Author: Samikhsya Bureau

ସୁପର ୩୦ର ସଂସ୍ଥାପକ ଏବଂ ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ଆମେରିକାରେ ଦେଶର ଗରୀବ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତିଷ୍ଠିତ ଶିକ୍ଷଣ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। କାଲିଫର୍ଣ୍ଣିଆର ସୈନ ଜୋଶରେ ଥିବା ସଂସ୍ଥାର ୨୪ତମ ବର୍ଷପୂର୍ତ୍ତି ଅବସରରେ ଏକ ସମାରୋହରେ ଫାଉଣ୍ଡେଶନ ଫର ଏକ୍ସିଲେନ୍ସ ଦ୍ଵାରା ୪୬ ବର୍ଷୀୟ କୁମାରଙ୍କୁ ଏଜୁକେଶନ ଏକ୍ସିଲେନ୍ସ ଆୱାର୍ଡ ୨୦୧୯ ପ୍ରଦାନ କରାଯାଇଛି। ଆନନ୍ଦ ଗତ ୧୮ ବର୍ଷ ଧରି ଭାରତରେ ସୁପର ପ୍ରୋଗ୍ରାମ ଚଳାଉଛନ୍ତି। ଯେଉଁଥିରେ ବାର୍ଷିକ ୩୦ ଜଣ ସୁପର ଛାତ୍ରଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଏ। ଏହି ଛାତ୍ରମାନେ ଆଇଇଟି ଜେଇଇ ପାଇଁ ପ୍ରସ୍ତୁତ ହୁଅନ୍ତି।

Read More

ଚଳିତ ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ତେଣୁ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ପୁନଃଗଠନ କରାଯିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।  ରାଜ୍ୟରେ କଂଗ୍ରେସର ସ୍ଥିତି ସୁଦୃଢ କରିବାକୁ ସମସ୍ତ କମିଟି ପୁନଃଗଠନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପାଇଁ ଏଆଇସିସି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଆଶାନୁରୂପ ଫଳ ପାଇ ପାରି ନଥିବାରୁ ଏବେ ଏହି ପଦକ୍ଷେପ ନିଆଯାଇଛି । ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ନେଇ ଛୋଟ ଛୋଟ କମିଟିର ପୁନର୍ଗଠନ କରାଯିବ ।  ଚଳିତ ମାସ ଠାରୁ ପ୍ରଦେଶ କଂଗ୍ରେସ କମିଟି ଗଠନ କାମ ଆରମ୍ଭ କରାଯିବ । ଏଣିକି ଜୋନ ପ୍ରଦେଶ କଂଗ୍ରେସ କମିଟିରେ…

Read More

କଟକ ସାଲେପୁରର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗୁରୁବାର କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏପ୍ରିଲ୍‌ 21, 2018ରେ ଏହି ଦୁଷ୍କର୍ମ ହୋଇଥିଲା । ଚକୋଲେଟ ପ୍ରଦାନ କରିବା ବାହାନାରେ 6 ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ପଥରରେ ଛେଚି ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ପୋକ୍ସୋ ଆଇନ ଅନୁଯାୟୀ ବିଗତ ଦୁଇ ମାସ ମଧ୍ୟରେ ଚତୁର୍ଥ ଫାଶୀ ଦଣ୍ଡାଦେଶ ।

Read More

ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲାରେ ଏ ଯାଏ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା ଓ ମା’ଙ୍କର ନମୂନା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ଆଜି ନିହାରିକା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଉଲ୍ଲେଖଯୋଗ୍ୟ ଯେ, ଜଗତସିଂହପୁର ବିରିଡ଼ି ବ୍ଲକ୍‌ ବିଲୁଆଖାଇ ନଦୀପଠାରୁ ଗତ ମଙ୍ଗଳବାର ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ତାଙ୍କର ଗୋଡ଼ହାତ ବନ୍ଧା ଯାଇଥିଲା । ଏଥିରେ ତାଙ୍କର ପ୍ରେମିକ ରାଜାଙ୍କର ସଂପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Read More

ବେଙ୍ଗାଲୁରୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସରେ ଉଡାଣ ଭରିଛନ୍ତି । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ତେଜସ୍‌ ଉଡାଇ ଇତିହାସ ମଧ୍ୟ ରଚିଛନ୍ତି । ପ୍ରଥମ ଥର ପାଇଁ ହୋଇଛି ଯେ ବାୟୁସେନାରେ ସାମିଲ ହୋଇଥିବା ତେଜସର ଅତିଶୀଘ୍ର ଅପଗ୍ରେଡ୍ ଭର୍ସନ ଆସିଛି । ତେଜସ ହେଉଛି ଭାରତୀୟ ବାୟୁସେନାର 45 ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ବିକଶିତ କରିଛନ୍ତି ।

Read More

ଦୁଇ ଦିନ ତଳେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅଚାନକ ଗସ୍ତ ସମୟରେ ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଛନ୍ତି ଶିକ୍ଷାମନ୍ତ୍ରୀ । ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି । ଦୁଇ ଦିନ ତଳେ 10 ଦଫା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଘେରିଥିଲେ । କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ସେଠାରେ ବସି ନାରାବାଜି କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

Read More

ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ଆଜି ତାଙ୍କୁ ସିବିଆଇ ଗିରଫ କରିଛି । ଆଜି ଭୋରରୁ ସିବିଆଇର 4 ଜଣିଆ ଟିମ ତାଙ୍କ କଟକସ୍ଥିତ ବାସଭବନ ଉପରେ ଚଢାଉ କରିଥିଲେ। ପ୍ରାୟ 30 ମିନଟ ଧରି ସେମାନେ ଆଲୋଚନା କରିବା ପରେ ତାଙ୍କୁ ଗିରଫ କରିଥିଲେ। କୋର୍ଟର ଏନଡବ୍ଲୁ ବଳରେ ତାଙ୍କୁ ଗିରଫ କରାଯାଇଛି ବୋଲି ସିବିଆଇ ତରଫରୁ କୁହାଯାଇଛି। ଆଶିବାଦ ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ଥିବା ବେଳେ ଓପିଏଲ ଆୟୋଜନ ପାଇଁ ଅର୍ଥତତ୍ବ କଂପାନୀରୁ କୋଟିଏ ଟଙ୍କା ନେଇଥିବାର ସିବିଆଇ ଜାଣିବାକୁ ପାଇଥିଲା। ଏନେଇ ଆର୍ଶିବାଦ ପୂର୍ବରୁ ସିବିଆଇରେ ହାଜର ହୋଇ ତାଙ୍କର ପକ୍ଷ ରଖିଥିଲେ। ଏହି ଲିଙ୍କରେ ସିବିଆଇ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି । ଏହି ମାମଲାରେ ଅନ୍ୟ 8ଟି କମ୍ପାନୀ ଓ 33ଜଣଙ୍କ ବିରୋଧରେ ସିବିଆଇ…

Read More

ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଚୋରା ମଦ ବେପାରୀ ସୁଶାନ୍ତ ବେହେରା ଓରଫ ମଙ୍ଗୁଳିକୁ ପୋଲିସ ଗିରଫ କରି ନେଇଥିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ଥାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି । ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏବେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜର ଦ୍ବିତୀୟ ମୁକାବିଲାରେ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ 7 ଓ୍ବିକେଟ୍‌ରେ ବିଜୟୀ ହେବା ସହିତ 1-0ରେ ଅଗ୍ରଣୀ ରହିଛି । ଟସ୍‌ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ମାପଚୁପ ବୋଲିଂ କରିଥିଲେ ମଧ୍ୟ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍‌ ଡିକକ୍‌ ଗୋଟିଏ ପଟୁ ଆକ୍ରମଣ ଜାରି ରଖିଥିଲେ । ଦଳ ପକ୍ଷରୁ ଡିକକ୍‌ ସର୍ବାଧିକ 52 ରନ୍‌ ସଂଗ୍ରହ କରିଥିଲେ । 37 ବଲ୍‌ର ଇନିଂସରେ ଡିକକ୍‌ 8ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେମ୍ବା ବାଭୁମା 43 ବଲ୍‌ରୁ 49 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର 22ରନ…

Read More

ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା।   ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଆଜି ନୂତନ ଘୋଷଣା କରିଛନ୍ତି। ଏବେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନେ ଆକୃଷ୍ଟ ହେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାମାନଙ୍କୁ ସରକାରୀ ସ୍କୁଲ ଆଡକୁ ଆକୃଷ୍ଟ କରିବାକୁ ଗଣଶିକ୍ଷା ମନ୍ତ୍ରୀ ଆଜି ଏଭଳି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ, ବହି ଆଦି ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

Read More

ଅର୍ଜୁନ୍‌ ରେଡ୍ଡୀ ଷ୍ଟାର ବିଜୟ ଦେବରକୋଣ୍ଡା ନିଜର ଅପକମିଙ୍ଗ ଫିଲ୍ମର ଟାଇଟଲ୍‌ ଘୋଷଣା କରିଛନ୍ତି । ବିଜୟଙ୍କ ବହୁଭାଷୀ ଫିଲ୍ମ ଡିଅର କମ୍ରେଡ୍‌ ବକ୍ସ ଅଫିସ୍‌ରେ ଆଭରେଜ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳବାର ରାତିରେ ବିଜୟ ନିଜ ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଓ୍ବାର୍ଲ୍ଡ ଫେମସ୍‌ ଲଭର୍‌ ନାମରେ ଏହି ଫିଲ୍ମଟିରେ ବିଜୟଙ୍କ ବିପକ୍ଷରେ ୪ଜଣ ନାୟିକା ରହିବେ । ଫିଲ୍ମଟି ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍‌ ହେବ ବୋଲି ଜଣାପଡିଛି । ଫିଲ୍ମରେ ବିଜୟଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍‌ ଟ୍ରେସା ଏବଂ ଇଜାବେଲ୍‌ ଲିଟ୍‌ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଫାଷ୍ଟଲୁକ୍‌ ଆସନ୍ତା ସେପ୍ଟେମ୍ବର ୨୦ତାରିଖରେ ଲଞ୍ଚ ହେବ ବୋଲି ଜଣାପଡିଛି ।

Read More