍‌ରେ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଛି। ଗୁରୁବାର ବିଳମ୍ବିତ ରାତିରେ ବାହାମାସ୍‌ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍‌ ଏହି ସୂଚନା ଦେଇଛନ୍ତି। ସେହିପରି ଅନେକ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନଥିବା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ହରିକେନ୍‌ଟି ଏହି ଦ୍ବୀପ ରାଷ୍ଟ୍ରକୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି। ଏହି ଝଡରେ ସମୁଦାୟ ୧୩ ହଜାର ଘର ଭାଙ୍ଗି ଯାଇଥିବା ବେଳେ ଆବାକୋସ୍‌ ଏବଂ ଗ୍ରାଣ୍ଡ ବାହାମାର ୪୫ ପ୍ରତିଶତ ଅଞ୍ଚଳ କ୍ଷତିଗ୍ରସ୍ତ କରିଛି।

Read More

ଆମେରିକୀୟ ଟେନିଗସ୍‌ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନ୍‌ କଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ସହିତ ସେରେନା ନିଜ କ୍ୟାରିୟରର ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ବିଶ୍ବ ମାନ୍ୟତାର ୫ ନମ୍ବର ସ୍ଥାନରେ ରହିଥିବା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରି ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସେମି ଫାଇନାଲ୍‌ରେ ସେରେନା ୬-୩, ୬-୧ ସେଟ୍‌ରେ ଏଲିନାଙ୍କୁ ପରାସ୍ତ କରିଛନ୍ତି। ସେରେନା ନିଜ କ୍ୟାରିୟରର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ବିଗତ 6 ମାସ ମଧ୍ୟରେ ଏହା ତାଙ୍କର ଚତୁର୍ଥ ଗ୍ରାଣ୍ଡସ୍ଲାମ ଫାଇନାଲ୍‌। ଏହି ବିଜୟ ସହିତ ସେରେନା ୟୁଏସ୍‌ ଓପନ୍‌ରେ ନିଜର ୧୦୧ ତମ ବିଜୟ ହାସଲ କରି କ୍ରିସ୍‌ ଏଭର୍ଟଙ୍କୁ ଅତିକ୍ରମ କରିଛନ୍ତି।

Read More

ବ୍ରହ୍ମଗିରିରେ ଏକ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରହ୍ମଗିରିର ରେବଣା ନୂଆଗାଁ ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ଘଟିଛି । ଅଢେଇ ମାସର ଶିଶୁର ମୃତ୍ୟୁ ଘଟିବା ପରେ ପରିବାର ଲୋକ ଶିଶୁର ମୃତଦେହକୁ ଧରି ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି । ବୁଧବାର ଦିନ ପୋଲିଓ ଟୀକା ନେବା ପରେ ଶିଶୁଟି ଅସୁସ୍ଥ ହୋଇ ପଡିଥିଲା । ଟୀକାକରଣ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ଧାରଣାରେ ବସିଛନ୍ତି ।

Read More

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ବିକାଶ ପାଇଁ ପ୍ରସ୍ତୁତ ଯୋଜନା ଜମ୍ମୁ କାଶ୍ମୀରରେ ଲାଗୁ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ମନ୍ତ୍ରାଳୟର ବିଭିନ୍ନ କର୍ମଚାରୀ ଗୁରୁବାର ଦିନ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ (ଡୋନର)ର ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ମତ ଦେଇ କହିଛନ୍ତି, ସରକାର ଜମ୍ମୁ କାଶ୍ମୀରରେ ଏହି ବିକାଶ ମଡେଲ ଲାଗୁ କରିବା ନେଇ ବିଚାର କରୁଛନ୍ତି । କମିଟି ଜମ୍ମୁ କାଶ୍ମୀର ଗସ୍ତ ପରେ ନିଜର ରିପୋର୍ଟ ପ୍ରଦାନ କରିବା ପରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଗତ 5 ବର୍ଷ ମଧ୍ୟରେ ଏହି ଯୋଜନାରେ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକର ବିକାଶ ସମ୍ଭବ ହୋଇଛି । ବର୍ତ୍ତମାନ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇ ସାରିଥିବାରୁ ଏହି ମଡେଲ ଲାଗୁ କରାଯାଇ…

Read More

ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକର 40 କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଫୋନ ନମ୍ୱରର ଡାଟା ଲିକ ହୋଇଛି । ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତିନି ଦେଶର ୟୁଜର୍ସଙ୍କ ଉପରେ ଏହାର ପ୍ରଭାବ ପଡିଛି । ଫୋନ ନମ୍ୱର ସହ ବ୍ୟବହାରକାରୀଙ୍କ ଏଜେଣ୍ଡା, ଲୋକେସନ ମଧ୍ୟ ଲିକ ହୋଇଛି । ନ୍ୟୁଜ ୱେବସାଇଟ ଟେକ କ୍ରଞ୍ଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମେରିକାରେ 13.3 କୋଟି ବ୍ୟବହାରକାରୀ, ଭିଏତନାମରେ 5 କୋଟି ଏବଂ ବ୍ରିଟେନର 1.8 ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଛି । ସମୁଦାୟ 41.9 କୋଟି ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‌ ହୋଇଥିବା ଜଣାପଡିଛି ।

Read More

ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ 5 ଓ୍ବିକେଟ୍‌ ହରାଇ 271 ରନ୍‌ ସଂଗ୍ରହ କରିଛି । ଆଫଗାନିସ୍ତାନ ପକ୍ଷରୁ ଏହି ମ୍ୟାଚ୍‌ରେ ରେହମତ ଶାହା ଶତକ ହାସଲ କରିଛନ୍ତି । ପ୍ରଥମ ଆଫଗାନୀ ଖେଳାଳି ଭାବରେ ଟେଷ୍ଟ ଇତିହାସରେ ନିଜ ନାମ ଲିପିବଦ୍ଧ କରିଥିଲେ ରେହମତ ଶାହ । ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ରେହମତ ଶାହ 10 ଚୌକା ଏବଂ 2 ଛକ୍କା ସହାୟତାରେ 102 ରନ୍‌ ସଂଗ୍ରହ କରିଥିବା ବେଳେ ଅସଘର ଆଫଗାନ ଖେଳ ଶେଷ ବେଳକୁ 88 ରନ୍‌ରେ ବ୍ୟାଟିଂ କରୁଛନ୍ତି । ଆଫଗାନିସ୍ତାନ 77 ରନ୍‌ରେ 3ଟି ଓ୍ବିକେଟ୍‌ ହରାଇଥିବା ବେଳେ ଶାହ-ଆଫଗାନ 120 ରନ୍‌ ଯୋଡିଥିଲେ । ଏହାପରେ ମହମ୍ମଦ ନବୀ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ଖେଳ ଶେଷବେଳକୁ ଅଫସର ଜଜାଇ(35) ଏବଂ ଆଫଗାନ(88) ଅବିଭାଜିତ…

Read More

ଆଜି ‘ ପଲ୍‌ ପଲ୍‌ ଦିଲକେ ପାସ’ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି । ୨ ମିନିଟ୍‌ ୧୭ ସେକେଣ୍ଡର ଏହି ଟ୍ରେଲର୍‌ରେ  ଲଦାଖ ଓ ହିମାଚଳ ପ୍ରଦେଶର ସୁନ୍ଦର ଲୋକେଶନ୍‌ ରହିବା ସହିତ ଆକ୍ସନ ଓ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ବଲିଉଡ୍‌ର ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁତ୍ର କରନ୍‌ ଦେଓ୍ବଲ୍‌ ବଲିଉଡ୍‌ ଡେବ୍ୟୁ କରିଥିବାବେଳେ ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି  ନବାଗତା ସାହିର୍‌ ବାମ୍ବା । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ସୁପରଷ୍ଟାର ସନ୍ନି ଦେଓଲ । ଏହି ରୋମାଣ୍ଟିକ୍‌ ଡ୍ରାମ ଫିଲ୍ମଟି  ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ। ତେବେ ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍‌ ଶ୍ରୁତିମଧୁର ହେବା ସହିତ ଶ୍ରୋତାଙ୍କୁ ବେଶ୍‌ ପସନ୍ଦ ଆସିଛି ।

Read More

ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି ।  ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା, ନୂଆପଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଥିବାବେଳେ ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାକୁ କୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଋଷ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଭ୍ଲାଡିଭୋଷ୍ଟକରେ ଅନୁଷ୍ଠିତ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ମୋଦି । ଏହି ସମ୍ମିଳନୀରେ ଅଭିଭାଷଣ ପ୍ରଦାନ ସମୟରେ ଭାରତ ସରକାର ସାଇବେରିଆର ବିକାଶ ପାଇଁ 1 ବିଲିୟନ୍‌ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ଉପସ୍ଥିତିରେ ମୋଦି ଏହି ଘୋଷଣା କରିଛନ୍ତି । ଯେତେବେଳେ ଅନ୍ୟ ଦେଶର ନାଗରିକଙ୍କ ଉପରେ କଟକଣା ଥିଲା, ସେତେବେଳେ ଭ୍ଲାଡିଭୋଷ୍ଟକ ଭାରତୀୟଙ୍କ ପାଇଁ ମୁକ୍ତ ଥିଲା । ଭାରତରେ ଆମେ ସବ୍‌କା ସାଥ୍‌ ସବ୍‌କା ବିକାଶ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ଦିଗରେ କାମ କରୁଛୁ। ଭାରତ-ଋଷର ସମ୍ପର୍କ ଖୁବ୍ ମଜବୁତ। ଭ୍ଲାଡିଭୋଷ୍ଟକଦୁଇ ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଭାରତ ଏହି ସ୍ଥାନରେ ଶକ୍ତି ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ…

Read More

ବିଦ୍ୟୁତ ଚୋରି ରୋକିବାକୁ ଏକ ଅଭିନବ ଉପାୟ ଗ୍ରହଣ କରିଛି ସେସୁ । ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର । ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୃପକ୍ଷ । ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ସୂଚନାଦାତାଙ୍କୁ ପ୍ରଦାନ କରାଯିବ । ସମୀକ୍ଷା ବୈଠକ ପରେ ଏ ସଂକ୍ରାନ୍ତରେ ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏଥର ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା । ମହିଳାମାନେ ବିଲ୍‌ ଆଦାୟ ଓ ଇ-ପେମେଣ୍ଟରେ କାମ କରିବେ ବୋଲି ସିଇଓ କହିଛନ୍ତି ।ସେହିଭଳି ଗାଁରେ ସେସୁର ନେଟୱାର୍କ ବଢାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

Read More

କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଏୟାରସେଲ ମାକ୍ସିସ୍‌ ମାମଲାରେ ରିହାତି ମିଳିଛି । ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଉଭୟଙ୍କୁ ଦିଲ୍ଲୀର ଏକ କୋର୍ଟ ରିହାତି ପ୍ରଦାନ କରିଛନ୍ତି । ଏୟାରସେଲ ମାକ୍ସିସ୍‌ର 3500 କୋଟି ଚୁକ୍ତିରେ 800 ମିଲିୟନ୍‌ ଡଲାରର ପୁଞ୍ଜିନିବେଶ ମାମଲାରେ ଗିରଫ କରିବା ପାଇଁ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ରାୟ ପ୍ରକାଶ ପରେ କର୍ତ୍ତୀ ସନ୍ତୋଷ ପ୍ରକାଶ କରିବା ସହିତ ଶେଷରେ ଆମେ କିଛି ମାମଲାରେ ବିଜୟ ହାସଲ କଲୁ ମୋଲି କହିଥିଲେ । ରାଜନୈତିକ ଅଭିସନ୍ଧି ରଖି ଦେଶରେ ପ୍ରଥମ ଥର ପାଇଁ କୌଣସି ମାମଲାକୁ ଏପରି ଟଣା ଯାଉଥିବାର ଅଭିଯୋଗ କରିଛନ୍ତି କର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବରେ ଗଠିତ କମିଟି ଏହି ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ କେବଳ ଅର୍ଥମନ୍ତ୍ରୀଙ୍କୁ ଗିରଫ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତିକ କର୍ତ୍ତୀ…

Read More

ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ଏକ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି। ସରକାର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟି୍କ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍‌ ଗାନ୍ଧି ଜୟନ୍ତୀ ଅବସରରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ନିୟମ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ପ୍ଲାଷ୍ଟିକ୍‌ ବ୍ୟବହାରକାରୀ ମାନେ ସାବଧାନ ହୋଇଯା’ନ୍ତୁ। ଏହି ନୂଆ ନିୟମ ଅନୁସାରେ ଆପଣଙ୍କୁ ତଣ୍ଡ ସହିତ ଦଣ୍ଡ ମଧ୍ୟ ମିଳିବ। ଗତ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରେ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସରକାର ଏବେ ପାଣି ବୋତଲକୁ ବ୍ୟବହାର ନ କରି ଏଥିପାଇଁ ଅନ୍ୟ ଉପାୟ କରିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର…

Read More

ଚାଇନିଜ୍‌ ମୋବାଇଲ ନିର୍ମାଣକାରୀ କମ୍ପାନୀ ତଥା ବୈଷୟିକ କୌଶଳ ପ୍ରଦାନକାରୀ କମ୍ପାନୀ ହୁଆଓ୍ବେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ହ୍ବାଇଟ ହାଉସ୍‌ରେ ବୁଧବାର ଟ୍ରମ୍ପ ନିଜ ମନ୍ତବ୍ୟରେ ଏହି ସୂଚନା ଦେଇଛନ୍ତି । ହୁଆଓ୍ବେ ଆମେରିକା ସେନାବାହିନୀ ଏବଂ ଗୁଇନ୍ଦା ବ୍ୟବସ୍ଥା ପ୍ରତ ବଡ ବିପଦ ତେଣୁ ହୁଆଓ୍ବେ ନିକଟରୁ ସତର୍କ ରହିବା ପାଇଁ ଆମେରିକୀୟ ସରକାର ଏହା ସହିତ ସମସ୍ତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 5ଜି ମୋବାଇଲ୍‌ ବର୍ଗରେ ହୁଆଓ୍ବେର ଏକଚାଟିଆ ବ୍ୟବସାୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମେରିକାର ଅଧିକାଂଶ ସହରରେ ହୁଆଓ୍ବେ ନିଜର 5ଜି ସେବା ପ୍ରଦାନ କରୁଛି ।

Read More

ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ୧୦ଗୁଣ ଜରିମାନା ଦେବାକୁ ପଡୁଛି । ନିୟମକୁ ବେଶ୍‌ କଡ଼ାକଡ଼ି କରାଯାଇଥିବାବେଳେ ଏଥିରୁ ବାଦ ପଡ଼ିନି ସରକାରୀ ଗାଡ଼ି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ନିୟମ ଉଲଂଘନ କଲେ ଲାଗୁଛି ତଣ୍ଡ । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଆଜି ଭୁବନେଶ୍ୱର ନାଲୋକୋ ଛକରେ ସରକାରୀ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରୋଡ଼ ପରମିଟ ନଥିବା ବିଏମସି ଗାଡ଼ିକୁ ଲାଗିଲା ୧୦ହଜାର ଓ ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ବସାଇ ନେବା ଫଳରେ ୫ହଜାର ଟଙ୍କା ଫାଇନ ଲାଗିଛି । ଏହି ବିଏମସି ଗାଡ଼ିରୁ ମୋଟ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ ।

Read More

ଦେଶରେ ନୂତନ ଭାବେ ଲାଗୁ କରାଯାଇଥିବା ଟ୍ରାଫିକ୍‌ ନିୟମ ଫଳରେ ମାତ୍ରାଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି । ଏହା ଫଳରେ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୁତାବକ ଜରିମାନା ଭରିଥିବା ବ୍ୟକ୍ତି ଯଦି ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାନ୍ତି ତେବେ ତାଙ୍କୁ ଅର୍ଥ ଫେରସ୍ତ କରାଯିବ । ମୂଳ ରାଶିରୁ ଅଳ୍ପ ଜରିମାନା ରଖାଯାଇ ଅବଶିଷ୍ଟ ଅର୍ଥ ଫେରସ୍ତ କରାଯିବ ବୋଲି ଜଣାପଡିଛି । ଆରଟିଓ ଅଫିସର ସଞ୍ଜୀବ ବେହେରା ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି ।

Read More

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହିଥିବା ଆମେରିକୀୟ ଦୂତାପବାସ ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଏହି କାର ବୋମା ବିସ୍ଫୋରଣରେ ଅନ୍ୟୁନ ତିନି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆମେରିକୀୟ ଦୂତାବାସ, ନାଟୋର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଆଫଗାନିସ୍ତାନ ଗସ୍ତରେ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ବିସ୍ଫୋରଣ । ମୃତକ ଏବଂ ଆହତଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ରହିଥିବା ନେଇ ପୋଲିସ୍‌ ମୁଖପାତ୍ର ଫିରଦୌସ୍‌ ଫରମାଜ୍‌ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ 16 ଜଣଙ୍କ ପ୍ରାଣହାନି ଘଟିବା ସହିତ 100ରୁ ଅଧିକ ଆହତ ହୋଇଥିଲେ ।

Read More

ଅଟୋମୋବାଇଲ୍‌ କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ବ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଅଟୋ ଶିଳ୍ପ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେଉଛି । ଭାରତ ସରକାର ସଦା ସର୍ବଦା ଅଟୋ ଶିଳ୍ପ ସହିତ ରହିଛନ୍ତି ଏବଂ ଖୁବ୍‌ ଶୀଘ୍ର ଏହି ଶିଳ୍ପର ଅବସ୍ଥା ସୁଧୁରିବା ନେଇ ଆଶା ପ୍ରକାଶ କରିଛନ୍ତି ଗଡକରୀ । ଏହା ସହିତ ନୂତନ ଟ୍ରାଫିକ୍‌ ନିୟମ ନେଇ ମଧ୍ୟ ଗଡକରୀ ସୂଚନା ଦେଇଛନ୍ତି । ଏହି ନିୟମକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ବିଭିନ୍ନ ମହଲରୁ ଏହାକୁ ଆଲୋଚନା ଓ ସମାଲୋଚନା ମଧ୍ୟ କରାଯାଉଛି । ଏହା ଉପରେ ଗଡକରୀ କହିଛନ୍ତି ସରକାର ଜରିମାନା ପ୍ରଦାନ ପାଇଁ କାହାକୁ ବାଧ୍ୟ କରୁନାହାନ୍ତି । ସମସ୍ତେ…

Read More

ଗୃହବନ୍ଦୀ ଅବସ୍ଥାରେ ରହିଥିବା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିବା ପାଇଁ ତାଙ୍କ ଝିଅଙ୍କୁ ଅନୁମତି ମିଳିଛି । ଗୁରୁବାର ସୁପ୍ରିମ୍‌କୋର୍ଟ ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ଜାଭେଦଙ୍କୁ ମୁଫ୍‌ତିଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବୁଧବାର ଜାଭେଦ୍‌ ମା’ଙ୍କୁ ଭେଟିବାର ଅନୁରୋଧ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ଜଷ୍ଟିସ୍‌ ଏସ୍‌ ଏ ନଜୀରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜାଭେଦ୍‌ଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଚେନ୍ନାଇରେ ଅବସ୍ଥାନ କରୁଥିବା ଜାଭେଦ୍‌ ବର୍ତ୍ତମାନ ଶ୍ରୀନଗର ଯାଇ ମୁଫ୍‌ତିଙ୍କୁ ଭେଟିବେ । ଜାଭେଦ୍‌ ମୁଫ୍‌ତିଙ୍କୁ ଭେଟିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଭେଟି ଅନୁମତି ଆଣିବେ ବୋଲି ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ।

Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରେ ଅରୁଣ ଜେଟ୍‌ଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭାଙ୍କ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସବୁ ଦଳର ନେତାମାନେ ଏଥିରେ ସାମିଲ୍‌ ହୋଇଛନ୍ତି । ଏହି ଶୋକସଭାରେ ବିଜେଡ଼ି, ବିଜେପି, କଂଗ୍ରେସ ଦଳର ବହୁ ନେତା ଶୋକସଭାରେ ସାମିଲ୍‌ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକସଭାକୁ ଆସିନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ପଢିଥିଲେ ଦେବୀ ମିଶ୍ର ।

Read More