Author: Samikhsya Bureau

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗୃହବନ୍ଦୀ କରାଯାଇଛି । କେବଳ ନାଇଡୁ ନୁହନ୍ତି ତାଙ୍କ ପୁଅ ନାରା ରାହୁଲ୍‌ ଏବଂ ଅନ୍ୟାନ୍ୟ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି । ଓ୍ବାଇଏସ୍‌ଆର କଂଗ୍ରେସ ବିପକ୍ଷରେ ଆନ୍ଦୋଳନ ପାଇଁ ନାଇଡୁ ସଜବାଜ ହେଉଥିବା ବେଳେ ଜଗନ ସରକାରଙ୍କ ପକ୍ଷରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି । ଜଗନ ସରକାର 100 ଦିନ ପୂରଣ କରୁଥିବାରୁ ଟିଡିପି କର୍ମୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ ଚନ୍ଦ୍ରବାବୁ ନାଇଡୁ । ଏହାର ବିରୋଧ କରାଯାଇ ଏନ୍‌ ଚନ୍ଦ୍ରବାବୁ ନାଇଡୁ ,ନାରା ରହୁଲ ଏବଂ ନାଇଡୁଙ୍କ ବାସଭବନରେ ଉପସ୍ଥିତ ରହିଥିବା ବରିଷ୍ଠ ନେତା ଦବିନେନୀ ଅବିନାଶ, କେଶୀନେନି ନାନି ଏବଂ ଭୂମା ଅଖିଲପ୍ରିୟାଙ୍କୁ ଗୃହବନ୍ଦୀ କରାଯାଇଛି । ଆଜି ରାତି 8.00 ପର୍ଯ୍ୟନ୍ତ ନାଇଡୁ ଉପବାସ କରିବା ନେଇ ଘୋଷଣା କରିଥିଲେ ।

Read More

ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ 12ଟି ଜିଲ୍ଳାକୁ ବର୍ଷା ଓ ଘଡଘଡି ସତର୍କ ସୂଚନା ଜାରି କରାଯାଇଛି । ଦିନ 10.45 ସୁଦ୍ଧା ଏହି ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଅନୁଗୁଳ, ଡେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ନୟାଗଡ ଜିଲ୍ଳା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Read More

କଟକରେ ଆଜି ପୁଣି ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । କଟକର ଚାଉଳିଆଗଞ୍ଜରେ ସଙ୍ଗଠିତ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ବୁଧିଆ ଆହତ ହୋଇଛି । ଗୋଡରେ ଗୁଳି ବାଜିଥିବା ବେଳେ କମିଶନରେଟ ପୋଲିସ୍‌ ବୁଧିଆ ଦାସକୁ ହସ୍ପିଟାଲରେ ଭର୍ତ୍ତି କରିଛି । ବୁଧିଆର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୋଲିସ୍‌ କନେଷ୍ଟବଳ ମଧ୍ୟ ଆହତ ହୋଇଛି । ବୁଧିଆ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଭାବରେ ପରିଚିତ ଏବଂ ତା ନାମରେ 30ରୁ ଅଧିକ ଅଭିଯୋଗ ରହିଥିବା ପୋଲିସ୍‌ ପ୍ରକାଶ କରିଛି । ଏହି ଏନ୍‌କାଉଣ୍ଟର ପରେ ପୋଲିସ୍‌ ବୁଧିଆ ନିକଟରୁ ଗୋଟିଏ ବନ୍ଧୁକ ଏବଂ 2ଟି ଗୁଳି ଜବତ କରିଛି ।

Read More

କେଦାର ମିଶ୍ର  ଆମ ଦେଶରେ ଏକ ଅଦ୍ଭୁତ ସରକାରର ରାଜୁତି ଚାଲିଛି। ଯେତେବେଳେ ଯାହା କିଛି ବି ସଙ୍କଟ ବା ସମସ୍ୟା ଆସୁଛି, ସେତେବେଳେ ଇତିହାସରୁ କାହାକୁ ଟାଣି ଆଣି ସେଥିଲାଗି ତାଙ୍କୁ ଦାୟୀ କରାଯାଉଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁ ମୃତ୍ୟୁ ବରଣ କରିବାର ୫୫ ବର୍ଷ ପରେ ମଧ୍ୟ ତାଙ୍କୁ କାଠଗଡାରେ ଠିଆ କରାଯାଉଛି। ଅଥଚ ଗତ ପାଞ୍ଚ ବର୍ଷ ହେଲା ଓ ଦୁଇଟି ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି କୌଣସି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନୁହେଁ। ଇତି ମଧ୍ୟରେ ଦେଶର ଅର୍ଥନୈତିକ ପ୍ରଗତି ଭୟଙ୍କର ଭାବରେ ବ୍ୟାହତ ହୋଇଛି ଗତ ଦୁଇ ବର୍ଷ ହେଲା ଆମର ଅର୍ଥନୈତିକ ଅଭିବୃଦ୍ଧି ହାର ୭% ତଳେ ରହୁଛି ଓ ଗତ ୬ ଟି ଅର୍ଥନୈତିକ ତ୍ରୈମାସିକି ରେ ଅଭବୃଦ୍ଧି ହାର କ୍ରମାଗତ ଭାବରେ ଖସି ଆସି ଏବେ ୫% ରେ ପହଞ୍ଚିଲାଣି।…

Read More

୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି । ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି । ମିଳିତ ଜାତିସଂଘର ଏକ ମାନବାଧିକାର ବୈଠକରେ କ୍ୟୁରେଶୀ ଏହି ମତ ଦେଇଛନ୍ତି । ଏହା ସହିତ ଜମ୍ମୁ କାଶ୍ମୀରରେ ଭାରତ ସରକାର ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । ସେ କହିଥିଲେ “ଭାରତ ସରକାର ମିଥ୍ୟା ପ୍ରଚାର କରି ବିଶ୍ୱ ଦରବାରରେ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଜମ୍ମୁ-କଶ୍ମୀରରେ ସ୍ଥିତି ଆଦୌ ସ୍ୱାଭାବିକ ହୋଇନାହିଁ ।ଏଠାରେ କଟକଣା ଲାଗୁ କରାଯାଇ ଲୋକଙ୍କ ମାନବାଧିକାରର ଉଲ୍ଲଙ୍ଘନ କରାଯାଉଛି । ଭାରତ ସରକାର କଶ୍ମୀରକୁ ନେଇ ମିଛ କହୁଛନ୍ତି । ସେଠାରୁ କର୍ଫ୍ୟୁ ହଟିଲେ ସମଗ୍ର ବିଶ୍ବ ମାମଲାର ସତ୍ୟତା ଜାଣି ପାରିବ…

Read More

ଜଗତସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ ଆଜି ଆଉ ଏକ ଦୁଷ୍କର୍ମ ମାମଲାରେ କୋର୍ଟ କଡା ଦଣ୍ଡବିଧାନ କରିଛନ୍ତି । ବଡବିଲ ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ 6 ଅଭିଯୁକ୍ତଙ୍କୁ 20 ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କୁ 50 ହଜାର ଲେଖାଏଁ ଜରିମାନା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୋକ୍ସୋ ଆକ୍ଟ ଅନୁଯାୟୀ କେନ୍ଦୁଝର ଏଡିଜେ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । 2105 ମସିହାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ରାସ୍ତାରୁ ଉଠାଇ ନେଇ ବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ ।

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସିଟ୍‌ ଆବଣ୍ଟନକୁ ନେଇ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଦୁଇ ଦଳର ଖରାପ ପ୍ରଦର୍ଶନ ପରେ ମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଥିଲା ମାତ୍ର ଏହି ବୈଠକ ପରେ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଆସନ୍ତା କିଛି ଦିନର ଆଲୋଚନା ପରେ କେଉଁ ଦଳ କେଉଁ ଆସନରୁ ପ୍ରତିଦ୍ବନ୍ଦିତା କରିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଗଞ୍ଜେଇ ବ୍ୟବହାରରେ ନ୍ୟୁୟର୍କ ସବୁଠାରୁ ଆଗରେ ରହିଛି। ଭାରତୀୟ ରାଜଧାନୀ ନୂଆଦିଲ୍ଲୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର କରାଚୀ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟତମ ଭାରତୀୟ ସହର ମୁମ୍ବାଇ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। 2018 ମସିହାରେ କେଉଁ ସହରବାସୀ କେତେ ପରିମାଣର ଗଞ୍ଜେଇ ବ୍ୟବହାର କରିଛନ୍ତି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏକ ଜର୍ମାନୀ ଫାର୍ମ ଏବିସିଡି ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ତାଲିକାରେ ଯୁକ୍ତରାଷ୍ଟକ୍ର ଆମେରିକାର ସର୍ବାଧିକ ତିନୋଟି ସହର ରହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ବ୍ୟତିତ ଲସ ଏଞ୍ଜେଲ୍ସ ଏବଂ ଚିକାଗୋ ଏହି ତାଲିକାର ଶ୍ରେଷ୍ଠ 10 ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ଅନ୍ୟ ସହର ମାନଙ୍କ ମଧ୍ୟରେ ବ୍ରିଟେନ୍‌ର ରାଜଧାନୀ ଲଣ୍ଡନ, ଇଜିପ୍ଟର ରାଜଧାନୀ କାଇରୋ, କାଇରୋ ରାଜଧାନୀ ମସ୍କୋ, ଟରଣ୍ଟୋ । ତାଲିକାରେ ସ୍ଥାନ ପାଇଥିବା…

Read More

ସଂଶୋଧିତ ନୂତନ ମୋଟର ଯାନ ଆଇନକୁ  କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି । ଏଥିପାଇଁ ଛୁଟି ଦିନରେ ଏସମ୍ପର୍କିତ ସମସ୍ତ ଅଫିସ୍‌ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ। ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ଯ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ତେବେ ଆଦାୟ ଜରିମାନା ଅର୍ଥରାଶିକୁ ଫେରାଇବାକୁ ବିରୋଧି କରିଥିବା ଦାବିକୁ ସେ ଅଗ୍ରାହ୍ୟ କରିଛନ୍ତି ।…

Read More

ରାଜ୍ୟରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ଚାଲିଥିବା ବେଳେ ଜନୈକ ଦୁଷ୍କର୍ମକାରୀକୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଜଗତସିଂହପୁର ଏରସମାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ପୋକ୍‌ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଗଡ଼ହରୀଶପୁର ଗାଁରେ ଚଳିତ ବର୍ଷ ମାର୍ଚ 21 ତାରିଖରେ 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା

Read More

ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ମତାମତ ପ୍ରଦାନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା 3 ମାସ ପର୍ଯ୍ୟନ୍ତ ସରକାର ଏହି ନିୟମରେ କୋହଳ ମନୋବୃତ୍ତି ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ବର୍ତ୍ତମାନ ତିନି ମାସର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି । ଏହି ତିନି ମାସ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ଏପରିକି ଛୁଟି ଦିନରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଏବଂ ଏହି ସମସ୍ତ ଅତିରିକ୍ତ କାଉଣ୍ଟର ଖୋଲା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More