Author: Samikhsya Bureau

ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍‌ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍‌ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ଏବଂ ଫରେନ୍‌ସିକ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Read More

ବାଲେଶ୍ୱର ଜିଲ୍ଲାରେ ଥିବା ବୁଢାବଳଙ୍ଗା ହଳଦିଆ ଘାଟିରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗା ପାଣି ଭିତରେ ଓଲିଟି ପଡିଥିବା ବେଳେ ଡଙ୍ଗାରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ 30 ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । କୂଳ ଛାଡିବାର କିଛି ଦୂରରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଅଧିକ କଷ୍ଟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମାତ୍ରାଧିକ ଓଜନ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିବା ଜଣା ପଡିଛି ।

Read More

ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍‌କମିଙ୍ଗ ଫିଲ୍ମ କାପ୍ପାନର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ସାୟେସା ସୈଗଲଙ୍କ ସହିତ ସୂର୍ଯ୍ୟା ଏହି ଫଟୋଟି ସେୟାର କରିଛନ୍ତି । କେ ଭି ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ତିନୋଟି ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ମାଲାୟଲମ୍‌ ସୁପରଷ୍ଟାର ମୋହନଲାଲ ମଧ୍ୟ ନଜର ଆସିବେ । ଅନ୍ୟ ମାନଙ୍କ ବ୍ୟତିତ ଆର୍ୟ୍ୟା ମଧ୍ୟ କେମିଓ ଅବତାରରେ ନଜର ଆସିବେ । ମୋହନଲାଲ ଏହି ଫିଲ୍ମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସୂର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭୂମିକାରେ ନଜର ଆସିବେ ।

Read More

ଜରିମାନାରେ ରେକର୍ଡ ଭାଙ୍ଗୁଛି ଓଡିଶା। ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରି ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ସମ୍ପୃକ୍ତ ଡ୍ରାଇଭରଙ୍କଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଡ୍ରାଇଭର ହେଲେ ଅଶୋକ ଯାଦବ। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍‌ଟି ଏକ ଜେସିବି ମେସିନ୍‌ ନେଇକି ତାଳଚେରରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଟ୍ରକ୍‌କୁ ଅଟକାଇ ଥିଲେ। ଶରଳାକାନି ନିକଟରେ ତାଙ୍କୁ ଅଟକା ଯାଇଥିଲା। ଓଭର ଲୋଡିଂ, ଓଭର ଡାଇମେନ୍ସନାଲ ଲୋଡିଂ ଓ ବିନା ଡ୍ରାଇଭିଂ ଲାଇନ୍‌ସେନ୍ସ ପାଇଁ ଟ୍ରକକୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ଆଲୋଚନା ପରେ ଡ୍ରାଇଭର ୭୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଟ୍ରକ୍‌ର ରେଜିଷ୍ଟ୍ରେସନ୍‌ ନାଗାଲାଣ୍ଡର ହୋଇଥିବା ଜଣାପଡ଼ିଛି।

Read More

ବିସିସିଆଇ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି ବରିଷ୍ଠ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ। କାରିବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ ଟ୍ରିମ୍ବାଗୋ ନାଇଟ୍‌ ରାଇଡର୍ସର ଜର୍ସି ପିନ୍ଧି ଏହାର ଡ୍ରେସିଂ ରୁମ୍‌ରେ ରହିଥିବା କାରଣରୁ ବିସିସିଆଇ ପକ୍ଷରୁ ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏହାର ଉତ୍ତରରେ କାର୍ତ୍ତିକ ବିସିସିଆଇ ନିକଟରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। କେକେଆରର କୋଚ୍‌ ବ୍ରେଣ୍ଡନ ମ୍ୟକକୁଲମ୍‌ଙ୍କ ଅନୁରୋଧରେ ଏହି ମ୍ୟାଚ୍‌ ଦେଖିବାକୁ ଯାଇଥିବା ବେଳେ ଦଳକୁ ଉତ୍ସାହିତ କରିବା ପାଇଁ ଜର୍ସି ପିନ୍ଧିଥିଲି ବୋଲି କାର୍ତ୍ତିକ ଉତ୍ତର ରଖିଛନ୍ତି। ଏହା ସହିତ ଅନ୍ୟ କୌଣସି ଭାବରେ ଟ୍ରିମ୍ବାଗୋ ନାଇଟ ରାଇଡର୍ସ ସହିତ ଜଡିତ ନୁହନ୍ତି ବୋଲି କାର୍ତ୍ତିକ କହିଛନ୍ତି।

Read More

ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ତିନି ଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ 24 ଘଣ୍ଟା ଧରି ନିଖୋଜ ରହିଥିବା ଏହି ତିନି ଯୁବକଙ୍କୁ ମେରାଇନ୍‌ ଥାନା ଅନ୍ତର୍ଗତ ଡୁଗୁଲାଗଡି ଆନନ୍ଦପୁର ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମାଛ ଧରାଳି ତିନି ଜଣଙ୍କୁ ଉଦ୍ଧାର କରି ରେମୁଣା ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି । ନିଖୋଜ ହୋଇଥିବା ତିନି ଛାତ୍ରକାଠ ସଙ୍ଗଡା ଗ୍ରାମର ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢନ୍ତି ବୋଲି ଜଣାପଡିଛି । ଗତକାଲି ସ୍କୁଲ ଯାଇଥିବା ଏହି ତିନି ବାଳକ ଘରକୁ ଫେରିନଥିଲେ ।

Read More

ଦୁଇଦିନ ପୂର୍ବରୁ ବିଫଳ ହୋଇଥିବା ଭାରତର ଚନ୍ଦ୍ର ଅଭିଯାନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଇସ୍ରୋର ଚେୟାରମ୍ୟାନ୍‌ କେ ଶିବନ୍‌ । ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ଉପସ୍ଥିତ ରହିଥିବା ଜଣା ପଡିଛି । ରବିବାର ଏଏନ୍‌ଆଇକୁ ପ୍ରଦାନ କରିଥିବା ସାକ୍ଷାତକାରରେ ଶିବନ ଏହି ସୂଚନା ପ୍ରଦାନ କରିଛନ୍ତି । ବିକ୍ରମର ଥ୍ରଷ୍ଟର ଖରାପ ହେବା କାରଣରୁ ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହୋଇଥିବା ଜଣାପଡିଛି । ଚନ୍ଦ୍ରର କକ୍ଷପଥରେ ଘୁରୁଥିବା ଅର୍ବିଟର ବିକ୍ରମର ଫଟୋ ଉତ୍ତୋଳନ କରିଥିବା ନେଇ ଶିବନ ସୂଚନା ଦେଇଛନ୍ତି ।

Read More

କେଦାର ମିଶ୍ର  ଭାରତୀୟ ଆଇନ ଓ ସମ୍ବିଧାନ ବିଷୟରେ ଯେତେବେଳେ ବି ଚର୍ଚ୍ଚା ହେବ, ସେତେବେଳେ ରାମ ଜେଠମଲାନି(୧୪,ସେପ୍ଟେମ୍ବର, ୧୯୨୩-୮, ଅଗଷ୍ଟ, ୨୦୧୯, ଜନ୍ମସ୍ଥାନ କରାଚି) ଙ୍କ ନାଁ  ନିଶ୍ଚୟ ଆସିବ। ଭଲରେ ହେଉ ବା ଭୁଲରେ, ପ୍ରେମରେ ହେଉ ବା ଉପେକ୍ଷାରେ, ଆଦର୍ଶ ପାଇଁ ହେଉ ବା ସ୍ଵାର୍ଥ ପାଇଁ, କିଛି ଗୋଟାଏ ଉଦ୍ଦେଶ୍ୟ ନେଇ ଯେତେବେଳେ ବି ଭାରତର ନ୍ୟାୟିକ ଇତିହାସ ଲେଖାଯିବ, ସେତେବେଳେ ରାମ ଜେଠମଲାନିଙ୍କୁ ମନେ ପକାଇବାକୁ ଇତିହାସ ବାଧ୍ୟ ହେବ। ସମ୍ବିଧାନ ଓ ଆଇନକୁ ନିଜ ପାପୁଲିରେ ଦର୍ପଣ ଭଳି ଦେଖି ପାରୁଥିବା ଆମ ଦେଶର ଅଳ୍ପ କେତେଜଣ ବଡ ଓକିଲଙ୍କ ଭିତରେ ସେ ଥିଲେ ଅନ୍ୟତମ। ଭାରତର ଇତିହାସ ତାଙ୍କୁ କାହାର ଓକିଲ ଭାବରେ ମନେ ରଖିବ, ସେ ଏକ ବିଚିତ୍ର ପ୍ରଶ୍ନ। ଏକଦା ବମ୍ବେ ସହରର ସବୁ କୁଖ୍ୟାତ ଡନ ତାଙ୍କର ମହକିଲ ଥିଲେ। ସତୁରୀ ଦଶକର କୁଖ୍ୟାତ ଡନ ହାଜୀ…

Read More

ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ସ୍ପାଇସ୍‌ ଜେଟ୍‌ର ୬୨୩ ବିମାନଟି ଦିନ ୧୧.୧୫ ମିନିଟ୍‌ ସମୟରେ ଜରୁରୀ ଅବତରଣ କରିଥିଲା । ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡିବାରୁ ବିମାନଟିକୁ ଜରୁରୀ କାଳୀନ ଅନୁମତି ପ୍ରଦାନ କରାଯାଇଥିଲା । ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Read More